Tuesday 23rd April 2024
ବ୍ରେନ୍ ଟ୍ୟୁମରର ହେବା ପୂର୍ବରୁ ଏହି ୬ଟି ସଂଙ୍କେତକୁ ଧ୍ୟାନ ଦିଅନ୍ତୁ

ବ୍ରେନ୍ ଟ୍ୟୁମରର ହେବା ପୂର୍ବରୁ ଏହି ୬ଟି ସଂଙ୍କେତକୁ ଧ୍ୟାନ ଦିଅନ୍ତୁ

ବ୍ରେନ ଟ୍ୟୁମର କ୍ୟାନସର ଭିତରେ ଏକ ସାଧାରଣ ସମସ୍ୟା । କିନ୍ତୁ ଆଜିକାଲି କ୍ୟାନସରର ନିରାକରଣ କେମିତି ଲୋକଙ୍କୁ ସଚେତନ କରି କରାଯାଇପାରିବ ତାର ପ୍ରସ୍ତୁତିରେ MEDICAL SCIENCE । ପ୍ରତ୍ୟେକଟି ବ୍ୟକ୍ତି ରୋଗ ହେବା ପରେ ହିଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତି । କିନ୍ତୁ କିଛି ରୋଗ ବାହାରକୁ ଜଣାପଡିବା ପୂର୍ବରୁ ହିଁ ଆମ ଶରୀରରେ ଜନ୍ମ ନିଏ ବୋଲି କେହି ଚିନ୍ତା କରିନଥାନ୍ତି । କ୍ୟାନସର ରୋଗଟି ଠିକ୍ ସେମିତି । ଏହି ରୋଗ ଭିତରେ ବ୍ରେନ କ୍ୟାନସର କଥା ଯଦି କହିବା -”ଦ ଇଣ୍ଟରନେସନାଲ୍ ଆସୋସିଏସନ୍ ଅଫ୍ କ୍ୟାନସର ରେଜିଷ୍ଟ୍ରିସ୍” ମୁତାବିକ –ଭାରତରେ ପ୍ରତିବର୍ଷ ୨୮ହଜାରରୁ ଅଧିକ ଲୋକଙ୍କ ବ୍ରେନ୍ ଟ୍ୟୁମର ବୋଲି ରିପୋର୍ଟ ହୋଇଥାଏ । ଆଉ ସେଥିରୁ ୨୪ ହଜାର ଲୋକଙ୍କର ପ୍ରତିବର୍ଷ ମୃତ୍ୟୁ ହୋଇଯାଏ । ଡାକ୍ତରଙ୍କ ଅନୁସାରେ ବ୍ରେନ୍ ଟ୍ୟୁମରକୁ ସଠିକ୍ ସମୟରେ ଚିହ୍ନଟ କରାନଗଲେ ଏହା କ୍ୟାନସରର ରୂପ ଧାରଣ କରେ ଏବଂ ତାହା ବହୁତ ବିପଦଜନକ ସାବ୍ୟସ୍ତ୍ୟ ହୁଏ । ସାଧାରଣତଃ ମଣିଷ ଶରୀରରେ ଯେଉଁ ବି ନୂଆ ରୋଗ ଜନ୍ମ ନିଏ ତା ପୂର୍ବରୁ ଆମ ଶରୀରରେ ତାହାକୁ ଜାଣି ଆମକୁ ସଂଙ୍କେତ ଦେବା ଆରମ୍ଭ କରେ । ହେଲେ ବେଳେବେଳେ ଆମେ ସେହି ସଂଙ୍କେତକୁ ବୁଝିନପାରି ଅଣଦେଖା କରି ରୋଗର ଶିକାର ହେଉ ଆଉ ବେଳେବେଳେ ଏହି ସଂଙ୍କେତ ହିଁ ଆମ ଜୀବନ ରକ୍ଷା କରେ ।

ଗୋଟିଏ କମ୍ପ୍ୟୁଟରରେ ଯେମିତି ତାର CPU ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଠିକ୍ ସେମିତି ଆମ ମଣିଷ ଶରୀରରେ ବ୍ରେନ ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଉ ଏହିଠାରେ କିଛି ବି ଅସୁବିଧା ହେଲେ ଶରୀରର ସବୁ ଅଙ୍ଗକୁ ସତର୍କ ସୂଚନା ଯାଇ ପହଂଚିଯାଏ । ତେବେ ଚାଲନ୍ତୁ ଆଜି ସେହି ସତର୍କ ସୂଚନା ବିଷୟରେ ଜାଣିବା ଓ ଭଲ ଭାବରେ ବୁଝିବା ବ୍ରେନ୍ କ୍ୟାନସର ହେବା ପୂର୍ବରୁ ଆମ ଶରୀର ଆମକୁ କେଉଁ କେଉଁ ସୂଚନା ଦେଇଥାଏ ।

୬ଟି WARNING SIGN ବ୍ରେନ୍ ଟ୍ୟୁମର-

୧-Seizures (ଝଟକା ମାରିବା)

ବାତ /ଝଟକା ମାରିବାର ବିଭିନ୍ନ ପ୍ରକାର ଅଛି । କିନ୍ତୁ ଜଣେ ସାଧାରଣ ମଣିଷ ଭିତରେ ଅଚାନକ ଯଦି ଝଟକା ମାରିବା ଭଳି ଲକ୍ଷଣ ଦେଖାଦେଉଛି ତାହାଲେ ଏହା ଏକ ସର୍ତକ ସୂଚନା ବୋଲି ବୁଝିଯିବେ । ଆହୁରୀ ସହଜ ଭାଷାରେ କହିଲେ ଆମ ବେନ୍ର ସେଲ୍ ଗୁଡିକ ଯେତେବେଳେ ସର୍ଟ ସର୍କିଟ ହେଇଯାଏ ସେତେବେଳେ ଏହା ଝଟକା ମାରିଲା ଭଳି ଲାଗେ । ଆରମ୍ଭରୁ ଯେତେବେଳେ ବି ଏହିଭଳି ଅନୁଭବ ହେବ-

-ଆପଣଙ୍କ ମାଂସପେଶୀ ଗୁଡିକରେ ଏକ କରେଣ୍ଟ ଚାଲୁଥିବାର ଲାଗିବ ।
-ବିନା କାରଣରେ ମୁଣ୍ଡ ଝିମ ଝିମ ହେବା ଭଳି ଲାଗିବ ।
– ଆପଣଙ୍କ ବେକ ଓ ମୁଣ୍ଡ ଗୋଟିଏ ଆଡକୁ ଆପେ ଆପେ ଢଳିଗଲା ଭଳି ଲାଗିବ ।
-ଦିନରେ ୩ ରୁ ୪ ଥର ଅଚାନକ ଗୋଡ ହାତ ଥରିବାକୁ ଲାଗିବା
-ଦାନ୍ତ ସବୁବେଳେ କୁଟ୍ କୁଟ୍ କରିବାକୁ ଇଚ୍ଛା ହେବା

ସିଜରସ୍ ହେଉଛି ବାତ ମାରିବାର ପ୍ରଥମ ସୋପାନ । ଯଦି ଶରୀରରେ ସୋଡିୟମ୍‌,ଇଲେକ୍ଟ୍ରୋଲାଇଟ୍‌,ବ୍ଲଡ ଗ୍ଲୁକୋଜର ଅଭାବ,କ୍ୟାଲସିୟମ୍ କିମ୍ବା ମ୍ୟାଗନେସିୟମ୍‌ର ଅଭାବ,କିମ୍ବା ବ୍ରେନ ଭିତରେ କିଛି କାରଣରୁ ବ୍ଲିଡିଙ୍ଗ ହେଉଛି ବା କୌଣସି ପ୍ରକାରର ଇନଫେକସନ୍ ହୋଇଛି ତାହାଲେ ଏହା ସିଜରସ୍‌(ଝଟକା) ଶ୍ରେଣୀର ଅର୍ନ୍ତଗତ ହୋଇଥାଏ । କିନ୍ତୁ ଏହିସବୁ ଲକ୍ଷଣ ଯଦି ଅଧିକ ମାତ୍ରାରେ ହୁଏ ତାହାଲେ ତାହା ବାତ ରୋଗ ବୋଲି କୁହାଯିବ । କିନ୍ତୁ ବ୍ରେନ୍ ଟ୍ୟୁମର ହେବା ସମୟରେ ସିଜରସ୍ ଭଳି ଲକ୍ଷଣ ଦେଖାଯିବା ବହୁତ ହିଁ ସାଧାରଣ କଥା । ତେଣୁ ଯଦି ଏହି ଲକ୍ଷଣ ଭିତରୁ ଗୋଟିଏ ବି ଦେଖାଯାଉଛି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆଉ ବ୍ରେନ୍ ଟ୍ୟୁମର ହେବା ଆଗରୁ ସତର୍କ ଘଣ୍ଟି ଶୁଣନ୍ତୁ ।

୨- Headache (ମୁଣ୍ଡବିନ୍ଧା)

ମୁଣ୍ଡବିନ୍ଧା ପ୍ରତି ୧୦୦ ଭାଗରୁ ୮୦ ଭାଗ ଲୋକଙ୍କୁ ହୋଇଥାଏ । ତାମାନେ କଣ ସମସ୍ତଙ୍କୁ ବ୍ରେନ୍ କ୍ୟାନସର ହେବାର ସମ୍ବାବନା ରହିଛି ? ନାଇ ଆଜ୍ଞା, ମୁଣ୍ଡବିନ୍ଧା ଏକ ଏମିତି ଲକ୍ଷଣ ଯାହା ବଡରୁ ବଡ ରୋଗ ଆରମ୍ଭର ସଂଙ୍କେତ ଦେଇଥାଏ । ଏହି ମୁଣ୍ଡବିନ୍ଧାକୁ ନେଇ ଆମେରିକା ବ୍ରେନ୍ ଟ୍ୟୁମର ଏସୋସିଏସନ୍ ମଧ୍ୟ ସୂଚନା ଦେଇଛି କି ୫୦ ପ୍ରତିଶତ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ବ୍ରେନ୍ କ୍ୟାନସର ହୋଇଥାଏ । ତାହାଲେ ପ୍ରତ୍ୟେକ ବ୍ୟକ୍ତି ନିଜ ମୁଣ୍ଡବିନ୍ଧାକୁ ଚିହ୍ନିବେ କେମିତି ଓ କେଉଁ ଭଳି ମୁଣ୍ଡବିନ୍ଧା ହେଲେ ଏହା ବ୍ରେନ୍ ଟ୍ୟୁମର କି ବ୍ରେନ୍ କ୍ୟାନସର ର ସଂଙ୍କେତ ଜାଣିବେ କେମିତି ?-

-ଯଦି ଆପଣଙ୍କର ପୁରା ମୁଣ୍ଡ ବିନ୍ଧୁଛି ଓ ଗୋଟିଏ ଦିନ ଭିତରେ ଏହା ଛାଡିଯାଉଛି ତାହାଲେ ଏହା ସାଧାରଣ ମୁଣ୍ଡବିନ୍ଧା ।
-କିନ୍ତୁ ଯଦି ମୁଣ୍ଡର ଗୋଟିଏ ଶିରରେ ଯନ୍ତ୍ରଣା ଅନୁଭବ ହେଉଛି ଆଉ ସେହି ମୁଣ୍ଡବିନ୍ଧା ଅନେକଦିନ ଧରି ଲାଗିରହୁଛି ତାହାଲେ ଏହା ବ୍ରେନ୍ ଟ୍ୟୁମରର ମୁଣ୍ଡବିନ୍ଧା ।
-ବହୁତ ଜଣ ମୁଣ୍ଡବିନ୍ଧା ହେଲେ ପେନ୍ କିଲର୍ ଖାଈଥାନ୍ତି । କିନ୍ତୁ ଯେତେ ପେନ୍ କିଲର୍ ଖାଇବା ସତ୍ୱେ ବି ଯଦି ମୁଣ୍ଡ ବିନ୍ଧା ସେମିତି ଲାଗିରହୁଛି ତାହାଲେ ଏହା ବ୍ରେନ୍ ଟ୍ୟୁମରର ସଂଙ୍କେତ ।
-ମୁଣ୍ଡବିନ୍ଧା ସମୟରେ ବିରକ୍ତକର ଓ ଚିଡଚିଡ୍ ଲାଗିବା ତାସହ ସାମାନ୍ୟ ଝାପସା ଦେଖାଯିବା ଆରମ୍ଭ କରିବା ମଧ୍ୟ ବ୍ରେନ୍ ଟ୍ୟୁମରର ସଂଙ୍କେତ ।
ତେଣୁ ସାଧାରଣ ମୁଣ୍ଡବିନ୍ଧା ବହୁତ ସମୟରେ ଗ୍ୟାସ,ଖରା ଓ ଅତ୍ୟଧିକ ରାତି ଅନିଦ୍ରା କାରଣରୁ ହୋଇଥାଏ ।

୩- Lack of Balance (ଶରୀରରେ ଅସ୍ତିରତା)

ଆମ ଶରୀରର ଓଜନ,ଗଢଣ ଓ ଆକୃତି ଅନୁସାରେ ଆମର ଚାଲିବା ଆଦି ନିର୍ଭର କରେ । କିନ୍ତୁ ସବୁକିଛି ଠିକ୍ ଥାଇ ମଧ୍ୟ ଆମର ଚାଲିବାର ବାଲାନ୍ସ ଯଦି ଗଡବଡ ହୁଏ ତାହାଲେ ଏହା ଏକ ସଂଙ୍କେତ ବୋଲି ମାନିବେ । ଆମ ବ୍ରେନ ହିଁ ଆମକୁ ସିଧା,ବଙ୍କା ଚାଲିବା ,ଠିକ୍ ସମୟରେ ମଶାକୁ ମାରିବା ପାଇଁ ହାତ ଉଠାଇବା ଭଳି ଜିନିଷ ଶିଖାଇଥାଏ । କିନ୍ତୁ ଯଦି ସେହି ଜିନିଷ ଭଲଭାବରେ ଆପଣ କରିପାରୁନାହାନ୍ତି । ସଠିକ୍ ସମୟରେ କରିବାକୁ ଥିବା କାମ ଆପଣଙ୍କର ଧିମା ପଡିଯାଉଛି । ଏହାର ଅର୍ଥ ଆପଣଙ୍କ ବ୍ରେନ୍ ଧିରେ ଧିରେ ଆକ୍ଟିଭ୍ ରହିବା ବନ୍ଦ କରୁଛି । କୌଣସି ବି କାମରେ ଆପଣଙ୍କର କୋର୍ଡିନେସନ୍ ରହୁନାହିଁ । ଏମିତି ହେବା ଆରମ୍ଭ ହେଲେ-


– ଆପଣଙ୍କର ମୁଣ୍ଡ ବୁଲାଇବା ଆରମ୍ଭ କରିବ
-ଠିକ୍ ଜାଗାରେ ପାଦ ରଖିବାକୁ ଚାହୁଁଥିବେ କିନ୍ତୁ ରଖିବାରେ ସକ୍ଷମତା ହରାଉଥିବେ ।
-କୌଣସି ଜାଗାରେ ଛିଡା ହୋଇଥିବା ସମୟରେ ଚାରିପଟ ବୁଲୁଛି ବୋଲି ଭ୍ରମ ସୃଷ୍ଟି ହେଉଥିବ ।
– ଧିରେ ଧିରେ ଗୋଡ,ହାତରେ ଦୁର୍ବଳତା ଅନୁଭବ ହେବ ।
-ମୁହଁ ଏବଂ କାନ୍ଧରେ ବହୁତ ଓଜନ ଥିବା ଭଳି ଅନୁଭବ ହେବ ।
ଏସବୁ ଭିତରୁ କିଛି ବି ସଂଙ୍କେତ ଅନୁଭବ ହେଲେ ତୁରନ୍ତୁ ଡାକ୍ତରଙ୍କ ଦେଖାନ୍ତୁ । କାହିଁକି ନା ଏହା ନିଶ୍ଚିତ ରୂପେ ବ୍ରେନ କ୍ୟାନସର ହେବାର ସଂଙ୍କେତ ଦେଉଥାଇପାରେ ।

୪-Weakness in vision,sound,talk (ପାଟି ଲାଗିବା ଦେଖିବା ଓ ଶୁଣିବାରେ ଅସୁବିଧା)

ସାଧାରଣତଃ ବହୁତ ପିଲାମାନଙ୍କ ଭିତରେ ଏହି ପାଟି ଲାଗିବାର ଅସୁବିଧା ଦେଖିବାକୁ ମିଳେ । ଏହାକୁ ଡାକ୍ତର ବଂଶଗତ ମଧ୍ୟ କହିଥାନ୍ତି । କିନ୍ତୁ ପାଟି ଲାଗିବା ସବୁବେଳେ ବଂଶଗତ ହୋଇନଥାଏ । ଏହାର ମୁଖ୍ୟ କାରଣ ବେଳେ ବେଳେ ଅନ୍ୟ ରୋଗକୁ ମଧ୍ୟ ସୂଚାଉ ଥାଏ । ପାଟି ଲାଗିବା ଭଳି ଆଖିକୁ ଝାପସା ଦେଖାଯିବା ଓ କାନକୁ ଠିକ୍ ଭାବେ ନ ଶୁଭିବା ବି ଏକ ରକମର ସଂଙ୍କେତ । ବହୁତ ସମୟରେ ସବୁକିଛି ଠିକ୍ ଥାଇ ମଧ୍ୟ ଆଖି ଓ କାନ ଅଚାନକ ଖରାପ ହୋଇଯାଏ । ଏହି ସଂଙ୍କେତ ଆରମ୍ଭ ହେଲେ-


-କଥା କହିଲା ବେଳେ ପାଟି ଲାଗିବା ଆରମ୍ଭ ହେବା
-ଧିରେ ଧିରେ ଜିଭରେ କିଛି ସ୍ୱାଦ ନ ବାରି ପାରିବା
– ବହୁତ ସମୟରେ ଥଣ୍ଟିରେ ଯନ୍ତ୍ରଣା ଅନୁଭବ ହେବା
-ଆଖିକୁ ଆଲୋକ ପଡିଲେ ବିରକ୍ତ ଲାଗିବା
-ବହୁତ ଜାଗାରେ ଆଖିକୁ ଝାପସା ଦେଖାଯିବା
-ଗୋଟିଏ ପାଶ୍ୱର୍ ଆଖିରେ ଭଲ ଦେଖାନଯିବା
-ବାରମ୍ବାର ଆଖି ମିଟ ମିଟ କରିବା
-କାନ ଭିତରେ ପାଣି ରହିଲା ଭଳି ଶଦ୍ଧ ଶୁଭିବା
-କାନରେ ଶୁଣିବାର ଶକ୍ତି କମିଯିବା

ଏସବୁ ଲକ୍ଷଣ ଯେତେବେଳେ ବି ଦେଖିବାକୁ ମିଳିବ ଏହା ବ୍ରେନ ଟ୍ୟୁମରକୁ ଆକ୍ରାନ୍ତ କରିବାର ସଂଙ୍କେତ ବୋଲି ବୁଝିଯିବା ଆବଶ୍ୟକ । ସବୁବେଳେ ମନେରଖନ୍ତୁ ଏସବୁ ଲକ୍ଷଣ ହୁଏତ ଆପଣଙ୍କୁ ଏକାଥରେ ଦେଖାନଯାଇପାରେ । ତେଣୁକରି ସେଥିପାଇଁ ଆପଣ ଆରମ୍ଭରୁ ଯାହା ବି ନୋଟିସ୍ କରୁଛନ୍ତି ତାହା ଡାକ୍ତରଙ୍କ ସହ ପରାମର୍ଶ କରିଦେଲେ ବଡ ରୋଗ ହେବାରୁ ବର୍ତିଯିବେ ।

୫-Behavioural changes (ବ୍ୟବହାରରେ ପରିବର୍ତନ)

ପ୍ରତ୍ୟେକ ମଣିଷ ନିଜ ଗୁଣ ହିସାବରେ ବ୍ୟବହାର କରିଥାଏ । କିଏ ଅଧିକ ରାଗି ହେଲେ କିଏ ଅଧିକ ଶାନ୍ତ ସ୍ୱଭାବର ହୋଇଥାନ୍ତି । କିନ୍ତୁ କଥା ଏହା ଯେ ସବୁଦିନ ଲୋକଟି ସମାନ ବ୍ୟବହାର ଦେଖାଉଥିବ କିନ୍ତୁ ଅଚାନକ ତାର ବ୍ୟବହାରରେ ପରିବର୍ତ୍ତନ ହେବା କୌଣସି ରୋଗର କାରଣ ହେଇଥିବ ବୋଲି କେହି ଭାବନ୍ତି ନାହିଁ । ଯଦି ଜଣେ ମାନସିକ ଭାବେ ନିଜକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି ହେଲେ ଆପଣ ତାର ପରିବର୍ତ୍ତନକୁ ରୋଗର ଲକ୍ଷଣ କହିବେ ତାହା ସଂମ୍ଫୂର୍ଣ୍ଣ ଭୁଲ୍ । ଯେତେବେଳେ ବ୍ରେନ କ୍ୟାନସର ପାଇଁ ବ୍ୟବହାର ପରିବର୍ତ୍ତନ ହୁଏ ସେତେବେଳେ-


-ମଣିଷ ନିଷ୍ପତ୍ତି ନେବାରେ ବିଫଳ ହୁଏ
-ଅଧିକ ଦ୍ୱନ୍ଦରେ ପଡିଯାଏ
-ରାସ୍ତାରେ ଯାଉଥିବା ସମୟରେ ବାଟ ଜାଣି ମଧ୍ୟ କନଫ୍ୟୁଜ୍ ହେବା
-କୌଣସି କଥାରେ କିମ୍ବା କାମରେ ଧ୍ୟାନ ଲଗାଇ ପାରେ ନାହିଁ
-କଥା କଥାରେ ମୁଡ୍ ସୁଇଙ୍ଗ୍ ହୁଏ
-ଚିନ୍ତା କରିବାର କ୍ଷମତା କମି କମିଯାଏ ।
-ଏମିତିରେ ବି ଏକା ଏକା ମନକୁ ମନ କଥା ହେବା ଆରମ୍ଭ କରିଦିଏ
-ଅଳ୍ପ ସମୟ ଭିତରେ ସ୍ମୃତି ଶକ୍ତି ହରାଇଦେବା
ଏସବୁ ଲକ୍ଷଣ ଦେଖିଲେ ପ୍ରାୟତଃ ଲୋକ ରୋଗୀକୁ ପାଗଳ ବୋଲି କହିଦିଅନ୍ତି । କିନ୍ତୁ ଏହା ପାଗଳାମି ନୁହେଁ ବରଂ ବ୍ରେନ୍ ଡ୍ୟାମେଜ୍ ହେବାକୁ ଯାଉଥିବାର ସଂଙ୍କେତ । ତେଣୁ ଏହା ଭିତରୁ ଗୋଟିଏ ବି ସଂଙ୍କେତ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୬-Numbness ସ୍ପର୍ଶ କରିବାର ଅନୁଭବ ହରାଇଦେବା

ବହୁତ ସମୟରେ ଆମ ଦେହରେ ସେନସିଟିଭିଟି ଚାଲିଯାଏ । ଅର୍ଥାତ କିଛି ଅନୁଭବ କରିବା ହିଁ କଷ୍ଟ ହୋଇପଡେ । ହାତରେ ପାଦରେ ଝିମ ଝିମ ହୋଇ ରକ୍ତ ସଂଚାଳନ ବନ୍ଦ ହୋଇଯାଏ । ଏମିତି ଆମ ଦୈନନ୍ଦିନ ଜୀବନରେ ଅନେକଥର ହୁଏ । କିନ୍ତୁ ଯଦି ଏହିଭଳି ହାତ ଗୋଡରେ ସ୍ପର୍ଶ ହେବାର ଅନୁଭବ ଲଗାତାର ନ ହୁଏ । କିଏ କାମୁଡିଲେ କିମ୍ବା ମାରିଲେ କଷ୍ଟ ଅନୁଭବ ନ ହୁଏ ତାହାଲେ ଏହା ବ୍ରେନ ଟ୍ୟୁମରର ହିଁ ସଂଙ୍କେତ । ତେବେ ଏହିଭଳି ଲକ୍ଷଣ ଦେଖାଦେବା ଆରମ୍ଭ ହେଲେ-


-ହାତ ଗୋଡ ମଝିରେ ମଝିରେ କାଲୁଆ ପଡିଯିବ ।
-ବହୁତ ସମୟରେ ପାରାଲିସିସ୍ ହେବା ଭଳି ଅନୁଭବ ହେବ ।
-କୌଣସି ଜିନିଷ ହାତରେ ଉଠାଇବାକୁ ବଳ ପାଇବ ନାହିଁ ।
-ମାଡ ବାଜିଲେ ରକ୍ତ ସଂଚାଳନ ନ ହେବା କାରଣରୁ ଜଣାପଡିବନାହିଁ ।

ତେବେ ଏହିସବୁ ସାଧାରଣ ଲାଗୁଥିଲେ ମଧ୍ୟ ଅସାଧାରଣ ଅସୁବିଧାର କାରଣ ପାଲଟିବ । ଦେଖିବାକୁ ଗଲେ ଏହିଭଳି ଲକ୍ଷଣ ଅଧିକ ମାତ୍ରାରେ ବଢିଲେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଆଜି ଆମେ ଯେଉଁ ୬ଟି ସଂଙ୍କେତ ବିଷୟରେ ଜାଣିଲେ । ଏହା ବ୍ରେନ ଟ୍ୟୁମର ଅବା କ୍ୟାନସର ସହ ଜଡିତ । ତେଣୁ ଏହି କ୍ୟାନସର ହେବା ପୂର୍ବରୁ ଏହିଭଳି ସାଧାରଣ ଲକ୍ଷଣ ଗୁଡିକ ପରିଲକ୍ଷିତ ହେବ । ହେଲେ ଆପଣ ବିଲକୁଲ ବି ତାହାକୁ ଅଣଦେଖା କରିବେ ନାହିଁ । ଟ୍ୟୁମର କିମ୍ବା କ୍ୟାନସର ଭିତରେ ଗୋଟିଏ ଫରକ । ଟ୍ୟୁମର ହେବା ପୂର୍ବରୁ ଜାଣିପାରିଲେ ତାର ନିରାକରଣ ବା ଚିକିତ୍ସା କରିବା ସହଜ ହୋଇଥାଏ । କିନ୍ତୁ କ୍ୟାନସର ହେଇଗଲେ ତାର ଚିକିତ୍ସା କରିବାର ଉପାୟ କମି କମି ଯାଏ । ତେଣୁ ଯେତେ ଶୀଘ୍ର ଏହାକୁ ଆପଣ ଡିଟେକ୍ଟ କରିବେ ସେତେ ଶୀଘ୍ର ଆପଣ କ୍ୟାନସର ଭଳି ବଡ ରୋଗରୁ ମୁକ୍ତି ପାଇପାରିବେ ।

ଏ ସପ୍ତାହରେ ଆମେ ବ୍ରେନ କ୍ୟାନସର ସମ୍ବନ୍ଧିତ ଅନେକ ସୂଚନା ପ୍ରଦାନ କରିଛୁ । ଯଦି ଆପଣ ଏହାସହିତ ଅନ୍ୟ କିଛି ଅପଡେଟ୍ ପାଇବାକୁ ଚାହୁଁଛନ୍ତି ତାହାଲେ ତଳେ ଦିଆଯାଇଥିବା ଲିଙ୍କ ଗୁଡିକୁ କ୍ଲିକ କରିପାରିବେ ।

https://odiadaily.in/the-symptoms-of-brain-cancer/

https://odiadaily.in/what-are-the-most-common-types-of-brain-cancer/

https://odiadaily.in/how-is-a-tumour-different-from-brain-cancer/

https://odiadaily.in/cancer-treatment-vaccines/

ବିଭିନ୍ନ ରୋଗକୁ ନେଇ ପୂର୍ବରୁ ମଧ୍ୟ ଆମେ ଅନେକ ଆର୍ଟିକିଲ୍ ପ୍ରସ୍ତୁତ କରିଛୁ । ଯଦି ଆପଣ ସେସବୁ ପଢିବାକୁ ଚାହୁଁଛନ୍ତି ତାହାଲେ ଓଡିଆଡେଲୀର Websiteକୁ https://odiadaily.in/ଯାଇ ସ୍ୱାସ୍ଥ୍ୟ ସଂଞ୍ଜିବନୀରେ ସବୁଧରଣର ସ୍ୱାସ୍ଥ୍ୟଗତ ତଥ୍ୟ ପଢନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )