Tuesday 19th March 2024
ବିଜନେସ୍ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୪ପ୍ରକାରର ଡିଜିଟାଲ ଆଡଭଟାଇଜିଂ

ବିଜନେସ୍ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୪ପ୍ରକାରର ଡିଜିଟାଲ ଆଡଭଟାଇଜିଂ

ଆଜିର ସମୟରେ ସମସ୍ତେ ବିଜନେସ୍ କରିବାକୁ ଚାହୁଁଛନ୍ତି ସତ ମାତ୍ର ଗୋଟିଏ ସଫଳ ବିଜନେସ୍ କରି ଗଢ଼ି ତୋଳିବା ପାଇଁ କଣ କଣ ଦରକାର ହୋଇଥାଏ ତାହା ଆଜି ବି ଅନେକ ଲୋକଙ୍କୁ ଜଣା ନାହିଁ । ଏହି କାରଣରୁ ଗୋଟିଏ ନୂଆ ବିଜନେସ୍‌କୁ ଲୋକଙ୍କ ପାଇଁ ଆଣିଲେ ବି ମଧ୍ୟ ଖରାପ ଆଡ୍‌ଭଟାଇଜିଂ ପାଇଁ ତାହା ଶୀଘ୍ର ବନ୍ଦ ହୋଇଯାଉଛି । ଆପଣ ଆମ ପୂର୍ବ ଆର୍ଟିକିଲ ଗୁଡ଼ିକ ପଢ଼ି ଜାଣି ପାରିଥିବେ କି ଗୋଟିଏ ସଫଳ ବିଜନେସ୍ କରିବା ପାଇଁ କଣ କଣ ଆବଶ୍ୟକତା ରହିଛି । ଠିକ୍ ସେହି ପରି ଆଜି ଆମେ ଆପଣଙ୍କୁ ଏମିତି ୪ଟି ଡିଜିଟାଲ ଆଡଭଟାଇଜିଂ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଅନେକ ଲାଭ ଉଠେଇ ପାରିବେ । ଆପଣଙ୍କ ବିଜନେସ୍‌କୁ ସଫଳତାର ସହ ଆଗକୁ ବଢ଼େଇ ପାରିବେ । ତେବେ ଚାଲନ୍ତୁ ଜାଣିବା କଣ ସେହି ୪ଟି ଆଡଭଟାଇଜିଂ?ଗୋଟିଏ ସଫଳ ବିଜନେସ୍ ଗଢ଼ି ତୋଳିବା ପାଇଁ ଅନେକ ବର୍ଷର ସମୟ ଲାଗେ । କିଛି ଏମିତି ଭାବିବାକୁ ପଡ଼େ ଯାହା କି ଲୋକଙ୍କ ପାଇଁ ସୁବିଧା ଯୋଗାଇବ । ଖାଲି ସେତିକି ନୁହେଁ ନିଜ ପାଇଁ ବି ଲାଭଦାୟୀ ହେଉଥିବା ମଧ୍ୟ ଦରକାର । ଏସବୁ କରିବା ପାଇଁ ଅନେକ ଜିନିଷ ଥିବା ଆବଶ୍ୟକ ଯେପରି ଉଚିତ୍ ପ୍ଲାନିଂ, ଉଚିତ୍ ଷ୍ଟ୍ରାଟେଜୀ ଇତ୍ୟାଦି । ସେହି ସବୁ ମଧ୍ୟରୁ ଗୋଟିଏ ହେଉଛି ଆଡଭଟାଇଜିଂ, ଯାହା ଦ୍ୱାରା ଆପଣ ଆପଣଙ୍କ ବିଜନେସ୍‌କୁ ଆଗକୁ ବଢ଼େଇ ପାରିବେ ।Change Is Coming To Digital Advertising In 2022: Five Strategies For Online Ad Success

ଡିଜିଟାଲ ଆଡଭଟାଇଜିଂ କଣ?

ଆଡଭଟାଇଜମେଣ୍ଟ , ବହୁତ ଗୁଡ଼େ ମାର୍କେଟିଂ କମ୍ୟୁନିକେଶନ୍‌ର ଆକ୍ଟିଭିଟିସ୍‌ରୁ ହୋଇଥାଏ । ଏହା ମାର୍କେଟିଂର ଗୋଟିଏ ଅଶଂ ହୋଇଥାଏ, ଯାହା ଭିତରେ ଆଡ୍‌ଭଟାଇଜିଂର ଛୋଟ ଛୋଟ ଆକ୍ଟିଭିଟି କରାଯାଇଥାଏ, ଯାହା ଦ୍ୱାରା ଲୋକ ମାନଙ୍କୁ ପଡକ୍ଟ, ସର୍ଭିସ୍‌, ଆଇଡିଆ ଓ ଆୱେୟାରନେସ୍ ବିଷୟରେ ଜଣାଇଦିଆଯାଏ । ଯେତେବେଳେ ଆପଣ ଆପଣଙ୍କ ବିଜନେସ୍‌କୁ ଡିଜିଟାଲ ମିଡିଆ ଯେମିତି କି ଫୋନ୍‌, କମ୍ପ୍ୟୁଟର ଇତ୍ୟାଦି ଦ୍ୱାରା ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥାନ୍ତି ତାକୁ କୁହାଯାଏ ଡିଜିଟାଲ ଆଡଭଟାଇଜିଂ । ଏଭଳି ଡିଜିଟାଲ ମାର୍କେଟିଂ ନିଜ ପ୍ରୋଡକ୍ଟକୁ ଅନଲାଇନ୍ ଇଣ୍ଟରନେଟ୍ ମାଧ୍ୟମରେ ଗ୍ଲୋବାଲ ମାର୍କେଟିଂରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବାର ଗୋଟିଏ ବାଟ ହୋଇଥାଏ । ଯେଉଁଥିରେ ଆପଣ କୌଣସି ବି ଡିଜିଟାଲ equipment ଯେମିତି କି ମୋବାଇଲ୍‌, କମ୍ପ୍ୟୁଟର ଦ୍ୱାରା ନିଜ ପ୍ରୋଡକ୍ଟ କିମ୍ବା ବ୍ରାଣ୍ଡକୁ ଗ୍ଲୋବାଲି ପ୍ରମୋଟ କରିପାରିବେ । ଏହାର ମୂଳ ଲକ୍ଷ ଅଧିକରୁ ଅଧିକ ଲୋକ ମାନଙ୍କ ପାଖରେ ପହଞ୍ଚିବା ହୋଇଥାଏ । ଏହା ଏପରି ଏକ ମାର୍କେଟିଂ ଯେଉଁଥିରେ ଆପଣଙ୍କୁ କମ୍ ଇନ୍‌ଭେଷ୍ଟମେଣ୍ଟ କରିବାକୁ ପଡ଼େ, ଯାହା ସାହାର୍ଯ୍ୟରେ ଆପଣ ଗ୍ଲୋବାଲ ମାର୍କେଟ ପର୍ଯ୍ୟନ୍ତ ପହଞ୍ଚି ପାରିବେ । ଆପଣ ଯଦି ଗୋଟିଏ ଭଲ ଡିଜିଟାଲ ମାର୍କେଟିଂ ଉପସ୍ଥିତି କରିପାରୁଛନ୍ତି ତେବେ ଆପଣ ଆପଣଙ୍କ ପ୍ରତିଯୋଗୀ ମାନଙ୍କ ଠାରୁ ଅଲଗା ହୋଇପାରିବେ । ଏଠାରେ ଡିଜିଟାଲ ବିଜ୍ଞାପନର ୪ଟି ମୁଖ୍ୟ ଶାଖା ରହିଛି ଯାହା ହେଉଛି:

୧. ସୋସିଆଲ ମିଡିଆ ବିଜ୍ଞାପନ (Social Media Advertising):

ସୋସିଆଲ ମିଡିଆ ମାର୍କେଟିଂ ହେଉଛି ଗୋଟିଏ ଭଲ ବାଟ ଯେଉଁଥିରେ ଆପଣ ଅନେକ ଳୋକଙ୍କ ସହ କଥା ହୋଇପାରିବେ । ଯୁକ୍ତରାଷ୍ଟ୍ର ଆମେରିକାର ୭୨ ପ୍ରତିଶତ ବୟସ୍କ ବ୍ୟକ୍ତି ଅତି କମ୍‌ରେ ଗୋଟିଏ ସୋସିଆଲ ମିଡିଆ ଆଇଡି ବ୍ୟବହାର କରନ୍ତି । ଏହା ଉପରେ ୨୦୧୯ରେ ସୋସିଆଲ୍ ମିଡିଆରେ ଇଣ୍ଟରନେଟ୍ ବ୍ୟବହାରକାରୀ ମାନେ ଦିନକୁ ୨ଘଣ୍ଟା ୨୨ ମିନିଟ୍ ବିତାଉଥିଲେ । ଏହି ସଂଖ୍ୟା ହିଁ ଆପଣଙ୍କ ବିଜନେସ୍ ପାଇଁ ଗୋଟିଏ ବଡ଼ ସୁଯୋଗ ହୋଇଥାଏ । ତେବେ ଯେତେବେଳେ ଆପଣ କୌଣସି ସୋସିଆଲ ମିଡିଆ ଯେମିତି କି facebook, twitter, linkedin କିମ୍ବା instagram ର ବ୍ୟବହାର କଲାବେଳେ ଦେଖୁଥିବେ ଟାଇମ୍‌ଲାଇନ୍‌ରେ କିଛି user friendly ବିଜ୍ଞାପନ ଦେଖେଇଥାଏ । ଯାହାକି user କୁ browsing cache ଏବଂ search history ଆଧାରରେ ଡିସ୍‌ପ୍ଲେ କରାଯାଏ । ଯଦି ଆପଣ ସୋସିଆଲ ମିଡିଆ ଦ୍ୱାରା ବିଜ୍ଞାପନ କରୁଥାନ୍ତି ତେବେ ତାକୁ ଆପଣ ଜେଣ୍ଡର କିମ୍ବା ଏଜ୍ ମାଧ୍ୟମରେ ଷ୍ଟୋର କରିପାରିବେ । ଏହି ଆଡଭଟାଇଜିଂ ସବୁଠାରୁ ସସ୍ତା ଏବଂ ପ୍ରଭାବଶାଳୀ ହୋଇଥାଏ । ସେ ମଧ୍ୟରୁ ଫେସବୁକ୍ ଗୋଟିଏ ବହୁତ ଭଲ Advertising ପ୍ଲାଟଫର୍ମ ହୋଇଥାଏ । ଯାହାଦ୍ୱାରା ଆପଣ ଆପଣଙ୍କ ଟାର୍ଗେଟ ଅଡିଏନ୍ସ ମାନଙ୍କ ପାଖରେ ସସ୍ତା ଓ ପ୍ରଭାବଶାଳୀ ଭାବେ ପହଞ୍ଚି ପାରିବେ ।

୨. ପେଡ୍ ବିଜ୍ଞାପନ (Paid Search Advertising):

ଯେତେବେଳେ ଆପଣଙ୍କୁ ଗୋଟିଏ ଭଲ ଲୋକାଲ କ୍ୟାଫେ କିମ୍ବା ଗୋଟିଏ ପପୁଲାର ସେଲୁନ୍ ଦରକାର ହୋଇଥାଏ ଆପଣ ସେତେବେଳେ କଣ କରନ୍ତି? ଆପଣ ନିଶ୍ଚୟ ଗୁଗଲ କରୁଥିବେ କି “best cafe near me” । ଏହା ସର୍ଚ୍ଚ କରିବା ମାତ୍ରେ ଗୁଗଲର ପ୍ରଥମ ପେଜ୍‌ରେ ଆପଣଙ୍କୁ ଦେଖାଯାଉ ଥିବା ବିଜ୍ଞପ୍ତି ଗୁଡ଼ିକ, ଦେଖାଯିବା ପାଇଁ ସେହି ୱେବସାଇଟ୍ ଗୁଗଲକୁ କିଛି ଟଙ୍କା ଦେଇଥାଏ ଯାହାଫଳରେ ପ୍ରଥମ ପେଜ୍‌ରେ ସେମାନଙ୍କ ଆଡ୍ ଆସିଥାଏ । ତେବେ ପ୍ରତ୍ୟେକ ଦିନ ଅନେକ ଲୋକ କିଛି ନା କିଛି ଅଲଗା ସର୍ଚ୍ଚ କରୁଥାନ୍ତି ଗୁଗଲ, ୟାହୁ, ବିଙ୍ଗ୍ ଇତ୍ୟାଦିରେ, ଏହାର ଫାଇଦା ଆପଣ ଉଠେଇ ପାରିବେ । ଆପଣ ମଧ୍ୟ ସେହି ଜିନିଷ କରିପାରିବେ ଗୁଗଲ କୁ କିଛି ଟଙ୍କା ପେମେଣ୍ଟ କରି ସେହି ଲୋକ ମାନଙ୍କୁ ଆପଣ ଆପଣଙ୍କ ୱେବସାଇଟ୍ କିମ୍ବା ଆପଣଙ୍କ ପ୍ରୋଡକ୍ଟ ପାଖକୁ ଆଣି ପାରିବେ । ଯେମିତି କି ସୋସିଆଲ ମିଡିଆ ଆଡଭଟାଇଜିଂ, ଏଥିରେ ଆପଣଙ୍କୁ କିଛି ଟଙ୍କା ପେମେଣ୍ଟ କରିବାକୁ ହୋଇଥାଏ ଯାହା ଫଳରେ ଆପଣ ଆପଣଙ୍କ ଟାଗ୍ରେଟ ଅଡିଏନ୍ସ, ବୟସ, ଲୋକେସନ୍ କିମ୍ବା ତାଙ୍କ ଇଚ୍ଛା ସମ୍ବନ୍ଧରେ ଜାଣିପାରିବେ । ସବୁ ବେଳେ (CPC) Cost-Per-Click ଫଲୋ କରନ୍ତୁ, ଯାହା ଫଳରେ ଆପଣ କେବଳ ସେହି ଆଡ ପାଇଁ ପେମେଣ୍ଟ କରିବେ ଯାହା କଷ୍ଟୋମର ଦେଖିବାକୁ ପସନ୍ଦ କରୁଛନ୍ତି ।

୩. ଦେଶୀ ବିଜ୍ଞାପନ (Native Advertising):

ଯେତେବେଳେ ଆପଣ କୌଣସି ୱେବସାଇଟ୍ ଖୋଲନ୍ତି ସେତେବେଳେ ଆପଣଙ୍କୁ ଦେଖିବାକୁ ମିଳେ ଯାହା ଆପଣ ଦେଖିବାକୁ ଚାହୁଁଛନ୍ତି । କିନ୍ତୁ ଆପଣ ଯେତେବେଳେ ଆପଣ ସେହି ପେଜ୍‌ର ତଳକୁ ଶେଷରେ ଆସନ୍ତି ଆପଣ ଦେଖିପାରଥିବେ କିଛି ପୋଷ୍ଟ । ଯାହାର ଫଟୋ ଓ ଟାଇଟେଲ ଆକର୍ଷଣୀୟ ହୋଇଥାଏ ତାକୁ କୁହାଯାଏ ଦେଶୀ ବିଜ୍ଞାପନ (Native Advertising)। ଦେଶୀ ବିଜ୍ଞାପନରେ ପାଟନର୍ରସିପ୍ କରିବାକୁ ପଡ଼େ ଜଣେ ଅନଲାଇନ୍ ପ୍ରକାଶଙ୍କ ସହ ଯିଏକି ସ୍ପନ୍ସର୍ଡ ଭାବେ ଆପଣଙ୍କ ଶିଳ୍ପ ସହ ଜଡ଼ିତ ହେବେ କିନ୍ତୁ ଆପଣଙ୍କ ବିଜନେସ୍ ସହ ନୁହେଁ । ଏହା ପରେ ସେ ତାଙ୍କ ୱେବସାଇଟ୍‌, ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସେୟାର କରିଥାନ୍ତି । ଏହାର ମୂଳ ଲକ୍ଷ ହେଉଛି ଉପଯୋଗୀ ଏବଂ ଆକର୍ଷଣୀୟ ବିଷୟବସ୍ତୁ ସୃଷ୍ଟି କରିବା ଯାହାକି ଏକ ବିଜ୍ଞାପନ ଭଳି ଲାଗେ ନାହିଁ । ଆଜିର ସମୟରେ Native Advertising ଚଲେଇବା ପାଇଁ ଆପଣଙ୍କୁ ପରାମର୍ଶ କରାଯାଉଥିବ । କାରଣ ଏହା ଦ୍ୱାରା ଆପଣଙ୍କୁ CTR (Click Through Rate) ଦେଖିବାକୁ ମିଳିଥାଏ । କାରଣ ଏହି ପୋଷ୍ଟ ଗୁଡ଼ିକରେ ଭଲ ଫଟୋ ଏବଂ ଭଲ ଟାଇଟେଲ ସବୁ ବ୍ୟବହାର କରାଯାଇଥାଏ ଲୋକ ମାନଙ୍କୁ ଆକର୍ଷିତ କରିବା ପାଇଁ । ଯାହା ଦ୍ୱାରା ଲୋକ ସେହି ଫଟୋ ଓ ଟାଇଟେଲକୁ ପଢ଼ି ଇଚ୍ଛା କରିବେ ସେହି ପୋଷ୍ଟ ଉପରେ କ୍ଲିକ୍ କରିବା ପାଇଁ । ଏଠାରେ ଏସବୁ ବ୍ଲଗ୍ ପୋଷ୍ଟ ହୋଇନଥାଏ, ଏହା କେବଳ ବିଜ୍ଞାପନ ହୋଇଥାଏ ଯାହାକି ଲୋକଙ୍କ ପାଇଁ ବ୍ଲଗ ପୋଷ୍ଟ ଭଳି କରି ଲେଖାଯାଇଥାଏ ।

୪. ଡିସ୍‌ପ୍ଲେ ବିଜ୍ଞାପନ (Display Advertising):

ଯେତେବେଳେ ଲୋକ ଭାବନ୍ତି କି ଅନଲାଇନ୍ Advertising କଣ ସେତେବେଳେ ଡିସ୍‌ପ୍ଲେ ବିଜ୍ଞାପନ (Display Advertising) କଥା ପ୍ରଥମେ ମନକୁ ଆସେ । ଏଭଳି ବିଜ୍ଞାପନରେ ଆପଣ ଆପଣଙ୍କ ପ୍ରୋଡକ୍ଟକୁ ୧୦-୨୦ ସେକେଣ୍ଡର ଭିଡିଓ, GIF Image କିମ୍ବା Banner ads ତିଆରି କରି ସେଥିରୁ ନିଜ ପ୍ରୋଡକ୍ଟ କୁ ହାଇଲାଇଟ୍ କରି Advertising କରିପାରିବେ, ଯାହାକୁ ଡିସ୍‌ପ୍ଲେ ବିଜ୍ଞାପନ (Display Advertising) କୁହାଯାଏ । ବିଜନେସ୍ Advertising ସୃଷ୍ଟି କରିବା ଏବଂ ସମ୍ପୃକ୍ତ ଗ୍ରାହକଙ୍କୁ ଟାର୍ଗେଟ କରିବା ପାଇଁ ବିଜନେସ୍ ଗୁଡ଼ିକ ଗୁଗଲ୍‌, ଡିସ୍‌ପ୍ଲେ ନେଟୱାର୍କ ଓ ଫେସ୍‌ବୁକରେ ଅଡିଏନ୍ସ ନେଟୱାର୍କ କରି ପ୍ଲାଟଫର୍ମ ସହିତ କାର୍ଯ୍ୟ କରିପାରିବେ । ଏହି ଉପକରଣ ଗୁଡ଼ିକର ଲକ୍ଷ୍ୟ କ୍ଷମତା ଯଥେଷ୍ଟ ପ୍ରଭାବଶାଳୀ, ତଥାପି ଡିସ୍‌ପ୍ଲେ ବିଜ୍ଞାପନ ଗୁଡ଼ିକ ଆପଣଙ୍କ ବ୍ୟବସାୟ ଉପରେ ସାମାନ୍ୟ ପ୍ରଭାବ ପକାଇଥାଏ । ଡିସ୍‌ପ୍ଲେ ବିଜ୍ଞାପନ ଗୁଡ଼ିକ ବ୍ରାଣ୍ଡ ସଚେତନତା ଚଳାଇବାରେ ସାହାର୍ଯ୍ୟ କରିଥାଏ । ଅଧିକାଂଶ ଲୋକ ପ୍ରଦର୍ଶନ ବିଜ୍ଞାପନକୁ ଅଣଦେଖା କରନ୍ତି କିମ୍ବା ବିଜ୍ଞାପନ ବୁକ୍ ଗୁଡ଼ିକୁ ସମ୍ପୂର୍ଣ୍ଣ ରୁପେ ଏଡ଼ାଇବା ପାଇଁ ଡାଉନ୍‌ଲୋଡ୍ କରନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )