Tuesday 19th March 2024
ଭାରତରେ ଏମିତି କାମ କରେ ରିୟଲ୍ ଇଷ୍ଟେଟ୍…

ଭାରତରେ ଏମିତି କାମ କରେ ରିୟଲ୍ ଇଷ୍ଟେଟ୍…

ରିୟଲ୍ ଇଷ୍ଟେଟ୍ ର କଥା ଆସିଲେ ଏଥିରେ ବହୁତ ପ୍ରକାରର ଅପ୍ସନ ରହିଥାଏ । ଆପଣ ରିୟଲ୍ ଇଷ୍ଟେଟ୍ ପ୍ରପୋଟି କିଛି କିଣିବାକୁ ଚାହୁଁଥିଲେ କିମ୍ବା ବିକିବାକୁ ଚାହୁଁଥିଲେ ବିଭିନ୍ନ ଧରଣର ବିଜନେସ୍ ଆପଣଙ୍କର ଏହି କାମକୁ ସହଜ କରିବାରେ ଲାଗିପଡନ୍ତି । କିନ୍ତୁ ରିୟଲ୍ ଇଷ୍ଟେଟ୍ କୁ ମୁଖ୍ୟତଃ ଦୁଇଟି ଉଦ୍ଧେଶ୍ୟରେ ବ୍ୟବହାର କରାଯାଏ । ଯଥା-ବିଜନେସ୍ ଓ ଇନଭେଷ୍ଟମେଣ୍ଟ ।ରିୟଲ୍ ଇଷ୍ଟେଟ୍‌କୁ ଆମେ ଅସଲି ସଂମ୍ପତ୍ତି କହିଥାଉ । ଯାହା ମାଟି ସହ ଯୋଡି ହୋଇ ରହିଥାଏ ତାହାକୁ ଆମେ ଅସଲି କହୁ । ଆଉ ଆମ ସମସ୍ତଙ୍କ ପାଇଁ ମାଟି ହିଁ ଗୋଟିଏ ଯାହାକୁ ଆମେ ଅସଲ ସଂମ୍ପତ୍ତି ବୋଲି କହିପାରୁ । ତେଣୁ ଏଥିରେ ବିଲିଡିଙ୍ଗ୍‌,ଦୋକାନ,ଘରଦ୍ୱାରା ସବୁକିଛି ଅନ୍ତଭୁର୍କ୍ତ । ମାଟି ସହ ଜଡିତ ସବୁ ସମ୍ପତ୍ତି କୁ ଆମେ ରିୟଲ୍ ଇଷ୍ଟେଟ୍ ବୋଲି କହିପାରିବା । ରିୟଲ୍ ଇଷ୍ଟେଟ୍ ମୁଖ୍ୟତଃ ୫ଟି ପ୍ରକାରର ହୋଇଥାଏ ।


୧-ଜମି
-ଜମି ମଧ୍ୟ ଭିନ୍ନ ଭିନ୍ନ କ୍ୟାଟେଗୋରୀର ହୋଇପାରିବ । ଯେମିତିକି ଚାଷ ହେଉଥିବା ଉର୍ବର ଜମି, ଅନୁର୍ବର ଜମି,ଗୋଚର ଭୂମି,ବଡ ବଡ ଫାର୍ମ ହାଉସ୍ ହୋଇଥିବା ଜମି ସେସବୁ ଏଥିରେ ଅର୍ନ୍ତଭୁକ୍ତ । ଏହିସବୁ ଜମିକୁ ନେଇ କିଣିବା ବା ବିକିବା ପ୍ରକ୍ରିୟା ଚାଲୁଥାଏ ।
୨-ରେସିଡେଣ୍ଟାଲ୍ ପ୍ରପୋଟୀ
-ରେସିଡେଣ୍ଟାଲ୍ ପ୍ରପୋଟୀ ବା ଯେଉଁଠି ଆମେ ପରିବାର ସହ ରହିଥାଉ । ଏଠାରେ ଆମେ କୌଣସୀ ବିଜନେସ୍ ସମ୍ବନ୍ଧିତ କାମ କରିନଥାଉ । ତେଣୁ ଘର ପରିବାର ପାଇଁ ନିଜ ଲୋକଙ୍କ ସହ ସମୟ ଅତିବାହିତ କରିବା ପାଇଁ ଆମେ ଯେଉଁ ପ୍ରପୋଟୀ କିଣିଥାଉ ତାହାକୁ ଆମେ ରେସିଡେଣ୍ଟାଲ୍ ପ୍ରପୋଟୀ ବୋଲି କହୁ ।
୩-ବ୍ୟବସାୟିକ ରିୟଲ୍ ଇଷ୍ଟେଟ୍‌
-ବ୍ୟବସାୟିକ ରିୟଲ୍ ଇଷ୍ଟେଟ୍‌ର ଅର୍ଥ ଏଥିରେ ସବୁ ବ୍ୟବସାୟ ଜଡିତ ଜାଗା ଅର୍ନ୍ତଭୁକ୍ତ । ଅର୍ଥାତ ଏଥିରେ ଦୋକାନ ବଜାର,ସପିଙ୍ଗ୍ ମଲ୍ ,ସରକାରୀ ବେସରକାରୀ ଅଫିସ୍ ଆଦିକୁ ବୁଝାଏ । ଏଥିରେ ବ୍ୟବସାୟ ଜଡିତ ଜାଗାବାଡି,ବିଲିଡିଙ୍ଗ୍ ଆଦିକୁ ଅର୍ନ୍ତଭୁକ୍ତ କରାଯାଏ ।
୪-ଉଦ୍ୟୋଗିକ ରିୟଲ୍ ଇଷ୍ଟେଟ୍‌
-ଉଦ୍ୟୋଗିକ ବା ଇଣ୍ଡଷ୍ଟ୍ରିଆଲ୍ ରିୟଲ୍ ଇଷ୍ଟେଟ୍ ଏଥିରେ ବଡ ବଡ କଳକାରଖାନା,ଫେକ୍ଟ୍ରି ଆଦି ଅର୍ନ୍ତଭୁକ୍ତ । ଏହି ଜାଗା ଗୁଡିକର ଉଦ୍ଦେଶ୍ୟ କେବଳ ଉଦ୍ୟୋଗିକ କାମ ପାଇଁ ହୋଇଥାଏ । ପ୍ରତି ସହରରେ ଏମିତି କିଛି ନିଦ୍ଧିଷ୍ଟ ଜାଗା ରହିଥାଏ ,ଯାହାକୁ ଇଣ୍ଡଷ୍ଟ୍ରିଆଲ୍ କାମ ଉଦ୍ଦେଶ୍ୟରେ ନିର୍ଦ୍ଧାରିତ ରଖାଯାଇଥାଏ ।
୫-ସରକାରୀ ମାଲିକାନା ରିୟଲ୍ ଇଷ୍ଟେଟ୍‌
-ସରକାରୀ ମାଲିକାନା ଥିବା ଜାଗା ବା ବିଲଡିଙ୍ଗ ଆଦିକୁ ଆମେ ଗଭରମେଣ୍ଟ ଓନଡ୍ ରିୟଲ୍ ଇଷ୍ଟେଟ୍ ବୋଲି କହିଥାଉ । ସରକାରୀ ମାଲିକାନା ଥିବା ଜାଗା କହିଲେ,ରାସ୍ତା,ସ୍କୁଲ,ଗୋଦାମ୍‌,ଅଫିସ୍‌,ଜମି ସବୁକିଛିକୁ ବୁଝାଏ । ଯଦି ଏସବୁ ସରକାରୀ ବୋଲି ପ୍ରମାଣିତ ଥିବ ତାହାଲେ ଏହାକୁ ସରକାରୀ ମାଲିକାନା ରିୟଲ୍ ଇଷ୍ଟେଟ୍ ବୋଲି କୁହାଯିବ ।


ଭାରତରେ ରିୟଲ୍ ଇଷ୍ଟେଟ୍ ମାର୍କେଟ୍

ସାରା ବିଶ୍ୱରେ ଅଧିକ ଚର୍ଚ୍ଚିତ ବ୍ୟବସାୟ ହେଉଛି ରିୟଲ୍ ଇଷ୍ଟେଟ୍ ସେକ୍ଟର । ଏହି କ୍ଷେତ୍ରରେ ଟଙ୍କା କମାଇବାର ମାତ୍ରା ଅଧିକ ରହିଥାଏ । ରିୟଲ୍ ଇଷ୍ଟେଟ୍ ସେକ୍ଟରରେ ଭାରତରେ ଚାହିଦା ବହୁତ ଅଧିକ । ଏହି ରିୟଲ୍ ଇଷ୍ଟେଟ୍ ଭିତରେ ୪ଟି ସବ୍‌- ସେକ୍ଟର ମଧ୍ୟ ଆସୁଛି । ଗୋଟିଏ ହେଉଛି ହାଉସିଂ,ରିଟେଲ୍‌,ହସ୍ପିଟାଲିଟି ଏବଂ କର୍ମସିଆଲ୍ ପ୍ରପୋଟିସ୍ । ବର୍ତ୍ତମାନ ସମୟରେ ରିୟଲଇଷ୍ଟେଟ୍ ର ମାର୍କେଟ୍ ପ୍ରାଇସ୍ ୧୨ହଜାର କୋଟିରୁ ଆରମ୍ଭ ହୋଇ ୨୦୪୦ ସୁଦ୍ଧା ରିୟଲ୍ ଇଷ୍ଟେଟ୍ ର ମାର୍କେଟ୍ ପ୍ରାଇସ୍ ପାଖାପାଖି ୬୫ହଜାର କୋଟିରେ ପହଂଚିଯିବ । ଆଉ ୨୦୩୦ ସୁଦ୍ଧା ୧ ଟ୍ରିଲିୟନ୍ ହେଇଯିବ ତାସହ ୨୦୨୫ ସୁଦ୍ଧା ଦେଶର ଜିଡିପିରେ ୧୩ ପ୍ରତିଶତ ଯୋଗଦାନ ବି ଦେବ ।
ତେବେ ଏହି ଦିଗରେ ବିଶ୍ଲେଷକମାନଙ୍କ ମତ ଅନୁସାରେ ଭାରତୀୟ ରିୟଲ୍ ଇଷ୍ଟେଟ୍ ବଜାରରେ ସବୁଠୁ ମୁଖ୍ୟ ଅଂଶୀଦାର ହେବେ ଏନଆରଆଇ । ଆଉ ବେଙ୍ଗାଲୁର,ଅହମଦାବାଦ୍‌,ପୁନେ,ଚେନ୍ନାଇ ଗୋଆ ଓ ଡେରାଡୁନ୍ ଭଳି ଜାଗାରେ ଦୀର୍ଘକାଳୀନ ପୁଂଜିନିବେଶ ହେବାର ସମ୍ଭାବନା ଅଧିକ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ,ଜନସଂଖ୍ୟାର ଆବସ୍ୟକତା ପୂରଣ ପାଇଁ ସୁଲଭ ଗୃହ ଯୋଗାଇବା ପାଇଁ ପ୍ରତି ୧୦୦୦ ଲୋକଙ୍କ ପାଇଁ ୩ଟି ଘର ନିର୍ମାଣ ପର୍ଯ୍ୟାପ୍ତ ନୁହେଁ । ପ୍ରତି ୧୦୦୦ ଜନସଂଖ୍ୟାରେ ଆବଶ୍ୟକ ସଂଖ୍ୟକ ଘର ୫ ୟୁନିଟ୍ ଏବଂ ଆନୁମାନିକ ୧୦ ନିୟୁତ ୟୁନିଟ୍ ଅଭାବ ହେବ । ଜନସଂଖ୍ୟା ବୃଦ୍ଧି ହେତୁ ୨୦୩୦ ସୁଦ୍ଧା ଅତିରିକ୍ତ ୨୫ ୟୁନିଟ୍ ଆବଶ୍ୟକ ରହିଛି ।

ଭାରତରେ କେମିତି ଚାଲେ ରିୟଲ୍ ଇଷ୍ଟେଟ୍ ବିଜନେସ୍—-

ଭାରତରେ ରିୟଲ୍ ଇଷ୍ଟେଟ୍ ବିଭିନ୍ନ ଉପାୟରେ କାମ କରେ । କିଣା ବିକା ହେଉଛି ଏହାର ମୁଖ୍ୟ ମାଧ୍ୟମ । ଜାଗା କିଣିବା ,କମ୍ପଲେକ୍ସ ତିଆରି କରିବା,ଇନଭେଷ୍ଟର ମାନଙ୍କୁ ପ୍ରପୋଟି ଯୋଗାଇବା ଭଳି କାମ ବେଶି ଭାରତର ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ହୋଇଥାଏ । । ଭାରତରେ ମୁଖ୍ୟତଃ ରିୟଲ୍ ଇଷ୍ଟେଟ୍ ପାର୍ଟନରସିପ୍ ଓ ମିଳିତ ଉଦ୍ୟମ କାମ କରି ଚାଲେ । ଏଥିରେ ଜଣେ ଟଙ୍କା ନିବେଶ କରେ ଓ ଅନ୍ୟଜଣେ ଟଙ୍କା ଅନୁସାରେ ପ୍ରପୋଟି କିଣେ । ଏହାର ଅର୍ଥ ଭାରତର କେତେକ ରିୟଲ୍ ଇଷ୍ଟେଟ୍ ବ୍ୟବସାୟ କେବଳ ସମ୍ପତ୍ତି ବିକ୍ରୟ ଏବଂ କ୍ରୟ ଉପରେ ଧ୍ୟାନ ଦିଅନ୍ତି । ଏହି ବ୍ୟବସାୟଗୁଡିକ ସାଧାରଣତଃ ପ୍ରପୋଟିଜ୍ ସଂମ୍ପୂର୍ଣ୍ଣ ପ୍ରକ୍ରିୟାରେ ଜଡିତ ଏଜେଣ୍ଟମାନଙ୍କୁ ନିୟୋଜିତ କରନ୍ତି । ସମ୍ପତ୍ତି ଅନୁସନ୍ଧାନ ଠାରୁ ଆରମ୍ଭ କରି ଚୁକ୍ତିନାମା ପର୍ଯ୍ୟନ୍ତ ସବୁକିଛିର ବୁଝାମଣା କରନ୍ତି । ଏହି ବ୍ୟବସାୟରେ ସାଧାରଣତଃ ମାର୍କେଟିଙ୍ଗ ଏବଂ ଲିଜ୍ ଠାରୁ ଆରମ୍ଭ କରି ସମ୍ପତ୍ତିର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସବୁକିଛି ପାଇଁ ଜଣେ ଜଣେ ବିଶେଷଜ୍ଞ ଦଳ ଥାଆନ୍ତି । ତାସହ ସ୍ଥାନୀୟ ଜୋନିଂ ନିୟମାବଳୀ ପାଳନ କରିବା ,ଉପଯୁକ୍ତ ଟିକସ ଦେବା ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ନିୟମାବଳୀ ଅନୁସରଣ କରିବା ।

୬ଟି ଭିନ୍ନ ଭିନ୍ନ ପ୍ରକାରର ରିୟଲ୍ ଇଷ୍ଟେଟ୍ ରହିଛି 

ବାଣିଜ୍ୟକ ରିୟଲ୍ ଇଷ୍ଟେଟ୍ ,ଆବାସିକ ରିୟଲ୍ ଇଷ୍ଟେଟ୍‌,ଜମି,ବହୁମୁଖୀ ଗୃହ,ନିର୍ମାଣ ଏବଂ ଖୁଚୁରା । ବାଣିଜ୍ୟିକ ରିୟଲ୍ ଇଷ୍ଟେଟ୍ ହେଉଛି ରିୟଲ୍ ଇଷ୍ଟେଟ୍ ର ସବୁଠାରୁ ସାଧାରଣ ପ୍ରକାର । ଏଥିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ସମ୍ପତ୍ତି ଅନ୍ତର୍ଭୁକ୍ତ,ଯେପରିକି ଅଫିସ୍ କୋଠା,ଷ୍ଟୋର୍ ଏବଂ କାରଖାନା । ଆବାସିକ ରିୟଲ୍ ଇଷ୍ଟେଟ୍ ସମ୍ପତ୍ତି ଅନ୍ତର୍ଭୁକ୍ତ କରେ ଯାହା ଲୋକଙ୍କୁ ଘର କରିବା ପାଇଁ ବ୍ୟବହୃତ ହୁଏ । ଏଥିରେ ଆପାର୍ଟମେଣ୍ଟ ,କଣ୍ଡୋ ଏବଂ ଘର ଅନ୍ତର୍ଭୁକ୍ତ । ଜମି ହେଉଛି ସବୁଠାରୁ ମୂଲ୍ୟବାନ ପ୍ରକାରର ରିୟଲ୍ ଇଷ୍ଟେଟ୍ । ମଲ୍ଟିଫ୍ୟାମିଲି ହାଉସିଂ ହେଉଛି ଏକ ପ୍ରକାରର ରିୟଲ୍ ଇଷ୍ଟେଟ୍ ଯାହା ଅନେକ ୟୁନିଟ୍ କୁ ଗୋଟିଏ ବିଲଡିଙ୍ଗ୍ ରେ ମିଶାଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )