Tuesday 16th April 2024
ବିଚିତ୍ର କମ୍ପାନୀର ବିଚିତ୍ର ନିୟମ –ଚାକିରି ଛାଡିଲେ ବଢେ ଦରମା

ବିଚିତ୍ର କମ୍ପାନୀର ବିଚିତ୍ର ନିୟମ –ଚାକିରି ଛାଡିଲେ ବଢେ ଦରମା

ଚାକିରୀ କରିବା ଓ କମ୍ପାନିରେ ଯୋଗ ଜଣେ କାହିଁକି ଦିଏ ? ନିଶ୍ଚିତ ରୂପେ ଦରମା ପାଇଁ । ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ । ତେଣୁ ଜଣେ ବ୍ୟକ୍ତିର ଟ୍ୟାଲେଣ୍ଟ ଅନୁସାରେ ସେ ତା କର୍ମ କ୍ଷେତ୍ରରେ ନିଜକୁ ସାବ୍ୟସ୍ତ କରେ ଓ ତାର କମ୍ପାନୀ ପାଇଁ ସୁନାମ ଆଣେ । ହେଲେ ବେଶି ଭଲ କାମ କଲେ ପ୍ରମୋସନ ବି ମିଳେ । କିନ୍ତୁ ଥରେ ଚିନ୍ତା କଲେ,ପ୍ରମୋସନ ପାଇଁ ଆଜିର ସମୟରେ ଚାକିରୀ କରୁଥିବା ସବୁଲୋକ ଚାହାନ୍ତି । ସାଧାରଣତଃ କୌଣସି କମ୍ପାନିରେ ଯୋଗ ଦେବା ପରେ କିଛି ମାସ ନଚେତ୍ କିଛି ବର୍ଷ ମଧ୍ୟରେ କର୍ମଚାରୀଙ୍କ ଦରମା ବୃଦ୍ଧି ପାଏ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ କମ୍ପାନୀ ଅଛି ଯେଉଁଠି ଲୋକ କାମ କଲେ ତାଙ୍କୁ ପ୍ରମୋସନ ମିଳେନି ବରଂ କାମ ଛାଡିଲେ ପ୍ରମୋସନ ମିଳେ । ଆମେରିକାର ଏକ କମ୍ପାନୀରେ କର୍ମଚାରୀ ଚାକିରି ଛାଡିଲେ ସେମାନଙ୍କ ବେତନ ବଢୁଛି । ଏହା ଅବିଶ୍ୱାସ ଲାଗିଲେ ମଧ୍ୟ ଏହା ସତ ଘଟଣା । ଆମେରିକାର ଇଣ୍ଡଷ୍ଟ୍ରିଆଲ ମାର୍କେଟିଂ ଏଜେନ୍ସି ‘ଗରିଲା’ । ତାର କର୍ମଚାରୀଙ୍କ ପାଇଁ ଏହି ନୂଆ ନିୟମ ଆଣିଛି । ନିୟମ ଅନୁସାରେ ଚାକିରୀ ଛାଡୁଥିବା କର୍ମଚାରୀଙ୍କର କମ୍ପାନୀ ୧୦ ପ୍ରତିଶତ ଦରମା ବଢାଉଛି ।


ଅବଶ୍ୟ କମ୍ପାନୀ ଏବେ ଏ ପ୍ରକାରର ନିୟମ ଯୋଗୁଁ ଚର୍ଚ୍ଚାରେ ଅଛି । ‘ଗରିଲା’ ପ୍ରତିଷ୍ଠାତା ଜନ୍ ଫ୍ରାଙ୍କୋଙ୍କ କହିବା ଅନୁଯାୟୀ,କର୍ମଚାରୀ ଯେତେବେଳେ ଚାକିରି ଛାଡିବା କଥା କମ୍ପାନିକୁ ଜଣାନ୍ତି ଏବଂ ନୂଆ ଚାକିରି ସନ୍ଧାନରେ ଥିବା କହନ୍ତି,ସମ୍ପୃକ୍ତ କର୍ମଚାରୀଙ୍କୁ କମ୍ପାନି ଛାଡିବାର ୬ ସପ୍ତାହ ପୂର୍ବରୁ ୧୦ପ୍ରତିଶତ ଦରମା ବୃଦ୍ଧି କରାଯାଇ ଦିଆଯାଏ । ତେବେ ଏହାଦ୍ୱାରା କର୍ମଚାରୀଙ୍କ ପ୍ରତି କମ୍ପାନିର କୌଣସି ଆକ୍ରୋଶମୂଳକ ମନୋଭାବ ନାହିଁ,ବରଂ ଏହାଦ୍ୱାରା କର୍ମଚାରୀଙ୍କୁ ନୂଆ କିଛି କରିବାକୁ ଉତ୍ସାହିତ କରିଥାଏ ।’ ତେବେ ସମସ୍ତେ ଭାବୁଥିବେ ,ଏହି ଦରମା ବଢିବା ପରେ ନିଶ୍ଚିତ କମ୍ପାନୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବ । ହେଲେ ନାଇ ,କମ୍ପାନୀ କାହାକୁ ବି ବାଧ୍ୟବାଧକତାରେ କାମ କରାଏ ନାହିଁ । ଆଉ ଏହିଭଳି ନିୟମ ଯୋଗୁଁ ଅଧିକରୁ ଅଧିକ ଲୋକ ନିଜ ଚାକିରୀ ଛାଡିବା କଥା ଚିନ୍ତା ବି କରନ୍ତି ନାହିଁ । ହେଲେ ଆପଣଙ୍କୁ କଣ ଲାଗୁଛି ସବୁ ସ୍ଥାନରେ ଏହିଭଳି ନିୟମ ହେବା ଉଚିତ୍ କି ନାହିଁ ?

CATEGORIES
TAGS
Share This

COMMENTS

Wordpress (0)
Disqus ( )