Saturday 27th April 2024
“ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧିନତା ଦେବି” କାହିଁକି ଏମିତି କହିଥିଲେ ନେତାଜୀ ?

“ମୋତେ ରକ୍ତ ଦିଅ,ମୁଁ ତୁମକୁ ସ୍ୱାଧିନତା ଦେବି” କାହିଁକି ଏମିତି କହିଥିଲେ ନେତାଜୀ ?

ସୁବାଷ ବୋଷ୍ ଯାହାଙ୍କ ନାଁ ଶୁଣିଲେ ମନରେ ଏକ ଅଦମ୍ୟ ଉସôାହ ଜାଗ୍ରତ ହୁଏ । ଜୀବନରେ କିଛି କରି ଦେଖାଇବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ନାଁ ହିଁ ପ୍ରେରଣା । ଦେଶପ୍ରେମ ଓ ମାଟି ମା ପ୍ରତି ଥିବା ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଗାଥା ଭିତରୁ ସୁବାଷଙ୍କ ନାଁ ବୋଧହୁଏ ସବୁବେଳେ ଆଗରେ ଆସେ । ଏହି ମହାନ ବ୍ୟକ୍ତିଙ୍କ ମହାନତାର କଳନା ହିଁ ନାହିଁ । ନିଶ୍ୱାର୍ସ ପ୍ରେମ ଯଦି ଦେଶ ପାଇଁ ଅଛି ତାହାଲେ ବଳିଷ୍ଠ ନେତୃତ୍ୱ ନିଅ ବୋଲି ତାଙ୍କର ମନ୍ତବ୍ୟ ରହୁଥିଲା । ଆପଣମାନଙ୍କର ନିଶ୍ଚୟ ମନେଥିବ ସୁବାଷ ଚନ୍ଦ୍ର ବୋଷ୍ ଙ୍କ ସେହି ରକ୍ତ ଗରମ କରାଇଦେବା ଭଳି ଭାଷଣ । କିନ୍ତୁ କଣ ଆପଣ ଜାଣିଛନ୍ତି ସେହି ଭାଷଣରେ ସୁବାଷ ଏମିତି କଣ କହିଥିଲେ ଯେ ଯାହା ପାଇଁ ସାରା ଭାରତୀୟଙ୍କ ମନରେ ଦେଶପ୍ରେମ ଜାଗ୍ରତ ହୋଇଥିଲା । ଚାଲନ୍ତୁ ସେହି କାହାଣୀ ବିଷୟରେ ଜାଣିବା ।

୧୯୮୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ଜିଲ୍ଲା ଓଡିଆ ବଜାର ଠାରେ ତାଙ୍କର ଜନ୍ମ ହୋଇଥିଲା । ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଠାରୁ ଏହି ଦିନରେ ଜନ୍ମଗ୍ରହଣ କରିଥିଲେ ସୁଭାଷ । ତାଙ୍କ ପିତା ବୃତ୍ତିରେ ଜଣେ ଆଇନଜୀବୀ ଥିଲେ । ବାପାଙ୍କ ବାଧ୍ୟବାଧକତାରେ ସୁବାଷ ଗଲେ ବିଲାତ ଆଉ ୧୯୨୧ ମସିହାରେ ଆଇ.ସି.ଏସ ପରୀକ୍ଷାରେ ୪ର୍ଥ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୯୨୧ ମସିହାରେ ଭାରତରେ ଘଟିଥିବା ଜାଲିୱାନାବାଗ ହତ୍ୟାକାଣ୍ଡ ଫଳରେ ସୁଭାଷ ଅଧାରୁ ଆଇ.ସି.ଏସ୍ ପଶିକ୍ଷଣ ଛାଡି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଭାରତ ଆସି ଦେଶବନ୍ଧୁ ଚିତ୍ତରଂଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ପରେ ୧୯୨୪ ମସିହାରେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୩୦ ମସିହା ଆଇନ ଅମାନ୍ୟ ଆନେ୍ଦାଳନ ବେଳେ ନେତାଜୀଙ୍କ ଗିରଫ କରାଯାଇଥିବା ବେଳେ ପରେ ୧୯୩୧ ମସିହାରେ ଗାନ୍ଧୀ-ଇରଓିନ୍ ଚୁକ୍ତି ପରେ ତାଙ୍କୁ ଜେଲ୍ରୁ ମୁକ୍ତ କରାଯାଇଥିଲା । ଅହିଂସା ନୀତିରେ ବିଶ୍ୱାସ କରୁଥିବା ନେତାଜୀ ଭାରତକୁ ଇଂରେଜ କବଳରୁ ମୁକ୍ତ କରିବା ଲାଗି ନାଜି ଶାସକ ହିଟଲରଙ୍କୁ ସାହାର୍ଯ୍ୟ ମାଗିଥିଲେ । ବର୍ଲିନ ଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କରିବା ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ମଧ୍ୟ ଗଠନ କରିଥିଲେ । ସେହି ସମୟରେ ସୁଦୂର ବର୍ଲିନରୁ ଆଜାଦ୍ ହିନ୍ଦ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ଏକ ଆହ୍ୱାନ ଦେଇଥିଲେ ।

”ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ।” ଏହି ଉକ୍ତିଟି କହି ନେତାଜୀ ଇଂରେଜମାନଙ୍କ ବିରୋଧରେ ଭାରତବାସିଙ୍କୁ ଏକଜୁଟ୍ କରିପାରିଥିଲେ । ତାଙ୍କର ବିଚାରଧାରା ଅନୁସାରେ ଅହିଂସା ହିଁ ପରମ ଧର୍ମ କିନ୍ତୁ ନିଜ ମାଟି ମା ର ସୁରକ୍ଷା ମଧ୍ୟ ଏ ଭୂମିର ପ୍ରତ୍ୟେକ ସନ୍ତାନଙ୍କର ପରମ ଧର୍ମ । ଆଉ ସେହି ଧର୍ମକୁ ପୁରା କରିବା ପାଇଁ ହିଂସା କରିବା ଭୁଲ୍ ନୁହେଁ । ନିଜର ସ୍ୱାଭିମାନର ରକ୍ଷା କରିବା ପାଇଁ ହିଂସା କରିବା ଭୁଲ୍ ନୁହେଁ । ତେଣୁକରି ଏହି କଥା ସେବେଠାରୁ ଆଜିଯାଏଁ ଲୋକଙ୍କ ମନରେ ଛାପି ହୋଇରହିଛି

CATEGORIES
TAGS
Share This

COMMENTS

Wordpress (0)
Disqus ( )