Tuesday 9th December 2025
ଡାଇବେଟିକ୍ସ ରୋଗୀ ଖାଆନ୍ତୁ ଏହି ଫଳ ହେବନି ହୃଦଘାତ

ଡାଇବେଟିକ୍ସ ରୋଗୀ ଖାଆନ୍ତୁ ଏହି ଫଳ ହେବନି ହୃଦଘାତ

ବିଶ୍ୱରେ ବଢ଼ୁଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ମଧୁମେହ ବା ଡାଇବେଟିକ୍ସ ରୋଗ ଅନ୍ୟତମ । ଉଚ୍ଚ ଶର୍କରା ସ୍ତର ଶରୀର ପାଇଁ ବିଭିନ୍ନ ପ୍ରକାରର କ୍ଷତି କରୁଥିବା ଜଣା ପଡିଛି। ଯାହାକି କିଡନୀ, ଶୀର, ଆଖି, ଯକୃତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଇଁ ଖରାପ ହୋଇଥାଏ । ଏହି କାରଣରୁ ସ୍ୱ୍ୟାସ୍ଥ୍ୟ ବିଶେଷଜ୍ଞମାନେ ସମସ୍ତ ଲୋକଙ୍କୁ ଅଳ୍ପ ବୟସରୁ ଡାଇବେଟିକ୍ସକୁ ରୋକିବା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥାନ୍ତି। କିଛି ପରୀକ୍ଷଣରୁ ଜଣାପଡିଛି ଯେ କେତେକ ଫଳ ଖାଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ, ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ଏହା ସହାୟକ ହୋଇଥାଏ। ତେବେ ଏହି ଫଳଟି ହେଉଛି ପିଜୁଳି ଯାହାକି ଡାଇବେଟିକ୍ସ ହେଲେ ଏହା ଶର୍କରାର ସ୍ତରକୁ ନିୟନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ଅଧିକ କିଛି ଜାଣିବା । 

ପିଜୁଳି ହିଁ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ:

  • ଡାଇବେଟିକ୍ସ ରୋଗୀଙ୍କୁ ସହାୟକ ହୋଇପାରେ ପିଜୁଳି ।
  • ପିଜୁଳି ଏକ ଏପରି ଫଳ ଯାହା ଶୀତ ଦିନେ ପ୍ରଚୁର ପରିମାଣର ମିଳିଥାଏ ।
  • ପିଜୁଳିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍-ସି, ପୋଟାସିୟମ୍ ଏବଂ ଫାଇବର ମଧ୍ୟ ଭରପୂର ଥାଏ ।
  • ଏହା ରକ୍ତରେ ଶର୍କରା ସ୍ତରକୁ ଉନ୍ନତ କରିପାରିବ।
  • ପିଜୁଳି ବ୍ୟତୀତ ଏହାର ପତ୍ରକୁ ଚାହା କରି ପିଇବା ଦ୍ୱରା ମଧ୍ୟ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ ।
  • ଇନସୁଲିନ୍ ନେଉଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ ।
  • ପିଜୁଳି ପତ୍ରରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ , ଭିଟାମିନ୍ ପୋଟାସିୟମ୍ ଏବଂ ଦ୍ରବଣୀୟ ଫାଇବର ଥାଏ ।
  • ପିଜୁଳି ହୃଦରୋଗ, ହଜମ ପ୍ରକ୍ରିୟାକୁ ଠିକ୍ ରଖିବା ଏବଂ ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି କରିବାରେ ସାହାଯ୍ୟ କରିଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )