Friday 19th April 2024
ରାମାୟଣର ହେବ ପୁନରାବୃତ୍ତି ,ପୁଣି ରାମ ଓ ସୀତାଙ୍କୁ ଏକାଠି ଦେଖିବେ ଦର୍ଶକ

ରାମାୟଣର ହେବ ପୁନରାବୃତ୍ତି ,ପୁଣି ରାମ ଓ ସୀତାଙ୍କୁ ଏକାଠି ଦେଖିବେ ଦର୍ଶକ

ଆପଣମାନଙ୍କୁ ରାମାୟଣ କଥା ମନେଥିବ । ହଁ ଆମ ପୁରାଣକୁ ନେଇ ୯୦ ଦଶକରେ ନିର୍ମିତ ହେଉଥିବା ଟିଭି ଧାରାବାହିକ ରାମାୟଣ । ସେହି ଧାରବାହିକରେ ଥିବା ସମସ୍ତ ଚରିତ୍ର ବି ହୁଏତ ଆପଣମାନଙ୍କୁ ଆଜି ବି ମନେଥିବ । ରାମଚନ୍ଦ୍ର,ସୀତା,ହନୁମାନ ଆଦି ସମସ୍ତ ଚରିତ୍ରରେ ଅଭିନୟ କରିଥିବା କଳାକାର ଆମ ଭାରତର ଘରେ ଘରେ ଖ୍ୟାତି ଅର୍ଜନ କରିଥିଲେ । ଆଉ ଆଜି ବି ରାମାୟଣ ଆମ ହିନ୍ଦୁ ପରମ୍ପରାର ଏକ ମହାନ ଗାଥା । ଏହି କାହାଣୀର ମାନ୍ୟତା ଆମ ହିନ୍ଦୁ ମାନଙ୍କ ପାଇଁ ବହୁତ ହିଁ ଅଧିକ । ତେଣୁକରି ରାମାୟଣ ଭଳି ପୁରାଣର ଗୁଣ ଗାରିମା ଯେତେବେଳେ ଯେଉଁଠି ବି ସୁଯୋଗ ମିଳେ ସେଠାରେ ପ୍ରଚାର କରୁଥାନ୍ତି ହିନ୍ଦୁ ଜନସମାଜ । ତେବେ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ପୁଣି ଥରେ ଏକାଠି ନଜର ଆସିବେ ରାମଚନ୍ଦ୍ର ଓ ଦେବୀ ସୀତା । ଖୁବଶୀଘ୍ର ଟିଭିରେ ଦୁହିଁଙ୍କୁ ଏକାଠି ଦେଖିବାର ସୁଯୋଗ ପାଇବେ ଦର୍ଶକ ।

ଆମ ସମାଜରେ ଆମ ସଂସ୍କୃତି ଓ ଆମ ଧର୍ମକୁ ପରିପ୍ରକାଶ କରି ଆଗାମୀ ପିଢିକୁ ଜଣାଇବାର ଅନେକ ଗୁଡିଏ ମାଧ୍ୟମ ରହିଛି । ଆଉ ସେ ମାଧ୍ୟମ ଭିତରୁ ସବୁଠୁ ମୁଖ୍ୟ ମାଧ୍ୟମ ହେଲା ଟିଭି । ଟିଭିରେ ଆମେ ସିରିୟଲ,ଚଳଚିତ୍ର,ଗୀତ,କାହାଣୀ ସବୁ ଦେଖିପାରୁ । ସେଥିପାଇଁ ତ ୯୦ ଦଶକରେ ଘରେ ଘରେ ଟିଭି ନଥିଲେ ବି ସେ ଯୁଗରେ ବହୁତ ଚର୍ଚ୍ଚିତ ଥିଲା ରାମାୟଣ । ହଁ ରାମାୟଣ ଦେଖିବାକୁ ସେ ସମୟରେ ପିଲାଠୁ ବୁଢା ଯାଏଁ ସମସ୍ତେ ଉତ୍ସାହିତ ରହୁଥିଲେ । ଗାଁର ଜଣଙ୍କ ଘରେ ଟିଭି ଥିଲେ ବି ଅଧିକାଂଶ ଲୋକ ସେଠାରେ ବସି ଟିଭି ଦେଖିବାର ସୁଯୋଗ ପାଉଥିଲେ । ଆଉ ସେହି ରାମାୟଣର ଛବି ଆମ ମାନଙ୍କ ମନରେ ଆଜି ବି ଛାପି ହୋଇ ରହିଛି । ରାମାୟଣରେ ରାମ ଚରିତ୍ରରେ ଅଭିନୟ କରିଥିବା ‘ଅରୁଣ ଗୋବିଲ୍’ ଙ୍କୁ ଆଜି ବି ସମାଜ ସ୍ୱୟଂ ‘ରାମଚନ୍ଦ୍ର’ ଭାବି ସମ୍ମାନ ଦିଅନ୍ତି । ସେ ସମୟରେ ବହୁତ ଭବ୍ୟ ଥିଲା ଏହି କାହାଣୀର ପରିବେଷଣ ।

ସତକୁ ସତ ଟିଭି ପରଦାରେ ଭଗବାନଙ୍କୁ ଦେଖିବାର ସୈଭାଗ୍ୟ ମିଳୁଛି ବୋଲି ଲୋକ ଚିନ୍ତା କରୁଥିଲେ । ରାମନନ୍ଦ ସାଗରର ରାମାୟଣର କ୍ରେଜ୍ ଆଜି ବି କମିନାହିଁ । ମଝିରେ ମଝିରେ ଆପଣ ମାନେ ଦେଖିଥିବେ ରାମ(ଅରୁଣ ଗୋବିଲ୍ ) ଓ ସୀତା (ଦୀପିକା ଚିଖଲିୟା)ଙ୍କୁ ଆଜି ବି ସେହି ଭଗବାନଙ୍କ ଭଳି ସମ୍ମାନ ମିଳେ । ତେବେ ଏହି ଦୁହିଁଙ୍କୁ ଦର୍ଶକ ଯେତେ ଭଲ ପାଇବା ଦେଇଛନ୍ତି ସେଥିପାଇଁ ଚଳିତ ବର୍ଷ ‘ଝଲକ’ ର ମଂଚରେ ରାମ ସୀତାଙ୍କୁ ଏକାଠି ପୁଣି ଦେଖିବାକୁ ମିଳିବ । ‘ଝଲକ ଦିଖ୍ ଲାଜା’ ୧୦ରେ ରାମ ସୀତା ଏକାଠି ନଜର ଆସିବେ । ହଁ ରାମାୟଣରେ ଏହି ଦୁହିଁଙ୍କ କ୍ୟାମେଷ୍ଟ୍ରି ଏତେ ଭଲ ଥିଲା ଯେ ଏମାନେ ଆଜି ବି ଲୋକଙ୍କ ହୃଦୟରେ ରାମସୀତା ଭଳି ପୂଜା ପାଉଛନ୍ତି ।

‘ଝଲକ ଦିଖ୍ ଲାଜା’ ତରଫରୁ ଦିପାବଳୀ ପାଇଁ ଏକ ନୂଆ ପ୍ରୋମୋ ସେୟାର କରା୍‌ଯାଇଛି । ଯେଉଁଥିରେ ଦିପାବଳୀ ପାଇଁ ଏହି ଦୁଇ କଳାକାର ମଂଚକୁ ଆସିବାର ଅଛି ବୋଲି ନଜର ଆସୁଛନ୍ତି । କେବଳ ସେତିକି ନୁହେଁ ଅଧର୍ମ ଉପରେ ଧର୍ମର ଜୟ ମଧ୍ୟ ହେଉଛି । ସେଠାରେ ରାବଣର ବଧ ମଧ୍ୟ କରିଛନ୍ତି ଅରୁଣ ଗୋବିଲ୍ । ମୋଟାମୋଟି ଭାବେ କହିବାକୁ ଗଲେ ,ରାମାୟଣକୁ ପୁର୍ନବାର ମଂଚରେ ପରିବେଷଣ କରିଦେଖାଉନ୍ତି ଏହି ଦୁଇ କଳାକାର । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରୋମୋକୁ ବହୁତ ସେୟାର କରାଯାଉଛି । ଦର୍ଶକ ପ୍ରୋମୋକୁ ଦେଖି ଯେତିକିି ଉତ୍ସାହିତ ଅଛନ୍ତି ପୁରା ଏପିସୋଡ ପାଇଁ ଆହୁରୀ ଅଧିକ ହେବେ ।

 

View this post on Instagram

 

A post shared by ColorsTV (@colorstv)

CATEGORIES
TAGS
Share This

COMMENTS

Wordpress (0)
Disqus (0 )