Thursday 25th April 2024
ପୁଣିଥରେ ହସିବେ ଦର୍ଶକ ! ଖୁବ୍ ଶୀଘ୍ର ଆସୁଛି “ଧମାଲ ୪” , ଅଜୟ ଦେବଗନ୍ କରିବେ କମାଲ୍ !

ପୁଣିଥରେ ହସିବେ ଦର୍ଶକ ! ଖୁବ୍ ଶୀଘ୍ର ଆସୁଛି “ଧମାଲ ୪” , ଅଜୟ ଦେବଗନ୍ କରିବେ କମାଲ୍ !

ଧମାଲ୍ ନାଁ ଟି ଯେମିତି , ଫିଲ୍ମଟି ମଧ୍ୟ ସେମିତି । ଅନେକ ପ୍ରକାର ର କମେଡି ଫିଲ୍ମ ଅଛି । କିନ୍ତୁ “ଧମାଲ” ପରି ଫିଲ୍ମ ବହୁତ କମ୍ । ଏହି ଫିଲ୍ମ ଟି ପ୍ରଥମେ ୨୦୦୭ ମସିହାରେ ରିଲିଜ୍ ହୋଇଥିଲା । ତାପରେ ଖାଲି କମାଲ୍ କରିଚାଲିଛି ଏହି ଫିଲ୍ମ ର ସ୍ୱିକେଲ୍ । ଗୋଟିଏ ପରେ ଗୋଟିଏ ହିଟ୍ ସାବ୍ୟସ୍ତ ହୋଇଛି । ୨୦୦୭ ମସିହାରେ ଆସିଥିଲା ” ଧମାଲ୍ ” , ଯାହାକି ବକ୍ସ ଅଫିସ୍ ରେ ହିଟ୍ ସାବ୍ୟସ୍ତ ହୋଇଥିଲା । ତାପରେ ଦର୍ଶକ ମାନଙ୍କର ଚାହିଦା ଦେଖି ୨୦୧୧ ମସିହାରେ ଆସିଥିଲା “ ଡବଲ୍ ଧମାଲ୍ ” । ଫିଲ୍ମ ହଲ୍ ରେ ହସି ହସି ଗଡିଯାଇଥିଲେ ଦର୍ଶକ । ବକ୍ସ ଅଫିସ୍ ରେ ଭଲ କଲେକସନ୍ ମଧ୍ୟ କରିଥିଲା ଏହି ଫିଲ୍ମ । ଫିଲ୍ମର ଚରିତ୍ର ଗୁଡିକର ଅଭିନୟ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ତେଣୁ ଫିଲ୍ମ ନିର୍ମାତା ମାନେ ପୁଣି ଏହାର ତୃତୀୟ ସ୍ୱିକ୍ୱେଲ୍ ନିର୍ମାଣ କରିବା ପାଇଁ ମନବଳାଇଥିଲେ । ତାପରେ ଆସିଥିଲା ୨୦୧୯ ମସିହାରେ “ଟୋଟାଲ୍ ଧମାଲ୍ ” । “ଟୋଟାଲ୍ ଧମାଲ୍ ” ଫିଲ୍ମଟି ଅଳ୍ପ କିଛି ଦିନ ମଧ୍ୟରେ ୨୦୦ କୋଟି ଅତିକ୍ରମ କରିଥିଲା । ଓ୍ୱାଲଡ୍ ଓ୍ୱାଇଡ୍ କଲେକସନ୍ ସମସ୍ତଙ୍କୁ ଚକିତ କରିଥିଲା । ତେବେ ବର୍ତ୍ତମାନ ପୁଣିଥରେ ହସିବେ ଦର୍ଶକ । କାରଣ ଖୁବ୍ ଶୀଘ୍ର ଆସୁଛି ” ଧମାଲ୍ ୪ ” । ” ଧମାଲ ୪” ରେ  ଅଜୟ ଦେବଗନ୍ ଅଭିନୟ କରିବେ ବୋଲି ଗୁପ୍ତସୂତ୍ର ରୁ ପ୍ରକାଶ ପାଇଛି । କିଛି ଗଣମାଧ୍ୟମ ଏନେଇ ଖବର ପ୍ରସାରଣ ମଧ୍ୟ କରିଛନ୍ତି । ବଲିଉଡ୍ ଗସିପ୍ ରେ ମଧ୍ୟ ଏହା ବିଷୟରେ ବିଭିନ୍ନ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ।

 ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍‌ ଧମାଲ୍‌’ ଏକ ମଲ୍‌ଟି ଷ୍ଟାର୍‌ର ଫିଲ୍ମ । ଏହି ସିନେମାରେ ଅନୀଲ କପୁର, ଅଜୟ ଦେବଗନ୍‌, ଅରସାଦ୍‌ ଓ୍ଵାରସୀ, ରିତେଶ ଦେଶମୁଖ୍‌, ଜନି ଲିଭର୍‌, ମାଧୁରୀ ଦୀକ୍ଷିତ, ବୋମନ୍‌ ଇରାନୀ ଓ ସଂଜୟ ମିଶ୍ରା ପ୍ରମୁଖ ଅଭିନୟ କରିଛନ୍ତିି। ଇନ୍ଦ୍ର କୁମାର ଏବଂ ଅଜୟ ଦେବଗନ୍‌ ଏହାର ପ୍ରଯୋଜକ । ଅନିଲ୍ କପୁର ଏବଂ ମାଧୁରୀଙ୍କୁ ପୁଣିଥରେ ଦେଖିବାକୁ ମିଳିବ ବୋଲି ଅନେକ ଗଣମାଧ୍ୟମ ଖବର ପ୍ରସାରଣ କରିଛନ୍ତି । 

ଏବେ ଏହି ଚତୁର୍ଥ ଫିଲ୍ମକୁ ନେଇ ସବୁଆଡେ ଚର୍ଚ୍ଚା । କାରଣ ଗୋଲମାଲ୍ ପରେ ବର୍ତ୍ତମାନ ଆଉ କୌଣସି କମେଡି ଫିଲ୍ମ ରିଲିଜ୍ ହୋଇନାହିଁ । ଯଦିବି ରିଲିଜ୍ ହୋଇଛି, ତେବେ ମଲ୍‌ଟି ଷ୍ଟାର୍‌ର କମେଡି ଫିଲ୍ମ ନାହିଁ । ନିକଟରେ ଏହି ଫିଲ୍ମର ନିର୍ଦ୍ଦେଶକ ଇନ୍ଦ୍ର କୁମାର , ଅଜୟ ଦେବଗନ୍ ଙ୍କ ସହ ” ଧମାଲ ୪” ନେଇ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏବେ ଏହାର କାହାଣୀ ଲେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ମୁତାବକ ଏହି ଫିଲ୍ମଟି ଚଳିତବର୍ଷ ଶେଷ ଆଡକୁ କିମ୍ବା ୨୦୨୪ ମସିହାର ଆରମ୍ଭରେ ମୁକ୍ତିଲାଭ କରିପାରେ । ଚତୁର୍ଥ ଥର ପାଇଁ ଇନ୍ଦ୍ର କୁମାର ଓ ଅଜୟ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଏହି ଯୋଡି ‘ଇସ୍କ‘ , ‘ମସ୍ତି‘ , ‘ଟୋଟାଲ୍ ଧମାଲ୍‘ ଓ ‘ଥ୍ୟାଙ୍କ୍ ଗଡ୍‘ ରେ ଏକାଠି କାମ କରିଥିଲେ । ତେବେ ଏହି ଫିଲ୍ମ ର ଟ୍ରେଲର ର ରିଲିଜ୍ କୁ ଅପେକ୍ଷା ରହିଲା । ଟ୍ରେଲର ଆସିଲେ କାଷ୍ଟିଂ ଏବଂ ପ୍ରଡକସନ୍ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ । ଟ୍ରେଲର ଆସିଲେ ଏହି ଫିଲ୍ମ ର ଷ୍ଟୋରି ଲାଇନ୍ ବିଷୟରେ ଜଣାପଡିବ । ଫିଲ୍ମ ର କଲେକସନ୍ ବିଷୟରେ ଦର୍ଶକ ମାନଙ୍କର ମତାମତ କହିବ । “ଧମାଲ ୪” ରେ ଅଜୟ ଦେବଗନ୍ କଣ କମାଲ୍ କରିବେ ସେଥିପାଇଁ ଅପେକ୍ଷା ରହିଲା ।

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )