Monday 18th March 2024
ଗାନ୍ଧି ଓ ଗୋଡସେ ;ଗୋଡସେଙ୍କର ଅନ୍ତିମ ବୟାନ ଶୁଣିଲେ ଆପଣଙ୍କ ଛାତିଥରି ଉଠିବ

ଗାନ୍ଧି ଓ ଗୋଡସେ ;ଗୋଡସେଙ୍କର ଅନ୍ତିମ ବୟାନ ଶୁଣିଲେ ଆପଣଙ୍କ ଛାତିଥରି ଉଠିବ

ଦେଶର ରାଷ୍ଟ୍ରପିତା ତଥା ଅହିଂସାର ପୂଜାରୀ କୁହାଯାଉଥିବା ମହାତ୍ମା ଗାନ୍ଧୀଙ୍କର ଆହି ମହାପରାୟଣ ଦିବସ । ଆଜିର ଦିନରେ ତାଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ନାଥୁରାମ୍ ଗୋଡସେଙ୍କୁ ବି ସାରା ଦୁନିଆ ଜାଣିଲା । ଗାନ୍ଧିଜୀଙ୍କ ପଛରେ ମହାତ୍ମା ଯୋଡି ଭାରତର ଅଗଣିତ ଦେଶବାସୀ ତାଙ୍କୁ ଭଗବାନ ଭଳି ପୂଜା କରୁଥିଲେ । ଆଉ ତାଙ୍କ ଅକାରଣ ମୃତ୍ୟୁ ସମସ୍ତଙ୍କୁ ମର୍ମାହିତ କରିଦେଇଥିଲା । ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା । ଆଉ ସେବେଠାରୁ ୩୦ ଜାନୁଆରୀ ଦିନକୁ ସହିଦ ଦିବସ ଭାବେ ସାରା ଭାରତ ବର୍ଷରେ ପାଳନ କରାଗଲା । କିନ୍ତୁ ଗାନ୍ଧୀଙ୍କ ଭଳି ମହାନ ଲୋକଙ୍କୁ ମାରିଥିବା ନାଥୁରାମ ଗୋଡସେଙ୍କ ବିଷୟରେ ଆଜି ବି ଏହି ଭାରତରେ ଖୁବ୍ କମ୍ ଲୋକ ଜାଣିଥିବେ । ହଁ ଜଣେ ହତ୍ୟାକାରୀଙ୍କୁ ବା କିଏ କାହିଁକି ମନେରଖିବ । ହେଲେ ପ୍ରତି ଅପରାଧୀ ଏହିଭଳି କାଣ୍ଡ କରିସାରିବା ପରେ ଘଟଣାସ୍ଥଳରୁ ଖସିପଳାନ୍ତି । କିନ୍ତୁ ନାଥୁରାମ ମହାତ୍ମାଗାନ୍ଧିଙ୍କୁ ହତ୍ୟାକରି ସେହିଠାରେ ଗର୍ବର ସହ ଆତ୍ମସମର୍ପଣ କରିଥିଲେ । କିନ୍ତୁ କାହିଁକି ? ତାଙ୍କୁ ଯେତେବେଳେ ଅଦାଲତ ସାମ୍ନାରେ ନିଜର ପକ୍ଷ ରଖିବାକୁ କୁହାଗଲା ସେତେବେଳେ ବି ସେ ଏମିତି କିଛି କହିଦେଇଥିଲେ ଯାହା ସମସ୍ତଙ୍କୁ ଅବାକ୍ କରିଦେଇଥିଲା । କଣ ଥିଲା ସେ କଥା ଓ କାହିଁକି ନାଥୁରାମ୍ ଗାନ୍ଧିଙ୍କ ହତ୍ୟାକାରୀ ପାଲଟିଗଲେ ଚାଲନ୍ତୁ ଜାଣିବା ଆଜିର ସ୍ପେସାଲ୍ ରିପୋର୍ଟରେ ।

ନାଥୁରାମ ନିଜ ବୟାନରେ କହିଥିଲେ କି କର୍ତ୍ତବ୍ୟ, ସମ୍ମାନ, ଓ ଦେଶ ପ୍ରେମ ଠାରୁ ବି ଆମକୁ ଅହିଂସାର ରାସ୍ତାକୁ ଛାଡିବାକୁ ବାଧ୍ୟ କରିଦେଇଥାଏ । ଏହା ମାନେ ନାହିଁ କି କେଉଁ ଆକ୍ରମଣ ଶକ୍ତି କୁ ବିରୋଧ କରିବା ଭୁଲ୍ କିମ୍ବା ଅନ୍ୟାୟପୂର୍ଣ୍ଣ ଅଟେ ବୋଲି । ମୋ ହିସାବରେ ଶତ୍ରୁ ର ପ୍ରତିରୋଧ କରିବା କିମ୍ବା ବଳ ପ୍ରୟୋଗ କରି କାବୁ କରିବା ଏକ ଧାର୍ମିକ ଓ ନୈତିକ କର୍ତ୍ତବ୍ୟ ଅଟେ । ମୁସ୍ ଲିମ୍ ନିଜ ମନଇଚ୍ଛା କାମ କରୁଥିଲେ । କଂଗ୍ରେସ ତାଙ୍କ ଆଗରେ ଆତ୍ମସମର୍ପଣ କରିଦେଉ କି କିମ୍ବା ତାଙ୍କ ମନମାନୀ ରେ ସାଥ ଦିଅନ୍ତୁ ।

”ମହାତ୍ମା ଗାନ୍ଧୀ ଜର୍ଜ ଓ ଜୁରୀର ଭୁମିକା ଦୁହିଁଙ୍କ ପକ୍ଷରେ ଥିଲେ । ମୁସଲମାନଙ୍କୁ ଖୁସି କରିବାକୁ ଗାନ୍ଧୀ ହିନ୍ଦୀ ଭାଷାକୁ କଦର୍ଜ୍ୟ କଲେ । ତାଙ୍କର ସବୁ ନିର୍ଣ୍ଣୟ ଓ ପ୍ରୟୋଗର ମୂଲ୍ୟ ହିନ୍ଧୁ ମାନଙ୍କୁ ଦେବାକୁ ପଡିଥିଲା । ଦେଶ ଭକ୍ତି ଓ ସମାଜବାଦ ନାରା ଲଗାଉଥିବା କଂଗ୍ରେସ ବି ପାକିସ୍ଥାନ ର ବନ୍ଧୁକ ମୁନରେ ମୁଣ୍ତ ନୁଆଁଇ ଦେଇଥିଲା , ଜିନ୍ନାଙ୍କ ଆଗରେ ନିଜର ଆତ୍ମ ସମର୍ପଣ କରିଦେଇଥିଲେ ।ମୁସିଲିମ୍ ତୃଟିକରଣ ନିୟମ ସହ ଚାଲିଲେ ଭାରତ ମା ର ଭାଗ ହେଇଗଲା । ଓ ଅଗଷ୍ଟ ୧୫ ,୧୯୪୭ ପରେ ଏହି ଦେଶର ଏକ ତୃତୀୟାଂଶ ଅଂଶ ଆମେ ବିଦେଶ ଭୁମି କହିବାକୁ ମଜବୁର୍ ହେଇଗଲେ ।

ଗାନ୍ଧୀଙ୍କ ଉପଦେଶରେ କଂଗ୍ରେସର ବଡ ନେତାମାନେ ଦେଶ ବିଭାଜନ କରିଦେଲେ ଯାହାକୁ ଆମେ ଭାରତ ମା ବୋଲି ପୂଜା କରୁଛୁ , ଏହା ଦେଖିକରି ମୋ ଶରୀର କମ୍ପିବାକୁ ଲାଗିଲା । ମୁଁ ସାହସିକତା ସହ କହିବାକୁ ଚାହୁଁଛି କି ଗାନ୍ଧୀ କାମରେ ଅସଫଳ ଥିଲେ । ସେ ପ୍ରମାଣ କରିଦେଲେ କି ସେ ଭାରତର ନୁହେଁ ପାକିସ୍ଥାନର ରାଷ୍ଟ୍ରପିତା ଅଟନ୍ତି । ମୋ ଗୁଳି ସେ ବ୍ୟକ୍ତିଙ୍କ ଉପରେ ଲାଗିଛି ଯେଉଁ ନିତିଗୁଡିକ ପାଇଁ କୋଟିକୋଟି ହିନ୍ଧୁଙ୍କ ବିନାଶ ଓ ବର୍ବାଦୀ ମିଳୁଅଛି । ଏମିତି କିଛି କାନୁନୀ ପ୍ରକିୟା ନାହିଁକି କି ଯାହା ଦ୍ୱାରା ସେ ଅପରାଧୀକୁ ଦଣ୍ତ ମିଳିବ । ସେଥିପାଇଁ ମୋ ପାଇଁ କେବଳ ଅହିଂସା ବାଲା ରାସ୍ତା ହିଁ ଶେଷରେ ରହିଯାଇଥିଲା । ମୁଁ ନିଜ ପାଇଁ କ୍ଷମା ମାଗିବି ନାହିଁ । ମୁଁ ଯାହା ବି କରିଛି ମୁଁ ସେଥିପାଇଁ ଗର୍ବ କରେ । ମୁଁ ଚାହୁଁଛି କି ଯେ ପର୍ଯ୍ୟନ୍ତ ସିନ୍ଧୁ ନଦୀ ଭାରତୀୟ ତିରଙ୍ଗା ତଳୁ ବହିବ ନାହିଁ । ସେ ପର୍ଯ୍ୟନ୍ତ ମୋ ଅସ୍ଥିକୁ ବିସର୍ଜନ ନ କରାଯାଉ । ମୁଁ ସ୍ୱୀକାର କରୁଛି କି ଗାନ୍ଧୀ ବଡ ଦେଶଭକ୍ତ ଥିଲେ , ସେ ବିନା କିଛି ସ୍ୱାର୍ଥରେ ଦେଶର ସେବା କଲେ। ମୁଁ ତାଙ୍କର ଏହି କଥାକୁ ଆଦର କରୁଛି । କିନ୍ତୁ ମୁଁ କେବେ କେଉଁ ଦେଶଭକ୍ତକୁ ଦେଶ ବିଭାଜନ ଓ ସମ୍ପ୍ରଦାୟ ର ନାଁରେ ପକ୍ଷପାତ କରିବା ଦେଖିବାକୁ ଚାହୁଁନି । ଏହି କାରଣ ଥିଲା ଗାନ୍ଧୀଜୀଙ୍କୁ ହତ୍ୟା କରିବା ଛଡା ମୋ ପାଖରେ ଆଉ ଦ୍ୱିତୀୟ କିଛି ବିକଳ୍ପ ନଥିଲା ।”

ମହାତ୍ମା ଗାନ୍ଧୀ

ମହାତ୍ମାଙ୍କ ଚିନ୍ତାଧାରାରେ କାହା ପ୍ରତି ଘୃଣାଭାବ ପ୍ରଦର୍ଶନ ଆଦୌ ଉଚିତ ନୁହେଁ। ଏପରି ନକାରାତ୍ମକ ଭାବ ମନୁଷ୍ୟର ଚେତନାକୁ ନିମ୍ନଗାମୀ କରାଇଥାଏ। ସେହିପରି ଅହି˚ସାର ସେ ଥିଲେ ପକ୍ଷପାତୀ। କେବଳ ଭାରତ କାହିଁକି, ସାରା ବିଶ୍ବ ପାଇଁ ସେ ଅହିଂସାର ପ୍ରତୀକ ହୋଇ ରହିଛନ୍ତି। ତାଙ୍କ ବିଚାରଧାରା ଅହିଂସା, ସତ୍ୟାଗ୍ରହ ଓ ସ୍ବରାଜ ପରି ତିନିଟି ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ଥିଲା। ଅନେକ ବିଶ୍ବନେତା ଗାନ୍ଧୀଜୀଙ୍କ ଆଦର୍ଶକୁ ପ୍ରେରଣା ଭାବେ ପରିଗଣିତ କରନ୍ତି। ସେହିପରି ସେ ମଧ୍ୟ ନିଜ ଜୀବନକୁ ସ˚ଯମ ଅନୁଶୀଳନର ଏକ ପରୀକ୍ଷାଗାର କରିଦେଇଥିଲେ।

CATEGORIES
TAGS
Share This

COMMENTS

Wordpress (0)
Disqus ( )