Friday 26th April 2024
ଏତିକି ସମୟରେ ପହଞ୍ଚନ୍ତୁ ହସ୍ପିଟାଲରେ ବଞ୍ଚିପାରିବ ଆପଣଙ୍କ ଜୀବନ

ଏତିକି ସମୟରେ ପହଞ୍ଚନ୍ତୁ ହସ୍ପିଟାଲରେ ବଞ୍ଚିପାରିବ ଆପଣଙ୍କ ଜୀବନ

ଆଜିର ସମୟରେ, ସମୟ ଓ ପାଣିପାଗ ବଦଳିବା ସହ ଶରୀରରେ ମଧ୍ୟ ଅନେକ ପରିବର୍ତ୍ତନ ଘଟୁଛି । ଅନେକ ଲୋକ ଅନେକ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ସେହିଭଳି ଗୋଟିଏ ରୋଗ ହେଉଛି “ବ୍ରେନ୍ ଷ୍ଟ୍ରୋକ୍” । ସମୟ ବଦଳିବା ସହ ବ୍ରେନ୍ ଷ୍ଟ୍ରୋକ୍ର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗରୁ ଯେଉଁ ବ୍ୟକ୍ତି ବିଶେଷ ବଞ୍ଚିଯାଉଛନ୍ତି ସେମାନେ ପାରାଲାଇଜ୍ର ଆକ୍ରାନ୍ତ ହେଉଛନ୍ତି । କିଏ ବିଚାରଶକ୍ତି ହରାଉଛି ତ ପୁଣି କିଏ କହିବା ଶକ୍ତି ତ ଆଉ ପୁଣି କିଏ ବୁଝିବା ଶକ୍ତି । ଯାହା ଫଳରେ ରୋଗୀଟିର ଜୀବନ ଦୁର୍ବିସହ ହୋଇପଡ଼ୁଛି ।Stroke (Brain Attack): Types, Causes, Signs, Symptoms, Risk factors,  Diagnosis, Best Doctor or Hospitals for Stroke (Brain Attack) Treatment In  Delhi NCR & Ghaziabad - Yashoda Hospital

କଣ ପାଇଁ ହୁଏ ବ୍ରେନ୍ ଷ୍ଟ୍ରୋକ୍:

ସିଗାରେଟ୍, ଧୂମ୍ରପାନ ଅଭ୍ୟାସ୍, ଖାଦ୍ୟ ପାନୀୟ ଓ ଜୀବନ ଶୈଳୀରେ ଅନିୟମିତତା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିଭି ଓ ମୋବାଇଲ ଦେଖିବା ଯୋଗୁଁ ଅତ୍ୟାଧିକ ଷ୍ଟ୍ରେସ୍ କାରଣରୁ ମସ୍ତିଷ୍କକୁ ରକ୍ତ ପହଞ୍ଚାଉଥିବା ଶିରାରେ ଚର୍ବି ଜମି ଯାଇଥାଏ । ଯାହାକୁ ବ୍ଲକେଜ୍ କୁହାଯାଏ ଯାହାଫଳରେ ବ୍ରେନ୍ଷ୍ଟ୍ରୋକ୍ ହୁଏ । ଏହା ଜୀବନଶୈଳୀ ଜନିତ ରୋଗ ହୋଇଥାଏ ଯାହାକୁ ଇସ୍କିମିକ୍ ବ୍ରେନ୍ଷ୍ଟୋକ୍ କୁହାଯାଏ, ୮୫% ବ୍ରେନ୍ ଷ୍ଟ୍ରୋକ୍ ଇସ୍କିମିକ୍ ହୋଇଥାଏ । ଏକ ତଥ୍ୟରୁ ଜଣା ପଡ଼ିଛି ଏବେ ଯୁବବର୍ଗଙ୍କ ମଧ୍ୟରେ ବ୍ୟାପିଥାଏ । ଯାହାକି ୧୦ ରୁ ୧୫% ରୋଗ ହେଉଥିବା ଲୋକଙ୍କ ଆୟୁ ୪୦ବର୍ଷରୁ କମ୍ ହୋଇଥିବା ଜଣା ପଡ଼ିଛି ।Researchers found that 43% of people who have a stroke notice the same  symptoms a week earlier | Living Smart | NewsBreak Originalବ୍ରେନ୍ ଷ୍ଟୋକକୁ ନେଇ ନୋଏଡା ଫୋର୍ଟିସ୍ ହସ୍ପିଟାଲର ନୁ୍ୟରୋ ଓ ସ୍ପାଇନ ସର୍ଜରୀ ଡାଇରେକ୍ଟର ତଥା ଚଣ୍ଡିଗଡ଼ ପିଜିଆଇର ପୂର୍ବତନ କନସଲଟାଣ୍ଟ ଡା. ରାହୁଲ ଗୁପ୍ତା କୁହନ୍ତି, ବ୍ରେନ୍ ଷ୍ଟ୍ରୋକ୍ ହେବାର ତୁରନ୍ତ ବାଦ୍ ଘଣ୍ଟେ ଦୁଇ ଘଣ୍ଟା ମଧ୍ୟରେ ରୋଗୀକୁ ଯଦି କୌଣସି ହସ୍ପିଟାଲରେ ଭର୍ତ୍ତି କରିଦିଆଯାଏ ତେବେ ରୋଗୀଟିର ଜୀବନ ବଞ୍ଚିଯାଇପାରେ । ଏହା ବ୍ୟତୀତ ଯଦି ରୋଗୀ ଜଣକ ଗ୍ରାମାଞ୍ଚଳରେ ରହୁଥିବେ ତେବେ ୪ରୁ ୬ଘଣ୍ଟା ମଧ୍ୟରେ ରୋଗୀକୁ ହସ୍ପିଟାଲରେ ପହଞ୍ଚାଇପାରିଲେ ରୋଗୀର ଜୀବନ ବଞ୍ଚିପାରେ । ଏହି ସମୟକୁ ଗୋଲ୍ଡେନ୍ ଆୱାର ବୋଲି କୁହାଯାଏ, ଯଦି ଏହି ସମୟରେ ଉଚିତ୍ ଚିକିତ୍ସା କରାଯାଇ ପାରିଲା ତେବେ ରୋଗୀ ଟି ସମ୍ପୂର୍ଣ୍ଣ ସୁସ୍ଥ ହେବାର ଚାନ୍ସ ମଧ୍ୟ ବଢ଼ିଯାଇଥାଏ । ତେବେ ଡାକ୍ତର କୁହନ୍ତି ଇସ୍କିମିକ୍ ବ୍ରେନ୍ ଷ୍ଟ୍ରୋକ୍ ରୋଗୀକୁ ୪ରୁ୬ ଘଣ୍ଟା ମଧ୍ୟରେ ଗୋଟିଏ ଇଞ୍ଜେକ୍ସନ ଦିଆଯାଏ ଯାହା କି ମସ୍ତିସ୍କର ନର୍ଭସର ରକ୍ତବାହିକାରେ ଥିବା ବ୍ଲକେଜ୍ ଦୂର ହୋଇପାରେ । ଯାହା ୨ରୁ ୩ମାସର ଭଲ ଚିକିତ୍ସା ଦ୍ୱାରା ରୋଗୀଟି ସ୍ୱଭାବିକ୍ ଜୀବନ ଅତିବାହିତ କରିପାରିବ । ଏହା ବ୍ୟତୀତ ଆକୁ୍ୟଟ୍ ଇସ୍କିମିକ୍ ବ୍ରେନ୍ଷ୍ଟୋକ୍ ହୋଇଥିବା ରୋଗୀଙ୍କୁ ମେକାନିକାଲ ଥମ୍ବକ୍ଟମୀ ଦିଆଯାଏ । ଯାହା ଦ୍ୱାରା ରୋଗୀର ମସ୍ତିସ୍କକୁ ପୁଣି ରକ୍ତ ପ୍ରବାହ ଆରମ୍ଭ ହୋଇଯାଏ ଯାହାଫଳରେ ରୋଗୀ ସୁସ୍ଥ ହୋଇପାରେ।

CATEGORIES
TAGS
Share This

COMMENTS

Wordpress (0)
Disqus ( )