Tuesday 19th March 2024
୧୨ ହଜାର କର୍ମଚାରୀ ଙ୍କୁ ବାହାର କରିବ ଗୁଗଲ୍, ଜାଣନ୍ତୁ କାହିଁକି ?

୧୨ ହଜାର କର୍ମଚାରୀ ଙ୍କୁ ବାହାର କରିବ ଗୁଗଲ୍, ଜାଣନ୍ତୁ କାହିଁକି ?

ବର୍ତ୍ତମାନ ସମୟରେ ଚାକିରି ଖଣ୍ତେ ପାଇବା କେତେ କଷ୍ଟକର । ବଡ କମ୍ପାନିରେ ଚାକିରି କରିବା ସମସ୍ତଙ୍କର ସ୍ୱପ୍ନ । ଗୁଗଲ୍ କିମ୍ବା ମାଇକ୍ରୋସପ୍ଟରେ ଚାକିରି କରିବା ଭାଗ୍ୟର କଥା । ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ ସମୟରେ ବେକାରୀ ସମସ୍ୟାର ମୂଖ୍ୟ କାରଣ ପାଲିଟିଛି । ଇଣ୍ଟରନେଟ୍ ଦୁନିଆରେ ଗୁଗଲ୍ ତାର ଆଧିପତ୍ୟ ବିସ୍ତାର କରିଚାଲିଛି । ତେବେ ଏତେ ବଡ କମ୍ପାନି ଏତେ ସଂଖ୍ୟାରେ କର୍ମଚାରୀ ଛଟେଇ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 

୧୨ ହଜାର କର୍ମଚାରୀ ଙ୍କୁ ବାହାର କରିବ ଗୁଗଲ୍ । ରିପୋର୍ଟ ଅନୁଯାୟୀ ୧୨ ହଜାର କର୍ମଚାରୀ ଛଟେଇ କରିବ ଆଲଫାବେଟ୍‌ । ତେବେ ଗୁଗଲ୍ ର ମୂଳକମ୍ପାନି ହେଉଛି ଆଲଫାବେଟ୍ ।  ୬ ପ୍ରତିଶତ କର୍ମଚାରୀ ହେବେ ଛଟେଇ ।

 

ଆଲଫ‌ାବେଟ୍‌ର ସବୁ କମ୍ପାନି ଏବଂ ସବୁଦେଶ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି କମ୍ପାନିର ସିଇଓ ସୁନ୍ଦର ପିଚାଇ ଆଜି କର୍ମଚାରୀଙ୍କୁ ଦେଇଥିବା ଇ-ମେଲ୍‌ରେ କହିଛନ୍ତି । ଯେଉଁସବୁ ନିଷ୍ପତ୍ତି ଯୋଗୁ ଆଜି ଏଭଳି ସ୍ଥିତି ହୋଇଛି ସେଥିପାଇଁ ସେ ନିଜକୁ ସଂପୂର୍ଣ୍ଣ ଦାୟୀ କରିଛନ୍ତି ।

ଇ-ମେଲରେ ସିଇଓ ସୁନ୍ଦର ପିଚାଇ ଲେଖିଛନ୍ତି –

୧) ଆମେ ପୂର୍ଣ୍ଣ ବିଜ୍ଞପ୍ତି ଅବଧି (ସର୍ବନିମ୍ନ ୬୦ ଦିନ) ସମୟରେ କର୍ମଚାରୀମାନଙ୍କୁ ଦେବୁ ।

୨) ଗୁଗଲରେ ପ୍ରତ୍ୟେକ ଅତିରିକ୍ତ ବର୍ଷ ପାଇଁ ୧୬ ସପ୍ତାହ ବେତନ ଏବଂ ଦୁଇ ସପ୍ତାହ ଠାରୁ ଆରମ୍ଭ କରି ଆମେ ଏକ ପୃଥକ ପ୍ୟାକେଜ୍ ମଧ୍ୟ ପ୍ରଦାନ କରିବୁ ଏବଂ ଅତି କମରେ ୧୬ ସପ୍ତାହ ।

୩) ଆମେ ୨୦୨୨ ବୋନସ୍ ଏବଂ ଅବଶିଷ୍ଟ ଛୁଟି ସମୟ ଦେବୁ ।

୪) ଆମେ ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ ଛଅ ମାସର ସ୍ୱାସ୍ଥ୍ୟସେବା, ଜବ୍ ପ୍ଲେସ୍ ମେଣ୍ଟ ଏବଂ ଇମିଗ୍ରେସନ ସହାୟତା ପ୍ରଦାନ କରିବୁ ।

୫) ଯୁକ୍ତରାଷ୍ଟ୍ର ବାହାରେ, ଆମେ ସ୍ଥାନୀୟ ଅଭ୍ୟାସ ଅନୁଯାୟୀ କର୍ମଚାରୀମାନଙ୍କୁ ସମର୍ଥନ କରିବୁ ।

ଆମେରିକାରେ କମ୍ପାନି ଏହାର କର୍ମଚାରୀମାନଙ୍କୁ ସଂପୂର୍ଣ୍ଣ ନୋଟିସ ଅବଧି (ସର୍ବନିମ୍ନ ୬୦ ଦିନ) ପ୍ରଦାନ କରିବ । ଆମେରିକାରେ କର୍ମଚାରୀମାନେ ଏହାଦ୍ୱାରା ବହୁତ ପ୍ରଭାବିତ ହେବେ । ଉଲ୍ଲେଖଯୋଗ୍ୟ, ପ୍ରଦର୍ଶନ ଭଲ ନଥିବା ୬ ପ୍ରତିଶତ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ପୂର୍ବରୁ କମ୍ପାନି ମ୍ୟାନେଜରମାନଙ୍କୁ ଜଣାଇଥିଲା । ନିକଟରେ ମେଟା, ଆମାଜନ, ମାଇକ୍ରୋସଫ୍ଟ ଏବଂ ଟ୍ବିଟର ଭଳି କମ୍ପାନି ଛଟେଇ ଘୋଷଣା କରିଥିବାବେଳେ ଏବେ ଏଥିରେ ଗୁଗୁଲ୍‌ ସାମିଲ ହୋଇଛି । ମେଟା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୩ ପ୍ରତିଶତ ବା ପ୍ରାୟ ୧୧ ହଜାର ଜଣଙ୍କୁ ଛଟେଇ କରିବ ।

ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଏହି ସପ୍ତାହ ପୂର୍ବରୁ, ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଘୋଷଣା କରିଥିଲେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )