Saturday 27th April 2024
ଲଦାଖରେ ସବୁକିଛି ଠିକ୍ ନାହିଁ ,-40°c ରେ ଅନଶନ କରିବେ ଓ୍ୱାଙ୍ଗ୍ ଚୁକ୍

ଲଦାଖରେ ସବୁକିଛି ଠିକ୍ ନାହିଁ ,-40°c ରେ ଅନଶନ କରିବେ ଓ୍ୱାଙ୍ଗ୍ ଚୁକ୍

‘ଥ୍ରୀ ଇଡିୟଟ୍ସ’ ଫିଲ୍ମ କିଏ ବା ନଦେଖିଛି । ଆଉ ଯିଏବି ଦେଖିଛି , ସିଏ ଏହାର ଜବରଦସ୍ତ ଫ୍ୟାନ୍ ହେଇଯାଇଛି । ବିଶେଷକରି ଯୁବପୀଢି ଙ୍କର  ଫେବରାଇଟ୍ ମୁଭି ହେଉଛି ‘ଥ୍ରୀ ଇଡିୟଟ୍ସ’ । ମୁଭିରେ ଥିବା ଫୁନସୁଖ୍ ୱାଙ୍ଗଡୁକୁ କିଏ ବା ନଜାଣିଛି । ଜଣେ ବୈଜ୍ଞାନିକର ରୋମାଞ୍ଚକଭରା କାହାଣୀକୁ ନେଇ ଚାଲେ ଏହି ଫିଲ୍ମ । ଫିଲ୍ମ ହିଟ୍ ହୁଏ ଫୁନସୁଖ ୱାଙ୍ଗଡୁ ର ଚରିତ୍ରକୁ ନେଇ । ଫୁନସୁଖ୍ ୱାଙ୍ଗଡୁ ଚରିତ୍ରଟି କାଳ୍ପନିକ ନୁହେଁ ବରଂ ସତଥିଲା । ଏହା ଜଣେ ଏପରି ବ୍ୟକ୍ତିବିଶେଷ ଉପରେ ପର୍ଯ୍ୟବେଷିତ ହୋଇଥିଲା । ଯିଏକି ଶିକ୍ଷାକୁ ଏକ ନୁଆ ରୂପ ଦେଇଥିଲେ । ଏ ଚରିତ୍ର ର ପ୍ରକୃତ ନା ଥିଲା ସୋନମ ଓ୍ୱାଙ୍ଗଚୁକ୍ । ପରେ ପରେ ଏହି ଫିଲ୍ମ ର ଫୁନସୁଖ୍ ୱାଙ୍ଗଡୁ ର ସତସତିକା ଚରିତ୍ର ସୋନମ ୱାଙ୍ଗଚୁକ୍ ବେଶ୍ ଚର୍ଚ୍ଚା ସାଉଁଟିଥିଲେ । ‘ଥ୍ରୀ ଇଡିୟଟ୍ସ’ ଫିଲ୍ମଟି ଫୁନସୁଖ୍ ୱାଙ୍ଗଡୁ ଙ୍କ ଚରିତ୍ରକୁ ନେଇ ଆଧାରିତ ।

କିନ୍ତୁ ଏବେ ପୁଣି ଚର୍ଚ୍ଚାରେ ଫୁନସୁଖ୍ ୱାଙ୍ଗଡୁ ବା ସୋନମ ୱାଙ୍ଗଚୁକ୍ । କିନ୍ତୁ ଏଥର କୌଣସି ଚଳଚିତ୍ର ପାଇଁ ନୁହେଁ , ବରଂ ପୃଥିବୀ ର ଭବିଷ୍ୟତ ପାଇଁ ସେ ଏବେ ଚର୍ଚ୍ଚାରେ । ସୋନମ ୱାଙ୍ଗଚୁକ୍ ଅନଶନ କରିବେ ବୋଲି ସିଧାସଳଖ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ତେବେ ଏଭଳି କରିବା ପଛରେ କଣ ରହିଛି ସୋନମ ୱାଙ୍ଗଚୁକ୍ ଙ୍କ ପ୍ରକୃତ ଉଦ୍ଦେଶ୍ୟ, ସେ ବିଷୟରେ ଚାଲନ୍ତୁ ପୁରା ତଥ୍ୟ ଜାଣିବା ।

ସୋନମ ୱାଙ୍ଗଚୁକ୍ ଙ୍କ ଅନଶନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଲଦାଖର -40°c ରେ ଆମରଣ ଅନଶନ କରିବେ ଓ୍ୱାଙ୍ଗ୍ ଚୁକ୍ । ଲଦାଖ ର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଓ୍ୱାଙ୍ଗ୍ ଚୁକ୍ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି । ସେ ଲଦାଖର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି । ଲଦାଖର  ବିଶିଷ୍ଟ ସାମାଜିକ ସଂସ୍କାରକ ହେଲେ ସୋନମ ୱାଙ୍ଗଚୁକ୍ । ୱାଙ୍ଗଚୁକ୍ ଙ୍କ ଜୀବନ କାହାଣୀ ବଲିଉଡ ଫିଲ୍ମ ‘୩ ଇଡିଅଟ୍ସ ’  ରେ ବେଶ୍ ଚର୍ଚ୍ଚା ସାଉଁଟିଥିଲା । ୱାଙ୍ଗଚୁକ୍ ଏକ ଭିଡିଓ ତାଙ୍କ ୟୁଟୁବ ଚ୍ୟାନେଲରେ ଛାଡିଛନ୍ତି । ୱାଙ୍ଗଚୁକ୍ ଭିଡିଓ ସେୟାର କରି ଲଦାଖର ଭୟଙ୍କର ଭବିଷ୍ୟତକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ୱାଙ୍ଗଚୁକ୍ ଭିଡିଓରେ କହିଛନ୍ତି ଯେ ଲଦାଖରେ ଉଦ୍ୟୋଗକୁ ଖୋଲା ଅନୁମତି ମିଳିଛି । କିନ୍ତୁ ଏଭଳି କରିବା ଦ୍ୱାରା ଏଠାକାର ପାହାଡ଼ ନଷ୍ଟ ହୋଇଯିବ ଏବଂ ଗ୍ଲେସିୟର ତରଳି ଯିବ । ଯାହାଫଳରେ କେବଳ ଭାରତ ନୁହେଁ ବରଂ ପଡ଼ୋଶୀ ଦେଶରେ ମଧ୍ୟ ପାଣିର ଅସୁବିଧା ଦେଖାଦେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ସେ ଜାନୁଆରୀ ୨୬ ରୁ ୫ ଦିନ ପର୍ଯ୍ୟନ୍ତ ଅନଶନରେ ବସିବେ । ସେ -୪୦ ଡିଗ୍ରୀ ଥଣ୍ଡା ତାପମାତ୍ରାରେ ଏହି ଅନଶନ କରିବେ । ସେ ଭିଡିଓରେ କହିଛନ୍ତି ଯେ , ଏହି ଅନଶନରେ ତାଙ୍କ ଜୀବନ ମଧ୍ୟ ଯାଇପାରେ । କାହିଁକିନା ଏତେ ଥଣ୍ଡା ତାପମାତ୍ରାରେ ୫ ଦିନ ପର୍ଯ୍ୟନ୍ତ ଅନଶନରେ ବସିଲେ ଜୀବନ ମଧ୍ୟ ଯାଇପାରେ ।

ୱାଙ୍ଗଚୁକ୍ କହିଛନ୍ତି ଲଦାଖକୁ ଉଦ୍ୟୋଗ ଠାରୁ ସୁରକ୍ଷିତ ରଖିବା ନିହାତି ଜରୁରୀ । ଯାହାଫଳରେ ଏଠାକାର ପ୍ରକୃତି ସୁରକ୍ଷିତ ରହିବ । ସେ କହିଛନ୍ତି, ଯଦି ଲଦାଖରେ ଏହିଭଳି ବ୍ୟାପାର, ପର୍ଯ୍ୟଟନ ଏବଂ ଉଦ୍ୟୋଗୀକରଣ ବଢ଼ିବ ତେବେ ଏଠାରେ ଥିବା ସୁନ୍ଦର ପ୍ରକୃତି ର ସବୁ କିଛି ଶେଷ ହୋଇଯିବ । କାଶ୍ମୀର ୟୁନିଭର୍ସିଟିର ବର୍ତ୍ତମାନ ରିସର୍ଚ୍ଚରେ କୁହାଯାଇଛି ଯେ ଯଦି ଗ୍ଲେସିୟରର ଧ୍ୟାନ ରଖାନଯାଏ ‌ତେବେ ଦୁଇ-ତୃତୀୟାଂଶ ଗ୍ଲେସିୟର ଖୁବଶୀଘ୍ର ଶେଷ ହୋଇଯିବ । ଆଉ ତାପରେ ଆରମ୍ଭ ହେବ ଲଦାଖ୍ ର ଧ୍ୱସଂ । ଲକ୍ଷ୍ୟାଧିକ ଲୋକ ହଇରାଣ ହେବେ ଖାଦ୍ୟ , ବାସଗୃହ ଏବଂ ପରିବେଶ ପାଇିଁ । ଓ୍ୱାଙ୍ଗଚୁକ କହିଛନ୍ତି ଯେ ଗ୍ଲୋବାଲ ଓ୍ବାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ କେବଳ ଆମେରିକା ଏବଂ ୟୁରୋପ କାରଣରୁ ହେଉନାହିଁ । ଏଥିରେ ସ୍ଥାନୀୟ ସ୍ତରରେ ପ୍ରଦୂଷଣ ର ମଧ୍ୟ ବଡ଼ ଭୂମିକା ରହିଛି ।

୨୦୧୯ ଠାରୁ ବ୍ରାଜିଲ , ବଲିଭିଆ , ପାରାଗୁଏ ଏବଂ ପେରୁ ମଧ୍ୟରେ Amazon rainforest ରେ ଅଗ୍ନିକାଣ୍ଡ ବର୍ଷକୁ ବର୍ଷ ବୃଦ୍ଧି ଘଟିଛି । ବୈଜ୍ଞାନିକ ମାନଙ୍କ ମତ ଅନୁସାରେ ଜଙ୍ଗଲରେ ନିଆଁ ଲାଗିବା ର କାରଣ କେବଳ ପ୍ରାକୃତିକ ନୁହଁ । ବର୍ତ୍ତମାନ ସମୟରେ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ମଣିଷ ଦ୍ୱାରା ହେଉଥିବା ପ୍ରଦୂଷଣ ହିଁ ଜଳବାୟୁ ପରିବର୍ତ୍ତନ ର ମୁଖ୍ୟ କାରଣ ।

ବ୍ରାଜିଲର ବିସ୍ତୃତ ଆମାଜନ ଅଞ୍ଚଳରେ ୨୦୨୧ ତୁଳନାରେ ଜଙ୍ଗଲରେ ଅଧିକ ଅଗ୍ନିକାଣ୍ଡ ଘଟିଛି ବୋଲି ସରକାରୀ ଆକଳନରୁ ଜଣାପଡିଛି । ସୋନମ ଓ୍ୱାଙ୍ଗଚୁକ୍ କହିଛନ୍ତି ଯେ ଗ୍ଲୋବାଲ ଓ୍ବାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ କେବଳ ଆମେରିକା ଏବଂ ୟୁରୋପ କାରଣରୁ ହେଉନାହିଁ । ଏଥିରେ ସ୍ଥାନୀୟ ସ୍ତରରେ ପ୍ରଦୂଷଣ ମଧ୍ୟ ବଡ଼ ଭୂମିକା ରହିଛି ।

ଲଦାଖରେ ମାନବୀୟ ଗତିବିଧି କମ୍‌ ହେବା ଦରକାର । କାରଣ ଗ୍ଲେସିୟରରେ ପରିବର୍ତ୍ତନ ହେଲେ ଲଦାଖ୍ ର ଜଳବାୟୁରେ ପରିବର୍ତ୍ତନ ଆସିବ । ଯାହାକି ଗ୍ଲୋବାଲ୍ ଓ୍ୱାର୍ମିଂ ସହ ଏକ ବିପଦ ହେଇଠିଆ ହେବ । 

ସେ ପୁଣି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହିମାଳୟ କ୍ଷେତ୍ରରେ ଉଦ୍ୟୋଗୀକରଣ ଦ୍ୱାରା ହେବାକୁ ଥିବା କ୍ଷତିକୁ ରୋକିବାକୁ ଚେଷ୍ଟା କରିବା ଦରକାର ।ଏହାଦ୍ୱାରା ଲଦାଖ୍ ର ଲୋକଙ୍କ ରୋଜଗାର ଏବଂ ଜୀବିକା ବଞ୍ଚିରହିବ । ଲୋକଙ୍କୁ ମଧ୍ୟ ନିଜ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନକୁ​‌ ନେଇ ଚିନ୍ତା କରିବା ଉଚିତ୍ ବୋଲି ସେ ଭିଡିଓରେ ମତ ପ୍ରକାଶ କରିଛନ୍ତି । ଲୋକଙ୍କୁ ଏଭଳି ପ୍ରୟାସ କରିବା ଦରକାର ଯେପରି ପ୍ରକୃତି ଆଗାମୀ ପିଢ଼ୀ ପାଇଁ ସୁରକ୍ଷିତ ରହିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ରାଜପଥ ଏବଂ ମାନବ କାର୍ଯ୍ୟକଳାପ ଦ୍ୱାରା ଘେରି ରହିଥିବା ଗ୍ଲାସିୟର ଦ୍ରୁତ ଗତିରେ ତରଳି ଯାଉଛି । ତେଣୁ ସରକାର ଏଥିପ୍ରତି ଧ୍ୟାନ ଆକର୍ଷଣ କରନ୍ତୁ ।

ସାମରିକ ଦୃଷ୍ଟିକୋଣରୁ ଲଦାଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାର୍ଗିଲ ଏବଂ ଅନ୍ୟାନ୍ୟ ବିବାଦରେ ମଧ୍ୟ ଜଡିତ ଥିଲା । ଲଦାଖର ଲୋକମାନଙ୍କ ଭାରତୀୟ ସେନା ପ୍ରତି ଅନେକ ଅବଦାନ ରହିଛି ବୋଲି କହିଛନ୍ତି ସୋନମ ୱାଙ୍ଗଚୁକ୍ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )