Thursday 18th April 2024
ଇଣ୍ଟରଭ୍ୟୁ ଏବଂ ଚାକିରୀ ପାଇଁ ଚିନ୍ତାରେ ଅଛନ୍ତି କି ? ଇଣ୍ଟରଭ୍ୟୁରେ ପଚରାଯାଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡିକ ଜାଣିରଖନ୍ତୁ !

ଇଣ୍ଟରଭ୍ୟୁ ଏବଂ ଚାକିରୀ ପାଇଁ ଚିନ୍ତାରେ ଅଛନ୍ତି କି ? ଇଣ୍ଟରଭ୍ୟୁରେ ପଚରାଯାଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଗୁଡିକ ଜାଣିରଖନ୍ତୁ !

ପାଠ ପଢୁଥିବା ଏବଂ ପାଠ ପଢିସାରିଥିବା ପ୍ରତ୍ୟେକଟି ଛାତ୍ରଛାତ୍ରୀ  ଙ୍କ ପାଇଁ କ୍ୟାରିୟର ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାହିଁକିନା କ୍ୟାରିୟର ନିଯୁକ୍ତି ଦିଏ । କ୍ୟାରିୟର ଶବ୍ଦଟି କେବଳ ପରୀକ୍ଷା ର ନମ୍ବର କିମ୍ବା ସାର୍ଟିଫିକେଟ୍ ସହ ସଂପୃକ୍ତ ନୁହଁ  ବରଂ ଏହା ରୋଜଗାର ଏବଂ ଚାକିରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭଲ କ୍ୟାରିୟର ପାଇଁ ପରୀକ୍ଷାର ନମ୍ବର ସହ ଆପଣଙ୍କ ଦକ୍ଷତା ବା ସ୍କିଲ୍ ର ମଧ୍ୟ ଆବଶ୍ୟକତା ଅଛି । ଚାକିରୀ କ୍ଷେତ୍ରରେ ଭଲ କ୍ୟାରିୟର ସହ ଭଲ ଅଭିଜ୍ଞତାର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ର ଯେକୌଣସି ଭଲ କମ୍ପାନୀରେ ଅଭିଜ୍ଞତା ଥିବ ତେବେ ଆପଣଙ୍କ କ୍ୟାରିୟର କୁ ମିଳିବ ଏକ ନୂତନ ଉଚ୍ଚତା । ବେସରକାରୀ ଚୀକିରୀ ବା ପ୍ରାଇଭେଟ୍ ଯବ୍ ରେ ପରୀକ୍ଷାର ନମ୍ବର ଅପେକ୍ଷା ଦକ୍ଷତା ଏବଂ କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ତେଣୁ ଏଥିରେ ଇଣ୍ଟରଭ୍ୟୁ ର ଅଧିକ ଗୁରୁତ୍ୱ  ଥାଏ । ଚାକିରୀ ଆଶାୟୀ ମାନଙ୍କ ପାଇଁ ଇଣ୍ଟରଭ୍ୟୁ ଶବ୍ଦଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାରୀ କିମ୍ବା ବେସରକାରୀ , ସବୁକ୍ଷେତ୍ରରେ ଚାକିରୀ କରିବା ପାଇଁ ଥାଏ ଇଣ୍ଟରଭ୍ୟୁ । କିଛି ସରକାରୀ ଚାକିରୀରେ ଇଣ୍ଟରଭ୍ୟୁ ନଥାଏ । କିନ୍ତୁ ବେସରକାରୀ ଚୀକିରୀରେ ଇଣ୍ଟରଭ୍ୟୁ ନିଶ୍ଚୟ ଥାଏ । 

ପରିଶ୍ରମ କରି ଏତେ ବର୍ଷ ପାଠ ପଢି ଅନେକ ଯୁବକ ଯୁବତୀ ବେକାର ବସିଛନ୍ତି । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । ଭଲ ବିଶ୍ୱବିଦ୍ୟାଳୟ କିମ୍ବା ବଡ କଲେଜରେ ପାଠ ପଢି ଭଲ ନମ୍ବର ରଖି ମଧ୍ୟ ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । ସତେ ଯେମିତି ପରୀକ୍ଷାର ନମ୍ବର ଏବଂ ଏତେ ବର୍ଷର ପରିଶ୍ରମ ସବୁକିଛି ବୃଥାଅଧିକାଂଶ ଚାକିରୀ ଆଶାୟୀ ଇଣ୍ଟରଭ୍ୟୁ ପାଇଁ ଡରନ୍ତି । କାଳେ ଇଣ୍ଟରଭ୍ୟୁରେ ଫେଲ୍ ହେଲେ ଚାକିରୀ ମିଳିବ ନାହିଁ । କେଉଁ ପ୍ରଶ୍ନ ପଚାରିବେ ନିଯୁକ୍ତିଦାତା ତାହା ସମସ୍ତଙ୍କୁ ଅଜଣା ଥାଏ  । ତେଣୁ ଅନେକ ଚାକିରୀ ଆଶାୟୀ ଇଣ୍ଟରଭ୍ୟୁ କଥା ଶୁଣିଲେ ଡରନ୍ତି । ଡରିବା ସ୍ୱାଭାବିକ । କାହିଁକିନା ଆମ ଏଜୁକେସନ୍ ସିଷ୍ଟମ ବା ଶିକ୍ଷାବ୍ୟବସ୍ଥା ରେ ପାଠ ତ ଅନେକ ପଢାଯାଏ । କିନ୍ତୁ ଦକ୍ଷତା ବୃଦ୍ଧି ବା ସ୍କିଲ୍ ଡେଭେଲପମେଣ୍ଟ୍ ପାଇଁ କୌଣସି ପ୍ରକାର ର ସ୍ପେସିୟାଲ୍ କୋଚିଂ କିମ୍ବା ସ୍ପେସିୟାଲ୍ କ୍ଲାସ୍ ଦିଆଯାଏ ନାହିଁ । ତେଣୁ ଅନେକ ସମୟରେ ପିଲା ବା ଛାତ୍ରଛାତ୍ରୀ ମାନେ ସ୍କିଲ୍ ଟେଷ୍ଟରେ ଫେଲ୍ ହୁଅନ୍ତି । ଲିଖିତ ପରୀକ୍ଷା ବା ରିଟିନ୍ ଟେଷ୍ଟ ତ ଅନେକ ପ୍ରକାର ର କରାଯାଏ । କିନ୍ତୁ ସେହି ଅନୁପାତରେ ମୌଖୀକ ପରୀକ୍ଷା ବା ଇଣ୍ଟରଭ୍ୟୁ ପାଇଁ ସେହିପରି ପ୍ରସ୍ତୁତି କରାଯାଇନଥାଏ ।  ଛୋଟ ବେଳୁ ଅନେକଙ୍କ ମନରେ ଇଣ୍ଟରଭ୍ୟୁ ପାଇଁ କୌଣସି ଧାରଣା ନଥାଏ । ତେଣୁ ଇଣ୍ଟରଭ୍ୟୁ ରେ କେଉଁ ପ୍ରଶ୍ନ ପଚରାଯିବ , ସେଥିପାଇଁ ଅନେକ ଙ୍କ ମନରେ ଭୟ ସୃଷ୍ଟି ହୁଏ । 

about interviews and jobs

ତେବେ କିଛି ଏମିତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଛି , ଯାହାକି ଆପଣଙ୍କୁ ଇଣ୍ଟରଭ୍ୟୁରେ ପଚରାଯାଇ ପାରେ । ଏହି ପ୍ରଶ୍ନଗୁଡିକ ର ଉତ୍ତର ଯଦି ଆପଣ ଆଗରୁ ଭାବିକି ରଖିବେ ତେବେ ଆପଣଙ୍କ ମନରେ କୌଣସି ପ୍ରକାର ର ଦ୍ୱନ୍ଦ ସୃଷ୍ଟିହେବ ନାହିଁ । ଏହି ଆର୍ଟିକିଲ୍ ଟିକୁ ଶେଷଯାଏଁ ପଢନ୍ତୁ ଏବଂ ଜାଣନ୍ତୁ ସେହି ପ୍ରଶ୍ନ ଗୁଡିକ କଣ ?  

 

ପ୍ରଶ୍ନଗୁଡିକ ହେଲା – 

 

୧) ନିଜ ବିଷୟରେ କିଛି କୁହ ?

ଏହି ପ୍ରଶ୍ନଟି ଶୁଣିବାକୁ ସହଜ ଲାଗୁଛି । କିନ୍ତୁ ପ୍ରକୃତରେ ଏହା ସେତିକି ସହଜ ନୁହଁ । ଏହି ପ୍ରଶ୍ନଟି ସରଳ ମନେହୁଏ, ତେଣୁ ଅନେକ ଲୋକ ଏହା ପାଇଁ ପୂର୍ବ ପ୍ରସ୍ତୁତି କରନ୍ତି ନାହିଁ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ । ଏହି ପ୍ରଶ୍ନର ଉତ୍ତରରେ ଆପଣଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଇତିହାସ ବା ତଥ୍ୟ ଦିଅନ୍ତୁ ନାହିଁ । ଏହା ପରିବର୍ତ୍ତେ, ଆପଣ ପଦବୀ ଅନୁସାରେ ଆବଶ୍ୟକ ଥିବା ଉତ୍ତର ଦିଅନ୍ତୁ । ପଦବୀ ଅନୁସାରେ ଉତ୍ତର ଦେଲେ ଆପଣ ନିଯୁକ୍ତିଦାତା ଙ୍କୁ ଇମ୍ପ୍ରେସ୍ କରିପାରିବେ । ଆପଣ ବର୍ତ୍ତମାନର ସ୍ଥିତି ଏବଂ ପରିସ୍ଥିତି ଉପରେ ତାଙ୍କୁ କହନ୍ତୁ । ଆପଣଙ୍କ ଦକ୍ଷତା ବିଷୟରେ ଆଲୋଚନା କରିବା ପାଇଁ ଏହା ଏକ ଭଲ ସମୟ । ନିଜର ଦକ୍ଷତା , ଅଭିଜ୍ଞତା ଏବଂ ଯୋଗ୍ୟତାକୁ ଉତ୍ତମ ରୂପରେ ଉପସ୍ଥାପନା କରନ୍ତୁ । 

୨) ନିଜ ରିଜ୍ୟୁମ୍ ବିଷୟରେ କିଛି କୁହ ?

ଆପଣଙ୍କ ରିଜ୍ୟୁମ୍ ଭଲ ଏବଂ ଆକର୍ଷିତ ହୋଇଥିବାରୁ ଆପଣଙ୍କୁ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଇଣ୍ଟରଭ୍ୟୁ ପାଇଁ ଡାକି ଥାନ୍ତି । ତେଣୁ ଆପଣ ରିଜ୍ୟୁମ୍ ରେ ସତ ହିଁ ଲେଖନ୍ତୁ । ଅଧିକ ବଢେଇ ଚଢେଇ ଲେଖିଲେ ଅସୁବିଧାରେ ପଡିବେ । କାହିଁକିନା ଆପଣ ଯେପରି ରିଜ୍ୟୁମ୍ ରେ ଲେଖିବେ ସେହିପରି ଆପଣଙ୍କୁ ଇଣ୍ଟରଭ୍ୟୁରେ ପ୍ରଶ୍ନ ପଚରାଯିବ । ତେଣୁ ରିଜ୍ୟୁମ୍ ରେ ନିଜ ଦୁର୍ବଳତା କୁ ସାମର୍ଥ୍ୟ ବା ଷ୍ଟ୍ରେନ୍ଥ ରେ ଲେଖି ଅପଦସ୍ତ ହୁଅନ୍ତୁ ନାହିଁ । ରିଜ୍ୟୁମ୍ ଅନୁସାରେ ନିଜର ପରିଚୟ ଦିଅନ୍ତୁ । ନିଜ ବିଷୟରେ ଯେପରି ଲେଖିଛନ୍ତି ସେହିପରି ନିଜର ମତ ରଖନ୍ତୁ । ଅଭିଜ୍ଞତା ଟିକୁ କଥାରେ କଥାରେ ପ୍ରକାଶ କରନ୍ତୁ । ଏପରିକଲେ ଆପଣ ଆକର୍ଷଣୀୟ ଲାଗିବେ । ଯେତିକିର ପ୍ରଶ୍ନ ସେତିକିର ଉତ୍ତର ଦିଅନ୍ତୁ । 

୩) ଏହି ପଦବୀ ବିଷୟରେ ଆପଣ କିପରି ଜାଣିବାକୁ ପାଇଲେ ?

ଆପଣ କେଉଁ ପଦବୀ ପାଇଁ ଆବେଦନ କରୁଛନ୍ତି ତାହା ଭଲଭାବରେ ଜାଣିରଖନ୍ତୁ । ହେଲେ ପଦବୀ ର ଦାଇତ୍ୱ ଏବଂ କାର୍ଯ୍ୟକାରୀତା ବିଷୟରେ ଅଧିକ ଜାଣିପାରିବେ । ପଦବୀ ର ବିଜ୍ଞପ୍ତି ବିଷୟରେ ଆପଣ କେଉଁଠୁ ଜାଣିଲେ ତାହା ଆପଣ କହିବେ । ଯଦି ଆପଣ ପଦବୀ ବିଷୟରେ ସେହି କମ୍ପାନୀ ର  କୌଣସି ଏମ୍ପଲୟ କିମ୍ବା କର୍ମଚାରୀ ଙ୍କ ଠାରୁ ଜାଣିବାକୁ ପାଇଲେ , ତେବେ ତାହା ସର୍ବସମ୍ମୁଖରେ ପରିପ୍ରକାଶ କରନ୍ତୁ ନାହିଁଏପରି କଲେ ଆପଣଙ୍କ ଇଣ୍ଟରଭ୍ୟୁରେ ତାଙ୍କ ଫେସ୍ ଭେଲୁ ର ପ୍ରଭାବ ପଡିବ । ଯଦି ସେହି ବ୍ୟକ୍ତିଙ୍କର କମ୍ପାନୀରେ ଭଲ ଇମ୍ପ୍ରେସନ ଥିଲେ , ତାହା ଆପଣଙ୍କ ଚାକିରୀ ପାଇବାରେ ରେଫରେନ୍ସ ପରି କାମରେ ଆସିବ । କିନ୍ତୁ ଖରାପ ଇମ୍ପ୍ରେସନ୍ କିମ୍ବା କୌଣସି ଅସୁବିଧା ଥିଲେ ଆପଣଙ୍କ ପ୍ରତି ନିଯୁକ୍ତିଦାତା ଙ୍କର ଇମ୍ପ୍ରେସନ୍ ଡାଉନ୍ ହେଇପାରେ । ଏହା ଫଳରେ ଇଣ୍ଟରଭ୍ୟୁରେ ଆପଣଙ୍କ ପ୍ରତି ବିଶେଷ ଗୁରୁତ୍ୱ ରହିବନି । ତେଣୁ ଚତୁରତା ର ସହ ଉତ୍ତର ଦିଅନ୍ତୁ । 

୪) ଆପଣ କାହିଁକି ଏହି କମ୍ପାନୀରେ କାମ କରିବାକୁ ଚାହୁଁଛନ୍ତି ?

ଆପଣ ଯେକୌଣସି କମ୍ପାନୀ ର ଇଣ୍ଟରଭ୍ୟୁ ଦେଲେ ମଧ୍ୟ ଆପଣଙ୍କୁ ଏହି ପ୍ରଶ୍ନଟି ନିହାତି ପଚରାଯିବ । ତେଣୁ କମ୍ପାନୀ ବିଷୟରେ ରିସର୍ଚ୍ଚ କରନ୍ତୁ । କମ୍ପାନୀର ଷ୍ଟାଟସ୍ ଏବଂ ବ୍ରାଣ୍ଡିଂ ଉପରେ ଧ୍ୟାନ ଦିଅନ୍ତୁ । ଆପଣ କମ୍ପାନୀ ବିଷୟରେ ଯେତେ ଅଧିକ ଜାଣିବେ ସେତେ ଭଲ । କମ୍ପାନୀର ଡାଟା ଆପଣଙ୍କ ଅନେକ କାମରେ ଆସିବ । କେଉଁ ଦିଗ ଗୁଡିକୁ ଧ୍ୟାନ ଦେଇ ଆପଣ ସେହି କମ୍ପାନୀରେ ଆବେଦନ କରିଛନ୍ତି ତାହା ନିଯୁକ୍ତିଦାତା ସମ୍ମୁଖରେ ରଖନ୍ତୁ । ଏହା ଆପଣଙ୍କୁ ଇଣ୍ଟରଭ୍ୟୁରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ।ଆପଣଙ୍କୁ କମ୍ପାନୀର କୌଣସି ବ୍ୟବସ୍ଥା ଭଲ ନ ଲାଗିଲେ ତାହା ଇଣ୍ଟରଭ୍ୟୁରେ କହନ୍ତୁ ନାହିଁ । ସବୁବେଳେ ପଜିଟିଭ୍ ବା ସକାରାତ୍ମକ ଉତ୍ତର ରଖନ୍ତୁ । ଅନ୍ୟ କମ୍ପାନୀ ବିରୁଦ୍ଧରେ କିମ୍ବା ବିପକ୍ଷରେ କୌଣସି ଆଲୋଚନା କରନ୍ତୁ ନାହିଁ । ଦେଖିବେ ଇଣ୍ଟରଭ୍ୟୁ ଭଲରେ ଭଲରେ ଯିବ । 

୫) ଆପଣ କାହିଁକି ଏହି ଚାକିରୀ କରିବାକୁ ଚାହୁଁଛନ୍ତି ?

ଜୀବନରେ ଚାକିରୀ ର ଆବଶ୍ୟକତା ପ୍ରାୟ ସମସ୍ତଙ୍କର ରହିଥାଏ । ଚାକିରୀ ହେଉଛି ରୋଜଗାର କରିବାର ଏକ ରିସ୍କ ଫ୍ରି ରାସ୍ତାଯେଉଁଥିରେ ଆପଣ ବିନା ଟଙ୍କା ନିବେଶ କରି କେବଳ ପରିଶ୍ରମ କରି ରୋଜଗାର କରିପାରିବେ । ଚାକିରୀରେ ମାସ ଶେଷରେ ଦରମା ଆସିବାର ଆଶା ଥାଏ । ତେଣୁ ଅନେକ ଲୋକ ଚାକିରୀ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଆପଣଙ୍କ ଅନେକ ପ୍ରକାର ର ବ୍ୟକ୍ତିଗତ ସମସ୍ୟା ଥାଇପାରେ । ଟଙ୍କା ର ଆବଶ୍ୟକତା ସମସ୍ତଙ୍କର ଥାଏ । କିନ୍ତୁ ଟଙ୍କା ର ଆବଶ୍ୟକତା ପାଇଁ ନିଜକୁ ଅତି ଦରିଦ୍ର କହି ଚାକିରୀ ଭିକ୍ଷା କରନ୍ତୁ ନାହିଁ । ସ୍ମାର୍ଟ ହୁଅନ୍ତୁ ଏବଂ ପ୍ରତ୍ୟେକ ଥର ସ୍ମାର୍ଟ ଉତ୍ତର ଦିଅନ୍ତୁଆପଣ ଏହି ପ୍ରଶ୍ନର ଉତ୍ତରରେ ପ୍ୟାସନ୍ କଥା କହିପାରିବେ । ଉତ୍ସାହୀ ହୋଇ ନିଜର ଉତ୍ସାହ ବିଷୟରେ କୁହନ୍ତୁ । ଯେପରି ଆପଣଙ୍କ ଦକ୍ଷତା ବା ସ୍କିଲ୍ ର ପରିଚୟ ମଧ୍ୟ ପ୍ରତି ଉତ୍ତରରେ ରହିବ । ଉତ୍ତରରେ କହନ୍ତୁ ମୋତେ ଭଲ ଲାଗେ ଏହି କାମ । ତେଣୁ ମୁଁ ଏହି ଚାକିରୀ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛି ।   

୬) ଆପଣଙ୍କ ଷ୍ଟ୍ରେନ୍ଥ ଏବଂ ଓ୍ୱିକନେସ୍ ଗୁଡିକ କଣ ?

ଇଣ୍ଟରଭ୍ୟୁ ଦେବାକୁ ଯାଉଥିବା ପ୍ରତ୍ୟେକଟି ପ୍ରାର୍ଥି ପାଇଁ ନିଜ ଦକ୍ଷତା ଏବଂ ଯୋଗ୍ୟତା ହିଁ ଶକ୍ତି ଏବଂ ସାମର୍ଥ୍ୟ । ସଠିକ ଢଙ୍ଗରେ ଉପସ୍ଥାପନ ନକଲେ ଦକ୍ଷତା ବା ସ୍କିଲ୍ ବିଷୟରେ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ବୁଝିପାରିବେ ନାହିଁ ।ଇଣ୍ଟରଭ୍ୟୁରେ ପ୍ରାର୍ଥି ମାନଙ୍କୁ କମ୍ ସମୟରେ ଅଧିକ ପ୍ରଶ୍ନ ପଚାରିବା ର ନିଯୁକ୍ତିଦାତା ଙ୍କ ର ମୁଖ୍ୟ ଲକ୍ଷ୍ୟ ଥାଏ । ତେଣୁ ପୂର୍ବ ରୁ ବିଭିନ୍ନ ପ୍ରଶ୍ନ କୁ ପଚାରିବା ପାଇଁ ପୂର୍ବ ପ୍ରସ୍ତୁତି କରିଥାନ୍ତି ନିଯୁକ୍ତିଦାତା । ବିଭିନ୍ନ ପ୍ରଶ୍ନ ମଧ୍ୟରେ ଷ୍ଟ୍ରେନ୍ଥ ଏବଂ ଓ୍ୱିକନେସ୍ ବିଷୟରେ ମଧ୍ୟ ପଚାରିଥାନ୍ତି । ଏହି ପ୍ରଶ୍ନରେ ବିଭିନ୍ନ ପ୍ରକାର ଉତ୍ତର ପ୍ରାର୍ଥି ମନରେ ଆସେ । ଯେଉଁଥିରେ ପ୍ରାର୍ଥି ଜଣକ ନିଜ ଆତ୍ମବିଶ୍ୱାସ ହରାଇ ବସେ କିମ୍ବା ଓଭର କନଫିଡେନ୍ସ ଦେଖାଇ ଚାକିରୀ ପାଇବାରୁ ବଞ୍ଚିତ ହୁଏ । ଇଣ୍ଟରଭ୍ୟୁରେ ପ୍ରାର୍ଥି ର ମନୋବଳ କୁ ପରୀକ୍ଷା କରିବା ପାଇଁ ଏବଂ ଚିନ୍ତାଧାରା ଜାଣିବା ପାଇଁ ଏପରି ପ୍ରଶ୍ନ ପଚାରିଥାନ୍ତି ନିଯୁକ୍ତିଦାତାକୌଣସି କମ୍ପାନୀ ଦୁର୍ବଳ ମନଭାବର ଏମ୍ପଲୟ ବା କର୍ମଚାରୀ ଚାହେଁ ନାହିଁ । ନିଯୁକ୍ତିଦାତା ଚାହାନ୍ତି ଦୃଢ ମନବୃତ୍ତିର କର୍ମଚାରୀ ଯିଏକି କମ୍ପାନୀ ର ଟାର୍ଗେଟ୍ ଫିଲଅଫ୍ କରିପାରୁଥିବ ଏବଂ କମ୍ପାନୀ ର ଲାଭ ପାଇଁ ଷ୍ଟ୍ରାଟେଜିକ୍ ଥିଙ୍କିଙ୍ଗ କରିପାରୁଥିବ । ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ସର୍ବଦା କମ୍ପାନୀ ର ପ୍ରଫିଟ୍ ବା ଲାଭ ଚାହେଁ । ଆପଣଙ୍କ ଅସୁବିଧା ବା ସୁବିଧାରେ ନିଯୁକ୍ତିଦାତା ଙ୍କର କୌଣସି ପ୍ରୟୋଜନ ନାହିଁ । ତେଣୁ ଅନାବଶ୍ୟକ ଚର୍ଚ୍ଚାରେ ନିଜକୁ ସାମିଲ କରନ୍ତୁ ନାହିଁ । ବୁଦ୍ଧିମତା ର ସହ ବାର୍ତ୍ତାଳାପରେ ଅଂଶ ଗ୍ରହଣ କରନ୍ତୁ । ପଦବୀ ଅନୁଯାୟୀ ଆପଣ ନିଜର ଦକ୍ଷତା ପ୍ରଦର୍ଶିତ କରନ୍ତୁ । ଏହା ଆପଣଙ୍କ ପ୍ରତି ଏକ ଇମପ୍ରେସନ୍ ସୃଷ୍ଟି କରିବ । ଯାହାକି ଆପଣଙ୍କୁ ଚାକିରୀ ପାଇବାରେ ସାହାଯ୍ୟ କରିବ ।  ଦୁର୍ବଳତା କାହାର ବା ନଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁର୍ବଳତା ଅଛି । ଆପଣଙ୍କ ଦୁର୍ବଳତା ଅନ୍ୟମାନଙ୍କ ସମ୍ମୁଖରେ ଆପଣଙ୍କୁ ଦୁର୍ବଳ ବ୍ୟକ୍ତିତ୍ୱ ର ପରିଚୟ ଦେଇପାରେ । ଆପଣଙ୍କ ଦୁର୍ବଳତା କୁ ଆପଣ ଏପରି ଢଙ୍ଗର କୁହନ୍ତୁ ଯେପରି ତାହା ଆପଣଙ୍କ ଇଣ୍ଟରଭ୍ୟୁ ରେ କୌଣସି ପ୍ରକାର ର ପ୍ରଭାବ ପକାଇବ ନାହିଁ । ମନବଳ ଦୃଢଥିଲେ ଆପଣଙ୍କ ଉତ୍ତର ରେ ଦୁର୍ବଳତା ର ବାସ୍ନା ରହିବନି । ଏକଥା ଟିକୁ ସଦା ସର୍ବଦା ମନେ ରଖିବା ଉଚିତ୍ । 

ଏହି ପ୍ରଶ୍ନ ବିଷୟରେ ଓଡିଆ ଡେଲି ର ଅନ୍ୟ ଏକ ଆର୍ଟିକିଲ୍ ଅଛି । ଯେଉଁଠି ଆପଣ ବିସୃତ ସୂଚନା ପାଇପାରିବେ ।

ଆର୍ଟିକିଲ୍ ଟିକୁ ପଢିବା ପାଇଁ ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ ।

https://odiadaily.in/the-best-ways-to-talk-about-your-strengths-and-weaknesses-in-a-job-interview/

 

୭) ଆମେ କାହିଁକି ତୁମକୁ ନିଯୁକ୍ତି ବା ଚାକିରୀ ଦେବା ?

about interviews and jobs

ସାଧାରଣତ ଏହି ପ୍ରଶ୍ନ ଟିକୁ ବିଭିନ୍ନ ଇଣ୍ଟରଭ୍ୟୁରେ ପଚାରିଥାନ୍ତି ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର । ଏହି ପ୍ରଶ୍ନ ର ଉତ୍ତର ପ୍ରାର୍ଥି ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ । ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଆପଣଙ୍କୁ ସେତେବେଳେ ଚାକିରୀ ଦେବାପାଇଁ ଚାହିଁବେ , ଯେତେବେଳେ ଆପଣ କମ୍ପାନୀକୁ ଲାଭ ଦେବାପାଇଁ ଯୋଗ୍ୟ ବିବେଚିତ ହେବେ । ଆପଣଙ୍କ ଦକ୍ଷତା ହିଁ ଆପଣଙ୍କ ପରିଚୟ । ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଆପଣଙ୍କ ପ୍ରତି ଆକର୍ଷିତ ହେଲେ ଯାଇ ଏହି ପ୍ରଶ୍ନଟି ପଚାରିବେ । ଆପଣଙ୍କ ଚୟନ ସରିଯାଇଛି ବୋଲି ଭାବିନିୟନ୍ତୁ ଏବଂ ବୁଝିବିଚାରୀ ଉତ୍ତର ଦିଅନ୍ତୁ । ଡରିବାର କୌଣସି ଆବଶ୍ୟକତା ନାହିଁ । ଦକ୍ଷତା ସହ ଯୋଗ୍ୟତାକୁ ଏପରି ଢଙ୍ଗରେ ଉପସ୍ଥାପନ କରନ୍ତୁ ଯେପରି ଆପଣଙ୍କୁ ଚାକିରୀ ଦେବାପାଇଁ କମ୍ପାନୀ ବାଧ୍ୟ ହେବ । କମ୍ପାନୀକୁ ଲାଗିବା ଦରକାର ଏ ହେଉଛି ଉପଯୁକ୍ତ ପ୍ରାର୍ଥି । ନିଜର ଦକ୍ଷତା , ଅଭିଜ୍ଞତା ଏବଂ ଯୋଗ୍ୟତାକୁ ଉତ୍ତମ ରୂପରେ ଉପସ୍ଥାପନ କରି ଆପଣ ଏହି ପ୍ରଶ୍ନର ଉତ୍ତର ଭଲଭାବରେ ରଖିପାରିବେ ।  

 

ସ୍ମାର୍ଟ ନିଷ୍ପତି ନିୟନ୍ତୁ ଏବଂ ସ୍ମାର୍ଟ ଉତ୍ତର ଦିଅନ୍ତୁ । ଇଣ୍ଟରଭ୍ୟୁରେ ନିଶ୍ଚୟ ସଫଳ ହେବେ ।

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )