Thursday 28th March 2024
ଇଣ୍ଟରଭ୍ୟୁରେ ଦୁର୍ବଳତା କୁ ନେଇ ପ୍ରଶ୍ନ ପଚାରିଲେ କଣ ରଖିବେ ଉତ୍ତର ? ଏହିପରି ଭାବରେ ଉପସ୍ଥାପନା କରନ୍ତୁ ନିଜର ଦକ୍ଷତା !

ଇଣ୍ଟରଭ୍ୟୁରେ ଦୁର୍ବଳତା କୁ ନେଇ ପ୍ରଶ୍ନ ପଚାରିଲେ କଣ ରଖିବେ ଉତ୍ତର ? ଏହିପରି ଭାବରେ ଉପସ୍ଥାପନା କରନ୍ତୁ ନିଜର ଦକ୍ଷତା !

ବର୍ତ୍ତମାନ ସମୟରେ ଚାକିରୀ କରିବାର ନିଶା ପ୍ରାୟ ସମସ୍ତଙ୍କ ପାଖରେ ଅଛି । ଦୈନନ୍ଦିନ ଜୀବନରେ ଟଙ୍କା ର ଆବଶ୍ୟକତା କୁ ଅନ୍ୟ କୌଣସି ଜିନିଷ ରିପ୍ଲେସ୍ କରିପାରିବ ନାହିଁ । ଚାକିରୀ ଆଶାୟୀ ମାନଙ୍କ ପାଇଁ ପ୍ରତିଟି ଦିନ ପରୀକ୍ଷା ସଦୃଶ ହୋଇଥାଏ ।  କାହିଁକିନା ପ୍ରତିଦିନ ଚାକିରୀ ବିଜ୍ଞପ୍ତି ଖୋଜିବା ଏବଂ ଚାକିରୀ ପାଇଁ ଆବେଦନ କରିବା ଏକ ଚ୍ୟାଲେଞ୍ଜ ପରି ମନେ ହୁଏ । ଚାକିରୀ ର ସ୍ଥାନ ମଣିଷ ଜୀବନରେ ସର୍ବଦା ସ୍ୱତନ୍ତ୍ର ହୋଇ ରହିବ । ଟଙ୍କା ରୋଜଗାର କରିବା ପାଇଁ ଚାକିରୀ ଏକ ସରଳ ମାଧ୍ୟମ । ମାସ ଶେଷରେ ଦରମା ଆସିବ ବୋଲି ଅନେକଙ୍କ ମନରେ ଆଶାଥାଏ । ବିଜନେସରେ ଟଙ୍କା ବୁଡି ଯିବାର ଭୟ ଅନେକଙ୍କ ମନରେ ଥାଏ । ତେଣୁ ଅନେକ ଲୋକ ଚାକିରୀ କରିବା ପାଇଁ ମନ ବଳାଇଥାନ୍ତି । ତେବେ ଚାକିରୀ କରିବା ଅପେକ୍ଷା ଚାକିରୀ ପାଇବା ଅଧିକ କଷ୍ଟକର ମନେ ହୁଏ । କିଛି ବ୍ୟକ୍ତି ଚାକିରୀ ଖଣ୍ତେ ପାଇଁ କେତେ ହନ୍ତ ସନ୍ତ ହେଉଛନ୍ତି । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । ବେସରକାରୀ ଚାକିରୀର ପ୍ରଥମ ସୋପାନ ହେଉଛି ଇଣ୍ଟରଭ୍ୟୁ । ତେଣୁ ଭଲ ବିଶ୍ୱବିଦ୍ୟାଳୟ କିମ୍ବା ବଡ କଲେଜରେ ପାଠ ପଢି ଭଲ ନମ୍ବର ରଖି ମଧ୍ୟ ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । ସତେ ଯେମିତି ପରୀକ୍ଷାର ନମ୍ବର ଏବଂ ଏତେ ବର୍ଷର ପରିଶ୍ରମ ସବୁକିଛି ବୃଥା । ବେସରକାରୀ ଚାକିରୀ ନପାଇବାର ମୁଖ୍ୟ କାରଣ ଟି ହେଲା ଇଣ୍ଟରଭ୍ୟୁରେ ସ୍ମାର୍ଟ ନହେବା କିମ୍ବା ସ୍ମାର୍ଟ ରିପ୍ଲାଇ ବା ଉପଯୁକ୍ତ ଉତ୍ତର ନଦେବା । ଇଣ୍ଟରଭ୍ୟୁ ରେ କେଉଁ ପ୍ରଶ୍ନର ଉତ୍ତର କିପରି ଦେବେ ତାହା ନ ଜାଣିଲେ ଆପଣ ନିଜ ମନ ପସନ୍ଦର ଚାକିରୀ ପାଇବା ଭାରି କଷ୍ଟ । ଆପଣଙ୍କ ଉତ୍ତର ଆପଣଙ୍କ ଅଭିଜ୍ଞତା ଏବଂ ଦକ୍ଷତା କୁ ଦର୍ଶାଇଥାଏ । ତେଣୁ ନିଜର ପାରଦର୍ଶିତା ଏବଂ ଦକ୍ଷତା ର ଉଚିତ୍ ଜବାବ ରଖନ୍ତୁ । ଯାହାକି ଆପଣଙ୍କୁ ଶୀଘ୍ର ଚାକିରୀ ପାଇବା ସାହାଯ୍ୟ କରିବ । ଇଣ୍ଟରଭ୍ୟୁରେ ନିଜର ଶକ୍ତି ଏବଂ ସାମର୍ଥ୍ୟକୁ ସଠିକ ଢଙ୍ଗରେ ଉପସ୍ଥାପନ ନକଲେ ତାହା ନିଯୁକ୍ତିଦାତାଙ୍କ ସମ୍ମୁଖରେ ଓଭର କନଫିଡେନ୍ସ ବା ଅତ୍ୟଧିକ ବିଶ୍ୱାସ କୁ ପ୍ରତିଫଳିତ କରିବ । ଯାହା ଫଳରେ ଆପଣଙ୍କ ପ୍ରତିକଥା ନିଯୁକ୍ତିଦାତାଙ୍କୁ ମିଛ କିମ୍ବା ମୂଲ୍ୟହୀନ ଲାଗିପାରେ । ତେଣୁ ଏଥିପ୍ରତି ସତର୍କ ହୁଅନ୍ତୁ । ଆପଣଙ୍କ ଦୁର୍ବଳତା କେବଳ ଆପଣଙ୍କୁ ଜଣା । ଆପଣ ଏବିଷୟରେ ନିଯୁକ୍ତିଦାତା ଙ୍କ ସହ  କୌଣସି କଥାବାର୍ତା କରନ୍ତୁ ନାହିଁ । ନିଯୁକ୍ତିଦାତାଙ୍କ ସହ ଅନାବଶ୍ୟକ କଥା ହେବା ଦ୍ୱାରା ସ୍ଥିର ରହେ ନାହିଁ । ଭାବପ୍ରବଣ ହୋଇ ଟଙ୍କାର ଆବଶ୍ୟକତା କୁ ଦର୍ଶାଇବା ର ଭୁଲ କରନ୍ତୁ ନାହିଁ । ସ୍ୱାଭିମାନୀ ହୁଅନ୍ତୁ । ଯେତିକି ଦରକାର ସେତିକି ମୁହଁ ଖୋଲନ୍ତୁ । ନିଜର ଦୁର୍ବଳତାକୁ ଭୁଲ ଢଙ୍ଗରେ ଉପସ୍ଥାପନ କରନ୍ତୁ ନାହିଁ । ଏହା ଆପଣଙ୍କୁ ଚାକିରୀ ପାଇବାରୁ ବଞ୍ଚିତ କରିବା ସହ ଆପଣଙ୍କ ମନର ଦୁର୍ବଳତା କୁ ବଢେଇଥାଏ । ଏହା ପରେ ପରବର୍ତ୍ତି ଇଣ୍ଟରଭ୍ୟୁ ପାଇଁ ଆପଣଙ୍କର ଆତ୍ମବିଶ୍ୱାସ କମିଯାଇପାରେ ।

 

ତେବେ ଇଣ୍ଟରଭ୍ୟୁରେ କଣ କରିବେ ଏବଂ କଣ ନକରିବେ ତାହା ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢିଲେ ଜାଣିପାରିବେ । 

କାହିଁକି ନିଯୁକ୍ତିଦାତା ଇଣ୍ଟରଭ୍ୟୁରେ ଷ୍ଟ୍ରେନ୍ଥ ଏବଂ ଓ୍ୱିକନେସ୍ ବିଷୟରେ ପଚାରନ୍ତି ?

ନିଯୁକ୍ତିଦାତାଙ୍କ କାମ ହେଉଛି ପ୍ରଶ୍ନ ପଚାରିବା । ଇଣ୍ଟରଭ୍ୟୁରେ ପ୍ରାର୍ଥି ମାନଙ୍କୁ କମ୍ ସମୟରେ ଅଧିକ ପ୍ରଶ୍ନ ପଚାରିବା ର ନିଯୁକ୍ତିଦାତା ଙ୍କ ର ମୁଖ୍ୟ ଲକ୍ଷ୍ୟ ଥାଏ । ତେଣୁ ପୂର୍ବ ରୁ ବିଭିନ୍ନ ପ୍ରଶ୍ନ କୁ ପଚାରିବା ପାଇଁ ପୂର୍ବ ପ୍ରସ୍ତୁତି କରିଥାନ୍ତି ନିଯୁକ୍ତିଦାତା । ବିଭିନ୍ନ ପ୍ରଶ୍ନ ମଧ୍ୟରେ ଷ୍ଟ୍ରେନ୍ଥ ଏବଂ ଓ୍ୱିକନେସ୍ ବିଷୟରେ ମଧ୍ୟ ପଚାରିଥାନ୍ତି । ଯାହାକି ନିଯୁକ୍ତିଦାତାଙ୍କର ମୂଖ୍ୟ ପ୍ରଶ୍ନ ମଧ୍ୟରୁ ଗୋଟିଏ ପ୍ରଶ୍ନ ଥାଏ । ଏହି ପ୍ରଶ୍ନରେ ବିଭିନ୍ନ ପ୍ରକାର ଉତ୍ତର ପ୍ରାର୍ଥି ମନରେ ଆସେ । ଯେଉଁଥିରେ ପ୍ରାର୍ଥି ଜଣକ ନିଜ ଆତ୍ମବିଶ୍ୱାସ ହରାଇ ବସେ କିମ୍ବା ଓଭର କନଫିଡେନ୍ସ ଦେଖାଇ ଚାକିରୀ ପାଇବାରୁ ବଞ୍ଚିତ ହୁଏ । ଇଣ୍ଟରଭ୍ୟୁରେ ପ୍ରାର୍ଥି ର ମନୋବଳ କୁ ପରୀକ୍ଷା କରିବା ପାଇଁ ଏବଂ ଚିନ୍ତାଧାରା ଜାଣିବା ପାଇଁ ଏପରି ପ୍ରଶ୍ନ ପଚାରିଥାନ୍ତି ନିଯୁକ୍ତିଦାତା । ପ୍ରାର୍ଥିକୁ ଭାବପ୍ରବଣ କରାଇବା ପାଇଁ ଏପରି ପ୍ରଶ୍ନ କରିଥାନ୍ତି ହାଇରିଂ ମ୍ୟାନେଜର ବା ନିଯୁକ୍ତିଦାତା । ଏଭଳି ପ୍ରଶ୍ନରେ ପ୍ରାର୍ଥି ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଙ୍କୁ ନିଜ ଘରଲୋକ ଭାବି ଅନେକ କଥା କହିଥାଏ । ଯେପରିକି ଟଙ୍କାର ଆବଶ୍ୟକତା , ନିଜ ଜୀବନର ସଂଘର୍ଷ ଏବଂ ଦକ୍ଷତା ର ଅଭାବ ବିଷୟରେ । କିଛି ପ୍ରାର୍ଥି କହିଥାନ୍ତି – ଦୟାକରି ମୋତେ ଏହି ଚାକିରୀ ଟି ଦିଅନ୍ତୁ , ମୁଁ ଚାକିରୀ ପାଇଲା ପରେ ସବୁ କାମ ଶୀଘ୍ର ଶିଖିଯିବି । ଏଭଳି କହିବା ଦ୍ୱାରା ଆପଣ ନିଜର ମନର ଦୁର୍ବଳତା କୁ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଙ୍କ ସମ୍ମୁଖରେ ପ୍ରକାଶ କରୁଛନ୍ତି । ଏସବୁ ଶୁଣି ଆପଣଙ୍କ ସମ୍ମୁଖରେ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ନିଜର ଆଫେକସନ୍ ବା ଫିଲିଙ୍ଗସ୍ ଦେଖେଇବେ । କିନ୍ତୁ ମନେ ରଖନ୍ତୁ ଆପଣ ଚାକିରୀ ପାଇବାରୁ ବଞ୍ଚିତ ହେବେ । କୌଣସି କମ୍ପାନୀ ଦୁର୍ବଳ ମନଭାବର ଏମ୍ପଲୟ ବା କର୍ମଚାରୀ ଚାହେଁ ନାହିଁ । ନିଯୁକ୍ତିଦାତା ଚାହାନ୍ତି ଦୃଢ ମନବୃତ୍ତିର କର୍ମଚାରୀ ଯିଏକି କମ୍ପାନୀ ର ଟାର୍ଗେଟ୍ ଫିଲଅଫ୍ କରିପାରୁଥିବ ଏବଂ କମ୍ପାନୀ ର ଲାଭ ପାଇଁ ଷ୍ଟ୍ରାଟେଜିକ୍ ଥିଙ୍କିଙ୍ଗ କରିପାରୁଥିବ । ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ସର୍ବଦା କମ୍ପାନୀ ର ପ୍ରଫିଟ୍ ବା ଲାଭ ଚାହେଁ । ଆପଣଙ୍କ ଅସୁବିଧା ବା ସୁବିଧାରେ ନିଯୁକ୍ତିଦାତା ଙ୍କର କୌଣସି ପ୍ରୟୋଜନ ନାହିଁ । ତେଣୁ ଅନାବଶ୍ୟକ ଚର୍ଚ୍ଚାରେ ନିଜକୁ ସାମିଲ କରନ୍ତୁ ନାହିଁ । ବୁଦ୍ଧିମତା ର ସହ ବାର୍ତ୍ତାଳାପରେ ଅଂଶ ଗ୍ରହଣ କରନ୍ତୁ ।

ନିଜ ଶକ୍ତି ଏବଂ ସାମର୍ଥ୍ୟ କୁ ସଠିକ ଢଙ୍ଗରେ ଉପସ୍ଥାପନ କରିବାର ଉପାୟ –

ଇଣ୍ଟରଭ୍ୟୁ ଦେବାକୁ ଯାଉଥିବା ପ୍ରତ୍ୟେକଟି ପ୍ରାର୍ଥି ପାଇଁ ନିଜ ଦକ୍ଷତା ଏବଂ ଯୋଗ୍ୟତା ହିଁ ଶକ୍ତି ଏବଂ ସାମର୍ଥ୍ୟ । ସଠିକ ଢଙ୍ଗରେ ଉପସ୍ଥାପନ ନକଲେ ଦକ୍ଷତା ବା ସ୍କିଲ୍ ବିଷୟରେ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ବୁଝିପାରିବେ ନାହିଁ । ଅଳ୍ପ ସମୟରେ ବେଶି କଥା କେହିବି ଆପଣଙ୍କ ଠାରୁ ଆଶା କରିବେ ନାହିଁ । କାରଣ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଙ୍କୁ ସମସ୍ତ ପ୍ରାର୍ଥିଙ୍କ ଇଣ୍ଟରଭ୍ୟୁ ନେବାକୁ ପଡିଥାଏ । ଆପଣଙ୍କ ଇଣ୍ଟରଭ୍ୟୁ ସରିଗଲେ ଅନ୍ୟ ମାନଙ୍କ ଇଣ୍ଟରଭ୍ୟୁ ନେବେ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର । ତେଣୁ ଏପରି ଉତ୍ତର ଦିଅନ୍ତୁ ଯେପରି ଗୋଟିଏ ଉତ୍ତର ରେ ଆପଣଙ୍କ ଦକ୍ଷତା ସହ ପ୍ରଶ୍ନର ଉତ୍ତର ଥିବ । ପ୍ରତ୍ୟେକଟି ପ୍ରଶ୍ନର ଉତ୍ତରରେ ଆପଣଙ୍କ ଦକ୍ଷତା ବିଷୟରେ ଯେପରି କିଛି ନା କିଛି ଥିବ । ଏପରି କଲେ ଆପଣଙ୍କୁ ନିଜ ଦକ୍ଷତା ବିଷୟରେ ବାରମ୍ବାର କହିବାକୁ ପଡିବ ନାହିଁ ଏବଂ ଅଧିକ ସମୟ ର ଆବଶ୍ୟକତା ମଧ୍ୟ ପଡିବ ନାହିଁ । ଏଭଳି ଉତ୍ତର ଦେଲେ ଆପଣଙ୍କ ପ୍ରତ୍ୟେକଟି ଉତ୍ତର ଆକର୍ଷଣୀୟ ଲାଗିବ । ଯାହାକି ଆପଣଙ୍କୁ ଚୟନ କରିବାପାଇଁ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଙ୍କୁ ପ୍ରର୍ବତ୍ତାଇବ । ଆପଣଙ୍କୁ ମଧ୍ୟ ଆପଣଙ୍କର ସବୁଠାରୁ ବଡ ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ ପଚାରା ଯାଇପାରେ । ଯେଉଁଥିରେ ଅନେକ ପ୍ରାର୍ଥି ଅତ୍ୟଧିକ ବଢେଇ ଚଢେଇ କହିଥାନ୍ତି । ଏଭଲି କଲେ ଆପଣଙ୍କ ପ୍ରତି ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଆକର୍ଷିତ ହେବା ପ୍ରତି ବଦଳରେ ଆପଣଙ୍କୁ ବିଭିନ୍ନ ପ୍ରକାର ର ପ୍ରଶ୍ନ ପଚାରି ପାରନ୍ତି । କାହିଁକିନା ଆପଣ କହିଥିବା ପ୍ରତ୍ୟେକଟି ଦକ୍ଷତା ବିଷୟରେ ତାଙ୍କୁ ଜାଣିବାର ଥାଏ । ଆପଣ କେତେ ସତ କେତେ ମିଛ କହୁଛନ୍ତି ତାହା ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଙ୍କୁ ଅତିସହଜରେ ଜଣାପଡିଥାଏ । ପଦବୀ ଅନୁଯାୟୀ ଆପଣ ନିଜର ଦକ୍ଷତା ପ୍ରଦର୍ଶିତ କରନ୍ତୁ । ଏହା ଆପଣଙ୍କ ପ୍ରତି ଏକ ଇମପ୍ରେସନ୍ ସୃଷ୍ଟି କରିବ । ଯାହାକି ଆପଣଙ୍କୁ ଚାକିରୀ ପାଇବାରେ ସାହାଯ୍ୟ କରିବ ।   

ନିଜ ଦୁର୍ବଳତା କୁ ସଠିକ ଢଙ୍ଗରେ ଉପସ୍ଥାପନ କରିବାର ଉପାୟ –

କଥାରେ ଅଛି ଯେ -“ମଣିଷ ମାତ୍ରକେ ଦୁର୍ବଳତା ଅଛି” । ଦୁର୍ବଳତା କାହାର ବା ନଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁର୍ବଳତା ଅଛି । ସେ ନିଯୁକ୍ତିଦାତା ହୁଅନ୍ତୁ କିମ୍ବା ପ୍ରାର୍ଥି , ସମସ୍ତଙ୍କର କିଛି ନା କିଛି ଦୁର୍ବଳତା ରହିଥାଏ । କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଦୁର୍ବଳତାକୁ ଦେଖେଇନଥାନ୍ତି । ଏମିତି ବ୍ୟକ୍ତି ଅଛନ୍ତି ଯେଉଁମାନେ ସହାନୁଭୂତି ପାଇବାପାଇଁ ନିଜ ଦୁର୍ବଳତାକୁ ସର୍ବସମ୍ମୁଖରେ ପ୍ରଦର୍ଶିତ କରିଥାନ୍ତି । ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଚତୁରତାର ସହ ନିଜ ଦୁର୍ବଳତାକୁ ପ୍ରକାଶ କରିଥାନ୍ତି । ଯାହାଫଳରେ ଦୁର୍ବଳତା ଥିବା ସତ୍ୱେ ତାଙ୍କର ବ୍ୟକ୍ତିତ୍ୱ ଏକ ଦୃଢ ବ୍ୟକ୍ତିତ୍ୱ ରେ ପରିଗଣିତ ହୋଇଥାଏ । ପ୍ରତ୍ୟେକଟି କର୍ମଚାରୀ ଜୀବନରେ ଥରେ ହେଲେବି ଇଣ୍ଟରଭ୍ୟୁ ଦେଇଥାନ୍ତି ବା ସମ୍ମୁଖିନ ହେଇଥାନ୍ତି । ତେଣୁ ଇଣ୍ଟରଭ୍ୟୁରେ ଡରିବା ର କୌଣସି ଆବଶ୍ୟକତା ନାହିଁ । ଚାକିରୀ ର ପଦବୀ ପାଇଁ ଅନାବଶ୍ୟକ ଥିବା ଦୁର୍ବଳତା କୁ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଙ୍କ ସମ୍ମୁଖରେ ପ୍ରକାଶ କରି ଭୁଲ କରନ୍ତୁ ନାହିଁ । ଏହା ଆପଣଙ୍କୁ ଚାକିରୀ ପାଇବାରୁ ବଞ୍ଚିତ କରିପାରେ । ଆପଣଙ୍କ ଦୁର୍ବଳତା ଅନ୍ୟମାନଙ୍କ ସମ୍ମୁଖରେ ଆପଣଙ୍କୁ ଦୁର୍ବଳ ବ୍ୟକ୍ତିତ୍ୱ ର ପରିଚୟ ଦେଇପାରେ । ଆପଣଙ୍କ ଦୁର୍ବଳତା କୁ ଆପଣ ଏପରି ଢଙ୍ଗର କୁହନ୍ତୁ ଯେପରି ତାହା ଆପଣଙ୍କ ଇଣ୍ଟରଭ୍ୟୁ ରେ କୌଣସି ପ୍ରକାର ର ପ୍ରଭାବ ପକାଇବ ନାହିଁ । ଆପଣଙ୍କର ସବୁଠାରୁ ବଡ ଦୁର୍ବଳତା ବିଷୟରେ ଆପଣଙ୍କୁ ପଚରା ଯାଇପାରେ । ତେଣୁ ଆପଣ ଏଭଲି ପ୍ରଶ୍ନର ଉତ୍ତର ଦେବା ଆଗରୁ ପ୍ରଥମେ ମନବଳ କୁ ଦୃଢ କରିନିୟନ୍ତୁ । ମନବଳ ଦୃଢଥିଲେ ଆପଣଙ୍କ ଉତ୍ତର ରେ ଦୁର୍ବଳତା ର ବାସ୍ନା ରହିବନି । ନିଜ ଦକ୍ଷତା କୁ ଛାଡି ଅନ୍ୟ କୌଣସି ଦୁର୍ବଳତା ବିଷୟରେ ଆପଣ କହିପାରିବେ । ଯେପରିକି କଫି ପିଇବା ମୋ ଦୁର୍ବଳତା ଏବଂ କଫି ନ ପିଲେ ମୋ କାମରେ ସୃଜନଶୀଳତା ବା କ୍ରିଏଟିଭିଟି ଆସେନାହିଁ । ଏଭଲି ଉତ୍ତର ଦେଲେ ଆପଣ ସ୍ମାର୍ଟ ଲାଗିବା ସହ ପ୍ରୋଫେସନାଲ୍ ମଧ୍ୟ ଲାଗିବେ । ଆପଣ ଇଣ୍ଟରଭ୍ୟୁରେ ନିଜ ଦୁର୍ବଳତା କୁ ପ୍ରକାଶକରି ବନ୍ଧୁ ବାନ୍ଧିବା ପାଇଁ ଯାଇନାହାନ୍ତି । ଏକଥା ଟିକୁ ସଦା ସର୍ବଦା ମନେ ରଖିବା ଉଚିତ୍ । 

 

 ଇଣ୍ଟରଭ୍ୟୁ ପାଇଁ ଟି ଟିପ୍ସ –

୧) ସଚ୍ଚୋଟ ହୁଅନ୍ତୁ । ପ୍ରତ୍ୟେକଟି କମ୍ପାନୀ ସଚ୍ଚୋଟ କର୍ମଚାରୀ ଚାହେଁ । ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ସେହି ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାକୁ ଚାହାଁନ୍ତି ଯିଏ କମ୍ପାନୀ ପ୍ରତି ସଚ୍ଚୋଟ ରହିବ । ଯେତିକି ଦରକାର ସେତିକି କୁହନ୍ତୁ । ଅଯଥାରେ ନିଜ ବ୍ୟକ୍ତିଗତ ଦୁର୍ବଳତା କୁ ପ୍ରକାଶ କରନ୍ତୁ ନାହିଁ । ତେଣୁ ଆପଣ ସାକ୍ଷାତକାରରେ ଦେଖାନ୍ତୁ ଯେ ଆପଣ ସକ୍ଷମ ଅଟନ୍ତି । 

୨) ନିଜ ଦକ୍ଷତା ବିଷୟରେ ଆବଶ୍ୟକତା ଅନୁସାରେ କୁହନ୍ତୁ । ଯାହାକି ଆପଣଙ୍କୁ ସ୍ମାର୍ଟ ବନେଇବ । 

୩) ନିଜ ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ ବଢେଇକି କହନ୍ତୁ ନାହିଁ । କାମ ଜାଣିଛି ଏବଂ ଆପଣଙ୍କ ଆବଶ୍ୟକତା ଅନୁସାରେ କାମ କରିପାରିବି ବୋଲି କହନ୍ତୁ ।  

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (1 )