Friday 26th April 2024
କେବେ ଆସିବ ହିମ ଯୁଗ ? ପ୍ରଳୟ ସହ ହେବ ବରଫ ବର୍ଷା !

କେବେ ଆସିବ ହିମ ଯୁଗ ? ପ୍ରଳୟ ସହ ହେବ ବରଫ ବର୍ଷା !

ଆମ ଅଜାଣତରେ ହିମ ଯୁଗର ଆରମ୍ଭ ହୋଇସାରିଛି । ବରଫ ର ଯୁଗ କୁ ହିମଯୁଗ ବୋଲି କୁହାଯାଏ । ସବୁଆଡେ ଖାଲି ବରଫ ଆଉ ବରଫ । ଦିନଥିଲା ପୃଥିବୀ ସାରା ବିଛେଇ ହୋଇଥିଲା ବରଫ । ଯେଉଁଆଡେ ଦେଖିବ ଖାଲି ଧଳା ପାହାଡ । ବର୍ତ୍ତମାନର ହିମାଳୟ ,ଉତ୍ତର ଗୋଲାର୍ଦ୍ଧ ଏବଂ ଦକ୍ଷିଣ ଗୋଲାର୍ଦ୍ଧ ପରି ଥିଲା ସମଗ୍ର ପୃଥିବୀର ଅବସ୍ଥା । ବରଫ ଯୁଗ ହେଉଛି ପୃଥିବୀ ପୃଷ୍ଠ ଏବଂ ବାୟୁମଣ୍ଡଳର ତାପମାତ୍ରାରେ ହ୍ରାସ ହେବାର ଏକ ଦୀର୍ଘ ସମୟ । ପୋଲାର ବରଫ ସିଟ୍ ଏବଂ ଆଲପାଇନ୍ ଗ୍ଲେସିୟରର ଉପସ୍ଥିତି ଥିଲା ସେ ସମୟରେ କିମ୍ବା ବିସ୍ତାର ।

ତେବେ ହିମ ଯୁଗ ଯଦିଥିଲା, କାହିଁକି ଶେଷ ହେଲା ?

ବର୍ତ୍ତମାନ ସମୟରେ ହିମ ଯୁଗ ର ଝଲକ ଯଦି ଅଛି, ତେବେ କେବଳ ହିମାଳୟ ଏବଂ ଆଣ୍ଟାର୍କଟିକା ରେ । ତେବେ Melbourne ର ନୂତନ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ନିୟୁତ ବର୍ଷ ମଧ୍ୟରେ ବରଫ ଯୁଗ ସମାପ୍ତ ହୋଇଥିଲା ଯେତେବେଳେ ପୃଥିବୀର ଅକ୍ଷ ସୂର୍ଯ୍ୟ ନିକଟକୁ ଟିଲ୍ଟ କୋଣ ରେ ଢଳିରହିଥିଲା ।

ଦୀର୍ଘ ଏବଂ ଶକ୍ତିଶାଳୀ ଗ୍ରୀଷ୍ମ large Northern Hemisphere ବରଫ ସିଟ୍ ତରଳାଇ ପୃଥିବୀର ଜଳବାୟୁକୁ ଏକ ଉଷ୍ମ ‘interglacial’ ଅବସ୍ଥାରେ ପରିଣତ କଲା , ଯାହାକି  ଗତ ୧୧,୦୦୦ ବର୍ଷ ମଧ୍ୟରେ ଆମେ ଅନୁଭବ କରି ଆସୁଛୁ ।

Phd ପ୍ରାର୍ଥୀ Petra Bajo ଏବଂ ସହକର୍ମୀମାନଙ୍କ ଗବେଷଣା ରେ ହୋଇଥିବା ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଏହି ‘ ବରଫ ଯୁଗ ବା ହିମ ଯୁଗ ସମାପ୍ତି’ କିଭଳି ଗ୍ରୀଷ୍ମକାଳୀନ ଜଳବାୟୁ ଦ୍ୱାରା ବରଫ ସିଟ୍ ଭୁଶୁଡ଼ିବା ପାଇଁ କାରଣ ହେଲା । ଯେଉଁଥିପାଇଁ ଦ୍ରୁତ ଗତିରେ ବରଫ ବସିବା ଯାଗାରେ ବରଫ ତଳିବା ଆରମ୍ଭ କଲା ।

ଅନୁସନ୍ଧାନକାରୀମାନେ ତଥାପି ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ହିମ ଯୁଗର ଅବଧିଗୁଡିକ କେତେଥର ଏହିପରି ଶେଷ ହେଇଥିଲା ଏବଂ ପୁଣିଥରେ କେତେ ଶୀଘ୍ର ହିମ ଯୁଗ  ଆସିପାରେ !

୧୮୦୦ ଦଶକର ମଧ୍ୟଭାଗରୁ, ବୈଜ୍ଞାନିକମାନେ ବହୁ ଦିନରୁ ସନ୍ଦେହ କରିଥିଲେ ଯେ ବରଫର ଯୁଗର ଆଗମନ କିମ୍ବା ବରଫ ଯୁଗର ଶେଷ ପାଇଁ ପୃଥିବୀର କକ୍ଷପଥରେ geometry of Earth’s orbit ର ପରିବର୍ତ୍ତନ ଦାୟୀ ।

ବୈଜ୍ଞାନିକ ମାନଙ୍କ ଗବେଷଣାରେ ଏକ ନୂତନ ତଥ୍ୟ ଜଣାପଡିଛି । ପୂର୍ବ ହିମ ଯୁଗ ର ସମାପ୍ତି ପ୍ରାକୃତିକ ରୂପରେ ଆରମ୍ଭ ହୋଇଥିଲା ସତ , କିନ୍ତୁ ଗ୍ରୀଷ୍ମ ଜଳବାୟୁ ପାଇଁ ମନୁଷ୍ୟ ସମାଜର ଏକ ବଡ ଭୂମିକା ରହିଛି । ଉନ୍ନତି ନାଁ ରେ ମନୁଷ୍ୟ ସମାଜ ପରିବେଶରେ କାର୍ବନ ର ପରିମାଣ ବଢାଉଛି । ତେବେ ପୂର୍ବ ହିମଯୁଗ ଆରମ୍ଭ ହୋଇଥିଲା କାର୍ବନ ର ଅତ୍ୟଧିକ ମାତ୍ରା ବାୟୁମଣ୍ଡଳରେ ଉପସ୍ଥିତ ଥିବା ହେତୁ । ପୁଣି ଅନ୍ୟ ଏକ କାରଣ ହେଉଛି ପୃଥିବୀ ର ଅକ୍ଷ ଏବଂ କକ୍ଷ ପଥରେ ପରିବର୍ତ୍ତନ ହେତୁ । କିଛି ମିଲିୟନ୍ ବର୍ଷରେ ପୃଥିବୀ ଏହିପରି ସୂର୍ଯ୍ୟଙ୍କ ଠାରୁ ଦୁରେଇ ଯାଇଥାଏ । ସୂର୍ଯ୍ୟ କିରଣ ର ଅଭାବ ଜନ୍ମ ଦେଇଥାଏ ଏକ ବଡ ହିମ ଯୁଗକୁ ଏବଂ ବରଫା ବୃତ ହୋଇଥାଏ ପୃଥିବୀ ।

Radiometric dating ଟେଷ୍ଟରୁ ଜଣାପଡିଛି ଯେ  ଆଜିକୁ ପ୍ରାୟ ୧୧,୦୦୦ ବର୍ଷ ପୂର୍ବରୁ ବରଫ ତରଳିବା ଆରମ୍ଭ ହୋଇ ଯାଇଥିଲା । ବିଗତ ୩ ବିଲିୟନ ବର୍ଷ ମଧ୍ୟରେ ପୃଥିବୀ ଇତିହାସରେ ପାଞ୍ଚ କିମ୍ବା ଛଅ ପ୍ରମୁଖ ବରଫ ଯୁଗ ବା ହିମ ଯୁଗ ରହିଆସିଛି । Late Cenozoic ବରଫ ଯୁଗ ୩୪ ନିୟୁତ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏହାର ଶେଷ ପର୍ଯ୍ୟାୟ ହେଉଛି Quaternary glaciation , ୨.୫୮ ନିୟୁତ ବର୍ଷ ପୂର୍ବେ ଚାଲିଥିଲା । ବରଫ ଯୁଗ ମଧ୍ୟରେ, ଅଧିକ ଗୁରୁତ୍ୱପୁର୍ଣ୍ଣ ଗ୍ଲାସିଆଲ୍ ଅବସ୍ଥା ଏବଂ ଅଧିକ ତାପମାତ୍ରା ଅବସ୍ଥା ଅଛି । ଯେଉଁଗୁଡିକରେ ଜୀବଜଗତ ବଞ୍ଚିବା ଭାରିକଷ୍ଟକର । ଯେପରିକି glacial periodsଏବଂ interglacial periods ଭାବରେ ଜଣାଶୁଣା । ପୃଥିବୀ ବର୍ତ୍ତମାନ Quaternary glaciation ର interglacial periods ଅବଧିରେ ଚାଲିଛି । ପ୍ରାୟ ୧୧,୭୦୦ ବର୍ଷ ପୂର୍ବେ ସମାପ୍ତ ହୋଇଛି glacial periods  ।

କେବେ ଆସିବ ହିମ ଯୁଗ –

ଏକଦା ଆଣ୍ଟାର୍କଟିକା ଏବଂ ଗ୍ରୀନଲ୍ୟାଣ୍ଡରେ ଶହ ଶହ ଆଗ୍ନେୟଗିରି ଉତ୍ପନ୍ନ ହେଉଥିଲା । ଏଥିମଧ୍ୟରୁ ୬୯ ଟି ବିପଜ୍ଜନକ ଆଗ୍ନେୟଗିରି ଚିହ୍ନଟ ହୋଇଛି । ବରଫ ଯୁଗରେ, ସେମାନଙ୍କ ମଧ୍ୟରେ ଏତେ ଭୟଙ୍କର ବିସ୍ଫୋରଣ ଘଟିଥିଲା ଯେ, ଯାହା ଆଧୁନିକ ଇତିହାସରେ କେବେବି ଦେଖାଯାଇ ନଥିଲା । ଏହି ଅନୁସନ୍ଧାନ ପଛରେ ଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଆଗ୍ନେୟଗିରି ଫାଟିବା ଆମକୁ ଜଳବାୟୁ ପରିବର୍ତ୍ତନ ପ୍ରତି ପୃଥିବୀର ସମ୍ବେଦନଶୀଳତା ବିଷୟରେ ସୂଚନା ଦେଇଥାଏ । କେତେବେଳେ କଣ ହେବ ତାହା କେହି କହିପାରିବେ ନାହିଁ ।

 

14pt;”>ଏକ ନୂତନ ଆବିଷ୍କାରରେ ଏହା ଜଣାପଡିଛି ଯେ ବରଫ ଯୁଗରେ ଆଣ୍ଟାର୍କଟିକା ଏବଂ ଗ୍ରୀନଲ୍ୟାଣ୍ଡର ୬୯ ଟି ଆଗ୍ନେୟଗିରିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଯାହା ଆଧୁନିକ ଇତିହାସରେ ଯେକୌଣସି ଆଗ୍ନେୟଗିରି ଫାଟିବା ଅପେକ୍ଷା ଅଧିକ ବିପଜ୍ଜନକ ଏବଂ ବୃହତ୍ ଥିଲା ।  କପିଳେନ୍ଦ୍ର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନୀମାନେ ଏହା କରିଛନ୍ତି ଯେ, ସାଧାରଣତ ଆଗ୍ନେୟଗିରି ଫାଟିବା ବେଳେ କାନ ଫାଟିଯିବା ପରି ବିସ୍ଫୋରଣ ହୋଇଥାଏ । ଯେଉଁଥିପାଇଁ ଘନ ଏବଂ କଳା ରଙ୍ଗର ପାଉଁଶ ସବୁଆଡେ ବ୍ୟାପି ଯାଇଥାଏ । ବାୟୁମଣ୍ଡଳ ରେ କାର୍ବନ ଧୂଆଁର ସ୍ତର ଅତ୍ୟଧିକ ବଢିଯାଇଥାଏ । ପୁଣି ଭୂମିରେ ପ୍ରବାହିତ ଲାଭା ପାଖରେ ଥିବା ପାଣିକୁ କିଛିକ୍ଷଣ ମଧ୍ୟରେ ବାଷ୍ପରେ ପରିଣତ କରିଦେଇପାରେ । ଯଦି ଏହି ବିସ୍ପୋରଣ ଗ୍ଲାସିୟର ପାଖରେ ହୋଇଥାଏ ତେବେ ଗ୍ଲାସିୟର ର ବରଫ ତରଳିବା ଆଗରୁ ଆଗ୍ନେୟଗିରି ଫାଟିବା କମ୍ପନରେ ଗ୍ଲାସିୟରରୁ ବରଫ ଶୀଘ୍ର ଭାଗ ଭାଗ ହୋଇଯାଇଥାଏ । ତାପରେ ଆରମ୍ଭ ହୋଇଥାଏ ପ୍ରଳୟ ।

ବାସ୍ତବରେ, ଆଗ୍ନେୟଗିରି ଫାଟିବା ପୃଥିବୀର ଜଳବାୟୁ ପରିବର୍ତ୍ତନ ପ୍ରତି କେତେ ସମ୍ବେଦନଶୀଳ ତାହା ବୈଜ୍ଞାନିକମାନେ ବର୍ଣ୍ଣନା କରିଛନ୍ତି ।  ଯଦି ଏହି ପ୍ରକୃତିର ପ୍ରାକୃତିକ ଘଟଣାଗୁଡ଼ିକ ହିମ ଯୁଗ ମଧ୍ୟରେ ନ ଘଟେ, ତେବେ ପରିବେଶର ସନ୍ତୁଳନ ରଖିବା କଷ୍ଟକର ହେବ ।  କପିଳେନ୍ଦ୍ର ବିଶ୍ୱବିଦ୍ୟାଳୟର ନିଲ ବୋହର ଇନଷ୍ଟିଚ୍ୟୁଟର ସହଯୋଗୀ ପ୍ରଫେସର ଆଣ୍ଡର୍ସ ଭେନସନ୍ କହିଛନ୍ତି ଯେ ଇତିହାସରେ ଆମେ ସର୍ବ ବୃହତ ଆଗ୍ନେୟଗିରି ଫାଟିବା କେବେବି ଦେଖିନାହୁଁ । କାହିଁକିନା ଏହା ଆଜିକୁ କୋଟି କୋଟି ବର୍ଷ ପୂର୍ବରୁ ଘଟିଥିଲା । ସେତେବେଳେ ପୃଥିବୀ ପୃଷ୍ଠରୁ ଉପରକୁ ୪ କିଲୋମିଟର ଯାଏ ବରଫା ବୃତ ଥିଲା ପୃଥିବୀ । ୨୦୧୦ ରେ, Eyjafjellajokull volcano ସମଗ୍ର ୟୁରୋପରେ ବାୟୁ ଚଳାଚଳକୁ ପକ୍ଷାଘାତ ବା  paralyzed କରିଦେଇଥିଲା । ​​କିନ୍ତୁ ବର୍ତ୍ତମାନ ସମୟରେ ଆଣ୍ଟାର୍କଟିକା ଏବଂ ଗ୍ରୀନଲ୍ୟାଣ୍ଡରେ ମିଳିଥିବା ବିସ୍ଫୋରଣର ପ୍ରମାଣ ଅନେକ ଥର ଅଧିକ ଭୟାନକ ଏବଂ ବିରାଟ ଥିଲା । କିନ୍ତୁ ସେଠାରେ କୌଣସି କାରଣରୁ ବାୟୁମଣ୍ଡଳରେ ଅଧିକ ପରିବର୍ତ୍ତନ ହୋଇନଥିଲା ।

ଆଣ୍ଡର୍ସ ଭେନସେନ୍ କହିଛନ୍ତି ଯେ ଗତ ୨୫୦୦ ବର୍ଷ ମଧ୍ୟରେ ଏଭଳି eruptions ହୋଇନାହିଁ । ବୈଜ୍ଞାନିକ ଦଳ ଆଣ୍ଟାର୍କଟିକା ଏବଂ ଗ୍ରୀନଲ୍ୟାଣ୍ଡରେ ବରଫର ମୋଟା ସ୍ତର ଖୋଳିବା ପରେ ଏହି ସୂଚନା ଜାଣିବାକୁ ପାଇଲେ । ବରଫର ଗଭୀରତାରୁ ନମୁନା ବାହାର କରିବା ପରେ ସେମାନଙ୍କୁ ପରୀକ୍ଷା କରାଯାଇଥିଲା । ତା’ପରେ ଏହା ଜଣା ପଡିଲା ଯେ ୬୦ ହଜାର ବର୍ଷ ପୂର୍ବେ ଆଗ୍ନେୟଗିରିର ବିସ୍ଫୋରଣର ତୀବ୍ରତା ଏବଂ ପରିମାଣ କ’ଣ ଥିଲା ? ଗତ ୨୫୦୦ ବର୍ଷ ମଧ୍ୟରେ ଆଗ୍ନେୟଗିରି ଉଦ୍ଗୀରଣ ଅପେକ୍ଷା ଅଧିକ ଭୟଙ୍କର ଥିଲା ।

ବୈଜ୍ଞାନିକମାନେ ଆଣ୍ଟାର୍କଟିକା ଏବଂ ଗ୍ରୀନଲ୍ୟାଣ୍ଡରେ ୮୫ ଆଗ୍ନେୟଗିରି ଉଦ୍‌ଗୀରଣର ପ୍ରମାଣ ଆବିଷ୍କାର କରିଛନ୍ତି । ଏହି ବିସ୍ଫୋରଣଗୁଡିକର କମ୍ପନ ବିଶ୍ୱ ସ୍ତରରେ ଥିଲା । ଅର୍ଥାତ୍ ସେ ପୂର୍ବେ ସମଗ୍ର ପୃଥିବୀକୁ ନିଜ ବାତାବରଣରେ ଆଚ୍ଛାଦିତ କରିରଖିଥିଲେ ଆଗ୍ନେୟଗିରି ଗୁଡିକ । ସେଥିମଧ୍ୟରୁ ୬୯ ଟି ଆଗ୍ନେୟଗିରି ଉଦ୍ଗୀରଣ ଏପରି ଥିଲା ଯେ ସେମାନେ ୧୮୧୫ ମସିହାରେ ଇଣ୍ଡୋନେସିଆର ଟାମ୍ବୋରା ମାଉଣ୍ଟ ଅପେକ୍ଷା ଅନେକ ଗୁଣରେ ଅଧିକ ଶକ୍ତିଶାଳୀ ଏବଂ ବିପଜ୍ଜନକ ଥିଲା । ବାୟୁମଣ୍ଡଳରେ ଅତ୍ୟଧିକ କାର୍ବନ ଏବଂ କଳା ବାଦଲ ପୃଥିବୀରେ ସୂର୍ଯ୍ୟ କିରଣକୁ ଆସିବାକୁ ଦେଉ ନଥିଲା । ଅନେକ ବର୍ଷ ଧରି ପୃଥିବୀ କାର୍ବନ ଯୁକ୍ତ ଘନ କଳା ବାଦଲରେ ଘୋଡେଇ ହେଇଥିଲା । ହିମ ଯୁଗର ଆରମ୍ଭ ହୋଇଥିଲା ଏବଂ ଶୀତର ପ୍ରାଦୁର୍ଭାବ ଅତ୍ୟଧିକ ଥିଲା ।

ଟାମ୍ବୋରା ପର୍ବତରେ ବିସ୍ଫୋରଣ ହେତୁ ଅନେକ ସୁନାମି ଘଟିଥିଲା ଆସିଥିଲା । ଅନେକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା । କୃଷି ରେ ଅସୁବିଧା ହେତୁ ଲୋକମାନେ ଅନେକ କ୍ଷେତ୍ରରେ ଅନାହାରର ଶିକାର ହୋଇଥିଲେ । ଏହା ବ୍ୟତୀତ ପ୍ରାୟ ୮୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିରୁ ଅନେକ ଲାଭ ମଧ୍ୟ ବୈଜ୍ଞାନିକମାନେ ପାଇଛନ୍ତି । ଏହି ବିସ୍ଫୋରଣ କୋଟି କୋଟି ବର୍ଷ ପୁରୁଣା ଆଗ୍ନେୟଗିରି ବିସ୍ଫୋରଣର ତୀବ୍ରତା ବିଷୟରେ ଏକ ସଠିକ୍ ଧାରଣା ଦେଇଥିଲା । ବରଫପାହାଡ ମଧ୍ୟରୁ ଅତ୍ୟଧିକ ସଲଫୁରିକ୍ ଏସିଡ୍ ମିଳିଥିଲା , ଯାହାକି ପୂର୍ବର ହିମଯୁଗ ଆରମ୍ଭର ଥିଲା ।

Pro. Anders କହିଛନ୍ତି ଯେ ବର୍ତ୍ତମାନ ଆମ ପାଖରେ ୬୦ ହଜାର ବର୍ଷର ଆଗ୍ନେୟଗିରି ଉଦ୍ଗୀରଣର ତଥ୍ୟ ଅଛି । ସେକହିଛନ୍ତି ଯେ ବହୁ ପ୍ରାଚୀନ ହିମ ଯୁଗରୁ ଆଧୁନିକ ସମୟ ପର୍ଯ୍ୟନ୍ତ ଉଦ୍ଗୀରଣର ଧାରଣା ଆମେ ରଖିପାରିବା । ବଡ ବିସ୍ଫୋରଣ ବିରଳ ଅଟେ, ତେଣୁ ସେଗୁଡିକ ଅଧ୍ୟୟନ କରିବା ପାଇଁ ଏକ ବଡ଼ ସମୟସୀମା ଆବଶ୍ୟକ । ଯାହା ଆମର ବର୍ତ୍ତମାନ ପରିସ୍ଥିତି ଅଛି ଏବଂ ପରବର୍ତ୍ତୀ ବଡ ବିସ୍ଫୋରଣ କେବେ ହେବ? ତାର ଅନୁମାନ କରିହେବ । Pro. Anders କହିଛନ୍ତି ଯେ ଆମେ ଅଧ୍ୟୟନ କରିଥିବା ସମୟ ମଧ୍ୟରେ ତିନୋଟି ଆଗ୍ନେୟଗିରି ଉଦ୍ଗୀରଣ ଅତ୍ୟନ୍ତ ଭୟାନକ, ଶକ୍ତିଶାଳୀ ଏବଂ ବଡ଼ ଥିଲା । ଏମାନଙ୍କୁ VEI-8 କୁହାଯାଏ । କିଛି ଶହ କିମ୍ବା ହଜାରେ ବର୍ଷ ମଧ୍ୟରେ ଆମେ ଏପରି ବିସ୍ଫୋରଣ ଆଶା କରିପାରିବା । କାରଣ ଟାମ୍ବୋରା ପର୍ବତ ପରି ବଡ ବିସ୍ଫୋରଣ ପ୍ରତ୍ୟେକ ହଜାରେ ବର୍ଷରେ ଥରେ କିମ୍ବା ଦୁଇଥର ଘଟେ । ବେଳେବେଳେ ଏହା ଶୀଘ୍ର ମଧ୍ୟରେ ଘଟିପାରେ ।

ଯଦି ପୁଣି ଟାମ୍ବୋରା ପରି ବିସ୍ଫୋରଣ ହୁଏ ତେବେ କ’ଣ ହେବ?

ଯଦି ଟାମ୍ବୋରା ପର୍ବତ ପରି ଏକ ବିସ୍ଫୋରଣ ପୁନର୍ବାର ଘଟେ, ତେବେ ଭୟଙ୍କର ଭାବରେ ଜଳବାୟୁ ପରିବର୍ତ୍ତନ ହେବ । ପାଞ୍ଚରୁ ଦଶ ବର୍ଷ ପର୍ଯ୍ୟନ୍ତ ପୃଥିବୀରେ ହେବ ପ୍ରବଳଥଣ୍ଡା ।  ଅର୍ଥାତ୍ ସୂର୍ଯ୍ୟକିରଣ କମ୍ ପହଞ୍ଚିବ କିମ୍ବା ଆଦୌ ପହଞ୍ଚିବ ନାହିଁ । ଯାହାଫଳରେ ତାପମାତ୍ରାରେ ବହୁତ ହ୍ରାସ ଘଟିବ । ବରଫ ଯୁଗ ପରି ଏକ ଅବସ୍ଥା ଆରମ୍ଭ ମଧ୍ୟ ହୋଇପାରେ । ମରୁଡ଼ି, ଭୂକମ୍ପ ରେ ପୃଥିବୀ ହେବ ଥରହର । ଲୋକମାନେ ଖାଦ୍ୟ ଏବଂ ଜଳ ପାଇପାରିବେ ନାହିଁ । ଚାରିଆଡେ ବିଶୃଙ୍ଖଳା ହେବ ।   ଏହି  ଅଧ୍ୟୟନ ନିକଟରେ the Climate of the Past journal ରେ ପ୍ରକାଶିତ  ହୋଇଛି । 

ତେବେ ପରିବେଶରେ ହେଉଥିବା ବାୟୁପ୍ରଦୁଷଣ ହିଁ ହିମ ଯୁଗର କାରଣ ପାଲିଟିବ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି । ଆମ ଜୀବନ ଚକ୍ରରେ ଘୂରି ବୁଲୁଥିବା ଘଟଣାଗୁଡ଼ିକର କ୍ରମ ଯାହା ସମାନ କ୍ରମରେ ନିୟମିତ ପୁନରାବୃତ୍ତି ହୋଇଥାଏ । କିନ୍ତୁ ଉନ୍ନତି ନାଁରେ ପରିବେଶକୁ କ୍ଷତି ପହଞ୍ଚାଇବା ଠିକ ନୁହଁ । ପ୍ରତିଦିନ ଲକ୍ଷ ଲକ୍ଷ ଟନ୍ କାର୍ବନ ଡାଇଅକ୍ସାଇଡ୍ ମନୁଷ୍ୟକୃତ ଭାବରେ ପରିବେଶରେ ନିର୍ଗତ ହେଉଛି ।

ପୁଣି ପ୍ରାକୃତିକ ଉପାୟରେ ମଧ୍ୟ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହେଉଛି । ଯାହାର ଆକଳନ କରିବା କଷ୍ଟକର । ଯାହାଫଳରେ ଗ୍ଲୋବାଲ୍ ଓ୍ୱାର୍ମିଂ ବଢୁଛି । ଗ୍ଲୋବାଲ୍ ଓ୍ୱାର୍ମିଂ ବଢିବା ଦ୍ୱାରା ଆସୁଥିବା ହିମ ଯୁଗର ସମୟ ସୀମା କମିଯିବ । ଯାହା ଫଳରେ ଆସିବ ଅପ୍ରାକୃତିକ ହିମ ଯୁଗ । ପୃଥିବୀରେ ହେବ ପ୍ରଳୟ । Milankovitch (Orbital) Cycles and Their Role in Earth’s Climate ରେ ନାସା ଏହାକୁ ବିସୃତ ଭାବରେ ବର୍ଣ୍ଣନା କରିଛି ।

ବୈଜ୍ଞାନିକମାନେ ଚିନ୍ତା ପ୍ରକାଶକରି କହିଛନ୍ତି ଯେ, ଆସୁଥିବା ହିମ ଯୁଗ ପୂର୍ବର ହିମ ଯୁଗ ଠାରୁ ଅତ୍ୟନ୍ତ ଭୟଙ୍କର ହେବ । ପୂର୍ବର ହିମ ଯୁଗ ଅପେକ୍ଷା ହେବ ପ୍ରବଳଥଣ୍ଡା । ଗବେଷଣା ଅନୁସାରେ ଆଗାମୀ ଦେଢ ଲକ୍ଷ ବର୍ଷ ମଧ୍ୟରେ ଆସିବ ଭୟଙ୍କର ହିମ ଯୁଗ । ଯେଉଁଥିପାଇଁ ଉନ୍ନତି ର ଶିଖର ଛୁଇଁ ଥିବା  ମନୁଷ୍ୟ ସମାଜ ର ଚିହ୍ନ ବର୍ଣ୍ଣ ଲିଭିଯିବ । ଏହି ରିର୍ପୋଟକୁ ନେଇ ବୈଜ୍ଞାନିକମାନେ ଏବେ ଚିନ୍ତାରେ ଅଛନ୍ତି ।

 

ପ୍ରକୃତିରୁ ପେଟ୍ରୋଲିୟମ୍ ଖନନ ଦ୍ୱାରା  ଲକ୍ଷ ଲକ୍ଷ ବର୍ଷ ଧରି ଚୁପଥିବା ଆଗ୍ନେୟଗିରିରେ ପ୍ରଭାବ ପଡିବା ଆରମ୍ଭ ହେବ ।  ଆଗ୍ନେୟଗିରି ଫାଟିଲେ ହେବ ପ୍ରଳୟ । 

ମନୁଷ୍ୟ ସମାଜ ଗୋଟିଏ ବର୍ଷରେ ଉତ୍ପନ୍ନ କରୁଥିବା କାର୍ବନ ଡାଇଅକ୍ସାଇଡ୍ ଏବଂ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ ସବୁ ଗୋଟିଏ ଦିନରେ ଆଗ୍ନେୟଗିରିରୁ ବାହାରିବ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )