Friday 29th March 2024
Businessman and Entrepreneur ଙ୍କ ଭିତରେ କଣ ସତରେ ଏତେ ତଫାତ୍ ଥାଏ ?

Businessman and Entrepreneur ଙ୍କ ଭିତରେ କଣ ସତରେ ଏତେ ତଫାତ୍ ଥାଏ ?

ଆମ ସୋସାଇଟିରେ ବିଜନେସମ୍ୟାନ କିମ୍ବା ଏଣ୍ଟ୍ରପ୍ରିନିୟରସ୍ କହିଲେ ଆମେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବୁଝୁ । ହେଲେ ପ୍ରକୃତରେ ଧନୀ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ହେବା ପାଇଁ କେଉଁ କେଉଁ ସ୍ତର ଦେଇ ଯିବାକୁ ପଡେ । ତାହା ଖୁବ୍ କମ୍ ଲୋକ ଜାଣିଥାନ୍ତି । ସତରେ ଦେଖିବାକୁ ଗଲେ ଆଜିର ସମୟରେ ବିଜନେସମ୍ୟାନଙ୍କ ଠାରୁ ଅଧିକ ଏଣ୍ଟରପ୍ରିନିୟର ମାନଙ୍କ ଚାହିଦା ଅଧିକ । ଆପଣ ଭାବୁଥିବେ ଦୁଇଟି ଯାକ ତ ସମାନ ଓ ବିଜନେସ୍ ସମ୍ବନ୍ଧିତ ,ତାହାଲେ ଏଥିରେ ତଫାତ୍ ବା କଣ ଅଛି ? ଆପଣଙ୍କ ଭଳି ବହୁତ ଜଣ ଅଛନ୍ତି ଯେଉଁମାନେ ଟିଭିରେ ସାର୍କଟ୍ୟାଙ୍କ ଦେଖିଲା ପରେ ବିଜନେସ୍ ଆଉ ଏଣ୍ଟରପ୍ରିନିୟରସିପ୍ ଉପରେ ଭାବୁଛନ୍ତି ଓ ସେଥିରେ କେମିତି ଭବିଷ୍ୟତ ଗଢିହେବ ତାର ଉପାୟ ଖୋଜୁଛନ୍ତି । ତେଣୁ ଏସବୁ କରିବା ପାଇଁ ପ୍ରଥମେ ଦରକାର ସେ ସମ୍ବନ୍ଧିତ IDEA । ହେଲେ ଚାଲନ୍ତୁ ଜାଣିବା ପ୍ରକୃତରେ Businessman and Entrepreneurଙ୍କ ଭିତରେ ଫରକ୍ କଣ ? ଆଉ ଏ ବିଷୟରେ ଆମେ କଥା ହେବା ଜଣେ ଖାସ୍ entrepreneur ସୌରଭ ଖଣ୍ଡେଲୱାଲଙ୍କ ସହ । ସେ (Tragsales4you)https://www.zaubacorp.com/company/TRAG-SALES4YOU-PRIVATE-LIMITED/U74110OR2019PTC030817 କମ୍ପାନୀର କୋ ଫାଉଣ୍ଡର-ସିଇଓ ଏବଂ (Scommindia) https://scommindia.com/ର president । ମାତ୍ର ୨୫ ବର୍ଷ ବୟସରେ ସେ ବିଜନେସ୍ ଓ ଷ୍ଟାର୍ଟଅପ୍ ର ମୂଳମନ୍ତ୍ର କଣ ବୁଝିଛନ୍ତି ଆଉ ବର୍ତ୍ତମାନ ସେହି ସୂତ୍ରକୁ ଆପଣାଇ ଅନ୍ୟମାନଙ୍କ ବିଜନେସ୍ ବଢାଇବାରେ ସାହାର୍ଯ୍ୟ କରୁଛନ୍ତି । ତାଙ୍କ ଅଭିଜ୍ଞତାରୁ ବୁଝିବା ପ୍ରକୃତ ତଫାତ୍ କଣ ?

 businessman ଆଉ entrepreneur କୁ ନେଇ ଆପଣଙ୍କ ଅଭିଜ୍ଞତା କଣ ?

-ଦେଖନ୍ତୁ ମୋର ଅଭିଜ୍ଞତା ଅନୁସାରେ ଏହି ଦୁଇଟି ଜିନିଷର ଲକ୍ଷ୍ୟ ଏକ ହେଲେ ବି କାମ କରିବାର ଶୈଳୀ ଭିନ୍ନ ଭିନ୍ନ । ଜଣେ ବିଜନେସ୍‌ମ୍ୟାନ୍ ପୁରୁଣା ପ୍ରଥାକୁ ସବୁବେଳେ ଆଗେଇନେବାକୁ ଚେଷ୍ଟା କରେ । ଉଦାହରଣସ୍ୱରୂପ- ଜଣେ ନିଜର କପଡା ବିଜନେସ୍ କରୁଛି ,କିନ୍ତୁ ତାକୁ ସେଇ ଚିରା ଚରିତ ଢଙ୍ଗରେ ବ୍ୟବସାୟୀଙ୍କ ସହ କିମ୍ବା ଗ୍ରାହକଙ୍କ ସିଧାସଳଖ ବିଜନେସ୍ କରିବାକୁ ପଡୁଛି ଓ ସେଇଟା ତାକୁ ଭଲ ବିଜନେସ୍ ଦେଉଛି । ତେଣୁ ସେ ସେଇ ଢଙ୍ଗରେ କାମ କରି ଧିରେ ଧିରେ ନିଜ ବିଜନେସକୁ ବଢେଇ ଜଣେ ଭଲ ବିଜନେସମ୍ୟାନ ହେଇପାରୁଛି । ତେଣୁ ଆମେ କହିପାରିବା ଜଣେ ବିଜନେସମ୍ୟାନ INDUSTRIAL ଓ COMMERCIAL ଗ୍ରାଉଣ୍ଡରେ ହିଁ ରହୁଛି ।

 

କିନ୍ତୁ ସେହି ଜାଗାରେ ଯଦି ଜଣେ entrepreneur କଥା କହିବା ତାହାଲେ ଗୋଟିଏ ଭାବନାକୁ ଆରମ୍ଭରୁ ଶେଷ ଯାଏଁ ଏକ ସଠିକ୍ ରୂପ ଦେବାର କ୍ଷମତା ଯାହା ପାଖରେ ଅଛି ସେ ହେଉଛି entrepreneur । ସେଥିପାଇଁ ଅଭିନବ ଭାବେ,ନୂଆ ତରିକା ସହିତ କାମ କରୁଥିବା ଲୋକଙ୍କୁ ମୁଁ entrepreneur କୁହେ । ଜଣେ ବିଜନେସମ୍ୟାନ ସିନା ଗୋଟିଏ ବିଜନେସକୁ overtake କରିପାରିବ କିନ୍ତୁ ଜଣେ entrepreneur ଗୋଟିଏ ଷ୍ଟାର୍ଟଅପକୁ original idea ସହିତ ଆଗକୁ ନେବା ଓ ଭଲ ଭଲ product idea ତିଆରି କରିବାର ମୁଖ୍ୟ ହୋଇଥାଏ ।

 

ପ୍ରକୃତରେ ବିଜନେସମ୍ୟାନଙ୍କ କାମ କଣ ?

-ଯିଏ ନିଜ ଆଇଡିଆରେ ନୁହେଁ ବରଂ ପ୍ରଥମରୁ ଚାଲିଆସୁଥିବା କିଛି ଉପାୟରେ କାମ ଆରମ୍ଭ କରେ ଓ ତାକୁ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ହେଉ କିମ୍ବା କର୍ମସିଆଲ କ୍ଷେତ୍ରରେ ଲଗାଇ ଲାଭ କମାଇଥାଏ ତାଙ୍କୁ ଆମେ ବିଜନେସମ୍ୟାନ କହିପାରିବା । ସେମାନେ ପସନ୍ଦ କରନ୍ତି କିଛି ଏମିତି ଜିନିଷରେ ନିଜର ଟଙ୍କା ନିବେଶ କରିବେ ଯେଉଁଥିରୁ ତାଙ୍କୁ ମୋଟାଅଙ୍କରେ ଲାଭ ମିଳୁଥିବ । ତେବେ ତାହା-ଜାଗାବାଡି,ରିଏଲଇଷ୍ଟେଟ୍ ଆଦି ହୋଇଥାଏ । ଯାହାଠୁ ରିଟର୍ଣ୍ଣ ବହୁତ ଭଲରେ ମିଳିପାରିବ । କହିବାକୁ ଗଲେ ମାର୍କେଟରେ ଯେଉଁ ସବୁ ଆଇଡିଆରେ ଦୀର୍ଘ ଦିନ ଧରି ବିଜନେସ୍ ଲୋକ କରିଆସୁଥାନ୍ତି ବାସ୍ ସମାନ ଢଙ୍ଗରେ ଆଉ ଏକ କାମ ଆରମ୍ଭ କରୁଥିବା ଲୋକଟି ହେଉଛି ବିଜନେସମ୍ୟାନ୍ । ଆଉ ବିଜନେସମ୍ୟାନଙ୍କ ପାଇଁ ଗ୍ରଙ୍କ ହିଁ ଭଗବାନ ଥାଆନ୍ତି । ଉଦାହରଣସ୍ୱରୂପ-ଫର୍ଣ୍ଣିଚର ଦୋକାନ,ଗ୍ରୋସରୀ ଷ୍ଟୋର,ଗାର୍ମେଣ୍ଟ ବିଜନେସ୍ ଇତ୍ୟାଦି । ଏସବୁ ଗ୍ରାହକଙ୍କ ବିନା ସମ୍ଭବ ହିଁ ନୁହେଁ ।

ଆଉ ଏଣ୍ଟ୍ରପ୍ରିନିୟରଙ୍କ କାମ କଣ ?

– ହେଲେ ନୂଆ ଗାଡି କିଣିବାରେ ନୁହେଁ ବରଂ ଭିନ୍ନ ଭିନ୍ନ ପାଟର୍ସ କିଣି ନୂଆ ଗାଡି ତିଆରି କରିବାରେ ବିଶ୍ୱାସ କରନ୍ତି entrepreneur । ଏହାର ଅର୍ଥ ହେଉଛି- ଜଣେ ଭଲ ଏଣ୍ଟପ୍ରିନିୟର ଚିନ୍ତାକରେ ତା ପାଖରେ କଣ ନୂଆ ଉପାୟ ଅଛି ଯାହାକି ଦୁନିଆରେ କିଛି ଅଲଗା ଛାପ ସୃଷ୍ଟି କରିବାରେ ସାହାର୍ଯ୍ୟ କରିବ । ସେଥିପାଇଁ ଯଥା ସମ୍ଭବ risk ମଧ୍ୟ ନେଇଥାଏ ଜଣେ ଏଣ୍ଟ୍ରପ୍ରିନିୟର । ତେଣୁ ଆଗରୁ ତ ଲୋକ ବିଜନେସ୍ କଣ ଜାଣିଥିଲେ କିନ୍ତୁ ଏଣ୍ଟ୍ରପ୍ରିନିୟରସିପ୍ ଆରମ୍ଭ ହେବା ଦିନରୁ ଲୋକ ଷ୍ଟାର୍ଟଅପ୍ କଣ ବୁଝିଲେ । ଷ୍ଟାର୍ଟଅପ୍ ସୁଯୋଗ ଆଜିର ତାରିଖ ଭଲ ରୋଜଗାରର ମାଧ୍ୟମ ଓ ତାସହ କିଛି ନୂଆ ଉଦ୍ଭାବନ କରିବାର ସୁଯୋଗ ବୋଲି ଏଣ୍ଟ୍ରପ୍ରିନିୟରମାନେ ବୁଝାଇଦେଲେ । ଉଦାହରଣସ୍ୱରୂପ- ମାର୍କ ଜୁକରବର୍ଗ (କୋ ଫାଉଣ୍ଡର-ଫେସବୁକ୍‌) ବିଲ୍ ଗେଟ୍ସ (ଫାଉଣ୍ଡର ଅଫ୍ ମାଇକ୍ରୋସଫ୍ଟ), ଷ୍ଟିଭ୍ ଜବସ୍ (କୋ-ଫାଉଣ୍ଡର ଅଫ୍ ଆପଲ୍ ) ଆହୁରୀ କେତେ ନାଁ entrepreneur ହିସାବରେ ଯୋଡି ହୋଇ ଚାଲିବ ।

ଆହୁରୀ ସହଜରେ ଏହି ଦୁହିଁଙ୍କ ଭିତରେ ତଫାତ୍

Particulars Entrepreneur Businessman
Definition An entrepreneur is an individual having an exclusive idea to establish a new venture. A businessman is an individual who establishes a business with an old business idea.
Market position Entrepreneurs are market leaders. Businessmen are market players.
Market Entrepreneurs create a market for his/her business ideas. Businessmen make a place in an already existing market with effort and dedication.
Nature Entrepreneurs are intuitive. Businessmen are calculative.
Risk factor The risk of failure is very high. The risk of failure is less.
Method of operation Uses unconventional methods to run the business. Uses traditional methods to run the business.
Focus Focused in essence and gives importance to customers, employees and the public. Focus is oriented towards profit.
Goals Entrepreneurs are visionary, and they set long-term goals. Businessmen are focused on short-term profits.
Competition Low competition for the business since they enter a new market. Faces extreme competition since it is difficult to obtain a competitive position in an already existing market

 

ତେଣୁ ଯଦି businessman and entrepreneur ଭିତରେ ତଫାତ୍ ଦେଖିବା ତାହାଲେ ଦୁହେଁ ଦୁହିଁଙ୍କ ଠାରୁ ପୁରା ଅଲଗା ଓ ଭିନ୍ନ । entrepreneur ଗୋଟିଏ ସଂସ୍ଥା,ତାର ମ୍ୟାନେଜର ଓ ତାର ପ୍ରତିଟି risk କାମର ହକ୍‌ଦାର୍ । ଜଣେ ବିଜନେସମ୍ୟାନ ପ୍ରତିଯୋଗିତା ଉପରେ ବିଶେଷ ଧ୍ୟାନ ଦିଏ ଆଉ ସେହି ଜାଗାରେ ଜଣେ entrepreneur ପରସ୍ପରକୁ ସାହାର୍ଯ୍ୟ ଓ ସହଯୋଗିତା କରିବାର କାମ କରନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )