Thursday 28th March 2024
ଭାରତରେ ଅଧିକ ”ହେଡ୍ ଏଣ୍ଡ ନେକ୍ କ୍ୟାନସର୍” କାହିଁକି ?

ଭାରତରେ ଅଧିକ ”ହେଡ୍ ଏଣ୍ଡ ନେକ୍ କ୍ୟାନସର୍” କାହିଁକି ?

ସାରା ଦୁନିଆରେ ଗୋଟିଏ ରୋଗର ଅବସ୍ଥିତି ନିଶ୍ଚିତ ରହିଛି । ତାହା ହେଉଛି, କ୍ୟାନସର୍ । କିନ୍ତୁ କ୍ୟାନସରକୁ ନେଇ ବିଭିନ୍ନ ଗବେଷଣା ଓ ରିସର୍ଚ ମଧ୍ୟ ଜାରି ରହୁଛି । ଏହି ରୋଗର ଗୋଟିଏ କାରଣ କି ଗୋଟିଏ ରୂପ ନାହିଁ । ଭିନ୍ନ ଭିନ୍ନ ରୂପରେ ମଣିଷ ଶରୀରରେ ଜନ୍ମନିଏ କ୍ୟାନସର୍ । କିନ୍ତୁ ଯଦି ଆମ ଭାରତର କଥା କହିବା ତାହାଲେ ସବୁଠୁ ଅଧିକ ହେଡ୍ ଏଣ୍ଡ ନେକ୍ କ୍ୟାନସର୍ ର ମାତ୍ରା ଅଧିକ । ଯାହାର ତୁଳନା ଆପଣ ଅନ୍ୟ ଦେଶ ସହ କରିପାରିବେ ନାହିଁ । ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀଙ୍କୁ ଏହି ରୋଗ ବେଶି ମାତ୍ରାରେ ଆକ୍ରାନ୍ତ କରୁଛି । ତେବେ ଚାଲନ୍ତୁ ଏ ବିଷୟରେ ଅଧିକ ଆଲୋଚନା କରିବା ଡାକ୍ତର ସନ୍ଦିପ୍ କୁମାର ବାରିକ ଆସିଷ୍ଟାଣ୍ଟ ପ୍ରଫେସର୍ (ରେଡିଏସନ୍ ଅଙ୍କଲୋଜିଷ୍ଟ ) ଙ୍କ ସହିତ ଓ ଜାଣିବା କଣ ଏହି ହେଡ୍ ଏଣ୍ଡ ନେକ୍ କ୍ୟାନସର ?

ହେଡ୍ ଏଣ୍ଡ୍ ନେକ୍ କ୍ୟାନସର କାହାକୁ କୁହାଯାଏ ?

-”ଦେଖନ୍ତୁ କ୍ୟାନସର ଏମିତିରେ ବି ଶରୀରର ବିଭିନ୍ନ ସ୍ଥାନରେ ହେଇପାରେ । କିନ୍ତୁ ହେଡ୍ ଏଣ୍ଡ ନେକ୍ କ୍ୟାନସର ନାଁ ରୁ ହିଁ ଆପଣ ବୁଝିପାରୁଥିବେ ଏଥିରେ ମୁଣ୍ଡ ଓ ଗଳା ବିଷୟରେ ହିଁ କୁହାଯାଉଛି । ମୁଣ୍ଡ ଓ ଗଳାର ବିଭିନ୍ନ ଜାଗାରେ ଏହି କ୍ୟାନସର ହେବାର ସମ୍ଭାବନା ରହିଥାଏ । ଯେମିତିକି-ଓଠ,ଜିଭର କ୍ୟାନସର୍‌, ମୁଣ୍ଡରେ କ୍ୟାନସର,ଗାଲର କ୍ୟାନସର,ଭଏସ୍ ବକ୍ସରେ କ୍ୟାନସର୍ ଇତ୍ୟାଦି । ତେବେ ଏହି ସବୁ କ୍ୟାନସର ହେବାର ମୁଖ୍ୟ କାରଣ ହେଉଛି- ଟୋବାକୋ ବା ନିଶାଦ୍ରବ୍ୟ । ତେବେ ଏହି କ୍ୟାନସର ପାଇଁ ବ୍ୟକ୍ତିଙ୍କର ବଦଅଭ୍ୟାସ ହିଁ ଅଧିକାଂଶ ସମୟରେ ଦାୟୀ ହୋଇଥାଏ ।”

ଭାରତରେ ଏହାର ମାତ୍ରା କେତେ ଅଧିକ ?

-”ଭାରତରେ ପ୍ରତି ୧୦୦ ଭାଗରୁ ୪୦ ଭାଗ ଲୋକ ଏହି କ୍ୟାନସରର ଶିକାର ହେଉଛନ୍ତି । କିନ୍ତୁ ବିଦେଶରେ ଏହା ୫ ରୁ ୧୦ ଭାଗ ହିଁ ଦେଖିବାକୁ ମିଳୁଛି । ଆଉ ଏମିତିରେ ବି ବିଶ୍ୱର ଦ୍ୱିତୀୟ ଦେଶ ହେଉଛି ଆମ ଭାରତ ଯେଉଁଠି ଟୋବାକୋ ତିଆରି ଓ ଟୋବାକୋ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ । ତେଣୁ ଏଇଠୁ ହିଁ ଜାଣିପାରୁଥିବେ କାହିଁକି ଭାରତରେ ଏହାର ମାତ୍ରା ଅଧିକ ।”

କେଉଁ ମାନଙ୍କୁ ଅଧିକ ହେବ ହେଡ୍ ଏଣ୍ଡ ନେକ୍ କ୍ୟାନସର୍ ? 

-”ସାଧାରଣତଃ ନିଶାଦ୍ରବ୍ୟରେ-ଦୁଇଟି ଫର୍ମ ଥାଏ । ଗୋଟିଏ ସ୍ମୋକି ଟୋବାକୋ ଓ ଅନ୍ୟଟି ସ୍ମୋକଲେସ୍ ଟୋବାକୋ । ସ୍ମୋକି ଟୋବାକୋରେ ଆପଣ ଧୁମ୍ରପାନ ଅର୍ଥାତ ସିଗାରେଟ୍‌,ବିଡି ଆଦି ଜିନିଷକୁ କହିପାରିବେ ଓ ସ୍ମୋକ୍ ଲେସ୍ ଟୋବାକୋରେ ଆପଣ ଖଇନି,ଦୁକତା,ଗୁଟଖା,ଗୁଡାଖୁ ଆଦି ଜିନିଷକୁ କହିପାରିବେ । ଏଥିରେ ତଫାତ୍ ରହିଛି କିନ୍ତୁ ଏହାର ଉଦ୍ଦେଶ୍ୟ ଗୋଟିଏ । ଆପଣଙ୍କ ଶରୀରକୁ କ୍ୟାନସର ମୁହାଁ କରିବା । ଏସବୁ ଛଡା ଅତ୍ୟଧିକ ମଦ୍ୟପାନରୁ ବି ହେଡ୍ ଏଣ୍ଡ ନେକ୍ କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ । ଏହାଛଡା ଆଉ ଏକ ଫେକ୍ଟର ଆଜିର ସମୟରେ ଅଧିକ ହେଉଛି ତାହାହେଲା ସେକ୍ସୁଆଲ କଣ୍ଟାମିନେସନ୍ । ଏଥିରେ ମଧ୍ୟ ଲୋକଙ୍କୁ ହେଡ୍ ଏଣ୍ଡ ନେକ୍ କ୍ୟାନସର ହେବାର ପ୍ରକ୍ରିୟା ୨୦୧୦ରୁ ଆରମ୍ଭ ହୋଇଛି । ତାଛଡା ଯେଉଁମାନେ ଇଣ୍ଡଷ୍ଟ୍ରିଆଲ୍ ଜାଗାରେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ଏହିଭଳି କ୍ୟାନସର ହେବାର ବିଶେଷ ସମ୍ଭାବନା ରହିଛି । ସେମାନଙ୍କର କିଛି ଖରାପ ଅଭ୍ୟାସ ନଥିଲେ ବି ବଡ ବଡ ଶିଳ୍ପସ୍ଥାନରେ ବ୍ୟବହାର ହେଉଥିବା ବିଷାକ୍ତ ଜିନିଷରୁ ଏହି କ୍ୟାନସର ହେବାର ବହୁତ ମାତ୍ରାରେ ସମ୍ଭାବନା ରହିଛି ।”

 

ହେଡ୍ ଏଣ୍ଡ ନେକ୍ କଣ କେବଳ ନିଶାକରୁଥିବା ଲୋକଙ୍କୁ ହୁଏ କି ?

-”ଦେଖନ୍ତୁ ଏହି କ୍ୟାନସର ହେବାର ନିଶା କରୁଥିବା ଲୋକଙ୍କୁ ପ୍ରଥମେ ଅଧିକ ସମ୍ଭାବନା ଥାଏ । କିନ୍ତୁ ତାର ମାନେ ନୁହେଁ କି ଏହା ଅନ୍ୟମାନଙ୍କୁ ହେବନାହିଁ । ନିଶ୍ଚିତ ରୂପେ ଏହି ରୋଗ ଅନ୍ୟସାଧାରଣ ଲୋକଙ୍କୁ ବି ହେଇପାରେ । ସବୁଠୁ ବଡ କଥା ହେଉଛି ଗଳାର କ୍ୟାନସରଟି କାମ କରୁଥିବା ସିଙ୍ଗର୍ କିମ୍ବା ଭଏସ୍ ଆଟିଷ୍ଟ ମାନଙ୍କୁ ହେବାର ସୂଚନା ରହିଛି । ତେଣୁ ଏହି ସବୁକାମ କରୁଥିବା ଲୋକଙ୍କୁ ବି କ୍ୟାନସର ହେଇପାରେ । ସେମାନଙ୍କ ପାଇଁ ମୁଁ କହିପାରିବି- ଯେ ନିଜ ଶରୀରର ଗୋଟିଏ ୩ମାସିକିଆ ଚେକଅପ୍ କରାନ୍ତୁ । ଯାହା ଆପଣଙ୍କ କ୍ୟାନସରର ଲକ୍ଷଣକୁ ଡିଟେକ୍ଟ କରିପାରିବ । ବହୁତ ସମୟରେ କ୍ୟାନସର ଶରୀରରେ ବଢି ଲାଷ୍ଟ ଷ୍ଟେଜରେ ପହଂଚିଯାଇଥାଏ କିନ୍ତୁ ଲୋକଙ୍କୁ ସେ ବିଷୟରେ କୌଣସି ଧାରଣା ନଥାଏ । କିନ୍ତୁ ହେଡ୍ ଏଣ୍ଡ ନେକ୍ କ୍ୟାନସର୍ ଟି ସହଜରେ ଡିଟେକ୍ଟ କରିହୁଏ ।”

 

ହେଡ୍ ଏଣ୍ଡ ନେକ୍ କ୍ୟାନସରରେ କଣ କଣ ଲକ୍ଷଣ ଅଛି?

-”ମୁଁ ଯେତେବେଳେ ବି ଗାଁ କିମ୍ବା ବିଭିନ୍ନ ମେଡିକାଲ୍ କ୍ୟାମ୍ପରେ ଯାଏ ,ସେଠାରେ ଏହିକଥା ବୁଝାଇଥାଏ । ଯଦି ଆପଣଙ୍କ ଶରୀରରେ କିଛି ସାଧାରନ ଘା’ ହେଇଛି ତାକୁ ସାଧାରଣ ଭାବି ଅଣଦେଖା କରିବେ ନାହିଁ । କାହିଁକି ନା ଏହା ହିଁ ସବୁଠୁ ବଡ ଭୁଲ୍ । ଲକ୍ଷଣ ସେଇଠୁ ହିଁ ଆରମ୍ଭ ହେଇଯାଏ । ମୁହଁରେ କିମ୍ବା ବେକରେ ଘା ହେଇଛି କିନ୍ତୁ ବହୁତ ଦିନ ଧରି ଶୁଖୁନାହିଁ । ତେଣୁ ସେହିଭଳି ଜାଗାରେ ଘରେ ରହି ତାର ଚିକିତ୍ସା କରିବେନାହିଁ । ଯେଉଁ ବି ଡାକ୍ତରଙ୍କ ପାଖକୁ ଯାଇ ଆପଣ ନିଜର ଘା ଦେଖେଇପାରିବେ । ଲକ୍ଷଣର ଯଦି କଥା କହିବି-ତାହାଲେ ତମ୍ବାକୁ ଖାଉଥିବା ଲୋକଙ୍କ ପାଟି ପୁରା ଖୋଲି ହୁଏନି । ସେମାନଙ୍କୁ ପାଟି ଧିରେ ଧିରେ ଛୋଟ ହେଇଯାଏ । ଏହିଭଳି ଲକ୍ଷଣ ବି ହେଡ୍ ଏଣ୍ଡ ନେକ୍ ଭିତରେ ଆସୁଛି । ମୁହଁରେ ହାତରେ କିମ୍ବା ବେକରେ ଧଳା ଦାଗ ହେଇ ଧିରେ ଧିରେ ବଢୁଛି ତାହା ବି ଏହି କ୍ୟାନସରର ଲକ୍ଷଣ । ବହୁତ ସମୟରେ ଗଳାରେ ଯନ୍ତ୍ରଣା ଅନୁଭବ ହୁଏ ତାହା ଥଣ୍ଡା କାରଣରୁ ବି ହେଇପାରେ । ହେଲେ ଥଣ୍ଡା ସପ୍ତାହରୁ ୨ ସପ୍ତାହ ଭିତରେ ଛାଡିିଯିବା କଥା । କିନ୍ତୁ ତାହାଠୁ ଅଧିକ ସମୟ ରହିଲେ ଏହା ବେକରେ କ୍ୟାନସର ହେବାର ସର୍ତକ ଘଣ୍ଟି ଦେଉଛି ବୋଲି ବୁଝିବା ଆବଶ୍ୟକ । ବହୁତ ସମୟରେ ଲୋକ ମାଇଗ୍ରେନ୍ ରେ ପିଡିତ ଥାଆନ୍ତି । କିନ୍ତୁ ବେଳେ ବେଳେ ତାହା ମାଇଗ୍ରେନ୍ ଭଳି ଲାଗିଲେ ବି ବ୍ରେନ୍ ଟ୍ୟୁମର୍ ହେବାର ସଂଙ୍କେତ ଦେଉଥାଏ । ଆଉ ଧିରେ ଧିରେ ତାହା ବ୍ରେନ୍ କ୍ୟାନସର ରେ ପରିଣତ ହୋଇଯାଏ ।”

ଏହି କ୍ୟାନସର ପାଇଁ ଚିକିତ୍ସା କଣ କରିବାକୁ ପଡିବ ?

-”ଏହି କ୍ୟାନସର ହେଲେ,ରେଡିଓ ଥେରାପି,କେମୋଥେରାପି ଭଳି ଚିକିତ୍ସା ପ୍ରାୟତଃ ଦରକାର ପଡେନି । କିନ୍ତୁ ହଁ କ୍ୟାନସରର ଷ୍ଟେଜ ଅନୁସାରେ ଭଲ ଅଙ୍କୋଲଜିଷ୍ଟ ହିଁ ଏହାକୁ ସର୍ଜରୀ ମାଧ୍ୟମରେ ଚିକିତ୍ସିତ କରିପାରିବେ । ରୋଗୀର ପ୍ରଥମ କାମ ହେଉଛି ଯେଉଁ କାରଣରୁ ଏହି ହେଡ୍ ଏଣ୍ଡ ନେକ୍ କ୍ୟାନସର ହେଇଛି ତାକୁ ଆଗ ଛାଡିବା । ଯେମିତିକି ତମ୍ବାଖୁ ଖାଇ ଯଦି କ୍ୟାନସର ହେଉଛି ତାହାଲେ ତମ୍ବାଖୁ ଖାଇବା ଛାଡିବା ଦରକାର ଇତ୍ୟାଦି । ତେଣୁ ଲକ୍ଷଣ ଅନୁସାରେ ଯଦି ଜଣେ ରୋଗୀ ଚିକିତ୍ସା ଆରମ୍ଭ କରନ୍ତି ତାହାଲେ କ୍ୟାନସରଟି କେଉଁ ଷ୍ଟେଜ୍ ରେ ଅଛି ଜଣାପଡିଯିବ ”।

CATEGORIES
TAGS
Share This

COMMENTS

Wordpress (0)
Disqus ( )