Wednesday 8th May 2024
ଇମ୍ୟୁନିଟି ବୁଷ୍ଟ କରୁଛି ସବୁଜ ଟମାଟୋ

ଇମ୍ୟୁନିଟି ବୁଷ୍ଟ କରୁଛି ସବୁଜ ଟମାଟୋ

ପରିବା ସ୍ୱାସ୍ଥ୍ୟ ପ୍ରତି ହିତକାର ବୋଲି ଆମେ ପିଲା ବେଳୁ ଜାଣି ଆସିଛୁ । ସାଧାରଣତଃ ସବୁଜ ପନିପରିବା ଖାଇବା ଆମକୁ ଡାକ୍ତର ମଧ୍ୟ କହିଥାନ୍ତି । କିନ୍ତୁ ପରିବା ମାନଙ୍କ ମଧ୍ୟରେ ବି ଏମିତି ଅନେକ ପରିବା ଅଛି ଯାହା ପାଚିଲେ ହିଁ ଆମେ ଖାଇଥାଉ । ଯେମିତି କି ଟମାଟୋ, ସାଧାରଣତଃ ଟମାଟୋ ଲାଲ ହେଲେ ହିଁ ଆମେ ଖାଇଥାଉ । ଯାହା ବିନା ଘରୋଇ ରେସିପି ହେଉ କି ବଜାରର ଫାଷ୍ଟଫୁଡ୍ ଅସମ୍ପୂର୍ଣ୍ଣ ଲାଗେ । ହେଲେ ଆପଣ କେବେ ସବୁଜ ଟମାଟୋ ଖାଇଛନ୍ତି କି? ହଁ ଆପଣ ଠିକ୍ ଜାଣୁଛନ୍ତି ଟମାଟୋରେ ପୋଷକ ତତ୍ତ୍ୱର ଅଭାବ ନାହିଁ । ଏହା ବ୍ୟତୀତ ଭିଟାମିନ୍‌-ସି, ଭିଟାମିନ୍‌-ଏ, ପୋଟାସିୟମ୍‌, କ୍ୟାଲସିୟମ ମଧ୍ୟ ମିଳିଥାଏ । ତେବେ ଆପଣ ଜାଣିଛନ୍ତି କି ସବୁଜ ଟମାଟୋ ଖାଇବା ଦ୍ୱାରା ଅନେକ ରୋଗରୁ ଆପଣଙ୍କୁ ମୁକ୍ତି ମିଳିପାରିବ? ଚାଲନ୍ତୁ ଏସମ୍ବନ୍ଧରେ ଅଧିକ କିଛି ଜାଣିବା ।Tomatoes 101 - Year Round Love in the Greenhouse - by Roger Marshall

ଆଖି ସମସ୍ୟାରୁ ମୁକ୍ତି:

ଯଦି ଆପଣଙ୍କର ମଧ୍ୟ ଆଖି ସମସ୍ୟା ରହିଛି ତେବେ ଲାଲ୍ ଟମାଟୋ ଭଳି ସବୁଜ ଟମାଟୋକୁ ନିୟମିତ ଭାବେ ନିଜ ଖାଦ୍ୟ ସହ ଅନ୍ତର୍ଭୁକ୍ତ କରନ୍ତୁ । କାରଣ ଏହା ଆଖି ପାଇଁ ଅନେକ ଲାଭଦାୟକ ହୋଇଥାଏ। ସବୁଜ ଟମାଟୋରେ ପ୍ରଚୁର ମାତ୍ରାରେ ବିଟା କାରୋଟିନ୍ ମିଳିଥାଏ । ଯାହା ଫଳରେ ଏହା ଆଖିର କାର୍ଯ୍ୟ ସଠିକ୍ ଭାବରେ କରାଏ ଏବଂ ଦୃଷ୍ଟି ଶକ୍ତି ବଢ଼େଇଥାଏ ।

ବ୍ଲଡ୍ ପ୍ରେସର କଣ୍ଟ୍ରୋଲ୍‌:

ଆଜିର ସମୟରେ ଖରାପ ଜୀବନ ଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି । ରକ୍ତରେ କୋଲେଷ୍ଟ୍ରାଲ ପରିଣାମ ବଢ଼ୁଛି, ଯେଉଁ କାରଣରୁ ବ୍ଲଡ୍‌ପ୍ରେସର୍ ରେଟ୍ ବଢ଼ିପାରେ । ଏଭଳି ପରିସ୍ଥିତିରେ ସବୁଜ ଟମାଟୋ ଆପଣଙ୍କ ପାଇଁ ଏକ ରାମବାଣ ଉପାୟ ହୋଇପାରେ । କାରଣ ସବୁଜ ଟମାଟୋରେ ପୋଟାସିୟମ୍ ଭରପୂର ମାତ୍ରା ରେ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

ଇମ୍ୟୁନିଟି ବୁଷ୍ଟ:

କରୋନା ମହାମାରୀ ଭଳି ଯୁଗରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ତାହା କମ୍ ହେବା ଦ୍ୱାରା ସଂକ୍ରମଣର ଆଶଙ୍କା ବଢ଼ିଯାଇଥାଏ। ତେଣୁ ସବୁଜ ଟମାଟୋ ନିମୟମିତ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ଭିଟାମିନ୍‌-ସି ର ଲାଭ ମିଳିପାରିବ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାରେ ସାହାର୍ଯ୍ୟ ହେବ।

CATEGORIES
TAGS
Share This

COMMENTS

Wordpress (0)
Disqus ( )