Friday 26th April 2024
ଆପଣ ବି ଏହି ୧୦ଟି ଚାକିରୀରେ ଭଲ କ୍ୟାରିୟର ଗଢ଼ି ପାରିବେ

ଆପଣ ବି ଏହି ୧୦ଟି ଚାକିରୀରେ ଭଲ କ୍ୟାରିୟର ଗଢ଼ି ପାରିବେ

ଗ୍ରାଜୁଏସନ୍ ଶେଷ କଲା ପରେ ଆଜିର ସମୟରେ ପ୍ରାୟେ ପିଲା ନିଜ ଗୋଡ଼ରେ ଠିଆ ହେବାକୁ ଚାହୁଁଛନ୍ତି । ଗୋଟିଏ ଭଲ ଚାକିରୀ ଟିଏ କରି ନିଜ କ୍ୟାରିୟର ଗଢ଼ିବାକୁ ଚାହାଁନ୍ତି । ମାତ୍ର ଏମିତି କଣ ଚାକିରୀ କରିବେ ଯାହା ଆପଣଙ୍କ କ୍ୟାରିୟର ପାଇଁ ଭଲ ହୋଇପାରିବ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଯଦି ଚାଲିଥାଏ ତେବେ ଆପଣଙ୍କୁ ଏହି ଆର୍ଟିକିଲଟି ଅନେକ ସାହାର୍ଯ୍ୟ କରିବ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଚାକିରୀ ବିଷୟରେ କହିବୁ ଯେଉଁଥିରେ ଆପଣ ଗୋଟିଏ ଭଲ କ୍ୟାରିୟର ଗଢ଼ିପାରିବେ । ଏହା ବ୍ୟତୀତ କେଉଁ ଲାଇନ୍‌ରେ କ୍ୟାରିୟର ଗଢ଼ିବେ ତା ପୂର୍ବରୁ କଣ କରିବା ଉଚିତ ସେହି ବିଷୟରେ ବି ଆପଣ ଜାଣି ପାରିବେ ଏହି ଆର୍ଟିକିଲରୁ । ତେବେ ଚାଲନ୍ତୁ ପୂରା ଖବର ଉପରେ ନଜର ପକାଇବା ।Top new age career opportunities and English language

କେମିତି ନିଜ ପାଇଁ ଗୋଟିଏ ଭଲ କ୍ୟାରିୟର ବାଛିବେ?

ଗୋଟିଏ ଭଲ କ୍ୟାରିୟର ବାଛିବେ ଏତେ ସହଜ ହୋଇନଥାଏ । କିନ୍ତୁ ଏଭଳି କିଛି କଥା ଆପଣଙ୍କୁ ଜାଣିବା କ୍ୟାରିୟର ବାଛିବା ପୂର୍ବରୁ ଯେମିତି କି:

• ପ୍ରଥମେ ଆପଣଙ୍କୁ ଜାଣିବାକୁ ପଡ଼ିବ ଆପଣଙ୍କର କେଉଁ କ୍ଷେତ୍ରରେ ଦକ୍ଷତା ଭଲ ଅଛି ଏବଂ କେଉଁ କ୍ଷେତ୍ରରେ ଖରାପ
• ଯେଉଁ କ୍ଷେତ୍ରରେ ଆଗ୍ରହ ଅଛି ତାକୁ ଜାଣ
• ମାର୍କେଟ ରିସର୍ଚ୍ଚ କର
• ଗୋଟିଏ ଭଲ କ୍ୟାରିୟର କାଉନ୍ସିଲରଙ୍କ ପରାମର୍ଶ ନିଅନ୍ତୁ

ଏବେ ଆପଣ ଜାଣିପାରିଥିବେ କି ଆପଣଙ୍କୁ କଣ କରିବା ଦରକାର । କିନ୍ତୁ ସମୟ ବଦଳିବା ସହ କାମ କରିବାର କାଇଦା ମଧ୍ୟ ବଦଳୁଛି ତେଣୁ ଫ୍ରେଶର୍ସ ମାନଙ୍କ ପାଇଁ କ୍ୟାରିୟର ଅପ୍ସନ ବାଛିବା କଷ୍ଟକର ହୋଇଯାଏ ।What are the new job roles in India that can be the best career ladders? - India Today

ଆପଣ କେଉଁଭଳି ଚାକିରୀରେ ନିଜ କ୍ୟାରିୟର ଗଢ଼ିପାରିବେ?:

୧. ସଫ୍ଟୱେୟାର ଇଞ୍ଜିନିୟର (Software Engineer)
୨. ଡିଜିଟାଲ ମାର୍କେଟିଂ (Digital Marketing Professional)
୩. ଡାଟା ଆନାଲିଷ୍ଟ (Data Analyst)
୪. ଡାଟା ସାଇଣ୍ଟିଷ୍ଟ (Data Scientist)
୫. ପ୍ରଡକ୍ଟ ମ୍ୟାନେଜମେଣ୍ଟ (Product Management)
୬. ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟ (Product Consultant)
୭. ମାର୍କେଟିଂ ମ୍ୟାନେଜର (Marketing Manager)
୮. ଫାଇନାନ୍ସିଆଲ ମ୍ୟାନେଜର୍ସ (Financial Manegers)
୯. ଚାଟାର୍ଡ ଆକାଉଟାଉଣ୍ଟସ୍ (Chartered Accountants)
୧୦. ଡାକ୍ତର (Doctor)

ସଫ୍ଟୱେୟାର ଇଞ୍ଜିନିୟର (Software Engineer):

ସଫ୍ଟୱେୟାର ଇଞ୍ଜିନିୟର ଯିଏ କାମ କରେ ସିଏ କମ୍ପ୍ୟୁଟର ସଫ୍ଟୱେୟାର ଉପରେ କାମ କରେ । ସଫ୍ଟୱେୟାର ଇଞ୍ଜିନିୟର ଗୋଟିଏ ଭଲ କ୍ୟାରିୟର ଅପ୍ସନ ହୋଇପାରେ ସେହି ପିଲାଙ୍କ ପାଇଁ ଯିଏ କି ସଫ୍ଟୱେୟାରରେ ପାରଙ୍ଗମ୍ୟ ।

ଯୋଗ୍ୟତା:ଏଥିପାଇଁ ଆପଣ କେବଳ କମ୍ପ୍ୟୁଟର ସାଇନ୍ସରେ ସ୍ନାତକତା ହାସଲ କରିଥିବା ଦରକାର ।

ଡିଜିଟାଲ ମାର୍କେଟିଂ (Digital Marketing Professional):

ଡିଜିଟାଲ ମାର୍କେଟିଂ ଏବେ ଏକ ଟ୍ରେଣ୍ଡିଙ୍ଗ ଚାକିରୀ, ଯାହା କି ଆଜିର ସମାଜ ପାଇଁ ଦରକାର । ଏଥିରେ ଆପଣଙ୍କୁ ବିଭିନ୍ନ ପ୍ରକାରର ସ୍କୋପ୍ ମିଳିଥାଏ। ଡିଜିଟାଲ ମାର୍କେଟିଂରେ ନିଜ କ୍ୟାରିୟର କରିବା ପାଇଁ ଆପଣ ନିଜର ମଧ୍ୟ ୱେବସାଇଟ୍‌, ଫିଲ୍ମ କିମ୍ବା ଅନ୍ୟ କମ୍ପାନୀ ମାନଙ୍କୁ ସର୍ଭିସ୍ ଦେଇପାରିବେ। ଏହା ଏକ ଭଲ କ୍ୟାରିୟର ଅପ୍ସନ ଆଜିର ଆଧୁନିକ ସମାଜରେ ।

ଯୋଗ୍ୟତା: ଏଥିପାଇଁ ଆପଣଙ୍କୁ ସ୍ନାତକତା ହାସଲ କରିବାକୁ ପଡ଼ିବ ଡିଜିଟାଲ ମାର୍କେଟିଂରେ କିମ୍ବା ଅନଲାଇନ୍ ପ୍ଲାଟଫର୍ମରେ ଜ୍ଞାନ ଥିବା ଦରକାର ।

Majority of India's 900 million workforce stop looking for jobs: Report |  Business News,The Indian Express

ଡାଟା ଆନାଲିଷ୍ଟ (Data Analyst):

ଡାଟା ଆନାଲିଷ୍ଟ ଗୋଟିଏ ଭଲ କ୍ୟାରିୟର ଅପ୍ସନ ଏବେର ଦୁନିଆ ପାଇଁ ଏବଂ ଭବିଷ୍ୟତ ପାଇଁ ମଧ୍ୟ । ବିଷେଶଜ୍ଞଙ୍କ ମତରେ ୨୦୨୬ ମସିଆ ଭିତରେ ୧୧ମିଲିୟନ୍ ଚାକିରୀ ଥିବ ଏହି ଡାଟା ଆନାଲିଷ୍ଟ ଚାକିରୀରେ ।

ଡାଟା ସାଇଣ୍ଟିଷ୍ଟ (Data Scientist):

ଯଦି ଆପଣଙ୍କର କମ୍ପ୍ୟୁଟର ପ୍ରତି ଆଗ୍ରହ ରହିଛି ଏବଂ ଆପଣଙ୍କର ବିଶ୍ଲେଷଣ କରିବାର କୌଶଳ ରହିଛି ତେବେ ଡାଟା ସାଇଣ୍ଟିଷ୍ଟ ଆପଣଙ୍କ ପାଇଁ ଗୋଟିଏ ଭଲ ଅପ୍ସନ ହୋଇପାରେ । ଏଥିରେ ଆପଣଙ୍କର ଦାୟିତ୍ୱ ହେଉଛି ବଡ଼ ଡାଟା ସଂଗ୍ରହ କରିବା, ଯେଉଁଥିରେ ଆପଣଙ୍କୁ ଆପଣଙ୍କର ବିଶ୍ଲେଷଣାତ୍ମକ, ପରିସଂଖ୍ୟାନ ଏବଂ ପୋଗ୍ରାମିଂ ସ୍କିଲକୁ ବ୍ୟବହାର କରି କରିବାକୁ ପଡ଼ିଥାଏ ।

ଯୋଗ୍ୟତା: ଆପଣ କମ୍ପ୍ୟୁଟର ସାଇନ୍ସ ଏବଂ ଷ୍ଟାଟିସ୍ଟିକ୍‌ରେ ସ୍ନାତକତା ହାସଲ କରିଥିବା ଦରକାର । ଯେଉଁଥିରେ ଗଣିତ, ପରିସଂଖ୍ୟାନ ବା ଷ୍ଟାଟିସ୍ଟିକ୍‌, କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ମୁଖ୍ୟ ବିଷୟ ରହିଥିବା ଦରକାର ।The top five cool careers you've never heard of – but should consider - Dunwoody College News

ପ୍ରଡକ୍ଟ ମ୍ୟାନେଜମେଣ୍ଟ (Product Management):

ଯଦି ଆପଣଙ୍କର ସବୁ ଜିନିଷ ଭାବିବାରେ ଦକ୍ଷତା ରହିଛି ଏବଂ ସବୁ ଜିନିଷରେ ବିଶ୍ଲେଷଣ କରିବାର ଗୁଣ ରହିଛି ତେବେ ଏହି କ୍ୟାରିୟର ଅପ୍ସନ ଟି ଆପଣଙ୍କ ପାଇଁ ଉପଯୁକ୍ତ ହେବ । ଏଥିରେ ଆପଣ ପ୍ରତ୍ୟେକଟି ପ୍ଲାନକୁ କେମିତି ଆଗକୁ ବଢ଼େଇବେ କେମିତି ପରିଚାଳନା କରିବେ କମ୍ପାନୀ ପାଇଁ ଏବଂ କମ୍ପାନୀର ସେବା ଗୁଡ଼ିକ ପାଇଁ ସେ ସବୁ ବୁଝିବାକୁ ପଡ଼ିଥାଏ । କୌଣସି ବି ପ୍ରଡକ୍ଟ କମ୍ପାନୀରେ ତିଆରି ହେବାଠାରୁ ନେଇ ବଜାରକୁ ଗଲା ପର୍ଯ୍ୟନ୍ତ ଜଣେ ପ୍ରଡକ୍ଟ ମ୍ୟାନେଜରର ଦାୟିତ୍ୱ ରହିଥାଏ ।

ଯୋଗ୍ୟତା: ପ୍ରଡକ୍ଟ ମ୍ୟାନେଜର ହେବା ପାଇଁ ଆପଣଙ୍କୁ ଗଈଇ ରେ ପ୍ର୍ରଡକ୍ଟ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିବାକୁ ପଡ଼ିବ ।

ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟ (Product Consultant):

ଆପଣ ଯଦି ବ୍ୟବସାୟ କରିବା ପାଇଁ ଲୋକଙ୍କୁ ଭଲ ଉପଦେଶ ଦେଇ ପାରୁଛନ୍ତି ଏବଂ ବ୍ୟବସାୟ ସମ୍ବନ୍ଧିତ କୌଣସି ବି ବିବାଦକୁ ସମାଧାନ କରିପାରୁଛନ୍ତି । ତେବେ ଆପଣଙ୍କ ପାଇଁ ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟ ଗୋଟିଏ ଭଲ କ୍ୟାରିୟର ଅପ୍ସନ । ଏଥିରେ ଆପଣଙ୍କୁ ଉପଦେଶ ଦେବାକୁ ପଡ଼ିବ ଏବଂ ଗାଇଡ୍ କରିବାକୁ ପଡ଼ିବ ସେହି କମ୍ପାନୀକୁ କି କେମିତି ସେ ଆଗକୁ ବଢ଼ିବ କାମ ଏବଂ ନିଜ ଲକ୍ଷକୁ ହାସଲ କରିବା ପାଇଁ ।

ଯୋଗ୍ୟତା:ଏଥିପାଇଁ ଆପଣଙ୍କୁ ସ୍ନାତକତା ହାସଲ କରିବାକୁ ପଡ଼ିବ କମ୍‌ସେ କମ୍ ୫୦% ମାର୍କ ରଖି ଏହା ବ୍ୟତୀତ ବ୍ୟାନେଜମେଣ୍ଟରେ ଗଈଇ ଡିଗ୍ରୀ ହାସଲ କରିବାକୁ ପଡ଼ିବ ।Around 4000 jobs posted this festive season in India, latest study finds -  BusinessToday

ମାର୍କେଟିଂ ମ୍ୟାନେଜର (Marketing Manager):

ଯଦି ଆପଣଙ୍କ ପାଖରେ ଭଲ ମାର୍କେଟିଂ ଜ୍ଞାନ ଅଛି ଏବଂ କିଛି ନୂଆ କରି ଦେଖେିବାୁ ସ୍କିଲ ଅଛି ତେବେ ଏହି କ୍ୟାରିୟର ଅପ୍ସନ ଆପଣଙ୍କ ପାଇଁ ଗୋଟିଏ ଭଲ ଅପ୍ସନ ସାବ୍ୟସ୍ଥ ହୋଇପାରିବ । ଏଥିରେ ଆପଣଙ୍କୁ କମ୍ପାନୀ ପାଇଁ ମାର୍କେଟିଂରେ କେମିତି ଆଗକୁ ବଢ଼ିବାକୁ ହେବ ଏବଂ କଣ ଉଚିତ୍ ରଣନୀତି ରହିବ । ଗୋଟିଏ ଥର ରଣନୀତି ବ୍ୟବହାର କଲା ପରେ, ବ୍ରାଣ୍ଡ ମେସେଜ୍ ପ୍ରମୋସନ, ପ୍ରୋଡକ୍ଟ ଓ ସର୍ଭିସ ପ୍ରମୋସନ କରିବା ହେଉଛି ଗୋଟିଏ ମାର୍କେଟିଂ ମ୍ୟାନେଜରର କାମ ହୋଇଥାଏ ।

ଯୋଗ୍ୟତା: ଏଥିପାଇଁ ଆପଣଙ୍କୁ ମାର୍କେଟିଂ, ଆଡଭଟାଇଜିଂ, କମ୍ୟୁନିକେସନ ରେ ଗଈଇ ଡିଗ୍ରୀ ହାସଲ କରିବାକୁ ପଡ଼ିବ । ଏହା ବ୍ୟତୀତ ମାର୍କେଟିଂ ମ୍ୟାନେଜମେଣ୍ଟରେ ସ୍ନାତକତା ହାସଲ କରିବାକୁ ପଡ଼ିବ ।

ଫାଇନାନ୍ସିଆଲ ମ୍ୟାନେଜର୍ସ (Financial Manegers)):

ଆପଣ ଯଦି କମର୍ସ ଛାତ୍ର କିମ୍ବା ଛାତ୍ରୀ ହୋଇଥାନ୍ତି ଏବଂ ଜାଣିଛନ୍ତି ଖର୍ଚ୍ଚ କେମିତି କରାଯାଏ । ହୁଏ ତେବେ ଏହି ଚାକିରୀ ଟି କେବଳ ଆପଣଙ୍କ ପାଇଁ । ଏହି ଚାକିରୀରେ ଆପଣଙ୍କ କୌଣସି ଗୋଟିଏ କମ୍ପାନୀର ଫାଇନାନ୍ସ ଡିପାର୍ଟମେଣ୍‌ଯର ଭାର ସମ୍ଭାଳିବାକୁ ପଡ଼ିବ । ଏଥିରେ ଆପଣଙ୍କୁ ବିନିଯୋଗ ଉପରେ ପରାମର୍ଶ ଦେବାକୁ ହୋଇଥାଏ, କାମ ତଦାରଖ କରିବାକୁ ହୋଇଥାଏ ଏବଂ ଆର୍ଥିକ ରିପୋର୍ଟ ଦେବାକୁ ହୋଇଥାଏ ।

ଯୋଗ୍ୟତା: ସ୍ନାତକତା ହାସଲ କରିଥିବା ଦରକାରStruggling To Find A Job? Georgia Career Centers Are Here To Help | Georgia Public Broadcasting

ଚାଟାର୍ଡ ଆକାଉଟାଉଣ୍ଟସ୍ (Chartered Accountants):

ଚାଟାର୍ଡ ଆକାଉଟାଉଣ୍ଟସ୍ ଗୋଟିଏ ଭଲ କ୍ୟାରିୟର ଅପ୍ସନ ଭାରତରେ । ଏଥିରେ ଆପେଣ ଭଲ ରୋଜଗାର କରିପାରିବେ । ଆର୍ଥିକ ପରାମର୍ଶ ଦେବାକୁ ହୋଇଥାଏ ଏହି ଚାକିରୀରେ, ଆପଣଙ୍କୁ ଟ୍ୟାକ୍ସ, ଆର୍ଥିକ ସମସ୍ୟାରୁ କିପରି ମୁକ୍ତି ପାଇ ହେବ ତାହା ଜଣେଇବାକୁ ହୋଇଥାଏ । ଏଥିରେ ସବୁ ପ୍ରକାରର ବ୍ୟାଙ୍କିଙ୍ଗ ଅସୁବିଧାକୁ ସମାଧାନ ମଧ୍ୟ କରିବାକୁ ପଡ଼େ ।

ଯୋଗ୍ୟତା: କର୍ମରେ ସ୍ନାତକତା ହାସଲ କରିଥିବା ଦରକାର । ଏହା ବ୍ୟତୀତ ଆପଣ ଯଦି ଆର୍ଟସ୍‌, ସାଇନ୍ସ କିମ୍ବା କର୍ମ୍ସ ଛାତ୍ରଛାତ୍ରୀ ଅଟନ୍ତି ତେବେ ଆବେଦନ କରିପାରିବେ ।

ଡାକ୍ତର (Doctor):

ଡାକ୍ତରଖାନା ବା ମେଡିକାଲ ଗୋଟିଏ ଏମିତି ଜାଗା ଯେଉଁଠି ସବୁବେଳେ କ୍ୟାରିୟରର ଚାହିଦା ରହିଥାଏ । +୨ ପରେ ଏହା ଏକ ଭଲ କ୍ୟାରିୟର ଅପ୍ସନ ଯେଉଁଠି ଆପଣ ଭଲ ରୋଜଗାର ମଧ୍ୟ କରିପାରିବେ । ଡାକ୍ତର ହିସାବରେ ଆପଣଙ୍କୁ ରୋଗୀଙ୍କୁ ଦେଖିବାକୁ ପଡ଼ିବ ଏବଂ ତାଙ୍କ ରୋଗର ପ୍ରତିକାର କରିବା ସହ ରୋଗୀଙ୍କୁ ଠିକ୍ କରିବାକୁ ପଡ଼ିବ ।

ଯୋଗ୍ୟତା: ଡାକ୍ତର ହେବା ପାଇଁ ଆପଣଙ୍କୁ ଗୋଟିଏ ଭଲ ବିଶ୍ୱବିଦ୍ୟାଳୟରୁ ଗଈଈଝ ଡିଗ୍ରୀ ହାସଲ କରିବାକୁ ପଡ଼ିବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )