Tuesday 19th March 2024
ଟ୍ରେନ୍‌ରେ ଯିବାପାଇଁ ଦରକାର ନାହିଁ ଟିକେଟ୍

ଟ୍ରେନ୍‌ରେ ଯିବାପାଇଁ ଦରକାର ନାହିଁ ଟିକେଟ୍

ଟ୍ରେନ୍‌ରେ ଯିବା ଆସିବା କରିବାକୁ କାହାକୁ ବା ଭଲ ନଲାଗେ । ଟ୍ରେନ୍‌ରେ ଯାତ୍ରା କଲେ ବସ୍ ପରି ଝଟକା ଅନୁଭବ ହୁଏ ନାହିଁ । ଟ୍ରେନ୍‌ରେ ଯାତ୍ରା କରିବା ବେସ୍ ଆରାମ ଦାୟକ ହେଇଥାଏ । ଟ୍ରେନ୍‌ରେ ଘର ପରି ଥାଏ ସବୁକିଛି ସୁବିଧା ସୁଯୋଗ । ବାଥ୍ ରୁମ , ଟଏଲେଟ୍ , ରୋଷେଇ ଘର ର ସୁବିଧା ଆଜିକାଲି ର ମର୍ଡନ୍ ଟ୍ରେନ୍‌ରେ ଉପଲବ୍ଧ ହେଲାଣି । ତେଣୁ ଯାହାର ଅତି ଅର୍ଜେଣ୍ଟ କାମ ନାହିଁ ସେମାନେ ଫ୍ଲାଇଟ୍ ଅପେକ୍ଷା ବିଳାସପୂର୍ଣ୍ଣ ସୁବିଧାଥିବା ଟ୍ରେନ୍‌ରେ ଯିବା ଆସିବା କରନ୍ତି । ଫ୍ଲାଇଟ୍ ର ଟିକେଟ୍ ଅପେକ୍ଷା ଟ୍ରେନ୍ ର ଟିକେଟ୍ ର ଦାମ କମ୍ ଥାଏ । ଆପଣଙ୍କୁ ଯଦି କୁହାଯିବ ଟ୍ରେନ୍‌ରେ ମାଗଣା ଯାତ୍ରା କରିବା କଥା , ତା ହେଲେ ହୁଏ ତ ବିଶ୍ୱାସ ହେବନି । ଏଭଳି ଟ୍ରେନ୍ ଚାଲୁଛି, ଯେଉଁଥିରେ ବର୍ଷକ ୧୨ ମାସ ମାଗଣାରେ ଯାତ୍ରା କରୁଛନ୍ତି ଯାତ୍ରୀ ।

ଏହା ଏବେ ର ନୁହେଁ ବରଂ ଗତ ୭୫ ବର୍ଷ ଧରି ଦେଶରେ ଚାଲୁଛି ଏହି ଟ୍ରେନ୍ ।  ଏଥିରେ ଯାତ୍ରା କରିବାକୁ ଯାତ୍ରୀଙ୍କର ନାଁ ଅଛି ଟିକେଟ୍ ଟେନସନ୍ ନା ଅଛି ଟିଟିଇଙ୍କ ଡର । ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରେ ବିନା ଟିକେଟ୍ ରେ ଯାତ୍ରା କରିବା କଥା । ବସ୍ କିମ୍ବା କୌଣସି ପବ୍ଲିକ୍ ଟ୍ରାନ୍ସପୋର୍ଟ ରେ ଯାତ୍ରା କରିବାକୁ ହେଲେ କିଛି ନା କିଛି ଟଙ୍କା ଦେବାକୁ ପଡେ ଟିକେଟ୍ କାଟିବା ପାଇିଁ । କଥାଟା ଟିକେ ଅଡୁଆ ଲାଗିଲେ ବି ପୁରା ସତ । ଆମ ଦେଶରେ ଗତ ୭୫ ବର୍ଷ ହେବ ଏଭଳି ଏକ ଟ୍ରେନ୍ ଚାଲୁଛି, ଯେଉଁଥିରେ ଗଲେ ଆପଣଙ୍କୁ ଟଙ୍କାଟିଏ ବି ଦେବାକୁ ପଡିବନି । ପ୍ରାକୃତିକ ପରିବେଶ ର ସୌନ୍ଦର୍ଯ୍ୟ କୁ ଉପଭୋଗ କରି ଟ୍ରେନ୍‌ରେ ଯାତ୍ରା କରିପାରିବେ । ଏହି ଟ୍ରେନ୍‌ଟି ହିମାଚଳପ୍ରଦେଶ, ପଞ୍ଜାବ ସୀମାର ଭାକ୍ରା- ନଙ୍ଗଲ ମଧ୍ୟରେ ଚଳାଚଳ କରୁଛି ।

ଆମ ଦେଶରେ ରେଲୱେ ଗତ ୭୫ ବର୍ଷ ହେବ ,ଏହି ସେବା ଯୋଗାଇ ଆସୁଥିଲେ ବି ଅନେକ ଲୋକ ଏ ବିଷୟରେ ଜାଣିନାହାଁନ୍ତି । ଏହି ଟ୍ରେନ୍ ଚଳାଚଳର ଦାୟିତ୍ୱ ଭାକ୍ରା ବ୍ୟାସ ପ୍ରବନ୍ଧନ ରେଲୱେ ବୋର୍ଡ କରିଆସୁଛି । ଏହା ବିଶ୍ୱର ସର୍ବୋଚ୍ଚ ଭାକ୍ରା ଡ୍ୟାମ ନିର୍ମିତ ହୋଇଥିବା ସତଲୁଜ୍ ନଦୀକୁ ପାରକରିଥାଏ । ଏହି ଟ୍ରେନ୍ ଶିବାଲିକ୍ ପାହାଡିଆ ଇଲାକାର ୧୩ କିଲୋମିଟର ଯାଏଁ ଯାତ୍ରା କରିଥାଏ ।

ଏହି ଟ୍ରେନ୍ ୧୯୪୮ ମସିହାରୁ ଚଳାଚଳ କରୁଛି । ଭାକ୍ରା ନଙ୍ଗଲ ନଦୀବନ୍ଧ ପୁରା ବିଶ୍ୱରେ ସର୍ବୋଚ୍ଚ ନଦୀବନ୍ଧ ଅଟେ । ଏହାକୁ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି । ୧୯୪୮ ମସିହା ସମୟରେ ଯେତେବେଳେ ଭାକ୍ରା ଡ୍ୟାମ ନିର୍ମାଣ କରାଗଲା ସେ ସମୟରେ ଏକ ବିଶେଷ ରେଲୱେର ଆବଶ୍ୟକତା ଥିଲା । କାରଣ ସେତେବେଳେ ନଙ୍ଗଲ ଭାକ୍ରାକୁ ସଂଯୋଗ କରିବାକୁ କୌଣସି ପରିବହନ ବ୍ୟବସ୍ଥା ନଥିଲା । ତେଣୁ ପ୍ରଥମ କରି ୧୯୪୮ରେ ବାଷ୍ପଚାଳିତ ଟ୍ରେନ୍ ଚାଲିଥିଲା । ଏହାପରେ ୧୯୫୩ରେ ଆମେରିକାରୁ ଅଣାଯାଇଥିବା ଅତ୍ୟାଧୁନିକ ଇଞ୍ଜିନ୍ ଖଞ୍ଜାଗଲା । ସେବେଠାରୁ ଭାରତୀୟ ରେଲୱେର ୫ ଟି ଭ୍ୟାରିଆଣ୍ଟ ଲଞ୍ଚ କରାଗଲାଣି । ଏବେବି ଏହି ଟ୍ରାକରେ ୬୦ ବର୍ଷ ପୁରୁଣା ଇଂଜିନ୍ ବ୍ୟବହାର କରାଯାଉଛି । ଏହି ଟ୍ରେନ୍‌ରେ ଘଣ୍ଟାକୁ ୧୮ ରୁ ୨୦ ଗ୍ୟାଲନ୍ ଇନ୍ଧନ ଆବଶ୍ୟକ ହେଉଥିଲେ ବି ଏଥିରେ ଯାତ୍ରାକୁ ମାଗଣା କରିବାକୁ ନିଷ୍ପତ୍ତି ନେଇଥିଲେ ଭାକ୍ରା ବ୍ୟାସ ପ୍ରବନ୍ଧନ ବୋର୍ଡ । ଏହାର ଇଣ୍ଟେରିଅର ବି ବେଶ୍ ଆକର୍ଷଣୀୟ । ଏଥିରେ ବେଶ୍ ମଜାରେ ଯାତ୍ରା କରନ୍ତି ସ୍କୁଲ ଛାତ୍ରଛାତ୍ରୀ । ତେବେ ଏହି ଟ୍ରେନ୍‌ରେ ଯାତ୍ରାର ମଜା ଉଠାଇବାକୁ ସ୍ଥାନୀୟ ଲୋକେ ବେଶ୍ ପସନ୍ଦ କରନ୍ତି । ବିଦେଶ ର ପର୍ଯ୍ୟଟକ ଙ୍କୁ ବେଶ୍ ଆକୃଷ୍ଟ କରେ ଏହି ଟ୍ରେନ୍ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )