Friday 29th March 2024
ବ୍ରୋକୋଲୀ ଓ ଟମାଟୋ ସୁପ୍ ଦୂରେଇଦିଏ ଶରୀରର ଏହିସବୁ ଅସୁବିଧା

ବ୍ରୋକୋଲୀ ଓ ଟମାଟୋ ସୁପ୍ ଦୂରେଇଦିଏ ଶରୀରର ଏହିସବୁ ଅସୁବିଧା

ଶୀତ ଦିନ ଚାଲିଛି ମାନେ ଆପଣ ତ ଘରେ ନିଶ୍ଚୟ ସୁପ୍‌ ବନାଉଥିବେ। ଭେଜ୍‌ରୁ ନେଇ ନନ୍‌ଭେଜ୍‌ ବିଭିନ୍ନ ପ୍ରକାରର ସୁପ୍‌ ଆପଣଙ୍କ ଘରେ ହେଉଥିବ। ସୁପ୍‌ ପିଇବା ବି ଦେହ ପ୍ରତି ଖୁବ୍‌ ଭଲ।କିଛି ଲୋକଙ୍କ କହିବା ମୁତାବକ କିଛି ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ। ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ? କେତେ ଦିନ ବା ଖାଇବା ଉପରେ ଆଉ ନିୟନ୍ତ୍ରଣ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍‌ ହେତୁ ମୋଟାପଣ ବଢ଼ିଥାଏ। ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍‌ ନିଷ୍ପତ୍ତି। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି ତ ନିମ୍ନରେ ଯେଉଁ ସୁପ୍‌ ବିଷୟରେ ଲେଖାଯାଇଛି ତାହାକୁ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ।

ପ୍ରଥମେ ୩ଟି ବିଲାତି ବାଇଗଣ, ୩ଟି ଗାଜର, ଏକ ଫୁଲକୋବି, ୬ଟି ପିଆଜ ନିଅନ୍ତୁ। ତାହାକୁ ଖୁବ୍‌ ସାନ ସାନ କରି କାଟିଦିଅନ୍ତୁ। ଏହା ସହିତ ୩ ବିଡ଼ା ଧନିଆ ପତ୍ର ବି କାଟିକି ରଖନ୍ତୁ। ପାରୁଛନ୍ତି ଯଦି ଅଧା ଗିନା ବିନ୍ସ କଟା ବି ନିଅନ୍ତୁ। ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ। ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ। ନିଜର ରୁଚି ଅନୁସାରେ ପାଣି ମାରିପାରନ୍ତି କିମ୍ବା ଅଧିକ ବି ଦେଇପାରନ୍ତି। ଏହି ସୁପ୍‌କୁ ଖାଦ୍ୟ ଖାଇବାର ୧୦ ମିନିଟ୍‌ ପୂର୍ବରୁ ପିଅନ୍ତୁ। ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି। ‌ ଦେଖିବେ ଆପଣଙ୍କ ମୋଟାପଣ ହ୍ରାସ ପାଇବା ଦ୍ବାରା ଶରୀର ବି ସୁସ୍ଥ ରହିବ।

ବୟସ୍କ ଲୋକମାନେ ବ୍ରୋକୋଲି ପରିବା ଦେଖିଲେ, ତାକୁ ନୂଆ ଯୁଗର ପରିବା ବୋଲି କହୁଛନ୍ତି। ଶୀତଦିନେ ବଜାରରେ ବ୍ରୋକୋଲି ବିକ୍ରି ବଢ଼େ। ଏହି ପରିବାକୁ ଫ୍ରାଏଡ୍‌ ରାଇସ୍‌ରେ ମିଶାଇ, ସାଲାଡ ଭାବେ ନଚେତ୍ ସୁପ୍‌ରେ ପିଇପାରିବେ।

ଲୌହ, ଫାଇବାର୍‌, ଭିଟାମିନ୍ ସି ଭରପୂର ବ୍ରୋକୋଲି ସୁପ୍ ପିଇଲେ ଶରୀରକୁ ଭିତରୁ ଉଷ୍ଣତା ମିଳେ। ଥଣ୍ଡା, ସର୍ଦ୍ଦି ହେଲେ ଏଇ ସୁପ୍ ପିଇଲେ ଆରାମ ଲାଗେ।
ଯକୃତ ରୋଗୀ ଏଇ ପରିବାକୁ ସାଲାଡ ଭାବେ ନଚେତ୍ ସୁପ୍ ଭଳି ପିଇପାରିବେ। ସେମାନଙ୍କ ପାଇଁ ବ୍ରୋକୋଲି ଶକ୍ତିବର୍ଦ୍ଧକ ପରିବା। ପ୍ରଚୁର ପରିମାଣରେ ଲୌହ ଥିବାରୁ ବ୍ରୋକୋଲି ଖାଇଲେ ଥକ୍କା ବି ଲାଗେନି। ଗର୍ଭାବସ୍ଥା ସମୟରେ ବ୍ରୋକୋଲି ସୁପ୍ ପିଇଲେ ଗର୍ଭସ୍ଥ ଶିଶୁର ବିକାଶ ଭଲରେ ହୁଏ ବୋଲି ଅନୁଧ୍ୟାନ କହୁଛି। ଶୀତରେ ଖାଦ୍ୟ ଭଲଭାବେ ହଜମ ହୁଏନି। ବ୍ରୋକୋଲି ସୁପ୍ ପିଇଲେ ଏଇ ସମସ୍ୟା ମଧ୍ୟ ଦୂର ହୁଏ।

ସେହିଭଳି ଟମାଟୋ ସୁପ୍ ରେ ଥିବା ସେଲେନ୍ୟମ୍ ଯୋଗୁଁ ଶରୀରରେ ଭଲଭାବରେ ରକ୍ତ ସଂଚାଳନ ହୋଇଥାଏ । ଅନ୍ୟ ସୁପ୍ ତୁଳନାରେ ଟମାଟୋ ସୁପ୍କୁ ଲୋକେ ବେଶୀ ପସନ୍ଦ କରୁଥିବା ଦେଖାଦେଇଛି । ସ୍ୱାଦିଷ୍ଟ ସହ ଏହା ଶରୀର ପାଇଁ ବେଶ୍ ଉପଯୋଗୀ । ଟମାଟୋ ସୁପ୍ ଛୋଟ ପିଲାଙ୍କ ପାଇଁ  ବେଶ୍ ଉପକାରୀ । ବିଶେଷଜ୍ଞଙ୍କ ମତରେ ଛୋଟପିଲାଙ୍କ ପେଟରେ କୃମି ଥାଏ ,ଏହା ଯନ୍ତ୍ରଣା କରିଥାଏ । ସେଥିରୁ ପିଲାଙ୍କୁ ରକ୍ଷା କରିବାକୁ ହେଲେ ପ୍ରତିଦିନ ଟମାଟୋ ସୁପ୍ରେ ଅଧ ଚାମଚ ଗୋଲ ମରିଚ ମିଶାଇ ପିଇବାକୁ ଦିଅନ୍ତୁ । ଟମାଟୋ ସୁପ୍ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ଟମାଟୋ ସୁପ୍ ପିଇବା ବେଶ୍ ହିତକାରୀ । ଏଥିରେ ଥିବା ଭିଟାମିନ୍-ସି ଗର୍ଭବତୀ ମହିଳାଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ ।

ଏହିସବୁ ସୁପ୍ ବିଷୟରେ ସବୁକିଛି ଜାଣନ୍ତୁ ଓ ନିଜର ଦୈନନ୍ଦିନ ଜୀବନରେ ବନାନ୍ତୁ । ଦେଖିବେ ଶୀତଦିନେ ଏହା ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )