Sunday 28th April 2024
ଛତୁଆର ଉପକାରୀତା ଜାଣି ଆଶ୍ଚର୍ଯ୍ୟ ହେବେ ! ଏହାକୁ ନିଜ ଖାଦ୍ୟ ତାଲିକାରେ ରଖନ୍ତୁ !

ଛତୁଆର ଉପକାରୀତା ଜାଣି ଆଶ୍ଚର୍ଯ୍ୟ ହେବେ ! ଏହାକୁ ନିଜ ଖାଦ୍ୟ ତାଲିକାରେ ରଖନ୍ତୁ !

ବର୍ତ୍ତମାନ ସମୟରେ ଅନେକଙ୍କ ପାଖରେ ଅର୍ଥର ଅଭାବ ଅଛି । ଆଉ ସେହି ଅଭାବକୁ ପୂରଣ କରିବା ପାଇଁ ଅନେକ ଲୋକ ଚାକିରୀ କରୁଛନ୍ତି । କିଏ ସରକାରୀ ଚାକିରୀ କରୁଛି , ତ ପୁଣି କିଏ ବେସରକାରୀ କରୁଛି । ଇଚ୍ଛା ଥାଉ କିମ୍ବା ନ ଥାଉ , ଟଙ୍କା ରୋଜଗାର କରିବା ର ଆବଶ୍ୟକତା ଅନେକଙ୍କୁ ନିଜ ବୃତ୍ତିରେ ବାନ୍ଧିରଖିଛି । ଚାକିରୀ ନକରି ଟଙ୍କା ରୋଜଗାର କରିବାର ଅନ୍ୟ ଏକ ମାଧ୍ୟମ ଅଛି ଏବଂ ସେହି ମାଧ୍ୟମକୁ ବ୍ୟବସାୟ ବୋଲି କୁହାଯାଏ । ବ୍ୟବସାୟୀ ହେବା ପାଇଁ ଭାବିବା ଯେତିକି ସହଜ, ତା ଠାରୁ ଅନେକ ଗୁଣା କଷ୍ଟ ସାଧ୍ୟ ବ୍ୟବସାୟ ଆରମ୍ଭ କରିବା । କାରଣ ବର୍ତ୍ତମାନ ବ୍ୟବସାୟୀ ହେବା ବି ସହଜ ନୁହଁ । ବ୍ୟବସାୟରେ ମଧ୍ୟ ଅନେକ ପ୍ରକାରର ପ୍ରତିଯୋଗୀତା ଭରିରହିଛି । ଛୋଟ ବ୍ୟବସାୟ ହେଉ କିମ୍ବା ବଡ ବ୍ୟବସାୟ , ସବୁଥିରେ ପୁଞ୍ଜୀନିବେଶ ଆବଶ୍ୟକ । ସେହି କମ୍ପାନୀ ଚଲାଇବା ପାଇଁ ମଧ୍ୟ ଆବଶ୍ୟକ ମୁତାବକ କର୍ମଚାରୀ ଆବଶ୍ୟକ । ବେଳେବେଳେ ସେହି କର୍ମଚାରୀ ମାନଙ୍କୁ ଦରମା ଦେଇ ନିଜ କମ୍ପାନୀ ର ଲାଭ କରିବା ମଧ୍ୟ କଷ୍ଟ ସାଧ୍ୟ ହୋଇପଡେ । କମ୍ପାନୀରେ ଚାକିରୀ କରୁଥିବା କର୍ମଚାରୀ ମାନଙ୍କ ଚାକିରୀକୁ ବେସରକାରୀ ଚାକିରୀ ବୋଲି କୁହାଯିବ । ତେବେ ସରକାରୀ କର୍ମଚାରୀ ମାନଙ୍କ ସଂଙ୍ଘର୍ଷ ଅପେକ୍ଷା ବେସରକାରୀ ଚାକିରୀ କରୁଥିବା କର୍ମଚାରୀ ମାନଙ୍କ ସଂଙ୍ଘର୍ଷ ଟିକେ ଅଧିକ । ସରକାରୀ ଚାକିରୀରେ କାମ ଜନିତ ସମସ୍ୟା ଥାଇପାରେ । କିନ୍ତୁ ବେସରକାରୀ ଚାକିରୀରେ ଓ୍ୱାର୍କ ଲୋଡ୍ , ଅଫିସ୍ ରାଜନୀତି ବା ଅଫିସ୍ ପଲିଟିକ୍ସ ଥାଏ । ବେସରକାରୀ ଚାକିରୀରେ , ଆଜି ଚାକିରୀ ଅଛି ତ ପୁଣି କାଲିକି ନାହିଁ । ବିନା କାରଣରେ ମଧ୍ୟ ଅନେକ କର୍ମଚାରୀଙ୍କୁ ବାହାରକରିଦିଆ ଯାଇଥାଏ । ତେବେ ବଡ କମ୍ପାନୀ ହେଉ କିମ୍ବା ଛୋଟ କମ୍ପାନୀ , ପ୍ରାୟ ସବୁଥିରେ ଚାକିରୀ ଅସ୍ଥାୟୀ ଅବସ୍ଥାରେ ଥାଏ । ନିକଟରେ ଗୁଗଲ୍ ଏବଂ ଟୁଇଟର ଭଳି ବଡ କମ୍ପାନୀ ଏହାର ଉଦାହରଣ ସୃଷ୍ଟି କରିଛନ୍ତି । ହଜାର ହଜାର କର୍ମଚାରୀ ନିଜର ଚାକିରୀ ହରାଇଛନ୍ତି । ଏତେ ସବୁ ଅସୁବିଧା ମଧ୍ୟରେ ସ୍ୱାସ୍ଥ୍ୟ ପରି ଜୀବନର ଗୁରୁତ୍ୱପୂର୍ଣ୍ଣ  ଅଂଶ ଅଣଦେଖା ହୋଇଯାଏସରକାରୀ ଚାକିରୀ ହେଉ କିମ୍ବା ବେସରକାରୀ ଚାକିରୀ , ପ୍ରାୟ ଅଧିକାଂଶ କର୍ମଚାରୀ ମାନଙ୍କ କର୍ମବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟ ଅଣଦେଖା ହୋଇଥାଏ

ଅନେକ ସମୟରେ ଖାଇବା ସମୟର ଅଭାବ ହୋଇଥାଏ । ତପୁଣି କେତେବେଳେ ଓ୍ୱାର୍କ ଲୋଡ୍ ପାଇଁ ଅନେକ ବାହାରୁ ଖାଇଥାନ୍ତି । ଅନେକ ସମୟରେ ଲଞ୍ଚ ବ୍ରେକ୍ ରେ  କାମ ମଧ୍ୟ ପଡିଯାଇଥାଏ । ଯାହାଫଳରେ ସେମାନେ ଭାତ, ଡାଲି ଏବଂ ତରକାରୀ ଖାଇବାରୁ ବଞ୍ଚିତ ହୋଇଥାନ୍ତି । ବାହାରେ ସେତେବେଳେ ଖାଇବା ମିଳିନଥାଏ । ତେଣୁ ଅନେକ କର୍ମଚାରୀ ଟିଫିନ୍ ଖାଇଥାନ୍ତି । କିଏ ଟିଫିନ୍ ରେ ସକାଳର ପକୁଡି, ବରା , ପିଆଜି ଖାଇଥାଏ । ପୁଣି କିଏ ଗାଣ୍ଠିଆ , ମିକ୍ସଚର ଏବଂ ଅନ୍ୟାନ୍ୟ ଛଣାଛଣି ଖାଦ୍ୟ ଖାଇଥାଏ । ଯେଉଁଥିପାଇଁ କି ଅନେକ କର୍ମଚାରୀଙ୍କ ଗ୍ୟାସ୍ ସମସ୍ୟା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ । ତେବେ ଏମିତି ଏକ ଖାଦ୍ୟ ଅଛି ଯାହା ଶରୀର ପାଇଁ ବହୁତ ଭଲ । ଯାହାକୁ ଆପଣ ଥରେ ଆଣିଲେ ଅନେକଥର ବ୍ୟବହାର କରିପାରିବେ । ଏହାକୁ ଅତିସହଜରେ ସାଙ୍ଗରେ ଧରି ଅଫିସ୍ ଯାଇପାରିବେ । ସେହି ଖାଦ୍ୟଟିର ନାଁ ହେଉଛି ଛତୁଆ । 

ଛତୁଆର ଉପକାରୀତା –

  • ଛତୁଆକୁ ଅତି ସହଜରେ ପ୍ୟାକେଟ୍ ରୁ କାଢି ଆବଶ୍ୟକ ମୁତାବକ ଟିଫିନ୍ ରେ ନେଇପାରିବେ ।
  • ଛତୁଆର ଓଜନ ଅନ୍ୟ ଖାଦ୍ୟ ତୁଳନାରେ କମ୍ । କିନ୍ତୁ ଏହା ଅନ୍ୟ ଖାଦ୍ୟ ଅପେକ୍ଷା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
  • ଏହାକୁ ଯେତେବେଳେ ଚାହିଁବେ ପାଣି ମିଶାଇ ପେଷ୍ଟ୍ କରିଖାଇପାରିବେ । ନହେଲେ ଡ୍ରିଙ୍କସ୍ ବନାଇ ପିଇ ପାରିବେ ।
  • ଏହାକୁ ରାନ୍ଧିବାକୁ ପଡିନଥାଏ । ଗରମ କିମ୍ବା ଥଣ୍ଡାକରି ଖାଇବାର କୌଣସି ଆବଶ୍ୟକତା ନଥାଏ । ସାଧାରଣ ତାପମାତ୍ରା ବିଶିଷ୍ଟ ପାଣି ଏଥିରେ ମିଶାଇ ଆପଣ ଖାଇପାରିବେ ।
  • ଏଥିରେ ପ୍ରୋଟିନ୍ ପରିମାଣ ଅଧିକା ଥାଏ । ଯଦି ବୁଟ ଛତୁଆ ହୋଇଥିବ, ତେବେ ଆହୁରି ଭଲ । ଏଥିରେ ଥିବା ପ୍ରୋଟିନ୍ ଆପଣଙ୍କ ପ୍ରୋଟିନ୍ ର ଆବଶ୍ୟକତାକୁ ପୂର୍ଣ୍ଣ କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବ ।
  • ଏଥିରେ ଥିବା ଫାଇବର ପେଟ ସଫା କରିବାରେ ସାହାର୍ଯ୍ୟ କରିବ ।
  • ଏଥିରେ ଅନାବଶ୍ୟକ ଭାବରେ ତେଲର ଆବଶ୍ୟକତା ନାହିଁ । ତେଣୁ ଏଥିରେ କୋଲେଷ୍ଟ୍ରଲ୍ ବଢିବାର ସମ୍ଭାବନା ନାହିଁ ।
  • ଛତୁଆ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲସିୟମ୍‌, ଫାଇବର ଓ ମ୍ୟାଗ୍ନେସିୟମ୍ ଭଳି ପୋଷକତତ୍ୱ‌ ରହିଛି । ଛତୁଆ ଖାଇଲେ ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ।
  • ଛତୁଆ ଖାଇବା ଦ୍ୱାରା ଗଳା ସମ୍ୱନ୍ଧୀୟ ରୋଗ, ବାନ୍ତି, ଗରମ ଦିନରେ ଦେଖାଯାଉଥିବା ସମସ୍ୟା ଦେଖା ଯାଇ ନଥାଏ।
  • ଚଣା ବା ବୁଟରେ ପ୍ରସ୍ତୁତ ଛତୁଆ ପେଟ ସମ୍ୱନ୍ଧୀୟ ରୋଗରୁ ଦୂର କରି ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ।
  • ଛତୁଆରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ।
  • ଏହାସହ ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ ମଜଭୁତ ରଖେ।
  • ମଧୁମେହ ଓ ରକ୍ତଚାପ ରୋଗୀ ମାନଙ୍କ ପାଇଁ ଛତୁଆ ସେବନ କରିବା ଅତ୍ୟନ୍ତ ହିତକର । ଛତୁଆ ଶରୀରରେ ବଢୁଥିବା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ ।
  • ଯଦିଆପଣଙ୍କୁ କୌଣସି ସହ କର୍ମଚାରୀଙ୍କ ପାଖରୁ କିମ୍ବା ଅନ୍ୟ କେଉଁଠାରୁ ଭଲ ଘରୋଇଖାଇବା ମିଳିଗଲା ତାହା ହେଲେ ଏହାକୁ ଆପଣ ରଖିପାରିବେ । ଭବିଷ୍ୟତରେ ପୁଣିଥରେ ଏହାକୁ ବ୍ୟବହାର କରିପାରିବେ ।
  • ମୌସୁମୀ ଜଳବାୟୁରେ କିମ୍ବା ଓଦା ପରିବେଶରେ ଟିକେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଏତିକି କଲେ ଛତୁଆ ଭଲ ରହିବ ।

ଆପଣ ଅଫିସ୍ ର ବସ୍ ହୁଅନ୍ତୁ କିମ୍ବା କର୍ମଚାରୀ । ଆପଣ ସରକାରୀ ଚାକିରୀ କିମ୍ବା ବେସରକାରୀ ଚାକିରୀ କରିଥାଇପାରନ୍ତି । ଆପଣଙ୍କ ବୟସ କିଛିବି ହୋଇପାରେ । ଧନୀ ହୁଅନ୍ତୁ କିମ୍ବା ଗରିବ , ଆପଣଙ୍କ ଶରୀର ପାଇଁ ସବୁଠୁ ସୁନ୍ଦର ଖାଦ୍ୟ ହୋଇପାରିବ ଛତୁଆ । ଥରେ ଖାଆନ୍ତୁ । ଛତୁଆରେ ଟିକେ ଗୁଡ ମିଶାଇ ଖାଇଲେ ତାହାର ସ୍ୱାଦ ବଢିଥାଏ । 

 

 

 

 

 

Lifestyle-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )