Saturday 27th April 2024
ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ପଦ ଏବେ କାହା ହାତରେ ? ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା !

ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ପଦ ଏବେ କାହା ହାତରେ ? ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା !

କ୍ରିକେଟ୍ ଖେଳ କାହାକୁ ବା ଭଲ ନ ଲାଗେ । କ୍ରିକେଟ୍ ଖେଳର ଦର୍ଶକ ସଂଖ୍ୟା ମଧ୍ୟ ଯେତିକି , କ୍ରିକେଟ୍ ଖେଳ ଖେଳିବା ପାଇଁ ଇଚ୍ଛୁକ ସଂଖ୍ୟା ମଧ୍ୟ ସେତିକି । ତେବେ କ୍ରିକେଟ୍ ଖେଳ ପାଇଁ ଭାରତୀୟ ମାନଙ୍କ ପାଗଳାମି ଦେଖିକି ଆପିଏଲ୍ ଷ୍ଟାଟ୍ କରାଗଲା । ଯେଉଁଥିରେ ପୂର୍ବତନ କ୍ରିକେଟ୍ ଖେଳାଳୀ ମାନଙ୍କୁ ଦେଖିବାକୁ ମିଳିବା ସହିତ ଦେଶ ବିଦେଶର ଖେଳାଳୀ ମାନଙ୍କୁ ଦେଖିବା ପାଇଁ ମିଳୁଛି । ଛଅ ଚାରି ଦେଖିବା ପାଇଁ ଦର୍ଶକ ମାନେ ପାଗଳ । ଟୋଣ୍ଟି ଟୋଣ୍ଟି ଓ୍ୱାଲର୍ଡ କପ୍ ରେ ୟୁବରାଜ ସିଂ ଙ୍କ ଗୋଟିଏ ଓଭରରେ ଛଅ ଟି ଛକା ହେଉ କିମ୍ବା ମହେନ୍ଦ୍ର ସଂ ଧୋନିଙ୍କ ବେଷ୍ଟ୍ ଫିନିସିଂ ଦେଖି ଦର୍ଶକ ଦ୍ୱନ୍ଦରେ ପଡିଯାଆନ୍ତି । ଭାରତୀୟ କ୍ୟାପଟେନ୍ କିଏ ହେଲେ ଭଲ ହେବ । ଥରେ ଥରେ ଏପରି ପରିସ୍ଥିତି ଉପୁଜିଥାଏ , ଯେ ଫ୍ୟାନ୍ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ । ବିଭିନ୍ନ ପ୍ରକାର ର ଯୁକ୍ତିତର୍କ ସୃଷ୍ଟି ହୋଇଥାଏ । ଅନେକ ଅଛନ୍ତି ଯେଉଁମାନେ ବେଆଇନ୍ ଭାବରେ କ୍ରିକେଟ୍ ଖେଳକୁ ନେଇ ଜୁଆ ଖେଳିଥାନ୍ତି । ତେବେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଟିମ୍ ର ଅଧିନାୟକ ପଦ ପାଇଁ ଅନେକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଛି । ବର୍ତ୍ତମାନ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ୍‌ରେ ଦିନିକିଆ ଶୃଙ୍ଖଳା ଜିତିଛି । ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ । ଭାରତ ୩୫୧ ରନ୍‌ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍‌କୁ ଭାରତୀୟ ଦ୍ରୁତ ବୋଲର ପ୍ରଥମରୁ ଚାପରେ ପକାଇଥିଲେ ।

Jasprit Bumrah returns as captain ! What next for India ?ଆୟର୍ଲାଣ୍ତ ସିରିଜ୍‌ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି । ବହୁଦିନର ବ୍ୟବଧାନ ପରେ ଟିମ୍‌କୁ ଫେରିଛନ୍ତି ଟିମ୍‌ ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍ରା । ଆୟର୍ଲାଣ୍ତ ବିପକ୍ଷ ସିରିଜ୍‌ରେ ତାଙ୍କୁ କ୍ୟାପ୍ଟେନସିପ୍‌ ଦାୟିତ୍ୱ ଦିଆଯାଇଛି । ଟିମ୍‌ ଇଣ୍ତିଆ ଡବଲିନ୍‌ରେ ଆୟର୍ଲାଣ୍ତ ବିପକ୍ଷରେ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ । ଅଗଷ୍ଟ ୧୮, ୨୦, ୨୩ ରେ ଏହି ମ୍ୟାଚ୍‌ ଖେଳାଯିବ । ଏହାଛଡ଼ା ଆଇପିଏଲ୍ ୨୦୨୩ ରେ ଶେଷ ଓଭର୍‌ରେ ୫ଟି ଛକା ମାରି ମ୍ୟାଚ୍‌ ଜିତାଇଥିବା ରିଙ୍କୁ ସିଂଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇଛି ।

 ବୁମ୍ରାଙ୍କ ପିଠିରେ ଆଘାଚ କାରଣରୁ ବହୁଦିନ ହେବ ଟିମ୍‌ରୁ ବାହାରେ ଥିଲେ । ବହୁ ପ୍ରତିକ୍ଷା ପରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବେ ଯଶପ୍ରୀତ ବୁମ୍ରା । ଟି-୨୦ରେ ଅଧିନାୟକ ଭାର ବହନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବାକୁ ଥିବା ବେଳେ ଏସିଆନ୍‌ ଗେମ୍‌ ସ୍କାଡ୍‌ରୁ କିଛି ଖେଳାଳିଙ୍କୁ ଉକ୍ତ ମ୍ୟାଚ୍‌ ଖେଳିବାକୁ ଚୟନ କରାଯାଇଛି । ସେପ୍ଟେମ୍ୱରରୁ ଅକ୍ଟୋବର ଭିତରେ ଚାଇନାରେ ଖେଳାଯିବାକୁ ଥିବା ଏସିଆନ୍‌ ଗେମ୍ସର ଏହି ମେଗା ଇଭେଣ୍ଟ ପୂର୍ବରୁ କିଛି ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ଦେଇ ପରୀକ୍ଷା କରାଇନେବା ଏହାର ଲକ୍ଷ୍ୟ ରହିଛି । ତେବେ ଖେଳ ଆରମ୍ଭ ହେଲା ପରେ ହିଁ ବୁମ୍ରାଙ୍କ ପରଫରମ୍ୟାନ୍ସ ବିଷୟରେ ଜଣାପଡିବ । ବୁମ୍ରା ଜଣେ ଭଲ ଖେଳାଳୀ ।

 

Sports – related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )