Saturday 27th April 2024
ବଦଳିଯିବ କି ଟ୍ୱିଟର ର ନାଁ ? ଲୋଗ ପରିବର୍ତ୍ତନ ପରେ ୟୁଜର୍ସଙ୍କ ମନରେ ଉଠୁଛି ପ୍ରଶ୍ନ !

ବଦଳିଯିବ କି ଟ୍ୱିଟର ର ନାଁ ? ଲୋଗ ପରିବର୍ତ୍ତନ ପରେ ୟୁଜର୍ସଙ୍କ ମନରେ ଉଠୁଛି ପ୍ରଶ୍ନ !

ବର୍ତ୍ତମାନ ଇଣ୍ଟରନେଟ୍ ର ସମୟ ଚାଲିଛି । ଆଉ ଇଣ୍ଟରନେଟ୍ ରେ ଗୋଟିଏ ନାଁ ସବୁବେଳେ ଚର୍ଚ୍ଚାରେ ରୁହେ । ସେହି ନାଁଟି ହେଲା ଇଲନ୍ ମସ୍କ । କାରଣ ତାଙ୍କ କାରନାମା କୌଣସି ଫିଲ୍ମରୁ କମ୍ ନୁହଁ । ତାଙ୍କୁ ରିଏଲ୍ ଲାଇଫ୍ ର ଆଇରନ୍ ମ୍ୟାନ୍ ଭାବେ ମଧ୍ୟ ଜଣାଯାଏ । ଅସମ୍ଭବ କାମକୁ ସମ୍ଭବ କରିଥାନ୍ତି ଇଲନ୍ ମସ୍କ । ଦିନେ ଇଲନ୍ ମସ୍କ ଥିଲେ ବିଶ୍ୱର ପ୍ରଥମ ଧନୀ ବ୍ୟକ୍ତି ଏବଂ ବର୍ତ୍ତମାନ ବିଶ୍ୱର ଧନୀ ବ୍ୟକ୍ତି ତାଲିକାରେ ତାଙ୍କର ସ୍ଥାନ ଦ୍ୱିତୀୟ ଅଛି । ୨୦୨୨ ମସିହାରେ ତାଙ୍କର ମୋଟ ସମ୍ପତ୍ତି ୧୧୦ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ଏବେ ତାଙ୍କର ସମ୍ପତ୍ତି ୧୭ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।  ବିଗତ ଦିନଗୁଡିକରେ ବିଭିନ୍ନ କାରଣ ପାଇଁ ମସ୍କ ବେଶ୍‌ ଚର୍ଚ୍ଚାରେ ରହି ଆସିଛନ୍ତି । ଏଣ୍ଟ୍ରପେନିୟର ହୋଇ ମଧ୍ୟ ତାଙ୍କର ବିଜ୍ଞାନ ପ୍ରତି ବିଶେଷ ଆକର୍ଷଣ ଅଛି । ତାଙ୍କ କମ୍ପାନୀ ୪ ମହାକାଶଚାରୀଙ୍କୁ ମହାକାଶକୁ ପଠେଇସାରିଛି ।

ବର୍ତ୍ତମାନ ସମୟରେ ଇଲନ୍ ମସ୍କ କେବଳ ଗୋଟିଏ ନାଁ ନୁହେଁ, ଏକ ବ୍ରାଣ୍ଡ । ଇନଷ୍ଟାଗ୍ରାମ୍ , ଫେସବୁକ୍ , ୟୁଟୁବ୍  ଏବଂ ହ୍ୱାଟସ୍ ଆପ୍ ଷ୍ଟାଟସ୍ ସବୁଥିରେ ଚର୍ଚ୍ଚାରେ ଆସନ୍ତି ଇଲନ୍ ମସ୍କ । ଇଲନ୍ ମସ୍କ ତାଙ୍କ କାମ ତଥା ଚିନ୍ତାଧାରା ପାଇଁ ଜଣାଶୁଣା । ଭବିଷ୍ୟତ ର ମଣିଷଟିଏ ହେଉଛନ୍ତି ଇଲନ୍ ମସ୍କ । କେତେବେଳେ ନୁଆଁ ନୁଆଁ ଉଦ୍ଭାବନ ପାଇଁ ତ କେତେବେଳେ ତାଙ୍କ ଭବିଷ୍ୟତ ର କଳ୍ପନା ପାଇଁ ଚର୍ଚ୍ଚାରେ ରହନ୍ତି ଇଲନ୍ ମସ୍କ । ବହୁତ ବଡ ବଡ ଏଣ୍ଟ୍ରପେନିୟର ଏବଂ ବିଜନେସ୍ ପର୍ସନ୍ ଅଛନ୍ତି କିନ୍ତୁ କିଛି ନୁଆଁ ସ୍ୱପ୍ନ ଦେଖିବାର ସାହାସ କେବଳ ଇଲନ୍ ମସ୍କ ହିଁ କରିଥାଆନ୍ତି । ସ୍ୱପ୍ନ ପାଇଁ ଦିନରାତି ସଂଘର୍ଷ କରି ସ୍ୱପ୍ନ ଟିକୁ ସତ କରିବା ର କଳା ଅଛି ଇଲନ୍ ମସ୍କ ଙ୍କ ପାଖରେ । ତେବେ ଟ୍ୱିଟର କିଣିବା ଆଗରୁ ଏବଂ ଟ୍ୱିଟର କିଣିବା ପରେ କୌଣସି ଜିନିଷରେ ପାର୍ଥକ୍ୟ ଆସିନାହିଁ । ବାଦ ଏବଂ ଦୁଇଟି ଯାକ ଇଲନ୍ ମସ୍କଙ୍କ ପଛ ଛାଡୁନାହିଁ । ତାଙ୍କ ମନରେ କଣ ଚାଲିଛି , ସେ ବିଷୟରେ କହିବା ସମ୍ଭବ ନୁହଁ । ତାଙ୍କର ମାଷ୍ଟର ପ୍ଲାନ୍ ଗୁଡିକ ଅନେକ ଥର ହିଟ୍ ହୋଇଛି । ହାରିବା ପରେ ବି ଜିଦ୍ ରେ ଅଟଳ ରହନ୍ତି ଇଲନ୍ ମସ୍କ । ତେଣୁ ପୂନର୍ବାର ଜିତିବା ପାଇଁ ଚେଷ୍ଟା କରନ୍ତି ଇଲନ୍ ମସ୍କ । ଆଉ ମଧ୍ୟ ଜିତିଛନ୍ତି । ରିୟୁଜେବଲ୍ ରକେଟ୍ ତିଆରି କରିବା ପାଇଁ ଅନେକ ବାଧା ବିଘ୍ନ ର ସମ୍ମୁଖୀନ ହୋଇଥିଲେ ଏବଂ ଅନେକ ନିରାଶା ମଧ୍ୟରେ ଆଶା ର ସ୍ୱପ୍ନ ଦେଖିଥିଲେ ଇଲନ୍ ମସ୍କ । ଇଲନ୍ ମସ୍କ ଫାଲକନ୍ ରକେଟ୍ ବନାଇ ବିଶ୍ୱର ସମସ୍ତ ବୈଜ୍ଞାନିକ ମାନଙ୍କୁ ଚମକାଇ ଦେଇଥିଲେ । ନାସା ମଧ୍ୟ ଅବିଶ୍ୱାସକୁ ବିିଶ୍ୱାସରେ ପରିଣତ କରିଥିଲେ ଇଲନ୍ ମସ୍କ । ବର୍ତ୍ତମାନ ଇଲେକ୍ଟ୍ରିକ୍ ଭେଇକେଲ୍ ଟେସଲା ର ଅଟୋପାଇଲଟ୍ ମୋଡ୍ ଏବଂ ମାର୍ସ ମିସନ୍ ଉପରେ କାମ କରୁଛନ୍ତି ଇଲନ୍ ମସ୍କ ।

ଯୁବପୀଢି ଙ୍କ ଆଖିରେ ଇଲନ୍ ମସ୍କ ହେଉଛନ୍ତି ସ୍ୱପ୍ନର ସୌଦାଗର । ମାର୍ସ ମିଶନ୍ , ସ୍ପେସ୍ ଏକ୍ସ ମାର୍ସ ପ୍ରୋଗ୍ରାମ୍ , ଇଲେକ୍ଟ୍ରିକ୍ ଭେଇକେଲ୍ ଇଭି ପାଇଁ ହେଉ କିମ୍ବା କିଛି ନୁଆଁ ଇନୋଭେସନ୍ ପାଇଁ ସବୁବେଳେ ଆଗରେ ରହିଥାନ୍ତି ଇଲନ୍ ମସ୍କ । ସେ ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ ଏବଂ ପେନସିଲଭାନିଆ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରିବା ପୂର୍ବରୁ କାନାଡାର ଏକ ବିଶ୍ୱବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନ ଏବଂ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଷ୍ଟାନ୍ ଫୋର୍ଡ ୟୁନିଭରସିଟି ରେ ପଦାର୍ଥ ବିଜ୍ଞାନ ରେ ନାମ ଲେଖାଇବାର ଦୁଇ ଦିନ ପରେ, ଇଲନ୍ ମସ୍କ ସର୍ବପ୍ରଥମ ଅନଲାଇନ୍ ନେଭିଗେସନ୍ ସେବା ମଧ୍ୟରୁ ଜିପ୍ ଟୁ ଲଞ୍ଚ କରିବାକୁ ସ୍ଥଗିତ ରଖିଥିଲେ । ପରେ ସେ ଏହି ଷ୍ଟାର୍ଟଅପରୁ ଯାହା ଆୟକରିଥିଲେ, ସେହି ସେୟାର ର ଅଂଶକୁ ପୁଣିଥରେ ଏକ୍ସ ଡଟ୍ କମ୍ ଆରମ୍ଭକରିଥିଲେ । ପରେ ପୁଣି ଅନଲାଇନ୍ ପେମେଣ୍ଟ ସିଷ୍ଟମ (ଇ-ବେ) କୁ ବିକ୍ରି ହୋଇଥିଲା ଏବଂ ଶେଷରେ ପେପାଲ ହୋଲଡିଂ  ହୋଇଗଲା । ୨୦୦୪ ରେ, ଇଲନ୍ ମସ୍କ ଟେସଲା ମୋଟର୍ସ (ଟେସଲା) ର ଏକ ପ୍ରମୁଖ ପାଣ୍ଠି ପ୍ରଦାନକାରୀ ହୋଇଗଲେ । ପରେ ଇଲେକ୍ଟ୍ରିକ୍ ଯାନ କମ୍ପାନୀର ସିଇଓ ଭାବରେ ତାଙ୍କର ପଦୋନ୍ନତି ହୋଇଥିଲା । ୨୦୧୬ ରେ ସୋଲାରସିଟି ରେ ମଧ୍ୟ ପୁଞ୍ଜୀ ନିବେଶ କରିଥିଲେ ଇଲନ୍ ମସ୍କ । ଇତିହାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚର୍ଚ୍ଚାରେ ଇଲନ୍ ମସ୍କ । ଟ୍ୱିଟରକୁ ନେଇ ଚର୍ଚ୍ଚା ଥମୁନି  । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଦିନକୁ ଦିନ କିଛି ଅପ୍‌ଡେଟ୍‌ ହେଉଥିବାବେଳେ ତା’ର ଲୋଗୋ ମଧ୍ୟ ପରିବର୍ତ୍ତନ ହୋଇଚାଲିଛି । ଯାହାକୁ ନେଇ ଟ୍ୱିଟର ୟୁଜର୍ସଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି । ନିକଟରେ ଟ୍ୱିଟର ମାଲିକ ଇଲନ୍ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ନାମକୁ ‘X’ ରେ ପରିବର୍ତ୍ତନ କରିଛନ୍ତି । ଆଉ ଏବେ ସେହି ଟ୍ୱିଟରକୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି । କୁହାଯାଉଛି କି, ଟ୍ୱିଟର ନାଁ ମଧ୍ୟ ପରିବର୍ତ୍ତନ କରିବେ ଏଲନ୍ ମସ୍କ । କାରଣ ନିକଟରେ ଏଲନ୍‌ ଏନେଇ କିଛି ଘୋଷଣା କରିଥିଲେ । ଗତ ସୋମବାର ଦିନ ଟ୍ୱିଟରର ଲୋଗୋ ପରିବର୍ତ୍ତନ କରାଯାଇଥିବାବେଳେ ସେହି ସମୟରେ ଟ୍ୱିଟରର ନାଁ ପରିବର୍ତ୍ତନ କରାଯିବ ବୋଲି କହିଥିଲେ ଏଲନ୍‌ ।

ଟ୍ୱିଟରେ ୟୁଜର୍ସମାନେ ପୋଷ୍ଟ କରୁଥିବା ପ୍ରତ୍ୟେକ କଥାବସ୍ତୁ ବା ପ୍ରସଙ୍ଗକୁ ଟ୍ୱିଟ୍‌ ବୋଲି କୁହାଯାଇଥାଏ । କାରଣ ଟ୍ୱିଟରରେ ପୋଷ୍ଟ ବଟନ୍‌ ବଦଳରେ ଟ୍ୱିଟ୍‌ ଅପ୍‌ସନ୍‌ ରହିଥାଏ । ହେଲେ ବର୍ତ୍ତମାନ ଏହି ଅପ୍‌ସନ୍‌ର ନାଁକୁ ପରିବର୍ତ୍ତନ କରାଯାଇ ପୋଷ୍ଟ ରଖାଯିବ ବୋଲି ଚର୍ଚ୍ଚା ହେଉଛି । ରବିବାର ସକାଳେ ଟ୍ୱିଟ୍‌ ଅପ୍‌ସନ୍‌ର ନାଁ ବଦଳାଯାଇ ପୋଷ୍ଟ ରଖାଯାଇଥିବା ଦାବି ହୋଇଛି । କିଛି ୟୁଜର୍ସ ଏହାର ସ୍କ୍ରିନ୍‌ସଟ୍‌ ନେଇ ଟ୍ୱିଟରରେ ପୋଷ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ପରେ ପରେ କମ୍ପାନୀ ପକ୍ଷରୁ ପୋଷ୍ଟ ଅପ୍‌ସନ୍‌କୁ ହଟାଇ ଦିଆଯାଇ ପୁରୁଣା ନାଁ ଟ୍ୱିଟ୍‌ ରଖାଯାଇଛି । ମିଳିଥିବା ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ । ଖାଲି ସେତିକି ନୁହେଁ ଟ୍ୱିଟର ଆପ୍‌ରେ ମଧ୍ୟ ଅନେକ ପରିବର୍ତ୍ତନ ଅଣାଯାଇଛି ।

ତେବେ ଇଲେକ୍ଟ୍ରିକ୍ ସୁପର ଭେଇକେଲ୍  ବନାଇବା ହେଉ କିମ୍ବା ମଙ୍ଗଳ ଗ୍ରହରେ ମନୁଷ୍ୟ ଅଭିଜାନ କୁ ସଫଳ କରିବା ପଛରେ କେବଳ ଗୋଟିଏ ନାଁ ରହିଥାଏ । ସେହି ନାଁ ଟି ହେଉଛି ଇଲନ୍ ମସ୍କ । ଇଲନ୍ ମସ୍କ ତାଙ୍କ କାମ ଦ୍ୱାର ନିଜର ବ୍ରାଣ୍ତିଙ୍ଗ୍ କରିଥାନ୍ତି । କଥାରେ ନୁହଁ ,କାମରେ କରିଦେଖାଇଥାନ୍ତି ଇଲନ୍ ମସ୍କ । ତେବେ ଟ୍ୱିଟର କିଣିବା ହେଉ କିମ୍ବା ତାକୁ କିଛି ସମୟ ପାଇଁ କୁକୁର ଲୋଗରେ ପରିବର୍ତ୍ତନ କରିବା ପଛରେ ଇଲନ୍ ମସ୍କଙ୍କ ସିକ୍ଟ୍ରେଟ୍ ଆଇଡିଆ ଲୁଚି ରହିଥାଏ । ଏବେ କିନ୍ତୁ ଇଲନ୍ ମସ୍କଙ୍କ ” ଏକ୍ସ ” ପ୍ରେମ ଟ୍ୱିଟରର ନାଁ ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ତାଙ୍କ ଜୀବନ ଯାତ୍ରା ଏକ୍ସ ଡଟ୍ କମ୍ ରୁ ଆରମ୍ଭ ହୋଇ ସ୍ପେସ୍ ଏକ୍ସ ରେ ଆସି ପହଞ୍ଚିଛି । ଏବେ ଟ୍ୱିଟର ପଛର ମାଷ୍ଟର ପ୍ଲାନ୍ କେବଳ ଇଲନ୍ ମସ୍କ ଙ୍କୁ ହିଁ ଜଣା ।

 

 

Business-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )