Saturday 27th July 2024
BCCI କୁ ହେଇପାରେ କୋଟି କୋଟି ଟଙ୍କାର କ୍ଷତି ! ଜାଣନ୍ତୁ କାହିଁକି ?

BCCI କୁ ହେଇପାରେ କୋଟି କୋଟି ଟଙ୍କାର କ୍ଷତି ! ଜାଣନ୍ତୁ କାହିଁକି ?

ଆସନ୍ତା ବର୍ଷ ଭାରତରେ ଆୟୋଜନ ହେବ ଦିନିକିଆ ବିଶ୍ଵ କପ୍। ଆଇସିସିର ପ୍ରସାରଣ ରାଜସ୍ଵ ଉପରେ ୨୧.୮୪ ପ୍ରତିଶତ କର ଲଗାଇବା ଜିଦରେ ଯଦି କେନ୍ଦ୍ର ସରକାର ଅଟଳ ରୁହନ୍ତି ତେବେ ବିସିସିଆଇକୁ ମୋଟା ଅଙ୍କର କ୍ଷତି ଘଟିପାରେ। କ୍ଷତିର ପରିମାଣ ୧୦, ୨୦ କିମ୍ବା ୫୦ କୋଟି ଟଙ୍କା ନୁହେଁ ବରଂ ୯୫୫ କୋଟି ଟଙ୍କା। ଆଉ ଏହି ରାଶିର ଭରଣା କରିବ ବିସିସିଆଇ। ଭାରତରେ ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ଵ କପ୍ ଖେଳାଯିବ।

ଯଦି ଭାରତ ସରକାର କର ଛାଡ୍‌ ନକରନ୍ତି ତାହେଲେ ୨୦୨୩ ବିଶ୍ବକପ୍‌ ଆୟୋଜନରୁ ଭାରତ ୯୫୫ କୋଟି ଟଙ୍କା ହରାଇପାରେ। ବିସିସିଆଇର ଏକ ରିପୋର୍ଟ ଅନୁଯାୟୀ, ବିଶ୍ବକପ୍‌ରେ ଆଇସିସିର ପ୍ରସାରଣ ଅଧିକାର ଆୟ ଉପରେ କେନ୍ଦ୍ର ସରକାର ୨୧.୮୪ ପ୍ରତିଶତ କର ଲାଗୁ କରୁଛନ୍ତି। କିନ୍ତୁ ଆଇସିସି ନିୟମ ଅନୁସାରେ ଏହି ବିଶ୍ବସ୍ତରୀୟ ସଂଘ ଦ୍ବାରା କୌଣସି ବଡ଼ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଘରୋଇ ବୋର୍ଡକୁ ସେମାନଙ୍କ ସରକାରଙ୍କଠୁ କର ଛାଡ୍‌ କରିବାକୁ ହେବ। କିନ୍ତୁ ଭାରତର କର ଆଇନ୍ ଏଭଳି ଛାଡ୍‌କୁ ଅନୁମତି ଦେଉନାହିଁ। ଏଥିଯୋଗୁଁ ୨୦୧୬ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ବେଳେ ବିସିସିଆଇକୁ ୧୯୩ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା।

ଏହା ବିରୋଧରେ ଆଇସିସି ଟ୍ରିବୁନାଲ୍‌ରେ ଏବେ ବି ବିସିସିଆଇର ଲଢେଇ ଜାରି ରହିଛି। ତେଣୁ ଆଗକୁ ୨୦୨୩ ବିଶ୍ବକପ୍‌ ଆୟୋଜନ ବେଳେ କର ଛାଡ୍‌ ମାମଲାର ସମାଧାନ ବାହାର କରିବାକୁ ବିସିସିଆଇ ଆଇସିସିକୁ ଅନୁରୋଧ କରିଛି। ଏକ ସୂଚନା ଅନୁଯାୟୀ, ପ୍ରସାରଣ ଅଧିକାର ଆୟ ଉପରେ କେନ୍ଦ୍ର ସରକାରଙ୍କ କରକୁ ୧୦ ପ୍ରତିଶତକୁ ହ୍ରାସ କରିବା ପାଇଁ ବିସିସିଆଇ ଉଦ୍ୟମ ଆରମ୍ଭ କରିଛି। ଏହା ହୋଇପାରିଲେ ବୋର୍ଡର କ୍ଷତି ୪୩୦ କୋଟି ଟଙ୍କାକୁ ହ୍ରାସ ପାଇପାରିବ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )