Friday 29th March 2024
ହକି ବିଶ୍ୱକପ୍:ଖେଳାଳିମାନଙ୍କ ମାନସିକତାରେ ସନ୍ତୁଳନ ରହୁନାହିଁ…

ହକି ବିଶ୍ୱକପ୍:ଖେଳାଳିମାନଙ୍କ ମାନସିକତାରେ ସନ୍ତୁଳନ ରହୁନାହିଁ…

ଓଡିଶାରେ ହେଉଛି ହକି ବିଶ୍ୱକପ୍ । ଆଉ ଏହାକୁ ନେଇ ସାରା ବିଶ୍ୱରେ ଚହଳ । କିନ୍ତୁ ଯେଉଁ ଓଡିଶା ହକି କୁ ଏତେ ପ୍ରାଧାନ୍ୟ ଦେଈଛି । ସେଠାକାର ଲୋକେ ବର୍ତ୍ତମାନ ଭାରତୀୟ ଦଳଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ହାରିବା ଜିତିବା କାହା ହାତରେ ନଥାଏ ଏହାତ ଆମେ ସମସ୍ତେ ଜାଣିଛୁ କିନ୍ତୁ ଘରୋଇ ଦର୍ଶକ ଏସବୁ ବାଦ୍ ଅନ୍ୟ କିଛି ଅସୁବିଧା ରହୁଛି ବୋଲି କହୁଛନ୍ତି । ଭାରତୀୟ ଦଳରେ ଲମ୍ବା ସମୟ ଧରି ସେବା ଯୋଗାଇପାରୁଥିବା ଜଣେ ଭଲ ମନସ୍ତତ୍ୱବିତ୍ ଙ୍କୁ ନିଯୁକ୍ତ କରିବାକୁ ହେବ । କାରଣ ଖେଳାଳିମାନଙ୍କ ମାନସିକତାରେ ସନ୍ତୁଳନ ରହୁନଥିବା ରବିବାର ମ୍ୟାଚ୍ ରେ କରି ଲିଖିତ ହୋଇଥିଲା । ଅଲମ୍ପିକ୍ସ ରେ କାଂସ୍ୟ ପଦକ ଜିତିବା ଓ ଏବେ ଘରୋଇ ଦର୍ଶକଙ୍କ ଆଗରେ ଦଳର ପ୍ରଦର୍ଶନକୁ ନେଇ ଅଧିନାୟକଙ୍କ ସହିତ ସବୁ ଖେଳାଳିମାନେ ଚାପରେ ରହୁଥିବା ସ୍ପଷ୍ଟ ବାରି ହେଉଥିଲା । ଯାହାର ଫଳସ୍ୱରୂପ ଭାରତ ନ୍ୟଜିଲାଣ୍ଡ ଠାରୁ ପରାଜିତ ହୋଇଥିଲା । ଭାରତର ପରାଜୟ ଅନେକ ପ୍ରଶଂସକଙ୍କୁ ନିରାଶ କରିଛି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ସମନ୍ୱୟର ଅଭାବ ଓ ଚାପ ଭାରତକୁ ହରାଇଲା ବୋଲି ଆଲୋଚନା ହେଉଛି ।

ଭାରତୀୟ ହକି ଦଳର ବିଶ୍ବକପ୍‌ ଅଭିଯାନ ଅଟକିଯିବା ପରେ ଏବେ ପ୍ରଶଂସକ, ପ୍ରଶାସକ ଓ ହକି ଜଗତ ସମ୍ପୂର୍ଣ୍ଣ ହତାଶ। ଅସଲ ଲଢ଼େଇ ଆରମ୍ଭ ହେବା ପୂର୍ବରୁ ହିଁ ଭାରତ ବିଦାୟ ନେଇଯାଇଛି। ନ୍ୟୁଜିଲାଣ୍ଡ୍‌ଠାରୁ ହାରି ପଦକ‌ ଦୌଡ଼ର ଯଥେଷ୍ଟ ପୂର୍ବରୁ ଅଭିଯାନକୁ ଶେଷ କରି ଦେଇଛି। ଭାରତ କିନ୍ତୁ ଅପରାଜେୟ ରହି କ୍ରସ୍ ଓଭର ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ୍‌ ଦ୍ବାରା କ୍ରସ୍ ହୋଇଯାଇଛି। ଏହି ମ୍ୟାଚ୍‌ରେ ଭାରତ ଦୁଇ ଥର ୨-୦ରେ ଏବଂ ୩-୧ରେ ଆଗୁଆ ଥିଲେ ମଧ୍ୟ ଶେଷ ୧୬ ମିନିଟ୍‌ରେ ସୁଯୋଗ ହାତଛଡ଼ା କରି ଦେଇଥିଲା। ସଡନ୍‌ ଡେଥ୍ ବେଳେ ଭାରତକୁ ଶ୍ରୀଜେଶ ବଞ୍ଚାଇଥିଲେ ମଧ୍ୟ ଅଧିନାୟକ ହର୍ମନପ୍ରୀତ୍‌ ସିଂହ ବିଫଳ ହେବା ଭାରତକୁ ପଛକୁ ଠେଲି ଦେଇଥିଲା।

‘‘ଆମେ ଦଳଗତ ଜିତୁ ଓ ଦଳଗତ ଭାବେ ହାରିଥାଉ। କୌଣସି ବ୍ୟକ୍ତି ପ୍ରଶଂସା କି ସମାଲୋଚନାର ହକ୍‌ଦାର ନୁହଁନ୍ତି। କୌଣସି ଖେଳାଳି ବି ହାରିବାକୁ ଚାହେଁ ନାହିଁ। ଖେଳରେ ବି ଫଳାଫଳ ସବୁବେଳେ ତୁମ ସପକ୍ଷରେ ରହିନଥାଏ। ଖେଳାଳିଙ୍କୁ ସମାଲୋଚନା କରାଯାଇପାରିବ ନାହିଁ ବୋଲି କହିଛନ୍ତି, ପୂର୍ବତନ ଅଧିନାୟକ ରୂପୀନ୍ଦର ପାଲ୍ ସିଂହ। ଆପଣ ଆସୁଛନ୍ତି ଖେଳାଳିଙ୍କୁ‌‌ ଭେଟୁଛନ୍ତି, ଫଟୋ ଉଠାଉଛନ୍ତି ଏବଂ ଉତ୍ସବ ପାଳୁଛନ୍ତି…କିନ୍ତୁ ଖେଳାଳିର ଖରାପ ସମୟରେ ପାଖରେ ଛିଡ଼ା ହେବାକୁ ଆଗ୍ରହ ଦେଖାଉନାହଁ। କୌଣସି ଖେଳର ବିକାଶା ଏକ ସାମଗ୍ରିକ ଦାୟିତ୍ବ। ତ୍ରିରଙ୍ଗା ପରିଧାନ କରିଥିବା କୌଣସି ନିର୍ଦ୍ଧିଷ୍ଟ ଖେଳାଳିକୁ ଖରାପ ବ୍ୟବହାର କରିବା ପୂର୍ବରୁ ଭାବିକି ଦେଖ ବୋଲି କହିଛନ୍ତି ଏହି ଅବସରପ୍ରାପ୍ତ ଡ୍ରାଗ୍‌ ଫ୍ଲିକର। ‘‘ଭାରତ ୪ ଥର ବିଶ୍ବକପ୍ ଆୟୋଜନ କରିଥିଲେ ମଧ୍ୟ କୌଣସି ଥର ସେମିଫାଇନାଲ୍ ପହଞ୍ଚିପାରିନାହିଁ। ସ୍ବେଦେଶୀ ହେଉ କି ବିଦେଶୀ ପ୍ରଶିକ୍ଷକ କିଛି ବି କାମ ଦେଲାନି। ଖେଳ ପାଇଁ ଏହା ଭଲ ନୁହେଁ ନିଶ୍ଚିତ। ନ୍ୟୁଜିଲାଣ୍ଡ୍ ମଧ୍ୟ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପରାସ୍ତ କରିଥିଲା। ଏଥି ସହ ବଞ୍ଚିବାକୁ ‌ହେବ। ପ୍ରଶ୍ନ ପଚାରିବା ପ୍ରଶଂସକଙ୍କ ଅଧିକାର, କିନ୍ତୁ ଭଲ ପାଉଥିବା ଖେଳ ଓ ଖେଳାଳିକୁ ସମାଲୋଚନା କରାଯାଇ ପାରିବ ନାହିଁ। ସେମାନଙ୍କ ବିନା ତୁମେ କିଛି ନୁହଁ’’ ବୋଲି ମତ ରଖିଛନ୍ତି ହକି ଐତିହାସିକ କେ ଅରୁମୁଗମ।

CATEGORIES
TAGS
Share This

COMMENTS

Wordpress (0)
Disqus ( )