Thursday 25th April 2024
BCCIର ସମାନ ନିୟମ : ଉଭୟ ମହିଳା ଓ ପୁରୁଷଙ୍କର ମ୍ୟାଚ୍‌ ଫି ରହିବ ସମାନ

BCCIର ସମାନ ନିୟମ : ଉଭୟ ମହିଳା ଓ ପୁରୁଷଙ୍କର ମ୍ୟାଚ୍‌ ଫି ରହିବ ସମାନ

ଭାରତରେ କ୍ରିକେଟ ପାଇଁ ଅନେକ ଉତ୍ସାହି ଦର୍ଶକ ଥାଆନ୍ତି । ସେହି ଉତ୍ସାହୀ ଦର୍ଶକଙ୍କ ପାଇଁ କ୍ରିକେଟ ହେଉଛି ଏକ ଇମୋସନ । ଆମ ଭାରତରେ ତ କ୍ରିକେଟ ପାଇଁ ଲୋକଙ୍କ ଭଲପାଇବା ଖୁବ୍ ଅଧିକ । ଏବେ ଟି-୨୦ ୱାଲ୍ଡ କପ୍ ରେ ଭାରତ ପାକିସ୍ତାନ ବିପକ୍ଷରେ ଖେଳିଥିବା ମ୍ୟାଚରେ ଭାରତ ବିଜୟ ହେଲା ଓ ସେଦିନର ଖୁସି କହିଲେ ନ ସରେ । ସାରା ଭାରତରେ ଦୀପାବଳୀର ଶୋଭା ଆହୁରୀ ଦ୍ୱିଗୁଣିତ ବଢିଗଲା । ବିରାଟଙ୍କ ପାଇଁ ଦର୍ଶକଙ୍କ ଖୁସି ଅସରନ୍ତି ଥିଲା ।

ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ କୋହଲିଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ଏହି ମ୍ୟାଚ୍‌ରେ କୋହଲି ଅପରାଜିତ ୮୨ ରନ୍‌ କରିଥିଲେ। ସେଥିରେ ୬ଟି ଚୌକା ଓ ୪ଟି ଛକା ରହିଥିଲା।  ଏପରି ଇନିଂସ ଏକ ଦଶନ୍ଧିରେ ବୋଧହୁଏ ଥରେ ଦେଖିବାକୁ ମିଳିଥାଏ। ଲୋମଟାଙ୍କୁରା ମୁକାବିଲା ମଧ୍ୟ କମ୍‌ ଦେଖିବାକୁ ମିଳିଥାଏ। ହେଲେ ଦୀପାବଳିର ପୂର୍ବ ସନ୍ଧ୍ୟାରେ ମେଲ୍‌ବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ୯୦ ହଜାରରୁ ଅଧିକ ଦର୍ଶକଙ୍କ ସମ୍ମୁଖରେ ଭାରତର ଚକିତ ହେଲାଭଳି ବିଜୟ ଦେଖିବାକୁ ମିଳିଥିଲା।

ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ଏକ ଐତିହାସିକ ନିଷ୍ପତ୍ତି ଶୁଣିବାକୁ ମିଳିଛି। ବୋର୍ଡ ଏକ ନୂଆ ନୀତି ଲାଗୁ କରି ଏବେ ମ୍ୟ‌ାଚ୍‌ ପାଇଁ ମହିଳା ଓ ପୁରୁଷଙ୍କ ଫି’ରେ କୌଣସି ପାର୍ଥକ୍ୟ ରହିବ ନାହିଁ ବୋଲି ସୂଚନା ଦେଇଛି। ଜାଣିବାକୁ ମିଳିଛି ‌ଯେ ଏବେ ଉଭୟ ପୁରୁଷ ଓ ମହିଳା କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କୁ ସମାନ ଫି ଦିଆଯିବ। ଏହି ଖବର ବିସିସିଆଇର ସଚିବ ଜୟ ଶାହ ଦେଇଛନ୍ତି।

ଏହି ଐତିହାସିକ ନିଷ୍ପତ୍ତିର ଘୋଷଣା ସୋସିଆଲ୍‌ ମିଡିଆରେ ଜରିଆରେ କରିଛନ୍ତି ଜୟ ଶାହ। ସେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଏହି ସୂଚନା ଦେଇ ଖୁସି ହେଲି ‌ଯେ ପୁରୁଷ ଓ ମହିଳା ମଧ୍ୟରେ ଥିବା ଭେଦଭାବକୁ ଦୂର କରିବାକୁ ବିସିସିଆଇ ଏକ ନିଷ୍ପତ୍ତି ନେଇଛି। ଆମେ ଆମର ଅନୁବନ୍ଧିତ ମହିଳାଙ୍କ ପାଇଁ ବେତନ ଇକୁଇଟି ପଲିସି ଲାଗୁ କରୁଛୁ।’

ଲିଙ୍ଗଭିତ୍ତିକ ସମାନତା ପାଇଁ ବିସିସିଆଇ ଏକ ନୂଆ ଯୁଗରେ ପ୍ରବେଶ କରୁଛି ବୋଲି ସେ କହିଛନ୍ତି। ଏହି ନୀତି ଅନୁସାରେ ଉଭୟ ମହିଳା ଓ ପୁରୁଷଙ୍କର ସମାନ ମ୍ୟାଚ୍‌ ଫି ରହିବ। ଏବେ ମହିଳାଙ୍କୁ ବି ପୁରୁଷଙ୍କ ସହ ସମାନ ମ୍ୟାଚ୍‌ ଫି ମିଳିବ ବୋଲି ସେ କହିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଟେଷ୍ଟ୍‌ କ୍ରିକେଟ୍‌ର ଗୋଟିଏ ମ୍ୟାଚ୍‌ ପାଇଁ ପୁରୁଷଙ୍କୁ ୧୫ ଲକ୍ଷ ଟଙ୍କା ମିଳୁଥିବା ବେଳେ ଦିନିକିଆ ଅନ୍ତର୍ଜାତୀୟରେ ଗୋଟାଏ ମ୍ୟାଚ୍‌ ପିଛା ୬ ଲକ୍ଷ ଟଙ୍କା ମିଳିଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )