Friday 26th April 2024
ପୋଷ୍ଟର ମାରିଲେ ଲାଗିବ ଫାଇନ୍ , ଥାନା ଯିବାକୁ ପଡିବ

ପୋଷ୍ଟର ମାରିଲେ ଲାଗିବ ଫାଇନ୍ , ଥାନା ଯିବାକୁ ପଡିବ

ବର୍ତ୍ତମାନ ସମୟରେ ଭୂବନେଶ୍ୱର ଚଳଚଞ୍ଚଳ ହୋଇଯାଇଛି । ସବୁଆଡେ ହକି ବିଶ୍ୱକପ୍ ର ମାହୋଲ୍ । ହକି ବିଶ୍ୱକପ ପାଇଁ ରାଜଧାନୀରେ ସୌନ୍ଦର୍ଯ୍ୟକରଣ ଚାଲିଛି । ରାତିରେ ଜଳୁଛି ଭଳିକି ଭଳି ଲାଇଟ୍ ।

ରାସ୍ତାଘାଟ କାନ୍ଥବାଡ଼ ସବୁକିଛି ସୁନ୍ଦର ଭାବେ ସଜାଯାଇଛି । ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ସବୁଆଡେ ଦେଖିବାକୁ ମିଳୁଛି । ରାସ୍ତା ପାର୍ଶ୍ଵ ପ୍ରାଚୀରରେ ବିଜ୍ଞାପନ କିମ୍ବା କୌଣସି ପୋଷ୍ଟର ନ ମାରିବାକୁ ବିଏମସି ପକ୍ଷରୁ ଆହ୍ୱାନ ଦିଆଯିବା ସହ କଟକଣା ମଧ୍ୟ ଜାରି କରାଯାଇଛି । ତଥାପି ଅମାନିଆ ମାନୁନାହାନ୍ତି । କିଛି ସଂସ୍ଥା ନିଜର ବ୍ୟବସାୟିକ ଫାଇଦା ଉଠାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରୁଥିବା ନଜରକୁ ଆସିଛି । ଏଭଳି ଘଟଣାରେ ବିଏମସି ପକ୍ଷରୁ କେନସଫ୍ଟ ନାମକ କମ୍ପ୍ୟୁଟର  ଇନସ୍ଟିଚୁଟ୍ ନାଁ ରେ ଥାନାରେ ଏତଲା ଦାଏର କରାଯାଇଛି ।  ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ କ୍ରମେ ଅନେକ କମ୍ପାନୀ ଜରିମାନା ଗଣିଛନ୍ତି ।

ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥ ଓ ଗଛରେ ପୋଷ୍ଟର ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୂର୍ବରୁ ବିଏମସି ସଚେତନ କରାଇଥିଲା । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଇଥିଲା ।

ଆଗକୁ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା । ତଥାପି ଅମାନିଆ ମାନୁନାହାନ୍ତି । ପୋଷ୍ଟର ମୁକ୍ତ ସ୍ମାର୍ଟସିଟି ଲକ୍ଷ୍ୟରେ ବିଏମସି ଅଭିଯାନ ଚଲାଇଛି । କିଛି ଅସାଧୁ ଲୋକ ଏହି ନିୟମକୁ ବେଖାତିର କରି ବାରମ୍ବାର ପୋଷ୍ଟର ଲଗାଇ ଚାଲିଛନ୍ତି । ବିଶ୍ୱକପ୍ ଓ ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଉଛି ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )