Tuesday 19th March 2024
ଏହି ଡିଜିଟାଲ ପ୍ରୋଡକ୍ଟକୁ ଅନଲାଇନ୍‌ରେ ବିକ୍ରି କରି ଲାଭରେ ରୁହନ୍ତୁ

ଏହି ଡିଜିଟାଲ ପ୍ରୋଡକ୍ଟକୁ ଅନଲାଇନ୍‌ରେ ବିକ୍ରି କରି ଲାଭରେ ରୁହନ୍ତୁ

ବିଜନେସ୍ କରିବା ପରେ କେବେ ଭାବିଛନ୍ତି କିଛି ଏମିତି ପ୍ରୋଡକ୍ଟ ତିଆରି କରିବାକୁ ଯାହାକି ଲୋକଙ୍କୁ ସୁବିଧା ଯୋଗାଇବ । ଯାହାକି ଆପଣଙ୍କୁ ଗୋଟିଏ ଥର କରିବାକୁ ପଡ଼ିବ କିନ୍ତୁ ଲୋକ ସେହି ପ୍ରୋଡକ୍ଟକୁ ବାର୍ ବାର୍ କିଣିପାରିବେ । ଆପଣଙ୍କୁ ମଧ୍ୟ ବାର୍ ବାର୍ ପରିଶ୍ରମ କରି ସେହି ପ୍ରଡକ୍ଟକୁ ତିଆରି କରିବାକୁ ପଡ଼ିବ ନାହିଁ । ତେବେ ଏହି ଆର୍ଟିକିଲ ଟି ଆପଣଙ୍କୁ ଅନେକ ସାହାର୍ଯ୍ୟ ଯୋଗାଇବ । ଆପଣ ମାନେ ଆମ ପୂର୍ବ ଆର୍ଟିକିଲରୁ ବିଜନେସ୍ ସମ୍ବନ୍ଧିତ ଅନେକ ତଥ୍ୟ ଜାଣିବାକୁ ପାଇଥିବେ । ଯେମିତି କି ଡିଜିଟାଲ ମାର୍କେଟିଂ, ଡିଜିଟାଲ ବିଜନେସ୍ ଟ୍ରାନ୍ସଫର୍ମେସନ, ଡିଜିଟାଲ ଆଡ୍‌ଭଟାଇଜିଂ ଇତ୍ୟାଦି । ସେହିଭଳି ଆଜି ଆମେ ଆପଣଙ୍କୁ କିଛି ଏଭଳି ଡିଜିଟାଲ ପ୍ରୋଡକ୍ଟ ବିଷୟରେ କହିବୁ ଯେଉଁଥିରେ ଆପଣ କମ୍ ପରିଶ୍ରମ କରି ଅନେକ ଲାଭ ପାଇ ପାରିବେ । ତେବେ ଚାଲନ୍ତୁ ଜାଣିବା କଣ ସେହି ଡିଜିଟାଲ ପ୍ରୋଡକ୍ଟ ଗୁଡ଼ିକ ।How To Sell Digital Products Online: Digital Products Vs. Physical Productsପ୍ରୋଡକ୍ଟ କଣ?

କୌଣସି ବି ଗୋଟିଏ ଏମିତି ଜିନିଷ ଯାହାକୁ ବିକି ଟଙ୍କା ରୋଜଗାର କରି ହେବ ତାକୁ ପ୍ରୋଡକ୍ଟ କୁହାଯାଏ । ଏହା କୌଣସି ବି ଜିନିଷ ହୋଇପାରେ, କୌଣସି ଉତ୍ପାଦାନ, ଏବେ ଆପଣ ଯାହା ମାଧ୍ୟମରେ ଏହି ଆର୍ଟିକିଲ୍ ଟି ପଢ଼ୁଛନ୍ତି କମ୍ପ୍ୟୁଟର, ମୋବାଇଲ କିମ୍ବା ଲ୍ୟାପଟପ୍‌, ଯେଉଁଥିରେ ବସି ଦେଖୁଛନ୍ତି ଚେୟାର ଇତ୍ୟାଦି ଏଭଳି ସବୁ ଜିନିଷକୁ ପ୍ରୋଡକ୍ଟ କୁହାଯାଇ ପାରିବ । ଯେଉଁପର୍ଯ୍ୟନ୍ତ ଗୋଟିଏ ପ୍ରୋଡକ୍ଟ ଅନଲାଇନ୍‌କୁ ଆସିନଥିଲା ସେ ପର୍ଯ୍ୟନ୍ତ ତାହା ଗୋଟିଏ ଫିଜିକାଲ ଅବ୍‌ଜେକ୍ଟ କିମ୍ବା ଆଇଟମ୍ ଥିଲା । ଅନଲାଇନ୍ କିମ୍ବା ଇଣ୍ଟର୍‌ନେଟ୍‌କୁ ଆସିଲା ପରେ ତାହା ଗୋଟିଏ ସର୍ଭିସ ରୂପରେ ପରିଗଣିତ କରାଗଲା ଯାହାକୁ କି ଆପଣ ଉଠେଇ ପାରିବେ, ଦେଖିପାରିବେ ବାସ୍ନା ନେଇ ପାଣିବେ କିମ୍ବା ଟେଷ୍ଟ ମଧ୍ୟ କରିପାରିବେ । କିନ୍ତୁ ଆଜିର ସମୟରେ ଏସବୁ ବଦଳି ଗଲାଣି, ଅନେକ ଏଣ୍ଟରପ୍ରେନର ଅନଲାଇନ୍‌ରେ ନିଜ ବିଜନେସ୍ ଆରମ୍ଭ କରୁଛନ୍ତି । ପ୍ରୋଡକ୍ଟ ଗୁଡ଼ିକୁ ବିକିବା ପାଇଁ ଭର୍ଚୁଆଲ ଦୁନିଆ ଆସିଗଲାଣି । ପ୍ରକୃତରେ ଗୋଟିଏ ଜିନିଷ ଯାହାକି ଆପଣ ବିକ୍ରି କରିପାରିବେ । ଆପଣ ଆପଣଙ୍କ ପ୍ରୋଡକ୍ଟ ବଦଳରେ ଟଙ୍କା ମାଗନ୍ତି, ଏହି ପରି ଭାବରେ ଜଣେ ରୋଜଗାର କରିଥାଏ ।ଡିଜିଟାଲ ପ୍ରୋଡକ୍ଟ କଣ?

ଡିଜିଟାଲ ପ୍ରୋଡକ୍ଟ ଏଭଳି ପ୍ରୋଡକ୍ଟ ହୋଇଥାଏ ଯାହାକୁ ଆପଣ ପରିଶ୍ରମ କରି ଥରେ କରନ୍ତି ଏବଂ ୫-୧୦ବର୍ଷ ପର୍ଯ୍ୟନ୍ତ ବିକି ପାରନ୍ତି । ପ୍ରଥମେ ଆପଣଙ୍କୁ ସମୟ ଓ ପରିଶ୍ରମ ଦେଇକି ଗୋଟିଏ ଥର ପ୍ରୋଡକ୍ଟ ତିଆରି କରିବାର ଅଛି । ଏହା ପରେ ଆପଣ ଆପଣଙ୍କ ପ୍ରୋଡକ୍ଟକୁ ୧ହଜାର ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ଲୋକଙ୍କୁ ବିକି ପାରିବେ ଅତିରିକ୍ତ ଟଙ୍କା ବ୍ୟବହାର ନକରି କି, ଯାହାକୁ ଡିଜିଟାଲ ପ୍ରୋଡକ୍ଟ କୁହାଯାଏ । ଏକ ଡିଜିଟାଲ ପ୍ରୋଡକ୍ଟ ହେଉଛି ଯାହାକୁ ଆପଣ ଅନଲାଇନ୍‌ରେ ବିକ୍ରି କରିଥାନ୍ତି । ଯାହାର ୱେବସାଇଟ୍ ଟେମ୍ପଲେଟ୍‌କୁ ଆପଣ ହାତରେ ଧରି ପାରନ୍ତି ନାହିଁ, ଗୋଟିଏ ଇ-ବୁକ୍ ର ବାସ୍ନା ନେଇ ପାରିବେ ନାହିଁ କିମ୍ବା ଗୋଟିଏ ସଫ୍ଟୱେୟାର ପ୍ରୋଡକ୍ଟକୁ ସ୍ୱାଦ କରିପାରିବେ ନାହିଁ । ଆପଣ ଡିଜିଟାଲ ପ୍ରୋଡକ୍ଟକୁ ଫିଜିକାଲ ପ୍ରୋଡକ୍ଟ ମଧ୍ୟ କରି ପାରିବେ । ଉଦାହରଣ ଭାବେ ଆମେ PDF କୁ ନେଇ ପାରିବା ଯେଉଁଥିରେ ଗୋଟିଏ ବ୍ୟକ୍ତି ଇ-ବୁକ୍ କିଣନ୍ତି, ତାପରେ କମ୍ପ୍ୟୁଟରରେ ପ୍ରିଣ୍ଟ କରନ୍ତି । ଯାହା କରିବା ଦ୍ୱାରା ପ୍ରୋଡକ୍ଟ ଟି ଫିଜିକାଲ ପ୍ରୋଡକ୍ଟରେ ପରିବର୍ତ୍ତନ ହୋଇଗଲା, ମାତ୍ର ଆରମ୍ଭ ହୋଇଥିଲା ଡିଜିଟାଲ ଫର୍ମାଟରୁ । କିଛି ଅନଲାଇନ୍ ଉଦ୍ୟୋଗୀ ସର୍ଟକଟ୍ ରାସ୍ତା ନେବାକୁ ଚେଷ୍ଟା କରନ୍ତି, ସେମାନେ ଖରାପ ତିଆରି ହୋଇଥିବା ଡିଜିଟାଲ ପ୍ରୋଡକ୍ଟ ତିଆରି କରନ୍ତି ଓ ଅନୁମାନ କରନ୍ତି କି ସେହି ପ୍ରୋଡକ୍ଟ ଦ୍ୱାରା ରୋଜଗାର କରିବେ ।ଫିଜିକାଲ ପ୍ରୋଡକ୍ଟ vs ଡିଜିଟାଲ ପ୍ରୋଡକ୍ଟ:

ଅନେକ ଲୋକ ଭାବନ୍ତି କି ନିଜର ଫିଜିକାଲ ପ୍ରୋଡକ୍ଟ ସୃଷ୍ଟି କରିବା ପରିବର୍ତ୍ତେ କାହିଁକି ଡିଜିଟାଲ ପ୍ରୋଡକ୍ଟ ତିଆରି କରିବେ? ଶେଷରେ ଫିଜିକାଲ ପ୍ରୋଡକ୍ଟ ଗୁଡ଼ିକ ଶହ ଶହ ହଜାର ବର୍ଷ ଧରି ବାଣିଜ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଡିଜିଟାଲ ପ୍ରୋଡକ୍ଟ ଠାରୁ ଅଧିକ ଫିଜିକାଲ ପ୍ରୋଡକ୍ଟରୁ ଅନେକ ସୁବିଧା ମିଳିଥାଏ, ଖାସ କରି ପ୍ରୋଡକ୍ଟକୁ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ।

ଡିଜିଟାଲ ପ୍ରୋଡକ୍ଟ ବିକ୍ରି କରିବାର ଲାଭ:
• ଆପଣ ସେହି ବିଜନେସ୍ ସହ ଯୋଡ଼ି ହୋଇ ରହି ପାରିବେ
• ସିପିଙ୍ଗ ଚାର୍ଜ ଦେବାକୁ ପଡ଼େ ନାହିଁ
• ଆପଣ ଯେଉଁ ପ୍ରୋଡକ୍ଟ ବିକ୍ରି କରିବାକୁ ଚାହୁଁଛନ୍ତି କେବେ ବି ତା ମଧ୍ୟରେ ଆପଣ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରି ପୁଣି ବିକ୍ରି କରରି ପାରିବେ ।
• ଯେତେବେଳେ ବି ଆପଣ ଆପଣଙ୍କ ପ୍ରୋଡକ୍ଟକୁ ବିକ୍ରି କରିବେ, ସେଥିପାଇଁ ଆପଣଙ୍କୁ ଅଲଗାରେ ଟଙ୍କା ଦେବାକୁ ପଡ଼େ ନାହିଁ ।

ଫିଜିକାଲ ପ୍ରୋଡକ୍ଟ ବିକ୍ରି କରିବାର ଲାଭ:
• Manufacturing ରେ ଅନେକ process ଲାଗିଥାଏ ।
• ଅନଲାଇନ୍ କୁ ନେଇ ବିକ୍ରି କରିବାକୁ ଚାହିଁଲେ ସେଠାରେ ଆପଣଙ୍କୁ ସିପିଙ୍ଗ ଚାର୍ଜ ଅଧିକ ଦେବାକୁ ପଡ଼ିଥାଏ ।
• ଫେରସ୍ତ କରିବାରେ ଅସୁବିଧା, ଆର୍‌ଟିଓ ରେ ଅସୁବିଧା ହୋଇଥାଏ ।
• ଗୋଟିଏ ନେଟ୍‌ୱର୍କ ଗଢ଼ିବାକୁ ପଡ଼ିଥାଏ, ଯାହାକି ଅନେକ ଲୋକଙ୍କ ପାଖରେ ନିଜ ପ୍ରୋଡକ୍ଟକୁ ପହଞ୍ଚାଇବା କାମ କରିଥାଏ ।ଡିଜିଟାଲ ପ୍ରୋଡକକ୍ଟ ଯାହା ଅନଲାଇନ୍‌ରେ ବିକ୍ରି କରାଯାଇ ପାରିବ:

ଯଦି ଆପଣ ମଧ୍ୟ ଡିଜିଟାଲ ପ୍ରୋଡକ୍ଟ ବିକ୍ରି କରିବାକୁ ଚାହୁଁଛନ୍ତି ଓ ଭଲ ରୋଜଗାର କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ପ୍ରଥମେ ଜାଣିବାକୁ ପଡ଼ିବ କି କେଉଁଭଳି ପ୍ରୋଡକ୍ଟ ଆପଣ ଅନଲାଇନ୍‌ରେ ବିକ୍ରି କରିବା ଦ୍ୱାରା ଲାଭରେ ରହି ପାରିବେ ।

୧. ପାଠ୍ୟକ୍ରମ (Courses)
୨. ଇ-ବୁକ୍ (eBooks)
୩. ଫଟୋଗ୍ରାଫି (Photography)୧. ପାଠ୍ୟକ୍ରମ (Courses):

ଆଜିର ସମୟରେ ପାଠ୍ୟକ୍ରମ (Courses) ମାର୍କେଟରେ ବହୁତ୍ ଚାଲିଛି । ଅନେକ ଲୋକ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି, ଲୋକ ମାନେ କୋର୍ସ ତିଆରି କରି ବିକ୍ରି କରୁଛନ୍ତି ଯାହା ଫଳରେ ସେମାନେ ଅନେକ ଲାଭରେ ରହୁଛନ୍ତି । ତେବେ ଆପଣ ମଧ୍ୟ ଏହା କରି ପାରିବେ ସେଥିପାଇଁ ଆପଣଙ୍କୁ ଛୋଟ ଛୋଟ ଭିଡିଓ ତିଆରି କରିବାକୁ ହୋଇଥାଏ । ଆପଣଙ୍କୁ ଯେଉଁ ବିଷୟରେ ଅଧିକ ଜ୍ଞାନ ଅଛି ସେହି ବିଷୟରେ ଆପଣ ଗୋଟିଏ ୧୦-୧୨ଘଣ୍ଟାର କୋର୍ସ କରି ତାର ଛୋଟ ଛୋଟ ଭିଡିଓ ତିଆରି କରି ବିକ୍ରି କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ କିଛି ଜିନିଷ ଥିବା ନିହାତି ଜରୁରୀ ହୋଇଥାଏ । ଯେମିତି କି ଗୋଟିଏ ଭଲ କ୍ୟାମେରା କିମ୍ବା ଗୋଟିଏ ଭଲ ଫୋନ୍ ଯେଉଁଥିରେ ଆପଣ ଆପଣଙ୍କ ଭିଡିଓ ରେକଡିଂ କରି ପାରିବେ, ଭଲ ଏଡିଟିଂ କରିପାରୁଥିବା ଦରକାର । ସେହି ବିଷୟରେ ଜ୍ଞାନ ଥିବା ଦରକାର ଏବଂ ଶେଷରେ ଗୋଟିଏ ଭଲ ପ୍ଲାଟଫର୍ମ ଯେଉଁଠାରୁ ଲୋକ ଆପଣଙ୍କ ଭିଡିଓ ବା ଆପଣଙ୍କ କୋର୍ସ କିଣିପାରିିବେ । ସେହି ପ୍ଲାଟଫର୍ମ ଗୁଡ଼ିକ ୨୫ରୁ୩୦ ପର୍ସେଣ୍ଟ ଆପଣଙ୍କ ଠାରୁ ନେଇଥାଏ । ଯଦି ସେଠି ଆପଣଙ୍କ କୋର୍ସ ଚାଲିଲା ତେବେ ଆପଣ ଭଲ ଟଙ୍କା ରୋଜଗାର କରିପାରିବେ ସେଠାରୁ ।

୨. ଇ-ବୁକ୍ (eBooks):

ଆପଣ ମାନେ ନିଶ୍ଚୟ ଶୁଣିଥିବେ କଲେଜ ମାନଙ୍କରେ ପ୍ରାୟତଃ ନୋଟ ଲେଖିକି ବିକ୍ରି କରାଯାଏ, ଠିକ୍ ସେହି ଭଳି ଇ-ବୁକ୍ ମଧ୍ୟ ହୋଇଥାଏ । ଏଥିରେ ଡିଜିଟାଲ ଇ-ବୁକ୍ ତିଆରି କରିବାକୁ ପଡ଼ିଥାଏ, ଯାହାକୁ ଗୋଟିଏ ଥର କରି ଆପଣ ଆନେକ ଥର ବିକ୍ରି କରି ପାରିବେ । ଏହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେୁଛି କି କେଉଁ ବିଷୟକୁ ନେଇ ଆପଣଙ୍କୁ ଇ-ବୁକ୍ ତିଆରି କରିବାର ଅଛି? ତେବେ ଆପଣଙ୍କୁ ଗୋଟିଏ ଏମିତି ବିଷୟ ବାଛିବାକୁ ପଡ଼ିବ ଯାହା କି ଆଜି କାଲି ଲୋକ ପଢ଼ିବାକୁ ପସନ୍ଦ କରୁଥିବେ କିମ୍ବା ଗୋଟିଏ ଏମିତି ବିଷୟ ଯାହା ଲୋକଙ୍କୁ ଜାଣିବା ନିହାତି ଦରକାର । ଏହି ଇ-ବୁକ୍ ପ୍ରସ୍ତୁତ କରିବା ପାଇଁ ହୋଇପାରେ ଆପଣଙ୍କୁ ଅନେକ ସମୟ ଲାଗିବପାରେ କିନ୍ତୁ ଗୋଟିଏ ଥର ଆପଣ ଏହାକୁ ତିଆରି କରିବା ପରେ ଆପଣଙ୍କର ଆଉ କିଛି କାମ ରହି ନଥାଏ । ଯେତେ ଜଣ ବି ଲୋକ ଆପଣଙ୍କର ଏହି ବିଷୟବସ୍ତୁ କୁ କିଣିବେ ଆପଣ ସେତେ ଭଲ ରୋଜଗାର କରିପାରିବେ । ଅନେକ ବର୍ଷର ପରିଶ୍ରମ ଆପଣଙ୍କୁ କେବଳ ଗୋଟିଏ ଇ-ବୁକ୍ ତିଆରି କରିବାରେ ହିଁ ଦେବାର ଅଛି । ଏହାକୁ ଆପଣ ବିଭିନ୍ନ ପ୍ରକାରର ୱେବସାିଟ୍‌ରେ ମଧ୍ୟ ବିକ୍ରି କରିପାରିବେ ନଚେତ୍ ନିଜର ୱେବସାଇଟ୍ କରି ମଧ୍ୟ ବିକ୍ରି କରିପାରିବେ ।

୩. ଫଟୋଗ୍ରାଫି (Photography):

ଯେହେତୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ୱେବରେ କିଛି ନା କିଛି କଣ୍ଟେଣ୍ଟ ପୋଷ୍ଟ କରିଥାନ୍ତି । ସେଥିପାଇଁ ଫଟୋଗ୍ରାଫିର ଡିମାଣ୍ଡ ମଧ୍ୟ ବହୁତ ବଢ଼ିଆ ଅଛି । ଷ୍ଟକ୍ ଫଟୋ ସାଇଟ୍ ଯେମିତି କି ଫୋଟୋଲିଆ, ଇଷ୍ଟୋକ୍‌ଫଟୋ ସାଇଟ୍ ଗୁଡ଼ିକ ଆପଣଙ୍କ ଠାରୁ ଫଟୋ କିଣିଥାନ୍ତି । ଏଥିରେ ଆପଣ ଆପଣଙ୍କ ଫଟୋକୁ ବିକ୍ରି କରିପାରିବେ । ଏହା ବ୍ୟତୀତ ଆପଣ ଆପଣଙ୍କ ନିଜର ଗୋଟିଏ ୱେବସାଇଟ୍ କରି ନିଜ ଫଟୋକୁ ସେଠାରେ ବିକ୍ରିି କରିପାରିବେ । ଅନେକ ଫଟୋଗ୍ରାଫର ଏହି ଭଳି କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଯେଉଁଥିପାଇଁ ସେମାନେ ବଜାରରେ ବିକ୍ରି କରନ୍ତି ନାହିଁ ନିଜ ଫଟୋକୁ । ଲୋକମାନଙ୍କୁ ଆପଣଙ୍କ ୱେବସାିଟ୍‌କୁ ଆରିବାର ଗୋଟି, ଭଳ ଉପାୟ ହେଉଛି କି ଆପଣ ଇନ୍‌ଷ୍ଟାଗ୍ରମରେ ଆପଣଙ୍କ ଆଡ ଚଲେଇପାରିବେ ଯାହାଦ୍ୱାରା ଆପଣ ଲାଭରେ ରହିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )