Friday 29th March 2024
ଓଡିଶାରେ ICICI ବ୍ୟାଙ୍କରେ ଚାକିରୀ କରିବାର ସୁଯୋଗ ! MBA କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଓଡିଶାରେ ICICI ବ୍ୟାଙ୍କରେ ଚାକିରୀ କରିବାର ସୁଯୋଗ ! MBA କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ICICI ବ୍ୟାଙ୍କ ର ପୁରାନାମ ହେଉଛି ଇଣ୍ଡଷ୍ଟ୍ରିୟାଲ୍ କ୍ରେଡିଟ୍ ଆଣ୍ଡ ଇନଭେଷ୍ଟମେଣ୍ଟ କୋର୍ପୋରେସନ୍ ଅଫ ଇଣ୍ଡିଆ ।  ଇଣ୍ଡଷ୍ଟ୍ରିୟାଲ୍ କ୍ରେଡିଟ୍ ଆଣ୍ଡ ଇନଭେଷ୍ଟମେଣ୍ଟ କୋର୍ପୋରେସନ୍ ଅଫ ଇଣ୍ଡିଆ ବ୍ୟାଙ୍କ ହେଉଛି ଗୋଟିଏ ଇଣ୍ଡିଆନ୍ ମଲ୍ଟିନ୍ୟାସନାଲ୍ ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀ ।  ବିଭିନ୍ନ ପ୍ରକାରର ସୁବିଧା ଏହି ବ୍ୟାଙ୍କ ପ୍ରଦାନ କରେ । ତେଣୁ ଏଣ୍ଟରପ୍ରେନର ଏବଂ ଶିଳ୍ପପତୀ ମାନଙ୍କ ଖୁବ୍ ପସନ୍ଦ ଏହି ବ୍ୟାଙ୍କ । ଏଥିରେ ଚାକିରୀ କରିବା ପାଇଁ ଚାକିରୀ ଆଶାୟୀ ମାନଙ୍କର ସଂଖ୍ୟା କମ୍ ନୁହଁ । ଭାରତରେ ଆଇସିଆଇସିଆଇ ବ୍ୟାଙ୍କ ଏକ ବଡ ବ୍ୟାଙ୍କ ଯାହାର ଓଡିଶାରେ ମଧ୍ୟ ଅନେକ ଗୁଡିଏ ବ୍ରାଞ୍ଚ ଅଛି । ତେଣୁ ଅନେକ ସମୟରେ ଆଇସିଆଇସିଆଇ ବ୍ୟାଙ୍କରେ ବିଭିନ୍ନ ବର୍ଗର ପଦବୀ ପାଇଁ ବାହାରେ ବିଜ୍ଞପ୍ତି । ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କରେ ବାହାରିଛି ନିଯୁକ୍ତି ବିଜ୍ଞପ୍ତି । ରିଜୋନାଲ୍ ହେଡ ସେଲ୍ସ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । ଓଡିଶା ପାଇଁ ମଧ୍ୟ ଭ୍ୟାକେନ୍ସି ଅଛି । ତେଣୁ ଶୀଘ୍ର ଆବେଦନ କରନ୍ତୁ ।

ଏହି ଲିଙ୍କ୍ ରେ କ୍ଲିକ୍ କଲେ ଆଇସିଆଇସିଆଇ ବ୍ୟାଙ୍କ ଉପରେ ଅନେକ ତଥ୍ୟ ଜାଣିପାରିବେ –

https://www.icicibank.com/

ଚାକିରୀ କରିବାର ସ୍ଥାନ – 

  •  ଓଡିଶା
  •  ଗୁଆହାଟି
  •  ବିଜୟୱାଡା
  •  ହାଇଦ୍ରାବାଦ
  •  କୋଲକାତା
  •  ବିଶାଖାପାଟନମ୍
  •  ଛତିଶଗଡ 

ଶିକ୍ଷାଗତ ଯୋଗ୍ୟତା –

ମାଷ୍ଟର ଇନ୍ ବିଜନେସ ଆଡମିନିଷ୍ଟ୍ରେସନ୍ (MBA) ବା ବିଜନେସ ଆଡମିନିଷ୍ଟ୍ରେସନ୍ ରେ ସ୍ନାତକୋତ୍ତର କରିଥିବା ଦରକାର 

କିମ୍ବା 

ଚାର୍ଟାଡ୍ ଆକାଉଣ୍ଟେନ୍ସି (CA)

କିମ୍ବା 

ସ୍ନାତକ କରିଥିଲେ ବି ଅଭିଜ୍ଞତା ଅନୁସାରେ ଆପ୍ଲାଇ କରିପାରିବେ

ସର୍ବନିମ୍ନ ଅଭିଜ୍ଞତା ଆବଶ୍ୟକ  –  ଯେକୌଣସି ଇଣ୍ଡଷ୍ଟ୍ରିରେ ୮ ବର୍ଷର ସେଲ୍ସ ଅଭିଜ୍ଞତା 

ସର୍ବାଧିକ ଅଭିଜ୍ଞତା ଆବଶ୍ୟକ –  ଯେକୌଣସି ଇଣ୍ଡଷ୍ଟ୍ରିରେ୧୫ ବର୍ଷର ସେଲ୍ସ ଅଭିଜ୍ଞତା 

 

ଚାକିରୀରେ କଣ ଦାଇତ୍ୱ ରହିବ ? 

୧) AOP (ବାର୍ଷିକ ଅପରେଟିଭ୍ ପ୍ଲାନ୍) ରେ ଶାଖା ସେଟ୍ ପାଇଁ ବାର୍ଷିକ ଲକ୍ଷ୍ୟ ହାସଲ କରିବାକୁ ପଡିବ ।

୨) କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ସହ ଶାଖା ଅପରେସନ୍ ଏବଂ କ୍ରସ୍ ସେଲ୍ସ ମାଧ୍ୟମରେ ଲାଭ ପାଇବାକୁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ।

୩) ପ୍ରଡକ୍ଟ ଏବଂ ସର୍ଭିସେସ୍ ବିଷୟରେ ଗ୍ରାହକଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ପଡିବ । 

୪) ବ୍ୟାଙ୍କ ଶାଖାରେ ଗ୍ରାହକ ମାନଙ୍କ ପାଇଁ ଅପେକ୍ଷା କରିବା ର ସମୟ ହ୍ରାସ କରିବାକୁ ପଡିବ ।

୫) ଗ୍ରାହକ ମାନଙ୍କର ପ୍ରଶ୍ନର ଉଚିତ୍ ଉତ୍ତର ଦେଇ ସନ୍ତୁଷ୍ଟ କରିବାକୁ ପଡିବ ।

୬) ପ୍ରଡକ୍ଟିଭିଟି ଏବଂ ରେଭିନ୍ୟୁ ଜେନେରେସନ୍ ଉପରେ ଧ୍ୟାନ ଦେବାକୁ ପଡିବ ।

 

ଏହି ଲିଙ୍କରେ କ୍ଲିକ୍ କଲେ ଆବେଦନ କରିପାରିବେ –

https://www.icicicareers.com/Careers/CP/CandidateLogin.aspx?JobID=2162994

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )