Tuesday 19th March 2024
ରାସ୍ତା ରେ ଅନ୍ୟକୁ ଫୋନ୍ ଦେଉଥିଲେ ସାବଧାନ

ରାସ୍ତା ରେ ଅନ୍ୟକୁ ଫୋନ୍ ଦେଉଥିଲେ ସାବଧାନ

ସ୍ମାର୍ଟଫୋନ୍ ଯୁଗରେ କିଏ ବା ମୋବାଇଲ୍ ନ ଧରୁଛି । କଲ୍ ପାଇଁ ହେଉ କି ଭଲ ଫୋଟୋ ପାଇଁ , ସବୁଥିରେ ସ୍ମାର୍ଟଫୋନ୍ ର ବ୍ୟବହାର ହେଉଛି । କାହିଁକିନା ସ୍ମାର୍ଟଫୋନ୍ ରେ ରହୁଛି ଅତ୍ୟାଧୁନିକ ଫିଚର୍ । ସ୍ମାର୍ଟଫୋନ୍ ଟି ଛୋଟ କିନ୍ତୁ ସେଥିରେ କରିହେଉଛି ବଡବଡ କାମ । ୫ ଜି ରେ ନନଷ୍ଟପ୍ ଇଣ୍ଟରନେଟ୍ ସର୍ଫିଂ ହେଉ କିମ୍ବା କୌଣସି ଅଫିସିଆଲ୍ ଓ୍ୱାର୍କ ସବୁକିଛି ସମ୍ଭବ ଏବେ ହାତପାହାନ୍ତାରେ । ସୋସିଆଲ୍ ମିଡିଆ ରୁ ବ୍ୟାଙ୍କ୍ ଏକାଉଣ୍ଟ ପର୍ଯ୍ୟନ୍ତ ସବୁକିଛିକୁ କଣ୍ଟ୍ରୋଲ କରିହେଉଛି ଏହି ସ୍ମାର୍ଟଫୋନ୍ ଜରିଆରେ । ତେବେ ବିନା କମ୍ପୁଟର୍‌ରେ ସ୍ମାର୍ଟଫୋନ୍ ଜରିଆରେ ଅନେକକିଛି କରିହେଉଛି । ସ୍ମାର୍ଟଫୋନ୍ ରେ ରଖିହେଉଛି ଅନେକ କିଛି ପ୍ରୋଫେସନାଲ୍ ଏବଂ ପର୍ସନାଲ୍ ଡାଟା । ଫୋଟୋ ହେଉକି ଭିଡିଓ କିମ୍ବା କିଛି ଡୋକୋମେଣ୍ଟ୍ ସବୁକିଛି ଏବେ ପକେଟ୍ ରେ । ସ୍ମାର୍ଟଫୋନ୍ ଜରିଆରେ ସତେଯେମିତି ସବୁକିଛି ଗୋଟିଏ ଟଚ୍‌ରେ ।

ଅନ୍ୟକୁ ଫୋନ୍ ଦେଲେ ଆପଣଙ୍କ ବ୍ୟାଙ୍କ୍ ଏକାଉଣ୍ଟ ଫାଙ୍କା ବି ହେଇପାରେ ? ତାସହ ଆପଣ ବ୍ଲାକମେଲ୍ ର ଶିକାର ମଧ୍ୟ ହେଇପାରନ୍ତି ।

ତେବେ କେଉଁଠି ଏବଂ କିପରି ସାବଧାନ ରହିବେ, ତାହା ଜାଣିରଖନ୍ତୁ ।

ରାସ୍ତା ରେ ଅନ୍ୟକୁ ଫୋନ୍ ଦେଉଥିଲେ ସାବଧାନ –

ରାସ୍ତାରେ ଗଲାବେଳେ ଚିହ୍ନା ହେଉ କିମ୍ବା ଅଚିହ୍ନା ବ୍ୟକ୍ତି ଗୋଟିଏ କଲ୍ କରିବାପାଇିଁ କିଏ ନା କିଏ ଏମର୍ଜିନ୍ସି ରେ ଫୋନ୍ ମାଗିଥାନ୍ତି । କିନ୍ତୁ କିଛି ଠକ ବ୍ୟକ୍ତି ଏହାର ଫାଇଦା ଉଠାଇ ଥାଆନ୍ତି । ଗୋଟିଏ କଲ୍ ବାହାନାରେ ମୋବାଇଲ୍ କୁ ନେଇ କରିଥାଆନ୍ତି ଓଟିପି ବାଇପାସ୍ । ତାପରେ ଫେରେଇ ଦେଇଥାଆନ୍ତି । ଏକାଉଣ୍ଟରୁ ଟଙ୍କା ଉଠେଇଲା ବେଳେ ଯେଉଁ ଓଟିପି ଟି ଆସେ , ତାହା ଆସିନଥାଏ । ଟଙ୍କା କଟିଗଲାପରେ ଯେଉଁ ମେସେଜ୍ ଆସେ ତାହା ମଧ୍ୟ ଆସିନଥାଏ । ଯାହାଫଳରେ ଜଣାହିଁ ପଡିନଥାଏ କେତେ ଟଙ୍କା  ଏକାଉଣ୍ଟରୁ କଟିଲା । ଆଉ ଯେତେବେଳେ ଜଣାପଡିଥାଏ , ସେତେବେଳେ ବହୁତ ବିଳମ୍ବ ହେଇଯାଇଥାଏ । ତେଣୁ ଫୋନ୍ ଦେବାବେଳେ ନିଜେ ଫୋନ୍ ନମ୍ବର ମାରି ଦିଅନ୍ତୁ ଏବଂ ପାଖରେ ରହନ୍ତୁ ।

ବସ୍ ଷ୍ଟାଣ୍ଡ୍ କିମ୍ବା ଅନ୍ୟ ଯାଗାରେ ଫୋନ୍ ଚାର୍ଜ ବସାଉଥିଲେ –

ବ୍ୟସ୍ତତା କାରଣ ହେଉ କିମ୍ବା ଅନ୍ୟକିଛି କାରଣ ରୁ ଆମେ ମୋବାଇଲ୍ ଚାର୍ଜ କରିବା ପାଇଁ ଭୁଲିଯାଉ । ରାତିରେ ବସ୍ ଷ୍ଟାଣ୍ଡ କିମ୍ବା ଅନ୍ୟକିଛି ଯାଗାରେ ବସ୍ ରେ ଯାତ୍ରା କରିଲାବେଳେ ହୋଟେଲ୍ ମାନଙ୍କରେ ମୋବାଇଲ୍ କୁ ଚାର୍ଜ କରିବା ପାଇିଁ ଦେଇଥାଉ । ସେତେବେଳେ ମୋବାଇଲ୍ ରୁ ଡାଟା ଚୋରିହେବାର ସମ୍ଭାବନା ଅଧିକଥାଏ । ଡାଟା କେବୁଲ୍ ଜରିଆରେ ଡାଟାକୁ ଚୋରିକରି ନେଇଥାଆନ୍ତି । ପରେ କିଛି ଗୁପ୍ତତଥ୍ୟ ପାଇଁ ବ୍ଲାକମେଲିଂ କରି ଟଙ୍କା ମାଗିଥାଆନ୍ତି । ନ ହେଲେ ଗୁପ୍ତତଥ୍ୟ କୁ ଇଣ୍ଟରନେଟ୍ ରେ ଭାଇରାଲ୍ କରିବାର ଧମକ ଚମକ ଆସିଥାଏ । ଫୋନ୍ କୁ ସାବଧାନତାର ସହ ଚାର୍ଜ କରିବାପାଇଁ ଦିଅନ୍ତୁ ଏବଂ ଚାର୍ଜିଂ ସମୟରେ  ନଜର ରେ ରଖନ୍ତୁ ।

ଟ୍ରାକିଂ ଆପ୍ଲିକେସନ୍ –

ଫୋନ୍ ରେ ଇନଷ୍ଟଲ୍ ହେଇପାରେ ଟ୍ରାକିଂ ଆପ୍ଲିକେସନ୍ । ଆପଣଙ୍କ ଉପରେ ନଜର ରଖିବାପାଇଁ କିଏ ଟ୍ରାକିଂ ଆପ୍ଲିକେସନ୍ ଇନଷ୍ଟଲ୍ କରିପାରେ । ଟ୍ରାକିଂ ଆପ୍ଲିକେସନ୍ ଇନଷ୍ଟଲ୍ ହେବା ଦ୍ୱାରା ଆପଣଙ୍କର ପ୍ରତ୍ୟେକ ଟି ଗତିବିଧି ଉପରେ ନଜର ରଖିହେବ । ଯେପରିକି ଆପଣ କେଉଁଠି ଅଛନ୍ତି, ଜିପିଏସ୍ ଟ୍ରାକିଂ କରି ଜାଣିହେବ । ଆପଣଙ୍କ ମୋବାଇଲ୍ ର କ୍ୟାମେରାକୁ ଆପଣଙ୍କ ଅଜାଣତରେ  ଆକ୍ସେସ୍ କରିହେବ ।

ହ୍ୱାଟ୍ସଆପ୍ ହ୍ୟାକ୍ –

ଆଜିକା ଦୁନିଆରେ ସମସ୍ତଙ୍କ ପାଖରେ ହ୍ୱାଟ୍ସଆପ୍ ଅଛି । ହ୍ୱାଟ୍ସଆପ୍ ରେ ଭିଡିଓ କଲ୍ ରୁ ଆମ୍ଭକରି ଅନେକ ଫୋଟୋ ଭିଡିଓ ସେୟାର ହୁଏ । ହ୍ୱାଟ୍ସଆପ୍ ରେ ଥରେ ଲିଙ୍କ ଡିଭାଇସ୍ ଅପସନ୍ ରେ କ୍ୟୁଆର୍ କୋଡ କୁ ସ୍କାନ କଲେ ହ୍ୱାଟ୍ସଆପ୍ ର ପ୍ରତ୍ୟେକ ଟି ତଥ୍ୟ ଅନ୍ୟ ଡିଭାଇସ୍ ରେ ଉପଲବ୍ଧ ହେଇପାରେ । ତେଣୁ ସାବଧାନ ରହନ୍ତୁ । ତେଣୁ ହ୍ୱାଟ୍ସଆପ୍ ଖୋଲି କାହାରିକୁ ଦିଅନ୍ତୁ ନାହିଁ ।

ଫ୍ରଡ୍ କଲ୍ –

ଆପଣଙ୍କ ଫୋନ୍ ରୁ ଅନ୍ୟମାନଙ୍କୁ କରାଯାଇପାରିବ ଫ୍ରଡ୍ କଲ୍ । ଅନ୍ୟକୁ ଫୋନ୍ ଦେବା ବୁଦ୍ଧିମାନ ର କାମ ନୁହଁ । ଏହା ଦ୍ୱାରା ବିନା କାରଣରେ ଆପଣ ମଧ୍ୟ ଜେଲ୍ ଯାଇପାରନ୍ତି । ସିମ୍ ସ୍ୱାପ୍ ହେବାର ମଧ୍ୟ ସଂଭାବନା ଅଧିକ ଥାଏ । ତେଣୁ ସତର୍କତା ଅବଲମ୍ବନ କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )