Wednesday 8th May 2024
ୟୁପିଆଇ ଅଛି ତ ଦେଶ ଡିଜିଟାଲ ଦୁନିଆରେ ଆଗରେ ଅଛି

ୟୁପିଆଇ ଅଛି ତ ଦେଶ ଡିଜିଟାଲ ଦୁନିଆରେ ଆଗରେ ଅଛି

ଆଉ ପକେଟରେ କ୍ୟାସ ରଖିବାକୁ ଭଲ ଲାଗୁନି । ୟୁପିଆଇ ଅଛି ତ ସବୁକିଛି ଅଛି । ବର୍ତ୍ତମାନ ଆପଣ ଯାହାକୁ ବି ଦେଖିବେ ତାଙ୍କ ପାଖରେ ସହଜ ଓ ସୁବିଧା ଉପାୟ ରହିଛି ତାହା ହେଲା ୟୁପିଆଇ । ଦେଶବାସୀଙ୍କୁ ଖୁବ୍ ଅଧିକ ସୁବିଧା ଯୋଗାଉଛି ଏହି ଡିଜିଟାଲ ନେଣଦେଣ କାରବାର । ଆଉ ନା ରହୁଛି ଟଙ୍କା ଉଠାଇବା ପାଇଁ ଲାଇନ ଲଗାଇବାର ଟେନସନ ୍ ନା ରହୁଛି ଅନ୍ୟ ଦୂର ଜାଗାକୁ ଟଙ୍କା ପଠାଇବାର ଟେନସନ୍ । ସବୁକିଛି ସହଜରେ ଓ ଖୁବ୍ ସୁବିଧାରେ ହାତ ପାଆନ୍ତାରେ ହେଇଯାଉଛି । ତେବେ ଏସବୁକୁ ନଜରରେ ରଖି ଯଦି ଦେଖିବା ତାହାଲେ ଆମକ ଦେଶର ଅର୍ଥନୀତିରେ ବି ଅଭିବୃଦ୍ଧି ଦେଖାଦେଉଛି । ଧିରେ ଧିରେ ସମୟ ଅନୁସାରେ ଆମେ ଡିଜିଟାଲ ଯୁଗ ସହ ତାଳ ଦେବା ପାଇଁ ପ୍ରସ୍ତୁତ ହେଇଚାଲିଛୁ । ତେବେ ଚାଲନ୍ତୁ ନଜର ପକାଇବା ଆମ ଦେଶରେ ଡିଜିଟାଲ କାରବାରରେ କାହିଁକି ଅଧିକ ପସନ୍ଦ ପାଲଟିଛି ୟୁପିଆଇ,କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ।

ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଉଛି। ଡେବିଟ୍ ଓ କ୍ରେଡିଟ୍ କାର୍ଡ ସଂଖ୍ୟା ୧୦୦ କୋଟି ଟପିଛି। ତେବେ ଭାରତୀୟଙ୍କ ସବୁଠୁ ଅଧିକ ପସନ୍ଦର କାରବାର ମାଧ୍ୟମ ୟୁପିଆଇ (ୟୁନାଇଟେଡ ପେମେଣ୍ଟ ଇଣ୍ଟରଫେସ) ରହିଛି। ମାସକୁ ୬୦୦ କୋଟିରୁ ଅଧିକ ସଂଖ୍ୟକ କାରବାର ୟୁପିଆଇରେ ହେଉଛି। ୨୦୨୨ ଦ୍ବିତୀୟ ତ୍ରୟମାସ ପାଇଁ ୱାର୍ଲଡଲାଇନ ଇଣ୍ଡିଆ ଡିଜିଟାଲ ପେମେଣ୍ଟସ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା ଦର୍ଶାଯାଇଛି। ଦେଶରେ ପ୍ରଚଳନରେ ଥିବା କ୍ରେଡିଟ୍ କାର୍ଡ ସଂଖ୍ୟା ୨୦୨୧ ଜୁନରେ ୬୨.୭୧ ନିୟୁତ ଥିବାବେଳେ ୨୦୨୨ ଜୁନରେ ତାହା ୭୮.୭ ନିୟୁତରେ ପହଞ୍ଚିଛି। ସେହିଭଳି ଡେବିଟ କାର୍ଡ ସଂଖ୍ୟା ୨୦୨୧ ଜୁନରେ ୯୦୬ ନିୟୁତ ଥିବାବେଳେ ୨୦୨୨ ଜୁନରେ ୯୨୧.୭୫ ନିୟୁତରେ ପହଞ୍ଚିଛି।

ଦେଶରେ ଡିଜିଟାଲ କାରବାରର ଲୋକପ୍ରିୟତା ବଢ଼ୁଛି। ପୂର୍ବ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ସଂଖ୍ୟା ଦୃଷ୍ଟିରୁ ଡିଜିଟାଲ କାରବାର ୧୧୮ ପ୍ରତିଶତ ଏବଂ ମୂଲ୍ୟ ଦୃଷ୍ଟିରୁ ୯୮ ପ୍ରତିଶତ ବୃଦ୍ଧି ପାଇଛି। ଅଧିକ କାରବାର ସଂଖ୍ୟାଦୃଷ୍ଟିରୁ ଶ୍ରେଷ୍ଠ ୟୁପିଆଇ ଆପ୍‌ଗୁଡ଼ିକ ମଧ୍ୟରେ ଫୋନପେ, ଗୁଗୁଲ ପେ ଏବଂ ପେଟିଏମ ଆଦି ରହିଛି। ଦୋକାନରେ ଅଧିକ ସଂଖ୍ୟାରେ ଡିଜିଟାଲ କାରବାର ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରହିଛନ୍ତି।

 

ସେହିଭଳି ସହର ଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଏବଂ ପୁଣେ ରହିଛନ୍ତି। ପି୨ପି ୟୁପିଆଇରେ ହାରାହାରି କାରବାର ରାଶି ୨୪୨୫ ଟଙ୍କା ରହିଥିବାବେଳେ ପି୨ଏମ୍‌ରେ ହାରାହାରି କାରବାର ୮୨୦ ଟଙ୍କା ରହିଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )