Friday 19th April 2024
୬ଭାରତୀୟ Entrepreneure ସଫଳତାର କାହାଣୀ, ଯାହା ଆପଣଙ୍କୁ ପ୍ରେରଣା ଦେବ

୬ଭାରତୀୟ Entrepreneure ସଫଳତାର କାହାଣୀ, ଯାହା ଆପଣଙ୍କୁ ପ୍ରେରଣା ଦେବ

କୌଣସି ବି ବ୍ୟବସାୟ ବର୍ଷେ ଦୁଇବର୍ଷ ମଧ୍ୟରେ ସଫଳତାର ଚରମ ସୀମାରେ ପହଞ୍ଚେନାହିଁ ବରଂ ଏଥିପାଇଁ ଅନେକ ବର୍ଷର ସମୟ ଲାଗେ । ବ୍ୟବସାୟ କରିବା ଯେତେ କଷ୍ଟ ହୋଇଥାଏ ସେମିତି ସଫଳତାର ସହ ଆଗକୁ ବଢ଼ିବା ମଧ୍ୟ କଷ୍ଟ ହୋଇଥାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ବିଜନେସ୍ କରିବାକୁ ଚାହାଁନ୍ତି କିନ୍ତୁ ଯେତେବେଳେ ସେମାନେ ବିଫଳତା ଆଡ଼େ ମୁହାଁନ୍ତି ସେତେବେଳେ ସେହି କାମ ଛାଡ଼ିଦିଅନ୍ତି । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଫଳତାର ସାମ୍ନା କରି ମଧ୍ୟ ହାର ମାନି ନାହାଁନ୍ତି । ଆଉ ପରେ କିଛି ଏମିତି କରି ଦେଖାଇଛନ୍ତି ଯେ ଆଜି ପୁରା ଭାରତ ତାଙ୍କୁ ଜାଣିଛି । ଆଜି ଆମେ ସେହିଭଳି ୬ଜଣ ବିଜନେସ୍ ମ୍ୟାନଙ୍କ କଥା କହିବୁ ଯାହାଙ୍କ ସଫଳତାର କାହଣୀ ଆପଣଙ୍କୁ ପ୍ରେରଣା ଦେବ ।
12 Surprising Signs You Could Be an Entrepreneurଆମ ସମସ୍ତଙ୍କର ନିଜର କିଛି ନା କିଛି ଲକ୍ଷ ରହିଛି, ତାକୁ ପୁରଣ କରିବା ରାସ୍ତାରେ ସବୁବେଳେ ବିଫଳତାକୁ ସାମ୍ନା କରିବାକୁ ପଡ଼ିଥାଏ ଏହା ନିର୍ଦ୍ଧାରିତ । ତେଣୁ ଏହି ସମୟରେ ଅନେକ ଲୋକ ହାର ମାନିଯାଇଥାନ୍ତି, ପଛଘୁଞ୍ଚା ଦେଇଦେଇଥାନ୍ତି । ଏଭଳି ପରିସ୍ଥିତିରେ ଆପଣ ଯଦି ଜାଣିବେ ଆପଣ ଯାହାକୁ ଆପଣଙ୍କ ପ୍ରେରଣା ବୋଲି ଭାବୁଛନ୍ତି, ସେ ଆପଣଙ୍କ ଠାରୁ ଅନେକ ଥର ବିଫଳତାର ସାମ୍ନା କରି ମଧ୍ୟ ଆଜି ସଫଳତାକୁ ଛୁଇଁ ପାରିଛନ୍ତି । ତେବେ ତାହା ନିଶ୍ଚିନ୍ତ ଆପଣଙ୍କ ପାଇଁ ଗୋଟିଏ ପ୍ରେରଣା ସାବ୍ୟସ୍ତ ହେବ ।


ରତନ ଟାଟା:

ରତନ ଟାଟା ବା ରତନ ନବଲ ଟାଟା । ଆଜି ରତନ ଟାଟାଙ୍କୁ କିଏ ନଜାଣିଛି, ଭାରତ ହେଉ କି ଭାରତ ବାହାରେ ସମସ୍ତେ ରତନ ଟାଟାଙ୍କୁ ଜାଣନ୍ତି । ଟାଟା ଗ୍ରୁଫର ଚେୟାରମ୍ୟାନ୍ ହେଉଛନ୍ତିି ରତନ ଟାଟା । ଯିଏ କି ୧୯୩୭ ଡିସେମ୍ବର ୨୮ରେ ସୁରତରେ ଜନ୍ମ ଗ୍ରହଣ କରିଥିଲେ । ପରେ ସେ ଆମେରିକାର କର୍ଣ୍ଣଲ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ଶେଷ କରିଥିଲେ । ୧୯୬୧ରେ ସେ ତାଙ୍କ ଘରର ବ୍ୟବସାୟ ଟାଟା କମ୍ପାନୀର ଟାଟା ଷ୍ଟିଲରେ ଯୋଗ ଦେଲେ । ଯେଉଁଠି ସେ ଗୋଟିଏ ସାଧାରଣ କର୍ମଚାରୀ ଭାବେ କାମ କରିଥିଲେ, ପରେ ଧିରେ ଧିରେ ସେ ଉପରକୁ ଉଠିଲେ ଓ ନିଜର ଦକ୍ଷତା ବିଷୟରେ ଜାଣିଲେ । ପରେ ତାଙ୍କୁ ୧୯୭୧ରେ NELCO କମ୍ପାନୀ ଯାହାକି ଏକ ରେଡିଓ କମ୍ପାନୀ ଥିଲା, ତାକୁ ସମ୍ଭାଳିବାକୁ ଦିଆଗଲା । ଯାହାକି ସେତେବେଳେ ବହୁତ କ୍ଷତିରେ ଚାଲିଥିଲା ୨% ସେୟାର ସହ । ସେତେବେଳେ ରତନ ଟାଟା ସାଟେଲାଇଟ୍ କମ୍ୟୁନିକେଶନରେ ନୂଆ ଟେକ୍ନୋଲୋଜି ବ୍ୟବହାର କରିଥିଲେ । ଯାହାକି ୧୯୭୫ ବେଳକୁ NELCO ର ମାର୍କେଟ ସେୟାର ୨୦% ହୋଇଗଲା । କିନ୍ତୁ ପରେ NELCO କୁ କିଛି କାରଣ ପାଇଁ ବନ୍ଦ କରିବାକୁ ପଡ଼ିଲା । ପରେ ତାଙ୍କୁ Empresss Mill ଦିଆଗଲା ଯାହା କ୍ଷତିରେ ଚାଲିଥିଲା ଯାହାକୁ ସେ ଗୋଟିଏ ଭଲ ସ୍ଥାନକୁ ଆଣିସାରିଥିଲେ । କିନ୍ତୁ ଏଠି ବି ପୁଣି ବିଫଳତାକୁ ସାମ୍ନା କରିବାକୁ ପଡ଼ିଲା ରତନ ଟାଟାଙ୍କୁ, ଏହି କମ୍ପାନୀକୁ ବନ୍ଦ କରିବାକୁ ପଡ଼ିଲା । ମାତ୍ର ଏହି ସବୁ ଜିନିଷରୁ ଜଣା ପଡ଼ିଯାଇଥିଲା କି ରତନ ଟାଟା କଣ କରିପାରିବେ । ତେଣୁ ୧୯୯୧ ରେ ରତନ ଟାଟାଙ୍କୁ ଟାଟା ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ କରାଗଲା । ସେହି ସମୟରେ ଫାଇନାନ୍ସ ମିନିଷ୍ଟର ମନମୋହନ ସିଂହ ଭାରତର ଅର୍ଥନୀତି ପାଇଁ ଘୋଷଣା କରିଥିଲେ ଯେ ଅନ୍ୟଦେଶ ମାନଙ୍କ ପାଇଁ ମଧ୍ୟ ଭାରତର ମାର୍କେଟ ଖୋଲାଯିବ । ସେହି ସମୟରେ ରତନ ଟାଟା ଏହାର ଓଲଟା କରିବାକୁ ଯାଇ ଟାଟା ସନ୍ସର ମାଲିକାନାକୁ ବଢ଼େଇ ଚାଲିଲେ । ଯାହାଫଳରେ କୌଣସି ବାହାର ଦେଶର କମ୍ପାନୀ ଟାଟା କମ୍ପାନୀକୁ କିଣି ପାରିବ ନାହିଁ । ଯେଉଁ ନିଷ୍ପତି ଟାଟା ସନ୍ସ ପାଇଁ ଭଲ ସାବ୍ୟସ୍ଥ ହେଲା । ଏମିତି କି ଟାଟା କମ୍ପାନୀ ବାହାର ଦେଶର କମ୍ପାନୀକୁ କିଣିବାକୁ ଲାଗିଲା । ଯେମିତି କି UKର କାର ତିଆରି କମ୍ପାନୀ Ford Motters ର Jaguar ଓ Land Rover । ପୂର୍ବରୁ ଟାଟା କମ୍ପାନୀ Ford Motters ପାଖକୁ ଯାଇଥିଲା ନିଜର ପ୍ୟାସେଞ୍ଜର କାରର ଇଣ୍ଡିକା କ୍ଷେତ୍ରକୁ ବିକିବାକୁ । ମାତ୍ର Ford Motters କମ୍ପାନୀର ମାଲିକ Bill Ford ତାଙ୍କୁ ପରିହାସ କରି କହିଥିଲେ କି ମୁଁ ତୁମ ଉପରେ ଦୟା କରିବି ଯଦି ତୁମର ଏହି କ୍ଷେତ୍ରକୁ କିଣିଲି, ଏହା ପରେ ଇଣ୍ଡିକାକୁ ରତନ ଟାଟା ଆଉ ବିକିଲେନି । ଏହା ପରେ ରତନ ଟାଟାଙ୍କୁ ସେଠି ମିଳିଥିବା ଅପମାନକୁ ସେ ଉପଦେଶ ଭାବେ ଗ୍ରହଣ କରି ଇଣ୍ଡିକା କାର ତିଆରି କରଥିିଲେ । ପରେ Ford Mottersର Jaguar ଓ Land Rover କୁ ବିକ୍ରିକଲା ଇଣ୍ଡିକାକୁ । ସେହିଭଳି ୧୦ ଜାନୁଆରୀ ୨୦୦୮ରେ ରତନ ଟାଟା ଭାରତରେ ଲଞ୍ଚ କରିଥିଲେ ନାନୋ କାର । ଯାହା ମାତ୍ର ୧ଲକ୍ଷ ଟଙ୍କା ଥିଲା, ଦୁନିଆର ସବୁଠାରୁ ଶସ୍ତା କାର । ସେ ଚାହୁଁଥିଲେ ମିଡିଲ କ୍ଲାସ ଲୋକ ମଧ୍ୟ କାର କିଣିପାରନ୍ତୁ । ଏହା ପୂର୍ବରୁ ୨୦୦୩ରେ ରତନ ଟାଟା ଗୋଟିଏ ସ୍କୁଟରରେ ବସିଥିବା ଗୋଟିଏ ପରିବାରକୁ ଦେଖିଥିଲେ । ଯେଉଁଥିରେ ୪ଜଣ ବସିଥିଲେ ଏବଂ ବର୍ଷା ହେଉଥିବା ବେଳେ ଛତାର ସାହାର୍ଯ୍ୟ ନେଇ ନିଜକୁ ସମ୍ଭାଳୁଥିଲେ । ଏହି ଦୃଶ୍ୟ ଦେଖିଲା ପରେ ରତନ ଟାଟା ନାନୋ କାର ତିଆରି କରିବାର ଆଇଡିଆ ପାଇଥିଲେ । ଏହି କାହାଣୀ ସେ ନାନୋ କାର ଲଞ୍ଚ କଲାବେଳେ କହିଥିଲେ । କିନ୍ତୁ ଏହାର ମାର୍କେଟିଂ ଷ୍ଟ୍ରାଟେଜି ଖରାପ ଥିବା କାରଣରୁ ଅନେକ କ୍ଷତି ସହିବାକୁ ପଡ଼ିଲା ନାନୋକୁ । ଏଭଳି ଅନେକ ବିଫଳତାକୁ ସାମ୍ନା କଲା ପରେ ଟାଟା କମ୍ପାନୀକୁ ଆଜିର ସମୟରେ କିଏ ନଜାଣିଛି । ଆଜିର ସମୟରେ ପୁରା ଦୁନିଆରେ ଟାଟାର ୧୦୦ରୁ ଅଧିକ କମ୍ପାନୀ ଅଛି, ୪% ଟାଟା କମ୍ପାନୀ ଜିଡିପିକୁ ଦିଏ, ସରକାରଙ୍କୁ ବର୍ଷକୁ ୫୦ ହଜାର କୋଟି ଟଙ୍କା ଟ୍ୟାକ୍ସ ଦିଏ । ଏହି ସବୁ ସମ୍ଭବ ହୋଇଛି କେବଳ ରତନ ଟାଟାଙ୍କର ଉଚିତ୍ ବିଚାରଧାରା ପାଇଁ ।


ଗୌତମ ଅଦାନୀ:

ଅଦାନୀ ଗ୍ରୁଫ୍‌ର ମାଲିକ ଗୌତମ ଅଦାନୀ, ଏହି ନା’ ଟି ଆପଣ ନିଶ୍ଚୟ ଶୁଣିଥିବେ । କାହିଁକି ନା, ଇଏ ସେହି ବ୍ୟକ୍ତିତ୍ୱ ଯିଏ କି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ କଡ଼ା ଟକ୍କର ଦେଉଛନ୍ତି । ଗୌତମ ଅଦାନୀଙ୍କ କାହାଣୀ ଆପଣଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ । ୧୯୬୨ ମସିହା ଜୁନ୍ ୨୪ ତାରିଖରେ ଗୁଜୁରାଟର ଅହମ୍ମଦାବାଦରେ ଗୌତମ ଅଦାନୀ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ବ୍ୟବସାୟ ବହୁତ ଛୋଟ ଥିଲା, ଯେଉଁଥିରେ ଚଳିବା ମଧ୍ୟ କଷ୍ଟକର ଥିଲା । ସେଥିପାଇଁ ଅଦାନୀଙ୍କୁ ଅଧାରୁ ପାଠ ପଢ଼ା ଛାଡ଼ିବାକୁ ପଡ଼ିଲା । ପରେ ୧୯୭୮ରେ କାମ କରିବାକୁ ସେ ଅହମ୍ମଦାବାଦରୁ ମୁମ୍ବାଇ ଆସିଲେ । କିଛି ସମୟ ପରେ ହୀରା ସପ୍ଲାଏ କରୁଥିବା ଗୋଟିଏ ସଂସ୍ଥାରେ ତାଙ୍କୁ ଚାକିରୀ କରିବାର ସୁଯୋଗ ମିଳିଲା । ୩ବର୍ଷ ସେଠି କାମ କରିବା ପରେ ସେ ଚାକିରୀ ଛାଡ଼ି ନିଜର କିଛି କରିବା ପାଇଁ ସ୍ଥିର କରିଲେ ଏବଂ ଜବେରୀ ବଜାରରେ ହୀରା ବ୍ରୋକେଜ୍ କମ୍ପାନୀ ଆରମ୍ଭ କରିଲେ, ଯାହାକି ଅନେକ ଲାଭଦାୟ ସାବ୍ୟସ୍ଥ ହେଲା । ପରେ ୧୯୮୧ରେ ଅଦାନୀଙ୍କ ନା’ ହେବା ଆରମ୍ଭ ହେଲା, ସେତେବେଳେ ତାଙ୍କ ବଡ଼ ଭାଇ ତାଙ୍କୁ ଅହମ୍ମଦାବାଦକୁ ଡାକିଲେ, ତାଙ୍କ ବଡ଼ ଭାଇ ଜିନିଷକୁ ଘୋଡ଼େଇବା ପାଇଁ ଗୋଟିଏ ପ୍ଲାଷ୍ଟିକ୍ କମ୍ପାନୀ କିଣିଥିଲେ । କିନ୍ତୁ ତାଙ୍କ ଏହି କମ୍ପାନୀ ବହୁତ କ୍ଷତି ସହୁଥିଲା କାରଣ ପ୍ଲାଷ୍ଟିକ ତିଆରି କରିବା ପାଇଁ ଯେଉଁ କଞ୍ଚା ଜିନିଷ ଦରକାର ହେଉଥିଲା ତାକୁ ବାହାର ଦେଶରୁ ଆଣିବାକୁ ପଡ଼ୁଥିଲା । ତେଣୁ ସେ ଗୁଜୁରାଟର କାଣ୍ଡଲା ପୋର୍ଟ କିଣି ସେଠାରେ ପ୍ଲାଷ୍ଟିକ୍ ତିଆରି କରିବା କମ୍ପାନୀ କଲେ । ପରେ ୧୯୮୮ରେ Adani Export ନା’ରେ ଗୋଟିଏ କମ୍ପାନୀ ଖୋଲିଲେ ଯାହାର ପରବର୍ତ୍ତୀ ନା’ Adani Enterprises ରଖାଗଲା । ଏହି କମ୍ପାନୀରେ ଷ୍ଟିଲ୍‌, କୃଷି ପାଇଁ ଜିନିଷ ଓ କପଡ଼ା ତିଆରି ଗଲା, ଯାହା କି ତାଙ୍କ ପାଇଁ ଗୋଟିଏ ନା ସୃଷ୍ଟି କରିଲା । ପରେ ୧୯୯୪ରେ ସେୟାର ବଜାରରେ ତାଙ୍କ କମ୍ପାନୀକୁ ସାମିଲ କରାଗଲା । ୧୯୯୫ରେ ଗୁଜୁରାଟ ସରକାର ନିଜ ପୋର୍ଟର ବିକାଶ କରିବା ପାଇଁ ଗୋଟିଏ ବେସରକାରୀ କମ୍ପାନୀ ଖୋଜୁଥିଲା ଅଦାନୀ ସେହି ସମୟରେ ମୁର୍ଣ୍ଡା ପୋର୍ଟକୁ କିଣିନେଲେ । ପରେ ୧୯୯୮ରେ ସେ Adani Ports and Logistics କମ୍ପାନୀ ଆରମ୍ଭ କରିଲେ । ଆଜିର ସମୟରେ ଭାରତର ସବୁଠାରୁ ବେସରକାରୀ ପୋର୍ଟ ହେଉଛି ଏହି ମୁର୍ଣ୍ଡା ପୋର୍ଟ । ଏଥିରେ ଅନେକ ଲାଭ କଲା ପରେ ଧିରେ ଧିରେ ଗ୍ରୋସରୀର କ୍ଷେତ୍ରରେ ପାଦ ଦେଲେ । ଯାହାଫଳରେ ଆଜି ତାଙ୍କ କମ୍ପାନୀ ଫର୍ଚୁନ୍ ତେଲ, ଚାଉଳ, ସୋୟାବିନ୍‌, ଡାଲି, ଅଟା ଭଳି ଅନେକ ଜିନିଷ ତିଆରି କରୁଛି । ପରେ ଅଦାନୀ କମ୍ପାନୀ ମାନଙ୍କରେ ଆଲୋକର ଅସୁବିଧା ନ ହେବା ପାଇଁ ଗୋଟିଏ ବଡ଼ ପାୱାର ପ୍ଲାଣ୍ଟକୁ ଆରମ୍ଭ କରାଇଲେ । ଯାହା ଫଳରେ ସେ ନିଜ କମ୍ପାନୀ ସହ ଅନ୍ୟ ରାଜ୍ୟ ମାନଙ୍କୁ ଆଲୋକ ଯୋଗାଇବା ମଧ୍ୟ ଆରମ୍ଭ କରିଲେ । ଏତେ ବଡ଼ ପାୱାର ପ୍ଲାଣ୍ଟକୁ ଚଲେଇବା ପାଇଁ ବଡ଼ ମାତ୍ରାରେ କୋଇଲା ଦରକାର ହେଉଥିଲା । ସେଥିପାଇଁ ସେ ଅଷ୍ଟ୍ରେଲିଆର ଗୋଟିଏ କୋଇଲା ମାଇନ୍ସକୁ କିଣିଲେ । ୨୦୧୭ରେ ସୋଲାର ପ୍ୟାନେଲ ତିଆରି ହେଉଥିବା କମ୍ପାନୀ ମଧ୍ୟ ଆରମ୍ଭ କଲେ । ପୋର୍ଟ ଏବଂ ପ୍ରାଇଭେଟ ରେଳଲାଇନ୍ ଛଡ଼ା ପରେ ୨୦୧୯ରେ ଏୟାର ପୋର୍ଟର ସଞ୍ଚାଳନ କରିବା ଆରମ୍ଭ କରିଦେଲେ । ଏଭଳି ଧିରେ ଧିରେ ଅଦାନୀ ଆଜି ପର୍ଯ୍ୟନ୍ତ ଆଗକୁ ବଢ଼ି ଚାଲିଛନ୍ତି । ଆଜିର ସମୟରେ ଗୌତମ ଆଦାନୀଙ୍କ ନେଟ୍ ୱର୍ଥ ୬୨ ବିଲିୟନ୍ ଡଲାର ରହିଛି ।

ମୁକେଶ ଅମ୍ବାନୀ:

ଆଜିର ସମୟରେ ମୁକେଶ ଅମ୍ବାନୀକୁ କିଏ ବା ନଜାଣିଛି, ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀ ୧୯୫୭ ମସିହା ଏପ୍ରିଲ ୧୯ରେ ୟମନ୍‌ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେଠାରେ ହିଁ ପାଠ ପଢ଼ୁଥିଲେ । କିନ୍ତୁ ପିତାଙ୍କ କମ୍ପାନୀ ଭଲ ଚାଲୁନଥିବା ଦେଖି ସାହାର୍ଯ୍ୟ କରିବା ପାଇଁ stanford university ରୁ MBA ପାଠପଢ଼ା ଅଧାରୁ ଛାଡ଼ି ଭାରତ ଆସିଗଲେ ମୁକେଶ । ଫଳରେ ମୁକେଶଙ୍କ ପରିଶ୍ରମ ଓ ବ୍ୟବସାୟ କରିବାର ଅଭିନବ ପ୍ରୟାସ ଦ୍ୱାରା ପିତାଙ୍କ ପଲିଷ୍ଟର ବ୍ୟବସାୟ ଆଗକୁ ବଢ଼ିଚାଲିଲା ଓ ବହୁତ ବଡ଼ ଶିଳ୍ପ ମଧ୍ୟ ହୋଇଗଲା । ପରେ ମୁକେଶ ପରିବାରର ବ୍ୟବସାୟ ଆଗକୁ ବଢ଼େଇବାକୁ ଯାଇ ପେଟ୍ରୋକେମିକାଲ କ୍ଷେତ୍ରରେ ଆଗକୁ ବଢ଼ି ସଫଳତାର ଶିଖରରେ ପହଞ୍ଚାଇଲେ । ସେହିଭଳି ୨୦୦୨ରେ Reliance Infocomm Limited କମ୍ପାନୀର ସ୍ଥାପନା କରିଲେ ପରେ ଯାହାର ନା’ ବଦଳାଇ ଜReliance Industries Limited କରିଦିଆଗଲା । ୨୦୧୬ରେ ଜReliance Jio ସ୍ଥାପନା କରି ଟେଲିକମ୍ ଶିଳ୍ପରେ ବଡ଼ ନା’ କରିପାରିଲେ । ଯେଉଁଠି 3G ଚାଲିବା କଷ୍ଟ ହେଉଥିଲା ସେଇଠି 4G ନେଟ୍‌ୱର୍କ ପହଞ୍ଚାିବା ତା ବି ପୁଣି ଛୋଟରୁ ଛୋଟ ଗାଁରେ ପହଞ୍ଚାଇବା ତାଙ୍କ ପାଇଁ ଗୋଟିଏ ବଡ଼ ଚ୍ୟାଳେଞ୍ଜ ଥିଲା । ସେହି ସମୟରେ Jio Sim ଫ୍ରିରେ ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ୨୦୧୯ରେ Jio Sim ସହ Jio Mobile ମଧ୍ୟ ଲଞ୍ଚ କରାଗଲା । ଯାହା ଫଳରେ ଗୋଟିଏ ଗରିବ ଶ୍ରେଣୀର ବ୍ୟକ୍ତି ମଧ୍ୟ ନେଟ୍ ବ୍ୟବହାର କରିପାରୁଥିଲା । ପରେ Jio ଭାରତର ସବୁଠାରୁ ବଡ଼ ଟେଲିକମ୍ୟୁନିକେଶନ କମ୍ପାନୀ ହୋଇଗଲା । ଆଜିର ସମୟରେ ମୁକେଶ ଅମ୍ବାନୀଙ୍କ ନେଟ୍ ୱର୍ଥ ୧୦୪ ବିଲିୟନ୍ ଡଲାର ରହିଛି ।

 

କରସନ ଭାଇ ପଟେଲ:

ଜୀବନରେ କିଛି କରି ଦେଖେଇବା ପାଇଁ କୌଣସି ଉଚିତ ସମୟ କି ଦକ୍ଷତା ନଥାଏ । ଥାଏ ତ କେବଳ କିଛି କରି ଦେଖେଇବାର ଇଚ୍ଛା । ଏହି ମନୋଭାବ ରଖି ଆଗକୁ ବଢ଼ିଛନ୍ତି ଟିଭିରେ ବିଜ୍ଞାପନ ସମୟରେ ଦେଖିଥିବା ସର୍ଫ ନିର୍ମାର ଚେୟାରମ୍ୟାନ କରସନଭାଇ ପଟେଲ । କରସନଭାଇ ପଟେଲଙ୍କ ସଫଳତାର କାହାଣୀ ଆପଣଙ୍କୁ ନିଶ୍ଚୟ ପ୍ରେରଣା ଦେବ । କରସନଭାଇ ୧୯୪୫ ଏପ୍ରିଲ ୧୩ ରେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ । କେମେଷ୍ଟ୍ରିରେ BSC କରିବା ପରେ ସେ ଏକ ସରକାରୀ ଚାକିରୀ ମଧ୍ୟ କରୁଥିଲେ । ଅନେକ ବର୍ଷ ପରେ ତାଙ୍କ ଝିଅ ନିରୁପମା ଙ୍କର ମୃତ୍ୟୁ ପରେ ଘରେ ଡକାଯାଉଥିବା ତାଙ୍କ ଝିଅଙ୍କ ନା’ ନିର୍ମା ନା’ରେ ସର୍ଫର ନା’ ରଖିଲେ ସେ । ଆରମ୍ଭ ଦିନରେ ନିଜ ଅଭିଜ୍ଞତା କାରଣରୁ ସେ ନିଜ ଘର ପଛପଟେ ୱାସିଂ ପାଉଡର ତିଆରି କରିଥିଲେ । ପ୍ରଥମ ୩ବର୍ଷ ସେ ସାଇକଲରେ ଅଫିସ ଯିବା ବେଳେ ଘର ଘର ବୁଲି ସର୍ଫ ବିକୁଥିଲେ । ୧୯୬୯ରେ ଯେତେବେଳେ ଅନ୍ୟ ସର୍ଫ ୧୩ଟଙ୍କାରେ ବିକ୍ରି ହେଉଥିଲା ସେତେବେଳେ କରସନଭାଇ ପଟେଲ ଘରକୁ ଘର ବୁଲି ମାତ୍ର ୩ଟଙ୍କା ୫୦ ପଇସାରେ ସର୍ଫ ବିକ୍ରି କରୁଥିଲେ । ଏମିତି କରିବା ଦ୍ୱାରା ତାଙ୍କର ଅନେକ କଞ୍ଜ୍ୟୁମର ହୋଇଗଲେ ଓ ନିଜ ପ୍ରଡକ୍ଟକୁ ଆହୁରୀ ଭଲ କରିବାକୁ ମଧ୍ୟ ଲାଗିଲେ । ପରେ ୧୯୭୨ରେ ନିଜ ଚାକିରୀ ଛାଡ଼ି ଅହମ୍ମଦାବାଦରେ ନିଜର ଗୋଟିଏ ଛୋଟ ଦୋକାନ ଖୋଲିଲେ ଏହା ପରେ ଲୋକାଲ ଲୋକ ମଧ୍ୟ ଏହି ସର୍ଫକୁ କିଣିବା ଆରମ୍ଭ କରିଦେଲେ । ଗୋଟିଏ ସମୟ ଏମିତି ବି ଆସିଲା କି ଗୁଜୁରାଟରେ ନିର୍ମା ସର୍ଫ ଭଲ ଚାଲୁଥିବା ବେଳେ ଗୁଜୁରାଟ ବାହାରେ ଭଲ ଚାଲିଲା ନାହିଁ । ଅନ୍ୟ କୌଣସି ସର୍ଫ ଆଗରେ ନିର୍ମା ଛିଡ଼ା ବି ହୋଇପାରୁ ନଥିଲା । ଅନେକ ରିଟେଲର କ୍ରେଡିଟରେ ସର୍ଫ ନେଉଥିଲେ ଓ ସେଲ୍ସମ୍ୟାନ ଟଙ୍କା କଲେକ୍ଟ କରିବାକୁ ଗଲା ବେଳେ ତାକୁ ନିରାଶ ହୋଇ ଫେରିବାକୁ ପଡ଼ୁଥିଲା । କିଏ ଟଙ୍କା ଦେଉନଥିଲେ ତ କିଏ ଆର ମାସରେ ଦେବୁ କହୁଥିଲେ । ଏଭଳି ପରିସ୍ଥିତିରେ କରସନଭାଇ ପଟେଲ ହାର ମାନିଲେ ନାହିଁ, ମାର୍କେଟରୁ ସବୁ ନିର୍ମା ପାଉଡର ନେଇ ଆସିଲେ । ସେତେବେଳେ ଲୋକଙ୍କ ଘରକୁ ନୂଆ ନୂଆ ଟିଭି ଆସୁଥିଲା ତେଣୁ ସେ ଗୋଟିଏ ମାସ ତାଙ୍କର ସବୁ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନରେ ଲଗେଇଦେଲେ । ଏହି ନିଷ୍ପତି ତାଙ୍କ ପାଇଁ ଭଲ ସାବ୍ୟସ୍ଥ ହେଲା । ଅନେକ ଲୋକ କେବଳ ନିର୍ମାକୁ କିଣିବାକୁ ଚାହୁଁଥିଲେ । ଏହା ପରେ ସେ ପୁଣି ବଜାରରେ ନିର୍ମାକୁ ବିକିବାକୁ ଲାଗିଲେ କିନ୍ତୁ ଏଠି ଗୋଟିଏ ସର୍ତ୍ତ ଲାଗୁ କରିଲେ କି ଏବେ ଉଙଊ ରେ ହିଁ ସବୁବେଳେ ସର୍ଫ ରିଟେଲରଙ୍କୁ ଦିଆଯିବ । ସେତେବେଳେ ତାଙ୍କୁ ଗୋଟିଏ ଭଲ ଏବଂ ବଡ଼ ବିଜନେଓ ମ୍ୟାନଙ୍କ ଲାଇନରେ ରଖାଯାଉଥିଲା । ଆଉ ଆଜିର ସମୟରେ ସେ ନିର୍ଶ୍ଚୟ ଧନି ଶ୍ରେଣୀର ବ୍ୟକ୍ତିଙ୍କ ତାଲିକାରେ ଆସୁଛନ୍ତି । ଆଜିର ସମୟରେ କରସନଭାଇ ପଟେଲଙ୍କ ନେଟ୍ ୱର୍ଥ ୨୮୦ କୋଟି USD ରହିଛି ।

ସଞ୍ଜିବ ବିକଚନ୍ଦାନୀ:

ଆମେ ମାନେ ପ୍ରାୟେ ଶୁଣିଛେ କି ବହୁତ ବଡ଼ ବଡ଼ କମ୍ପାନୀ ସବୁବେଳେ ଛୋଟ ଜାଗାରୁ ହିଁ ଆରମ୍ଭ ହୋଇଥାଏ । ସେହି ସମୟରେ ଅନେକ କଷ୍ଟ ଓ ବିଫଳତାର ସାମ୍ନା କରି ପରବର୍ତ୍ତୀ ସମୟରେ ସଫଳତାର ସିଢ଼ି ଚଢ଼ି ବଡ଼ ଓ ଜଣା ଶୁଣା କମ୍ପାନୀ ହୋଇପାରିଛି ଅନେକ କମ୍ପାନୀ । ତେବେ ଚାକିରୀ କରିବାକୁ ଆଜିର ସମୟରେ ସମସ୍ତଙ୍କର ଇଚ୍ଛା କିନ୍ତୁ କେଉଁଠି ଉପଯୁକ୍ତ ଚାକିରୀ ଟିଏ ପାଇବେ ତାହା ସମସ୍ତଙ୍କୁ ଅଜଣା । ଏଭଳି ଅସୁବିଧାକୁ ସମାଧାନ କରିଛନ୍ତି ସଞ୍ଜିବ ବିକଚନ୍ଦାନୀ, ଯିଏ କି ନିଜର entrepreneurshipe ର ସ୍ୱପ୍ନ ପୁରା କରି ଗୋଟିଏ ଏମିତି କମ୍ପାନୀ ତିଆରି କରିଲେ ଯାହାକି ଅନ୍ୟମାନଙ୍କୁ ଚାକିରୀ ଦବାରେ ବଡ଼ ଭୂମିକା ଗ୍ରହଣ କରିଲା । ଆମେ କହୁଛୁ naukri.com କଥା । ୧୯୬୩ ଦିଲ୍ଲୀରେ ସଞ୍ଜିବ ଜନ୍ମଗ୍ରହଣ କରିଥିଲେ । ପରେ ପରେ ୧୯୮୪ରେ Lintas କମ୍ପାନୀରେ Accounts Executive ଭାବେ କାମ କରିଥିଲେ । ୩ବର୍ଷ ସେଠି କାମ କରିବା ପରେ Hindustan Milf Food Manufactures ରେ ମଧ୍ୟ କାମ କରିଲେ । ପରେ ୧୯୯୦ରେ ସଞ୍ଜିବ ନିଜ ସାଙ୍ଗ ସହ ମିଶି ୨ ଟି କମ୍ପାନୀ ତିଆରି କରିଲେ ଯାହାଥିଲା Indmark ଓ Info Edge । ନିଜ ଘରର ଗୋଟିଏ ବଖରାରେ କାମ କରିବା ସତ୍ୱେ ସେ ନିଜ ପିତାଙ୍କୁ ୮୦୦ଟଙ୍କା ଭଡ଼ା ମଧ୍ୟ ଦେଉଥିଲେ । ପରେ ଏହି କମ୍ପାନୀ ବିଫଳତା ମୁହାଁ ହେଲା । ଏମିତି କି ଗୋଟିଏ ସମୟରେ ତାଙ୍କ ସ୍ତ୍ରୀ ହିଁ ତାଙ୍କ ପରିବାର ଚଳାଉଥିଲେ । ତେଣୁ ସେ ଟ୍ୟୁସନ କରିବା ଆରମ୍ଭ କଲେ, ଯେଉଁଠାରୁ ମାସକୁ ତାଙ୍କୁ ୨ହଜାର ଟଙ୍କା ମିଳୁଥିଲା । ପରେ ଗୋଟିଏ ଏମିତି ବି ସମୟ ଆସିଲା ଯେଉଁଠାରୁ ସଞ୍ଜିବଙ୍କୁ naukri.com କମ୍ପାନୀର ଆଇଡିଆ ଆସିଲା । ସେତେବେଳେ ଦିଲ୍ଲୀରେ IT Asia Exhibition ପଡ଼ିଥିଲା ଯେଉଁଠି ଗୋଟିଏ ଷ୍ଟଲରେ WWW ଲେଖା ହୋଇଥିବା ସଞ୍ଜିବ ଦେଖିଲେ ଓ ତା ବିଷୟରେ ବୁଝିଲେ । ସେ ସମୟରେ ନୂଆ ନୂଆ ଇଣ୍ଟରନେଟ ମାର୍କେଟକୁ ଆସୁଥାଏ ତେଣୁ ସେ ସବୁ ଜାଣିବା ପରେ naukri.comର ଆଇଡିଆ ତାଙ୍କ ମନକୁ ଆସିଥିଲା । ସେହି ସମୟରେ ଚାକିରୀ ପାଇବା ପାଇଁ ଲୋକ ଖବର କାଗଜ ଉପରେ ନିର୍ଭର କରୁଥିଲେ । ତେଣୁ ସଞ୍ଜିବ naukri.comକୁ ନିୟ୍ୟୁଜ୍ ୱେବସାଇଟ୍ ନକରି କେବଳ ଚାକିରୀ ବିଜ୍ଞାପନ ଛାଡ଼ିବାର ନିଷ୍ପତି ନେଲେ, ମାତ୍ର ପୋଗ୍ରାମିଂ ଲାଙ୍ଗୁଏଜ ସେତେବେଳେ ବହୁତ କମ୍ ଲୋକଙ୍କୁ ଆସୁଥିବାରୁ ସେ ଅନେକ ବିଫଳତାର ସାମ୍ନା କରି ମଧ୍ୟ ଆଗକୁ ବଢ଼ିଚାଲିଲେ । ପରେ ୧୯୯୭ରେ ଏହି ୱେବସାଇଟ୍‌କୁ ଲଞ୍ଚ କରାଗଲା । ଯେହେତୁ ସେତେବେଳେ ଇଣ୍ଟରନେଟ ନୂଆ ନୂଆ ଭାରତକୁ ଆସୁଥିଲା ଏବଂ ଏହି ୱେବସାଇଟ୍ ମଧ୍ୟ ନୂଆ ଥିଲା ତେଣୁ ଅନେକ ଲୋକ ଏହା ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରୁଥିଲେ । ପରେ ଧିରେ ଧିରେ ଏହି କମ୍ପାନୀ ଏତେ ଆଗକୁ ବଢ଼ିଗଲାଣି ଯେ ଭାରତରେ ମାର୍କେଟ ସେୟାର ୭୦% କେବଳ ଏହି କମ୍ପାନୀ ପାଖରେ ହିଁ ଅଛି । ଆଜିର ସମୟରେ ସଞ୍ଜିବ ବିକଚନ୍ଦାନୀଙ୍କ ନେଟ୍ ୱର୍ଥ ୧୯୦ କୋଟି USD ରହିଛି ।

ନମିତ ବଜୋରୀଆ:

ରୋଷେଇ ଘର, ମାଆ ମାନଙ୍କର ପ୍ରିୟ ସ୍ଥାନ କିନ୍ତୁ ଏହି ରୋଷେଇଘରେ ଅନେକ ଅସୁବିଧାର ସାମ୍ନା କରନ୍ତି ଆମ ମା’ ମାନେ । ଏହି ଅସୁବିଧାର ସମାଧାନ କରି ଦେଖାଇଥିଲେ ଜଣେ entrepreneur ନମିତ ବଜୋରୀଆ । ୧୯୭୨ ଏପ୍ରିଲ ୬ ତାରିଖରେ ଗୋଟିଏ ମାରୱାଡ଼ି ପରିବାରରେ ନମିତ ବଜୋରୀଆ ଜନ୍ମ ଗ୍ରହଣ କରିଥିଲେ । ନମିତ ବଜୋରୀଆ ହେଉଛନ୍ତି ଭାରତର ଜଣେ ସଫଳ entrepreneur ଯିଏକି Kutchina Home Makers Pvt Ltdର ଫାଉଣ୍ଡର । ଏହି କମ୍ପାନୀ କରିବା ପୂର୍ବରୁ ସେ entrepreneurial ରାସ୍ତାରେ ବହୁତ ଛୋଟ ଛୋଟ ଷ୍ଟେପ ପକାଇ ଆଗକୁ ବଢ଼ିଛନ୍ତି । ଅଭିଜ୍ଞତା ପାଇଁ Marketing executive ଭାବେ Telecommunication and CA firmରେ କାମ କରିଥିଲେ ସେ । ପରେ ନମିତ ତାଙ୍କ ବାପାଙ୍କଠାରୁ ୧୩୦ ଲକ୍ଷ ଟଙ୍କା ଋଣ ନେଇଥିଲେ ଗୋଟିଏ ଫଟୋଗ୍ରାଫି ଏଜେନ୍ସି କରିବା ପାଇଁ, ଯାହାକି ବେସୀ ଦିନ ଚାଲିଲା ନାହିଁ । ଏହା ପରେ ସେ ଭେତନାମ, ଜାପାନ, ଜର୍ମାନୀ, ଚାଇନା ଠାରୁ ଅଟୋ କ୍ଲିନ୍ ଚିମିନି ଆମଦାନୀ କରିବା ଆରମ୍ଭ କରିଲେ । ୨୦୦୩ରେ ନମିତ ନିଜ ବ୍ୟବସାୟକୁ ଆମଦାନୀ ନକରି ନିଜ ଦେଶରେ ତିଆରୀ କରିବା ଆରମ୍ଭ କରିଲେ । ଭାରତୀୟ ରୋଷେଇ ଘରର ସମସ୍ତ ଅସୁବିଧାକୁ ସମାଧାନ କରିବା ପାଇଁ ଗୋଟିଏ ନିର୍ଦ୍ଧାରିତ ଦେକାନ ଖୋଲିବା ପାଇଁ ସେ Kutchina Home Makers Pvt Ltd କମ୍ପାନୀ ନିର୍ମାଣ କରିଲେ । Kutchina Home Makers Pvt Ltd ରୋଷେଇ ଘରର ସମସ୍ତ ଜିନିଷ ବିକ୍ରି କରିଥାଏ । ଯେମିତି କି ରୋଷେଇ ଘରର ଉପକରଣ, ଚିମିନି, RO, ହବ୍ସ, ଗ୍ରାଇଣ୍ଡର, ଗୋଟିଏ ଛାତ ତଳେ ମଡୁଲାର ରୋଷେଇ ଘର । ଆଜିର ସମୟରେ ନମିତ ବଜୋରୀଆ ୩୦୦ କୋଟି ଟଙ୍କାର ବିଜନେସ କରିପାରିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )