Thursday 25th April 2024
‘ପଠାନ’ର ଗୀତକୁ ନେଇ ରାଗିଲେ ଶକ୍ତିମାନ ମୁକେଶ ଖାନ୍ନା

‘ପଠାନ’ର ଗୀତକୁ ନେଇ ରାଗିଲେ ଶକ୍ତିମାନ ମୁକେଶ ଖାନ୍ନା

ବଲିଉଡ୍ ଫିଲ୍ମ ପଠାନର ବେଶରମ ଗୀତ, ଏବେ ସବୁଠି ଚର୍ଚ୍ଚାରେ । ଗେରୁଆ ରଙ୍ଗରେ ଦୀପିକାଙ୍କ ବିକିନି ଲୁକ୍, ଯେତିକି ପ୍ରଂଶସା ସାଉଣ୍ଟିନି ତାଠୁ ଅଧିକ ବିବାଦ ଠିଆ କରିଛି । ଅରେଞ୍ଜ କଲର ଡ୍ରେସରେ ଦୀପିକାଙ୍କ, ଏ ଗେଟଅପକୁ ବିରୋଧ କରାଯାଉଥିବାବେଳେ, ଫିଲ୍ମ ପଠାନକୁ ବୟକଟ କରିବା କଥା ମଧ୍ୟ ଉଠିଲାଣି । ଆଉ ଏହାରି ଭିତରେ ପଠାନ ଫିଲ୍ମର ବେଶରମ ଗୀତକୁ ନେଇ ଆପତ୍ତି ଉଠାଇଛନ୍ତି ଟିଭି ଦୁନିଆର ଶକ୍ତିମାନ ମୁକେଶ ଖାନ୍ନା ।

ବେଶରମ ଗୀତ ୟୁଟ୍ୟୁବରେ ରିଲିଜ୍ ହେବା ପରେ, ଏବେ ସୁଦ୍ଧା ଏହାକୁ ୫୦ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ହେଲେ ଏ ଗୀତରେ ଏମିତି ଅଶ୍ଲୀଳତା ଅଛି ଯେ, ଏହାକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଖାସ୍ କରି, ଦୀପିକାଙ୍କ ଗେରୁଆ ବିକିନିକୁ ନେଇ ହିନ୍ଦୁବାଦୀ ସଙ୍ଗଠନମାନେ ପ୍ରଶ୍ନ ଉଠାଇବା ସହ, ପଠାନ ଫିଲ୍ମରେ ଜାଣିଶୁଣି ଭଗୱାର ଅପମାନ କରାଯାଉଛି ବୋଲି କୁହାଯାଉଛି । ଯାହାକି ଏବେ ବଲିଉଡରେ ଆଉ ଏକ ବଡ କଣ୍ଟ୍ରୋଭର୍ସି ଠିଆ କରିଛି ।

ବେଶରମ ଗୀତରେ ଦୀପିକାଙ୍କ ଏ ଗେରୁଆ ବିକିନିକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ଟିଭି ଦୁନିଆର ଶକ୍ତିମାନ ମୁକେଶ ଖାନ୍ନା । ତାଙ୍କ କହିବା ମୁତାବକ, ଶାହାରୁଖ ଓ ଦୀପିକାଙ୍କ ଏ ଫିଲ୍ମ ଗୀତରେ ଅଶ୍ଲୀଳତା ଭରି ରହିଛି । ଆଜିକାଲି ପିଲାମାନେ ଟିଭି ଓ ଫିଲ୍ମ ଦେଖୁଥିବାର, ଏହାର ପ୍ରଭାବ ତାଙ୍କ ଉପରେ ପଡିବ । ସେନସର ବୋର୍ଡ ଏଭଳି ଗୀତକୁ ପାସ୍ ନକରୁ । ତେବେ ସେନସର ବୋର୍ଡ ସୁପ୍ରିମକୋର୍ଟ ନୁହେଁ, ତେଣୁ ସେନସର ବୋର୍ଡର ବିରୋଧ କରାଯାଇପାରିବ ବୋଲି ମୁକେଶ ଖାନ୍ନା ପ୍ରତିକ୍ରିୟା ରଖିଛନ୍ତି ।

ମୁକେଶ ଖାନ୍ନାଙ୍କ କହିବା କଥା, ଆମେ ଦେଶ ସ୍ପେନ୍ ନୁହେଁ ଯେ, ଏଠାରେ ଏଭଳି ଗୀତ ପ୍ରସ୍ତୁତ ହେବ । ଯଦି ଏମିତି ଜାରି ରହେ, ତେବେ ଅଧା କପଡା ବଦଳରେ, ବିନା କପଡାରେ ବି ଗୀତ ସୁଟିଂ ଚାଲିବ । ଆମ ଦେଶରେ ଗେରୁଆ ରଙ୍ଗ ଏକ ଧର୍ମ ଓ ସମ୍ପ୍ରଦାୟ ସହ ଜଡିତ ଅଛି । ଯାହାକି ବେଶ ସମ୍ବେଦନଶୀଳ । ତେଣୁ ଗୀତ କି ଭିଡିଓ ପ୍ରସ୍ତୁତ କଲାବେଳେ, ଆମକୁ ଭାବି ବିଚାରି ଭିଡିଓ ପ୍ରସ୍ତୁତ କରିବାକୁ ପଡିବ ବୋଲି ମୁକେଶ କହିଛନ୍ତି ।

ପଠାନ ଫିଲ୍ମରେ ଶାହାରୁଖ-ଦୀପିକାଙ୍କ ବେଶରମ ଗୀତକୁ ଅନେକ ଲୋକ ଅଶ୍ଲୀଳ ବୋଲି କହିସାରିଲେଣି । ଅଯୋଧ୍ୟାର ମହନ୍ତ ରାଜୁ ଦାସ, ଏ ଫିଲ୍ମକୁ ବହିଷ୍କାର କରିବାକୁ କହିବା ସହ, ଯେଉଁ ଥିଏଟରରେ ପଠାନ ଫିଲ୍ମ ସୋ ପଡୁଛି, ତାକୁ ଜାଳିବା କଥା ମଧ୍ୟ ଉଠାଇଲେଣି । ଆଉ ଏହାରି ଭିତରେ ବିବାଦ ନେଇ ମୁହଁ ଖୋଲିଛନ୍ତି ଶାହାରୁଖ ।  ବିବାଦ ସମ୍ପର୍କରେ ସିଧା ସିଧା କିଛି କହିନଥିଲେ ବି, ସକରାତ୍ମକ ଢଙ୍ଗରେ ଏସଆରକେ ଏହାର ଜବାବ ରଖିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )