Saturday 27th July 2024
ଅଜୟ ଦେବଗନ୍ ଙ୍କ ଆକ୍ସନ୍ ଥ୍ରିଲର ଫିଲ୍ମ ବଲିଉଡ୍ ରେ କରିବ କି ଧମାଲ ? ୩୦ ମାର୍ଚ୍ଚକୁ ଅପେକ୍ଷା !

ଅଜୟ ଦେବଗନ୍ ଙ୍କ ଆକ୍ସନ୍ ଥ୍ରିଲର ଫିଲ୍ମ ବଲିଉଡ୍ ରେ କରିବ କି ଧମାଲ ? ୩୦ ମାର୍ଚ୍ଚକୁ ଅପେକ୍ଷା !

ଫିଲ୍ମ ଦେଖିବାକୁ କାହାକୁ ବା ଭଲ ନଲାଗେ । ଫିଲ୍ମ ଏକ ଏପରି ଜିନିଷ , ଯାହାକି ୩ ଘଣ୍ଟାରେ ଅନେକ ଙ୍କ ମନୋରଞ୍ଜନ କରିଥାଏ । ତେଣୁ ଭାରତରେ ଅନେକ ସିନେମା ପ୍ରେମୀ ଅଛନ୍ତି । ଫିଲ୍ମର ଦେଶ ହେଉଛି ଭାରତ । ଏଠାରେ ବିଭିନ୍ନ ଭାଷାରେ ଫିଲ୍ମ ପ୍ରସ୍ତୁତ ହୋଇଥାଏ । ବଲିଉଡ୍ ର ଦର୍ଶକ ସଂଖ୍ୟା କିଛି କମ୍ ନୁହେଁ । ବଲିଉଡ୍ ରେ ଅନେକ ସିନେ ତାରକା ଅଛନ୍ତି । କିନ୍ତୁ ଯେତେବେଳେ ଥ୍ରିଲର ଫିଲ୍ମ ବା ଆକ୍ସନ ଥ୍ରିଲର ଫିଲ୍ମ କଥା ଆସେ , ସେତେବେଳେ ଅଜୟ ଦେବନ୍ ଙ୍କ ଫିଲ୍ମ ସବୁବେଳେ ଚର୍ଚ୍ଚାରେ ରୁହେ । ବର୍ତ୍ତମାନ ଅଜୟ ଦେବଗନ୍ ଜଣେ ଭଲ ଆକ୍ଟର ହେବା ସହ ଭଲ ଡିରେକ୍ଟର ମଧ୍ୟ । ସିଏ ଅନେକ ଫିଲ୍ମରେ ଡିରେକସନ୍ ଦେଇଛନ୍ତି ଏବଂ ସେହି ଫିଲ୍ମ ଗୁଡିକ ସୁପରହିଟ୍ ମଧ୍ୟ ହୋଇଛି । ତେଣୁ ଦର୍ଶକ ଙ୍କ ମନରେ  ଅଜୟ ଦେବଗନ୍ ଙ୍କ ଏକ ସ୍ୱତନ୍ତ୍ର ପରିଚୟ ଅଛି । ବଲିଉଡ୍ ରେ ଡାଇରେକ୍ଟ କପି ପେଷ୍ଟ ଚାଲିଥିବା ବେଳେ , ଅଜୟ ଦେବଗନ୍ କିଛି ନୁଆ କରିଦେଖେଇଥାନ୍ତି । ତାଙ୍କ କିଛି ଫିଲ୍ମ ର କାହାଣୀ ଦକ୍ଷିଣ ଭାରତୀୟ ଫିଲ୍ମ ରୁ ଆସିଥାଏ ସତ । କିନ୍ତୁ ସେହି ଫିଲ୍ମ ଡାଇରେକ୍ଟ କପି ପେଷ୍ଟ ନଥାଏ । ଫିଲ୍ମ ର କାହାଣୀ କିଛି ମାତ୍ରାରେ ସମାନ ଥାଇପାରେ ଏବଂ ସେହି ଫିଲ୍ମକୁ  ଏକ ନୁଆଁ ଢଙ୍ଗରେ ପ୍ରସ୍ତୁତ କରାଯାଇଥାଏ । ସିଂଘମ୍ , ସିଂଘମ୍ ରିଟନ୍ଗୋଲମାଲ୍ , ଗୋଲମାଲ୍ ଏଗେନ୍ , ଗୋଲମାଲ୍ ରିଟନ୍ , ରନଓ୍ୱେ ୩୪ , ଦୃଶ୍ୟମ୍ , ଦୃଶ୍ୟମ୍ ୨ ଏବଂ ଶିବାୟ ଫିଲ୍ମ ବଲିଉଡ୍ ରେ ଧମାଲ୍ ମଚେଇଥିଲା । ଶିବାୟ ଫିଲ୍ମ ର ଆକ୍ସନ୍ ଏବଂ କାହାଣୀ ଅନେକ ଦର୍ଶକ ଙ୍କୁ ଫିଲ୍ମ ହଲକୁ ଟାଣି ଆଣିଥିଲା । ଅଜୟ ଦେବଗନ୍ ଙ୍କ ଅଭିନୀତ ” ଶିବାୟ ” ଫିଲ୍ମ ର ଆକ୍ସନ୍ ଏବେବି ଦର୍ଶକ ଙ୍କ ମନରେ ଭରିଦିଏ ରୋମାଞ୍ଚକ । ଏବେ ” ଭୋଲା ” ଫିଲ୍ମର ଟ୍ରେଲର ଆସିଛି ।

 

ଯାହାକୁ ୪୫ ମିଲିୟନ୍ ବା ପାଖାପାଖି ୬ କୋଟି ଲୋକ ଦେଖିସାରିଲେଣି । ଏହି ଫିଲ୍ମରେ ଦର୍ଶକେ ପୁଣିଥରେ ତବୁ ଏବଂ ଅଜୟଙ୍କ କଥା କଟାକଟି ବା ଯୁକ୍ତି ତର୍କ ର ଆଙ୍ଗେଲ୍ ଦେଖିବାକୁ ପାଇବେ । ୟୁଟୁବ୍ ରେ ଏହା ଧମାଲ୍ କରୁଛି । ଏହି ଭିଡିଓକୁ ୪ ଲକ୍ଷ୍ୟ  ୫୭ ହଜାର ଲୋକ ଲାଇକ୍ କଲେଣି । ମନରେ ରୋମାଞ୍ଚକ ଭରା ଅନୁଭୁତି ସୃଷ୍ଟି କରୁଛି ” ଭୋଲା ” ର ଟ୍ରେଲର । ପୁରା ଟ୍ରେଲରରେ  ଅଜୟ ଦେବଗନ୍ ଙ୍କୁ ଶିବ ଭକ୍ତ ଷ୍ଟାଇଲ୍ ଦେଖିବାକୁ ମିଳୁଛି । ଏହି ଟ୍ରେଲରେ ଧୂଆଁଧାର୍ ଆକ୍ସନ୍ ଏବଂ ଦମଦାର ଡାଏଲଗ୍ ମଧ୍ୟ ରହିଛି । ଏହି ଟ୍ରେଲରରେ ଅମାଲା ପାଲ୍ ଏବଂ ତବୁଙ୍କ ଅଭିନୟ ମଧ୍ୟ ଖୁବ ପ୍ରଭାବଶାଳୀ ହୋଇଛି । ଫିଲ୍ମ ର ଟ୍ରେଲର ଅନୁସାରେ ଫିଲ୍ମରେ ଧୂଆଁଧାର୍ ଆକ୍ସନ୍‌ ସହିତ ଦମଦାର ଡାଏଲଗ୍ ଶୁଣିବାକୁ ମିଳିବ ବୋଲି ଦର୍ଶକ ଭାବୁଛନ୍ତି । ଏହି ଫିଲ୍ମ ଟିରେ ଭରପୂର ମସାଲା ରହିଥିବା ର ପୂର୍ବାନୁମାନ କରୁଛନ୍ତି ଦର୍ଶକ । 

ଅଜୟ ଦେବଗନ୍ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ଦମ୍ ଦାର୍ ଡାଇଲଗ୍ ର କିଛି ଝଲକ୍ ପୋଷ୍ଟ କରିଛନ୍ତି  –

 ଯେଉଁଥିରେ ଆକ୍ସନ୍ , ରୋମାନ୍ସ  , ଡ୍ରାମା ଏବଂ ଇମୋସନାଲ୍ ଆଙ୍ଗଲ୍ ଭରି ରହିଛି । ଫିଲ୍ମ ରେ ନିଜ ଝିଅ ପାଇଁ ଅଜୟ ଏକ ମିଶନରେ ତବୁ ଙ୍କୁ ସାହାଯ୍ୟ କଲାପରି ମନେ ହେଉଛି । ଟ୍ରେଲର ଅନୁସାରେ ଆଧାତ୍ମିକ ଭାବନା ଦୃଷ୍ଟି କୋଣ ଉପରେ ପର୍ଯ୍ୟବେଶିତ ପୁରା କାହାଣୀ ଭିନ୍ନ ଭିନ୍ନ ମୋଡ଼ ଦେଇ ଗତି କରୁଛି ।  ଏହା ପୂର୍ବରୁ ଉଭୟ ତାରକା ଫିଲ୍ମ ” ଦୃଶ୍ୟମ୍‌ ୨ ” ରେ ସେମାନଙ୍କ ଜଲ୍‌ୱା ଦେଖେଇ ସାରିଛନ୍ତି । ଏହି ଟ୍ରେଲର ରେ ଅଜୟ ଦେବଗନ୍ ଏବଂ ତବୁ ଙ୍କ କେମେଷ୍ଟ୍ରୀକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଉଭୟଙ୍କ ଡାଏଲଗ୍‌ ମଧ୍ୟ ଲୋକଙ୍କୁ ପ୍ରଭାବିତ କଲାଭଳି ହୋଇଛି । ଏହା ସହିତ ଅଜୟ ମଧ୍ୟ କପାଳରେ ପାଉଁଶ ଲଗାଇ ଆକ୍ସନ୍ ମୋଡ୍ ରେ ଶତ୍ରୁମାନଙ୍କୁ ଏକ ଉଚିତ୍‌ ଶିକ୍ଷା ଦେଉଛନ୍ତି । ” ଭୋଲା ” ରେ ବଲିଉଡ୍ ଅଭିନେତ୍ରୀ ତବୁ ଦୃଶ୍ୟମ୍ ଫିଲ୍ମ ପରି ପୁଣିଥରେ ପୋଲିସ୍ ଭୂମିକାରେ ଏକ ସିରିଏସ୍ କ୍ୟାରେକ୍ଟର ପ୍ରଦର୍ଶନ କରୁଥିବା ନଜର ଆସିବେ । 

ବଲିଉଡ୍ ର ସିଙ୍ଘମ ଷ୍ଟାର ଅଜୟ ଦେବଗନ୍ ହେଲେ ଅଜୟ ଦେବଗନ୍ । ଭୋଲା ଟ୍ରେଲରରେ ତାଙ୍କ ଅଭିନୟ ଓ ଦମ୍‌ଦାର ଆକ୍ସନ ଦର୍ଶକଙ୍କୁ ମତୁଆଲା କରୁଛି । ଏହି ଫିଲ୍ମଟି ସାଉଥ୍ ଫିଲ୍ମ ” କୈଥୀ ” ର ହିନ୍ଦୀ ରିମେକ୍ ଭର୍ସନ୍ ବୋଲି ଅନେକ ସିନେ କ୍ରିଟିକ୍ସ ମତ ଦେଉଛନ୍ତି । ଯେହେତୁ ” ଭୋଲା ” ର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଦେବଗନ୍ , ତେଣୁ ଏହି ଫିଲ୍ମରେ କିଛି ନୁଆଁ ଦେଖିବାକୁ ମିଳିବ ବୋଲି ଦର୍ଶକ ଙ୍କ ମନରେ ଉତ୍କଣ୍ଠା ଭରିରହିଛି । ତେବେ ଏହି ଫିଲ୍ମ ମାର୍ଚ୍ଚ ୩୦ ରେ ପ୍ରେକ୍ଷାଳୟକୁ ଆସିବ। ” ଭୋଲା ” ଏକ ବାପ-ଝିଅ ସମ୍ପର୍କର ଏକ ଅଦ୍ଭୁତ କାହାଣୀ ଭଲି ମନେହେଉଛି । ଯେଉଁଥିରେ ସିରିଏସ୍ ଇମୋସନ୍ ସବୁ ଭରିରହିଛି । ଏହି ଫିଲ୍ମଟି ଥ୍ରିଡିରେ ଚଳିତ ମାସ ର ଶେଷ ଭାଗରେ ରିଲିଜ୍ ହେବ । ଏବେ ସିନେ ପ୍ରେମୀ ୩୦ ମାର୍ଚ୍ଚ ଅପେକ୍ଷାରେ ।

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )