Friday 26th April 2024
ଜିଓରେ ବାହାରିଛି ଚାକିରୀ ! ଓଡିଶାରେ ଷ୍ଟେଟ୍ ଟର୍ମ ସେଲ୍ କୋଡିନେସନ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !

ଜିଓରେ ବାହାରିଛି ଚାକିରୀ ! ଓଡିଶାରେ ଷ୍ଟେଟ୍ ଟର୍ମ ସେଲ୍ କୋଡିନେସନ୍ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି !

ଜିଓ ଏକ ଜଣା ଶୁଣା ଟେଲିକମ୍ ବ୍ରାଣ୍ଡ । ଜିଓ ଆକର୍ଷଣୀୟ ଅଫର ସହିତ ଦେଇଥାଏ ହାଇସ୍ପିଡ୍ ଇଣ୍ଟରନେଟ୍ କନେକ୍ଟିଭିଟି । ଜିଓ କମ୍ପାନୀରେ ଅନେକ  ବ୍ରାଞ୍ଚ ରହିଛି । ଭାରତରେ ଜିଓ ଏକ ଜଣାଶୁଣା ବଡ ବ୍ରାଣ୍ଡ । ତେବେ ଜିଓ କମ୍ପାନୀ ତାର ଟେଲିକମ୍ ସର୍ଭିସ  ପାଇଁ ସବୁବେଳେ ଚର୍ଚ୍ଚାରେ ରୁହେ । ଗାଁ ହେଉ କିମ୍ବା ସହର, ସବୁଠାରେ ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଥିଲା । ଏବେ ଗ୍ରାହକ ମାନେ 5G ଅପେକ୍ଷାରେ । ଏଇ କିଛି ବର୍ଷହେବ ରିଲାଏନ୍ସ ଜିଓ ଇଣ୍ଟରନେଟ୍ ସର୍ଭିସ ରେ ଅନେକ ପୁରୁଣା କମ୍ପାନୀକୁ ପଛରେ ପକାଇ ଗ୍ରାହକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରିଲାଏନ୍ସ ଜିଓ ସୁଲଭମୂଲ୍ୟରେ 4G ଇଣ୍ଟରନେଟ୍ ସେବା ଯୋଗାଇଦେବା ସହ ଟେଲିକମ୍ୟୁନିକେସନ୍ ଏବଂ ଟେଲିକମ୍ ସର୍ଭିସ୍ କ୍ଷେତ୍ରରେ ସୃଷ୍ଟି କରିଥିଲା ବିଭିନ୍ନ ପ୍ରକାରର ନିଯୁକ୍ତି । ଘରେ ବସିରହିଥିବା ଅନେକ ଯୁବକ ଯୁବତୀ ପାଇଥିଲେ ନିଯୁକ୍ତି । ଏବେ ପୁଣିଥରେ ଜିଓ ବାହାର କରିଛି ନିଯୁକ୍ତି । ଏହି ନିଯୁକ୍ତିଟି ଭୂବନେଶ୍ୱର ପାଇଁ ବାହାରିଛି ।

ଚାକିରୀ ନୋଟିଫିକେସନ୍ ବାହାରିବା ର ଦିନ – ୧୫ ମାର୍ଚ୍ଚ  ୨୦୨୩

 

ପଦବୀ ର ନାମ – ଷ୍ଟେଟ୍ ଟର୍ମ ସେଲ୍ କୋଡିନେସନ୍ 

 

ଏହି ଲିଙ୍କ୍ କୁ ଯାଇ ଜିଓ ବିଷୟରେ ଅଧିକ ଜାଣିପାରିବେ –

https://www.jio.com/

ସ୍ଥାନ –  ସିଏସଡି , ଭୂବନେଶ୍ୱର 

ଶିକ୍ଷାଗତ ଯୋଗ୍ୟତା  – 

ସ୍ନାତକ ବା ଗ୍ରାଜୁଏସନ୍ କରିଥିଲେ ଆବେଦନ କରିପାରିବେ ।

 

ଅଭିଜ୍ଞତା –
ସର୍ବନିମ୍ନ ୩ ବର୍ଷ 

ସର୍ବାଧିକ ୭ ବର୍ଷ 

 

ଏହି ଚାକିରୀ କରିବା ପାଇଁ କେଉଁ ଦକ୍ଷତା ଆବଶ୍ୟକ ? –

୧)  ପ୍ରକ୍ରିୟା ନିଷ୍ପାଦନ ପରିଚାଳନା ବା ପ୍ରସେସ୍ ଏକଜିକ୍ୟୁସନ୍ ମ୍ୟାନେଜମେଣ୍ଟ୍

୨) ଇଣ୍ଟରପର୍ସନାଲ୍ ସ୍କିଲ୍ ବା ରିଲେସନସିପ୍ ସ୍କିଲ୍

୩)   ଆନାଲିଟିକ୍ସ  ଏବଂ  ରେଜଲ୍ଟ  ଓରିଏଣ୍ଟେଡ୍

 

ଚାକିରୀରେ କଣ ରହିବ ଦାୟିତ୍ୱ ? –

୧) ସମସ୍ତ କୋଡିନେସନ୍ ବା ସମନ୍ୱୟ ଏବଂ କାର୍ଯ୍ୟକଳାପ ବା ଆକ୍ଟିଭିଟିକୁ କୁ ନିଶ୍ଚିତ କରିବାକୁ ପଡିବ ।

୨) ଟର୍ମ ମ୍ୟାନେଜମେଣ୍ଟ୍ ବା ପରିଚାଳନା ଏବଂ ଟର୍ମ ପ୍ରକ୍ରିୟା ବା ପ୍ରୋସେସ୍ ସହିତ ଜଡିତ ରହିବାକୁ ପଡିବ ।

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://careers.jio.com/frmRegister.aspx

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (3)
  • comment-avatar
    AKSHAYA KUMAR MALIK 1 year

    Yes

  • comment-avatar
  • comment-avatar

    Please help me

  • Disqus (0 )