Tuesday 19th March 2024
ଭାରତୀୟ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ…

ଭାରତୀୟ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ…

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ । ନେତାଜୀ ଜୟନ୍ତୀ ପାଳନ ପାଇଁ ସାରାଦେଶରେ ଉତ୍ସାହ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ୧୮୯୭ ମସିହା ଆଜିର ଦିନରେ ଅର୍ଥାତ ଜାନୁଆରୀ ୨୩ରେ ଜାନକୀ ନାଥ ଦାସ ଓ ପ୍ରଭାବତୀ ଦେବୀଙ୍କ ପୁତ୍ର ଭାବେ ଜନ୍ମଲାଭ କରିଥିଲେ ସୁଭାଷ । ଭାରତକୁ ସ୍ୱାଧିନତା ଦେବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ନେତାଜୀ ଙ୍କ ଜନ୍ମ  ଓଡିଶାର କଟକ ସହରରେ ହୋଇଥିଲା ।  ୧୮ ଅଗଷ୍ଟ ୧୯୪୫ ରେ ଏକ ବିମାନ ଦୂର୍ଘଟଣାରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ସମ୍ବନ୍ଧରେ ଅନେକ ବିଭିନ୍ନ ମନ୍ତବ୍ୟ ଦେଇଥାନ୍ତି । ଆଜାଦ୍ ହିନ୍ଦ୍ ଫୌଜର ଗଠନ କରିଥିବା ଭାରତମାତାର ଏହି ବୀର ସୁପୁତ୍ରଙ୍କର ଆଜି ହେଉଛି ଜନ୍ମତିଥି । ତାଙ୍କ ପ୍ରସିଦ୍ଧ ନାରା ମଧ୍ୟରେ ଥିଲା, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧିନତା ଦେବି ।’ ଜୟ ହିନ୍ଦ୍ ଭଳି ନାରା ବି ସେ ହିଁ ଦେଇଥିଲେ । ତାଙ୍କ ବଚନରେ ଏତେ ଦମ୍ଭ ଥିଲା ଯେ ତାଙ୍କର ଗୋଟିଏ କଥାରେ ଭାରତବାସୀଙ୍କ ଶରୀରର ରକ୍ତ ଗରମ ହୋଇଯାଉଥିଲା । ସମସ୍ତଙ୍କ ମନରୁ ଡରକୁ ବାହାର କରି ନିର୍ଭିକତାର ପାଠ ପଢାଉଥିଲେ ନେତାଜୀ ବୋଷ୍  ।

ସେ ଯୁବଗୋଷ୍ଠୀ ମଧ୍ୟରେ ବ୍ରିଟିସ୍ ବିରୋଧୀ ଉଗ୍ର ଜାତୀୟତାବୋଧର ନବଜାଗରଣ ସୃଷ୍ଟି କରିପାରିଥିଲେ। ଗାନ୍ଧୀଜିଙ୍କ ଆଦର୍ଶଗତ ମତ-ପାର୍ଥକ୍ୟରୁ ସୁଭାଷ କଂଗ୍ରେସ୍ ଛାଡ଼ି ଗଢ଼ିଥିଲେ ‘ଫର୍ଓ୍ଵାଡର୍ ବ୍ଲକ୍।’ ତାହା ପରେ ବିଦେଶରେ ‘ଆଜାଦ ହିନ୍ଦ ଫୌଜ’ ଗଢ଼ି ଏହାର ନେତୃତ୍ୱ ନେଇଥିଲେ। ‘ଆଜାଦ ହିନ୍ଦ ଫୌଜ’ର ଆହ୍ଵାନ ଥିଲା- ‘ଦିଲ୍ଲୀ ଚଲୋ’। ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’, ଦେଶବାସୀଙ୍କୁ ଏହି ବଜ୍ର ଆହ୍ଵାନ ଦେଇ ସେ ବ୍ରିଟିସ୍ ଶାସକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଥିଲେ।ଆଉ ସୁଭାଷଙ୍କ ଏହି ଆହ୍ୱାନରେ ହଜାର ହଜାର ଯୁବକ ଦେଶପ୍ରେମରେ ଉଦବୋଧ ହୋଇ ଆଜାଦ ହିନ୍ଦ ଫୌଜରେ ଯୋଗଦେଇ ଇଂରେଜଙ୍କ ସହ ଲଢିବାକୁ ନିଷ୍ପତି ନେଇଥିଲେ । ସେତେବେଳେ ଇଂରେଜମାନେ ସୁଭାଷଙ୍କ ନାଁ ଶୁଣିଲେ ଆତଙ୍କିତ ହୋଇପଡୁଥିଲେ । ତାଙ୍କର ଅଗ୍ନିବର୍ଷୀ ଭାଷଣରେ ଯୁବକମାନେ ଯେଉଁଭଳି ଭାବେ ସୁଭାଷଙ୍କ ସହ ଯୋଡିହେଉଥିଲେ ତାହା ଇଂରେଜଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

ନେତାଜୀଙ୍କ ନେତୃତ୍ୱରେ ଆଜାଦ୍ ହିନ୍ଦ୍ ଫୌଜ୍

ନେତାଜୀଙ୍କ ଏହି ବକ୍ତବ୍ୟରେ ଖୁସି ହୋଇ ରାସବିହାରୀ ବୋଷ ଜୁଲାଇ ୧୯୪୩ ରେ ଆଜାଦ୍ ହିନ୍ଦ୍ ଫୌଜର ସମସ୍ତ ଦାୟିତ୍ୱ ସୁଭାଷ ବୋଷଙ୍କୁ ଦେଇଥିଲେ। ସେନାର ସୁପ୍ରିମ କମାଣ୍ଡର ଭାବେ ଦାୟିତ୍ୱ ଗହଣ କରିବା ପରେ ନେତାଜୀ ସୁବାସ ବୋଷ ଭାରତକୁ ସ୍ୱାଧୀନତା ଦେବାକୁ ପଣ କରିଥିଲେ। ଜାପାନୀ ସେନା ସହିତ ମିଶି ‘ଆଜାଦ୍ ହିନ୍ଦ୍ ଫୌଜ୍’ ବ୍ରିଟିଶ ଓ କମନୱେଲ୍‌ଥ ସେନାଠାରୁ ବର୍ମା ସହିତ ଇମ୍ଫାଲ ଓ କୋହିମା ଅଧିକାର କରିଥିଲା ।

୨୧ ଅକ୍ଟୋବର ୧୯୪୩ରେ ସୁବାସ ବୋଷ ‘ଆଜାଦ୍ ହିନ୍ଦ୍ ଫୌଜ୍’ର ସର୍ବୋଚ୍ଚ ସେନାପତି ଭାବେ ସ୍ୱତନ୍ତ୍ର ଭାରତର ଅସ୍ଥାୟୀ ସରକାର ଗଠନ କରିଥିଲେ। ଯାହାକୁ ଜର୍ମାନୀ, ଜାପାନ, ଫିଲିପାଇନ୍ସ, କୋରିଆ, ଚୀନ, ଇଟାଲି, ଆୟରଲ୍ୟାଣ୍ଡ ଭଳି ୯ଟି ଆନ୍ତରାଷ୍ଟ୍ରୀୟ ଦେଶର ମାନ୍ୟତା ମିଳିଥିଲା। ଏହା ପରେ ଜାପାନ ନିଜ ଅଧିନରେ ଥିବା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଆଜାଦ୍ ହିନ୍ଦ୍ ସରକାରକୁ ପ୍ରଦାନ କରିଥିଲା। ଏହି ସରକାର ଆଣ୍ଡାମାନକୁ ସହିଦ୍ ଓ ନିକୋବରକୁ ସ୍ୱରାଜ ଦ୍ୱୀପ ନାମିତ କରି ୩୦ ଡିସେମ୍ବର ୧୯୪୩ରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାରତର ପତାକା ଉତ୍ତୋଳନ କରିଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ବାଜି ପଲଟାଇ ଦେଲା

“ଆମ ମାତୃଭୂମି ସ୍ୱାଧୀନ ହେବାକୁ ଚାହୁଁଛି। ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନ ଦେବି”https://odiadaily.in/give-me-blood-and-i-will-give-you-freedom/ ସୁଭାଷ ବୋଷଙ୍କ ଏହି କଥାରେ ଅନୁପ୍ରାଣିତ ହୋଇ କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ଭାରତର ସ୍ୱାଧୀନତା ଲଢ଼େଇରେ ନିଜକୁ ଝାସ ଦେଇଥିଲେ। ଆଜାଦ୍ ହିନ୍ଦ୍ ଫୌଜର ଅଦମ୍ୟ ସାହାସ ଆଗରେ ଇଂରେଜ ସରକାର ହାର ମାନିବାକୁ ବସିଥିଲେ। ହେଲେ ଦୂର୍ଭାଗ୍ୟବସତ ଶେଷରେ ଯୁଦ୍ଧର ବାଜି ପଲଟି ଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟ ପରେ ହାର ମାନିଥିଲା ଜର୍ମାନୀ। ଏଭଳି ସ୍ଥିତିରେ ‘ଆଜାଦ୍ ହିନ୍ଦ୍ ଫୌଜ୍’କୁ ଛାଡ଼ି ସୁଭାଷ ବୋଷଙ୍କୁ ଟୋକିଓକୁ ଫେରିଯିବାକୁ ପଡ଼ିଲା।  ହେଲେ ଭାରତ ସ୍ୱାଧୀନତା ପାଇବାରେ ଫୌଜର ସୈନ୍ୟମାନଙ୍କ ତଥା ନେତାଜୀଙ୍କ ବଳିଷ୍ଠ ଅବଦାନ ରହିଛି।

CATEGORIES
TAGS
Share This

COMMENTS

Wordpress (0)
Disqus ( )