Friday 26th April 2024
ସେ ଧର୍ମ ପରିବର୍ତ୍ତନ କରିଥିଲେ ସତ, କିନ୍ତୁ ଲଢୁଥିଲେ ଉତ୍କଳର ଇଷ୍ଟଙ୍କ ପାଇଁ । ଜାଣନ୍ତୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନର କିଛି କଥା ।

ସେ ଧର୍ମ ପରିବର୍ତ୍ତନ କରିଥିଲେ ସତ, କିନ୍ତୁ ଲଢୁଥିଲେ ଉତ୍କଳର ଇଷ୍ଟଙ୍କ ପାଇଁ । ଜାଣନ୍ତୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନର କିଛି କଥା ।

ସବୁ ପ୍ରଥମ ଭିତରେ ସେ ଥିଲେ ପ୍ରଥମ । ଓଡ଼ିଆ ଭାଷାର ପରିଚୟ ସହ ଏକ ଭାଷାଭିତ୍ତିକ ରାଜ୍ୟ ଗଠନର ସେ ଥିଲେ ମୁଖ୍ୟ ପୁରୋଧା ।  କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ. ବି.ଏଲ ର ଡିଗ୍ରୀ ପାଇଥିବା ପ୍ରଥମ ଓଡିଆ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ତାଙ୍କୁ ଅନେକ ଲୋକ ମଧୁ ବାରିଷ୍ଟର ନାଁରେ ଜାଣିଛନ୍ତି । କଥାରେ ଅଛି ପାଠ ପଢିବି, ଓକିଲ ହେବି, କାଳିଆ ଘୋଡ଼ାରେ ଚଢିବି, ମଧୁ ବାରିଷ୍ଟର ସଙ୍ଗେ ଲଢିବି । ତା’ର କାରଣ ହେଲା ମଧୁବାବୁଙ୍କ କାର୍ଯ୍ୟର ପରିସୀମା ଏତେ ବ୍ୟାପକ ଥିଲା ଯେ ତାଙ୍କୁ ଉତ୍କଳବାସୀ ଛୋଟ ପରିସୀମା ଭିତରେ ଦେଖି ପାରୁନଥିଲେ। ଓଡ଼ିଶା ମାଟିର ତଥା ଓଡ଼ିଆ ଜାତିର ସ୍ବାଭିମାନ । ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ । ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ । ମଧୁବାବୁ ଥିଲେ ଉତ୍କଳ ଜନ ଜାଗରଣର ପ୍ରେରଣାଦାତା ଓ ନବ ଓଡ଼ିଶା ଗଠନର ଜନକ । ୨୮ ଏପ୍ରିଲ ୧୮୪୮ ମସିହାରେ କଟକ ଜିଲ୍ଲା ସାଲେପୁର ସତ୍ୟଭାମାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ମଧୁସୁଦନ । ସେଥିଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସେଥିଲେ କର୍ଣ୍ଣଧାର । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାରେ ସଫଳ ଶିଳ୍ପାୟନ ଲାଗି ସେ ଲଣ୍ଡନ ଯାଇ ଆଧୁନିକ ଅନୁଭବ ସାଉଁଟିଥିଲେ ।

 

View this post on Instagram

 

A post shared by odiadaily (@odiadaily)

ମଧୁବାବୁଙ୍କ ବିଷୟରେ କିଛି ଅଜଣା କଥା –

୧) କଲିକତା ବିଶ୍ୱବିଦ୍ୟାଳୟରୁ ଏମ.ଏ. ବି.ଏଲ ର ଡିଗ୍ରୀ ପାଇଥିବା ପ୍ରଥମ ଓଡିଆ ।

୨) ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ଓଡିଆ ଆନ୍ଦୋଳନର ମୁଖ୍ୟ ତଥା ଶିଳ୍ପ ବିକାଶ କ୍ଷେତ୍ରରେ ଅଗ୍ରଣୀ ଥିଲେ ।

୩) ସେଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ ।

୪) ସେ ଧର୍ମ ପରିବର୍ତ୍ତନ କରିଥିଲେ ସତ, କିନ୍ତୁ ଲଢ଼ୁଥିଲେ ଉତ୍କଳ ପାଇଁ ଏବଂ ଉତ୍କଳର ଇଷ୍ଟଙ୍କ ପାଇଁ ।

୫) ଚୌଧୂରୀ ବଜାରଠାରେ ଓଡ଼ିଆ ଆର୍ଟ ଓ୍ବେର ଏବଂ ଚାଉଳିଆଗଞ୍ଜରେ ଉତ୍କଳ ଟ୍ୟାନେରୀ ତାଙ୍କ ଶିଳ୍ପ ମାନସିକତାର ବାସ୍ତବିକ ରୂପରେଖ ଥିଲା । 

୬) କାରିଗରମାନଙ୍କୁ ତାଲିମ ଦେଉଥିଲେ । ସୁନା, ରୂପା ଓ ଅନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ଟଙ୍କା ଦେଉଥିଲେ । ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ପାଇଁ ଦୈନିକ ବେତନ ଦେଉଥିଲେ ।

୭) ପ୍ରଥମ ଓଡ଼ିଆ ବିଦେଶ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ ଏବଂ ପ୍ରଥମ ଜିଲ୍ଲା ପରିଷଦ ।

୮) ଜଣେ ମହାନ ବିଧାୟକ ଓ ସାମ୍ବାଦିକ ଭାବରେ ସମ୍ମାନିତ ହୋଇଥିଲେ । 

୯) ସେ ପ୍ରଥମ ଓଡିଆ ଭାବରେ ବିଧାନ ପରିଷଦର ସଦସ୍ୟ ତଥା କେନ୍ଦ୍ରୀୟ ବିଧାନସଭା ସଦସ୍ୟ ଥିଲେ ଏବଂ ବିଦେଶକୁ ପ୍ରଥମ ଯାତ୍ରା କରିଥିଲେ।

୧୦) ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା ।

 

ଓଡିଶାର ପ୍ରତ୍ୟେକଟି ଗୁରୁତ୍ୱପୂର୍ଣ୍ଣ ଖବର ଏବଂ ଅନେକ ଜଣା ଅଜଣା କଥା ଜାଣିବା ପାଇଁ ଓଡିଆ ଡେଲିର Website https://odiadaily.in/ କୁ Visit କରନ୍ତୁ

CATEGORIES
TAGS
Share This

COMMENTS

Wordpress (0)
Disqus (0 )