Friday 19th April 2024
ହାଡୁପ୍ ବା ସ୍ପାର୍କ ଡେଭଲପର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଇନଫୋସିସ୍ ଭୂବନେଶ୍ୱର ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ହାଡୁପ୍ ବା ସ୍ପାର୍କ ଡେଭଲପର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଇନଫୋସିସ୍ ଭୂବନେଶ୍ୱର ! ଇଞ୍ଜିନିୟରିଂ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଇନଫୋରମେସନ୍ ଟେକ୍ନୋଲୋଜି କମ୍ପାନୀ  ବା ଆଇଟି କମ୍ପାନୀ ନାଁ ରେ ଇନଫୋସିସ୍ ବେଶ୍ ଜଣାଶୁଣା । ଇନଫୋରମେସନ୍ ଟେକ୍ନୋଲୋଜି କମ୍ପାନୀ ରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱପ୍ନ ଥାଏ ଇନଫୋସିସ୍ ରେ ଚାକିରି କରିବା ପାଇଁ । ଯେତେବେଳେ ଓଡିଶାରେ ଇନଫୋସିସ୍ ର ବ୍ରାଞ୍ଚ ନଥିଲା ସେତେବେଳେ  ଅନେକ ଲୋକ ବାହାରେ ଚାକିରୀ କରୁଥିଲେ । ଏବେ କିନ୍ତୁ ଅନେକ ଲୋକ ବାହାରୁ ଆସି  ଆଇଟି ବିଭାଗ ବା ସେକ୍ଟରରେ ଓଡିଶାରେ ଚାକିରୀ କରୁଛନ୍ତି  । ବର୍ତ୍ତମାନ ଭୂବନେଶ୍ୱର ଏକ ପ୍ରକାରର ସାଇବର ସିଟି ଭାବରେ ପରିଚିତ ।

ଇନଫୋସିସ୍ ର ଭୂବନେଶ୍ୱର ବ୍ରାଞ୍ଚରେ ବାହାରିଛି ଏକ ବଡଧରଣ ର ବିଜ୍ଞପ୍ତି । ହାଡୁପ୍ ବା ସ୍ପାର୍କ ଡେଭଲପର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି ଇନଫୋସିସ୍ ଭୂବନେଶ୍ୱର ।

ପଦବୀ – ହାଡୁପ୍ ବା ସ୍ପାର୍କ ଡେଭଲପର

ଶିକ୍ଷାଗତ ଯୋଗ୍ୟତା –  ଇଞ୍ଜିନିୟରିଂ ରେ ସ୍ନାତକ କରିଥିବା ଆବଶ୍ୟକ

 

ଅଭିଜ୍ଞତା  – ୫ ବର୍ଷ କିମ୍ବା ଉର୍ଦ୍ଧ 

 

ହାଡୁପ୍ ବା ସ୍ପାର୍କ ଡେଭଲପର ପଦବୀ ପାଇଁ କଣ ଆବଶ୍ୟକତା ରହିଛି –

 

୧) ଯାନ୍ତ୍ରିକ ଏବଂ ବୃତ୍ତିଗତ ଆବଶ୍ୟକତା :

ପ୍ରାଥମିକ ଦକ୍ଷତା – 

ବିଗ୍ ଡାଟା > ହାଡୁପ୍ 

ବିଗ୍ ଡାଟା > ହାଇଭ୍ 

ବିଗ୍ ଡାଟା > ପାଇଥନ୍ 

ବିଗ୍ ଡାଟା > ସ୍ପାର୍କ 

ଉପରୋକ୍ତ ଦକ୍ଷତା ଗୁଡିକ ଉପରେ କମ୍ପାନୀ ତରଫ ରୁ ଗୁରୁତ୍ୱ ଦିଆଯିବ । ତେଣୁ ଇଣ୍ଟରଭ୍ୟୁରେ ଏହାଉପରେ ପ୍ରସ୍ତୁତି କରିଆସିବେ । ଯଦି ଏହି ଦକ୍ଷତା ଉପରେ ଆପଣ ଅନ୍ୟ କେଉଁଠି କାମ କରିଛନ୍ତି ତେବେ ଅଭିଜ୍ଞତା ଗୁଡିକୁ ଭଲଭାବରେ ଇଣ୍ଟରଭ୍ୟୁରେ ପ୍ରଦର୍ଶନ କରିବେ ।

ଚାକିରୀ କରିବାର ସ୍ଥାନ –  ଭୂବନେଶ୍ୱର 

 

ସର୍ଭିସ ଲାଇନ୍ – ଡାଟା ଏବଂ ଆନାଲିଟିକ୍ସ ୟୁନିଟ୍ 

 

କଣ ରହିବ ଦାଇତ୍ୱ ବୋଧ ?

୧) ଇନଫୋସିସ୍ ବିତରଣ ଦଳ ବା ଡେଲିଭରି ଟିମ୍ ର ଏକ ଅଂଶ ଭାବରେ ଆପଣ ଡିଜାଇନ୍ କାର୍ଯ୍ୟକାରୀ କରିବା, ଉଚ୍ଚମାନର ପ୍ରୋଗ୍ରାମ ଏବଂ ସିଷ୍ଟମ ବିକାଶ କରିବା ଉପରେ ଧ୍ୟାନ ଦେବେ । ଉଚ୍ଚମାନର ବିତରଣ ବା ଡେଲିଭରି ନିଶ୍ଚିତ କରିବାକୁ ଗ୍ରାହକମାନଙ୍କ ସହ ସହଭାଗୀତା ଉପରେ କାର୍ଯ୍ୟ କରିବାକୁ ପଡିବ ।

୨) ବୈଷୟିକ କଳାକୃତି ସୃଷ୍ଟି କରିବେ ଏବଂ ଉତ୍ପାଦନ ସମସ୍ୟାର ଜବାବ ରଖିବେ ।

୩) ସମସ୍ୟାର ସମାଧାନରେ ପହଞ୍ଚିବା ପାଇଁ ଯେକୌଣସି ବୈଷୟିକ ବିଶ୍ଳେଷଣ କରିବା ପାଇଁ କାର୍ଯ୍ୟରତ ରହିବେ ।

୪) ଉଚ୍ଚ ପରିଚାଳନା ଦକ୍ଷତା ସହ ପଦକ୍ଷେପ ନେବେ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଜ୍ଞାନକୁ ପ୍ରୋଜେକ୍ଟରେ ଥିବା ଅନ୍ୟ କର୍ମଚାରୀ ମାନଙ୍କ ସହ ଶିକ୍ଷାଗତ ଉଦ୍ଦେଶ୍ୟରେ ବାଣ୍ଟିବେ ।

ଅନ୍ୟାନ୍ୟ ଦାଇତ୍ୱ ଯାହାକି ଚାକିରୀରେ କରିବାକୁ ପଡିବ –

୧) ଅତିକମରେ ଗୋଟିଏ ପ୍ରୋଗ୍ରାମିଙ୍ଗ୍ ଭାଷାର ଉନ୍ନତ ଧାରଣାକୁ ବୁଝିବାକୁ ପଡିବ  ।

୨) ଅତିକମରେ ଗୋଟିଏ ଡାଟା ବେସ୍ ଏବଂ ଗୋଟିଏ ଅପରେଟିଂ ସିଷ୍ଟମ କୁ ବୁଝିବାକୁ ପଡିବ ।

୩) ଏସଡିଏଲସି ଉପରେ ଭଲ ଜ୍ଞାନ ର ଆବଶ୍ୟକତା ରହିଛି ।
୪) ଆନାଲିଟିକାଲି ଆବିଲିଟିର ଆବଶ୍ୟକତା ରହିଛି ।
୫) ଯୁକ୍ତିଯୁକ୍ତ ଚିନ୍ତାଧାରା ବା ଲୋଜିକାଲି ଥିଙ୍କିଙ୍ଗ୍ ର ଆବଶ୍ୟକତା ରହିଛି ।

୬) ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ସବୁବେଳେ ସଚେତନ ବା ଅପଡେଟ୍ ରହିବାକୁ ପଡିବ ।

ଆପ୍ଲାଇ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://rb.gy/a1db1e

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )