Friday 19th April 2024
ଫାଇନାନ୍ସ ରେ କ୍ୟାରିୟର କରିବାପାଇଁ ଇଚ୍ଛା ଅଛି କି ? ଏହି ଆର୍ଟିକିଲ୍ କୁ ପଢନ୍ତୁ ଏବଂ ଜାଣନ୍ତୁ କଣ ରହିଛି ବିକଳ୍ପ !

ଫାଇନାନ୍ସ ରେ କ୍ୟାରିୟର କରିବାପାଇଁ ଇଚ୍ଛା ଅଛି କି ? ଏହି ଆର୍ଟିକିଲ୍ କୁ ପଢନ୍ତୁ ଏବଂ ଜାଣନ୍ତୁ କଣ ରହିଛି ବିକଳ୍ପ !

ଫାଇନାନ୍ସ କଥା ଶୁଣିଲେ ଅନେକ ଅର୍ଥନୀତି କଥା ଭାବିଥାନ୍ତି । କିନ୍ତୁ ଫାଇନାନ୍ସ ର ଅନେକ କ୍ଷେତ୍ର ଅଛି । ଯେଉଁଥିରେ ବିଭିନ୍ନ ପ୍ରକାର ର ଚାକିରୀ ବାହାରିଥାଏ । ସେହି ଚାକିରୀ ଗୁଡିକରେ ବିଭିନ୍ନ ପଦବୀରେ ଆପଣ ନିଜର କ୍ୟାରିୟର ଆରମ୍ଭ କରିପାରିବେ । ବର୍ତ୍ତମାନ ସମୟରେ ଫାଇନାନ୍ସ ରେ କ୍ୟାରିୟର ଅପସନ୍ ବା ବିକଳ୍ପ ଭଲ ଅଛି । ବିଭିନ୍ନ କମ୍ପାନୀରେ ଫାଇନାନ୍ସ ଡିପାର୍ଟମେଣ୍ଟ ଥାଏ । ତେବେ ଫାଇନାନ୍ସ ଚାକିରୀ ବା ଆର୍ଥିକ ଚାକିରୀ ଏକ ଚ୍ୟାଲେଞ୍ଜିଂ ପ୍ରୋଫାଇଲ୍ ଚାକିରୀ । ଏହି ଚାକିରୀରେ ଅନେକ ଦାଇତ୍ୱ ଥାଏ । ବିଭିନ୍ନ ପ୍ରକାରର ଆର୍ଥିକ ଚାକିରୀ ବା ଫାଇନାନ୍ସ ଚାକିରୀ ଅଛି । ଯେପରିକି ଆପଣ ବୃହତ କମ୍ପାନୀଗୁଡିକ ସହିତ କର୍ପୋରେଟ୍ ଫାଇନାନ୍ସରେ ମଧ୍ୟ କାମ କରିପାରିବେ । ଏହି କ୍ଷେତ୍ରରେ ବୃତ୍ତିଗତ ସ୍ତରରେ ପ୍ରେଷ୍ଟିଜ୍ ବା ସମ୍ମାନ ରହିଛି ।

 

ତେବେ ଫାଇନାନ୍ସରେ କିପରି ଗଢିବେ ନିଜର କ୍ୟାରିୟର ? ଫାଇନାନ୍ସରେ ଚାକିରୀ କରିବା ପାଇଁ କଣ ସବୁ ରହିଛି ବିକଳ୍ପ ? ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢିଲେ ଆପଣ ଜାଣିପାରିବେ ।

 

ଫାଇନାନ୍ସରେ  କଣ  ରହିଛି  କ୍ୟାରିୟର  ବିକଳ୍ପ ?

୧) ଆକାଉଣ୍ଟାଣ୍ଟ୍ କିମ୍ବା ଅଡିଟର –

ଆକାଉଣ୍ଟାଣ୍ଟ୍ ଏବଂ ଅଡିଟରମାନେ ଆର୍ଥିକ ରେକର୍ଡଗୁଡିକ ପ୍ରସ୍ତୁତ କରିବା ସହ ଯାଞ୍ଚ ମଧ୍ୟ କରିଥାନ୍ତି । ସୁଯୋଗ ଏବଂ ବିପଦର ସମ୍ଭାବ୍ୟ କ୍ଷେତ୍ରଗୁଡିକ ବା ପୋଟେନସିଆଲ୍ ଏରିଆ ଗୁଡିକୁ ଚିହ୍ନଟ କରିଥାନ୍ତି ।  ବ୍ୟବସାୟ ଏବଂ ବ୍ୟବସାୟ ସଂମ୍ପର୍କିତ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ସମାଧାନ ପ୍ରଦାନ କରିଥାନ୍ତି । ସେମାନେ ନିଶ୍ଚିତ କରନ୍ତି ଯେ ଆର୍ଥିକ ରେକର୍ଡଗୁଡିକ ସଠିକ୍ କିମ୍ବା ଭୁଲ୍ । ଆର୍ଥିକ ଏବଂ ଡାଟା ରିସ୍କ ର ମୂଲ୍ୟାଙ୍କନ କରିଥାନ୍ତି । ଟେକ୍ସ ବା ଟିକସ୍ ବିଷୟରେ ସଠିକ୍ ଭାବରେ ତଥ୍ୟ ସଂଗ୍ରହ ଏବଂ ପରିଚାଳନା କରିଥାନ୍ତି । ଆକାଉଣ୍ଟାଣ୍ଟ୍ କିମ୍ବା ଅଡିଟର ନିଶ୍ଚିତ କରିଥାନ୍ତି ଯେ କମ୍ପାନୀ ଏବଂ କମ୍ପାନୀ ର ବ୍ୟକ୍ତିମାନେ ଟେକ୍ସ ସହ ଅନ୍ୟାନ୍ୟ ଆର୍ଥିକ ନିୟମାବଳୀ ପାଳନ କରୁଛନ୍ତି କି ନାହିଁ ।

 

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

୧ ) ବ୍ୟାଚଲର ବା ଡିପ୍ଲୋମା ଇନ୍ ଏକାଉଣ୍ଟଟିଂ

୨ ) ମାଷ୍ଟର ଇନ୍ ବିଜେନେସ୍ ଆଡମିନିଷ୍ଟ୍ରେସନ୍ ( ଏମବିଏ ) ଇନ୍ ଆକାଉଣ୍ଟଟିଂ

୩) ବ୍ୟାଚଲର ଡିଗ୍ରୀ  ଇନ୍ ଅଡିଟ୍  କିମ୍ବା  ଟେକ୍ସେସନ୍  କିମ୍ବା  ଆକାଉଣ୍ଟଟିଂ ସଂମ୍ପର୍କିତ ଯେକୌଣସି ପାଠ୍ୟକ୍ରମ 

ଦରମା – 

କମ୍ପାନୀ ର ଷ୍ଟାଟସ୍ ଏବଂ ଷ୍ଟ୍ରକଚର୍ ଉପରେ ନିର୍ଭର କରେ । ବଡ କମ୍ପାନୀରେ ପେ ସ୍କେଲ୍ ଅଧିକ ରହିବ । ଭାରତରେ ବର୍ଷକୁ ପ୍ରାୟ ୫ ଲକ୍ଷ ରୁ ଆରମ୍ଭ ହେଉଛି । ଭାରତ ବାହାରେ ଏବଂ ବଡ ବଡ କମ୍ପାନୀ ଗୁଡିକରେ ଏହା ୨୦ ଲକ୍ଷ କିମ୍ବା ତଦୁର୍ଦ୍ଧ ଥାଇପାରେ । 

 ୨) କ୍ରେଡିଟ୍ ଆନାଲିଷ୍ଟ –

ଲୋନ୍ ଆପ୍ଲିକେଣ୍ଟ୍ ମାନଙ୍କର ଡାଟା ସଂଗ୍ରହ ସହ ରିସ୍କ୍ ଫେକ୍ଟର କୁ ଆକଳନ କରିବା କ୍ରେଡିଟ୍ ଆନାଲିଷ୍ଟ ର ମୁଖ୍ୟ କାମ । କମ୍ପାନୀ ର ଫାଇନାନ୍ସସିଆଲ୍ ଡାଟା ଏବଂ ତାସହ ଜଡିତ ରିସ୍କ ଫେକ୍ଟର ଗୁଡିକୁ ଆନାଲିସିସ୍ କରିବା କ୍ରେଡିଟ୍ ଆନାଲିଷ୍ଟର କାମ । ଏହି ବୃତ୍ତିରେ ବ୍ୟକ୍ତିବିଶେଷ , କମ୍ପାନୀ ଏବଂ ଅନୁଷ୍ଠାନଗୁଡ଼ିକର କ୍ରେଡିଟ୍ ଯୋଗ୍ୟତା ର ଆକଳନ କରିବାକୁ ପଡିବ । ଅନ୍ୟ ଆର୍ଥିକ ବିଶେଷଜ୍ଞ ମାନଙ୍କ ସହ କୋଲାବରେଟ୍ କରି  ରୂଣ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ଆଲୋଚନା କରିବାକୁ ପଡିବ । ଏହାପରେ ଲୋନ୍ ସାଙ୍ଗସନ୍ କିମ୍ବା ରିଜେକ୍ଟ କରିବାକୁ ପଡିବ । ଏହି କ୍ଷେତ୍ରରେ ଚାକିରୀ କଲେ କ୍ରେଡିଟ୍ ର ବୃଦ୍ଧି, ଆଡଜଷ୍ଟ୍ , ଏକ୍ସଟେଣ୍ଡ କିମ୍ବା ବନ୍ଦ କରିବା ବିଷୟରେ ସୁପାରିଶ କରିବାକୁ ପଡିବ । ଷ୍ଟଙ୍ଗ୍ ଡିସିସନ୍ ମେକିଂ , କ୍ରିଟିକାଲ୍ ଥିଙ୍କିଙ୍ଗ୍ ଏବଂ କମ୍ୟୁନିକେସନ୍ ସ୍କିଲ୍ ଷ୍ଟ୍ରଙ୍ଗ ଥିଲେ ଆପଣ ଏହି କ୍ଷେତ୍ରରେ ସହଜରେ ଚାକିରୀ କରିପାରିବେ । 

 

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

୧) ବ୍ୟାଚଲର ଅଫ୍ କମର୍ସ ( ବିକମ୍ ) ଇନ୍ ଫାଇନାନ୍ସସିଆଲ୍ ଏକାଉଣ୍ଟଟିଂ 

୨) ବ୍ୟାଚଲର ଅଫ୍ କମର୍ସ ( ବିକମ୍ ) ଇନ୍ ଫାଇନାନ୍ସ 

୩) ବ୍ୟାଚଲର ଅଫ୍ ସାଇନ୍ସ  ( ବିଏସସି)  ଇନ୍ ଫାଇନାନ୍ସ

୪) ଇକୋନୋମିକ୍ସ କିମ୍ବା ଷ୍ଟାଟିସଟିକ୍ସ ବିଷୟରେ ପଢିଥିଲେ ମଧ୍ୟ କ୍ୟାରିୟର ଆରମ୍ଭ କରିପାରିବେ 

ଦରମା – 

ଏହି ଚାକିରୀରେ ବର୍ଷକୁ ଦୁଇ କିମ୍ବା ତିନି ଲକ୍ଷ ରୁ ଆରମ୍ଭ ହୋଇଥାଏ । କିନ୍ତୁ କିଛି ବର୍ଷର ଅଭିଜ୍ଞତା ପରେ ବର୍ଷକୁ ୭ ଲକ୍ଷ ରୁ ଆରମ୍ଭ ହେଇ ୧୦ ଲକ୍ଷ ପର୍ଯ୍ୟନ୍ତ ମିଳିଥାଏ ଏହି କ୍ଷେତ୍ରରେ ।

୩) ବ୍ରୋକର ଏବଂ ଟ୍ରେଡର –

ବ୍ରୋକର ଏବଂ ଟ୍ରେଡର ମାନେ ଷ୍ଟକ୍ , ବଣ୍ଡ , ଅନ୍ୟାନ୍ୟ ପାଣ୍ଠି ଗୁଡିକୁ ସିକ୍ୟୁରିଟି କ୍ରୟ ଏବଂ ବିକ୍ରୟ କରାଇଥାନ୍ତି । ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷରେ ଟ୍ରେଡିଂ ଏବଂ ଡିଲ୍ ଫିକ୍ସ କରାଇଥାନ୍ତି ବ୍ରୋକର ଏବଂ ଟ୍ରେଡର ମାନେ । ବ୍ରୋକର ଏବଂ ଟ୍ରେଡର ମାନେ ବିଭିନ୍ନ ବାଣିଜ୍ୟଗୁଡ଼ିକୁ ବ୍ୟବସାୟ ଦୃଷ୍ଟି କୋଣରୁ ଅନୁସନ୍ଧାନ କରିଥାଆନ୍ତି । ଯେତେବେଳେ ବ୍ୟବସାୟୀମାନେ ପୋର୍ଟଫୋଲିଓ କିମ୍ବା ଅନ୍ୟ ବିନିଯୋଗ ପାଇଁ ପାଣ୍ଠି ନିବେଶ କରିବାପାଇଁ ଚାହିଁଥାନ୍ତି , ସେତେବେଳେ ବ୍ରୋକର ଏବଂ ଟ୍ରେଡର ମାନେ ସହଯୋଗ କରିଥାନ୍ତି । ମ୍ୟାନେଜରଙ୍କ ଇଚ୍ଛାକୁ ଆଧାର କରି କ୍ରୟ କିମ୍ବା ବିକ୍ରୟ କରାଇଥାନ୍ତି । ବ୍ରୋକର ମାନେ ନିବେଶ ପାଇଁ ସିଧାସଳଖ ଦାୟୀ ରହନ୍ତି ଏବଂ ସେମାନେ ନିଜେ ଏଥିପାଇଁ କାର୍ଯ୍ୟ କରିଥାନ୍ତି । 

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

ଏହି ପଦବୀ ପାଇଁ ସେଭଳି ସ୍ୱତନ୍ତ୍ର ଯୋଗ୍ୟତା ର ଆବଶ୍ୟକତା ନାହିଁ । ଦଶମ ପାସ୍ କରିଥିଲେ ବି ଆପଣ ଏଥିରେ କ୍ୟାରିୟର ଆରମ୍ଭ କରିପାରିବେ । ଟ୍ରେଡିଂ କିମ୍ବା ଡିଜିଟାଲ୍ ମାର୍କେଟିଂ କିମ୍ବା ଯେକୌଣସି ପ୍ରକାରର ମାର୍କେଟିଂ ସହ ଜଡିତ କୋର୍ସ କରିଥିଲେ ଆପଣ ଏଥିରେ ଭଲ ଭାବରେ କ୍ୟାରିୟର ଗଢିପାରିବେ । ସେଲସ୍ ରେ ଆଗ୍ରହ ଥିଲେ ଭଲ ଭାବରେ ଆପଣ କାର୍ଯ୍ୟ କରିପାରିବେ । 

ଦରମା – 

ବ୍ରୋକର ଏବଂ ଟ୍ରେଡର ମାନଙ୍କର କ୍ୟାରିୟର ର ଗ୍ରୋତ୍ କ୍ଲାଇଣ୍ଟ ମାନଙ୍କ ଉପରେ ନିର୍ଭର କରେ । ଯାହାର ଯେତେ ପୁଞ୍ଜୀପତୀ କ୍ଲାଇଣ୍ଟ୍ ତାର ସେତେ ଦରମା । ବର୍ଷକୁ ୨ ଲକ୍ଷ ରୁ ଆରମ୍ଭ କରି ୧୦ ଲକ୍ଷ ସହଜରେ ରୋଜଗାର କରିପାରିବେ । ଏହି କ୍ଷେତ୍ରରେ ଦରମା ଫିକ୍ସ ନଥାଏ । କିଛି ବ୍ୟକ୍ତି ବର୍ଷକୁ ୫୦ ଲକ୍ଷ ରୁ ୧ କୋଟି ପର୍ଯ୍ୟନ୍ତ ଆୟ କରୁଛନ୍ତି ।

 

୪) ଫାଇନାନ୍ସସିଆଲ୍ ଆନାଲିଷ୍ଟ – 

ଆର୍ଥିକ ବିବରଣୀ ବିଶ୍ଳେଷଣ କରିବା ସହ ଇନଭେଷ୍ଟମେଣ୍ଟ ବା ବିନିଯୋଗ ସୁଯୋଗର ମୂଲ୍ୟାଙ୍କନ କରିବାକୁ ପଡିବ । ଲାଭଜନକ ଇନଭେଷ୍ଟମେଣ୍ଟ୍ ଖୋଜିବା ସହ ନିବେଶକମାନଙ୍କ ପାଇଁ ଫାଇନାନ୍ସସିଆଲ୍ ମଡେଲିଂ ସୃଷ୍ଟି କରିବାକୁ ପଡିବ । ବ୍ୟକ୍ତିଗତ ବିନିଯୋଗ ବା ପର୍ସନାଲ୍ ଇନଭେଷ୍ଟମେଣ୍ଟ୍ ଏବଂ ବିନିଯୋଗ ସଂଗ୍ରହକୁ ସୁପାରିଶ କରିବାକୁ ପଡିବ । ଷ୍ଟକ୍ , ଅନ୍ୟାନ୍ୟ ପ୍ରକାରର ନିବେଶ ଏବଂ ବଣ୍ଡର କାର୍ଯ୍ୟଦକ୍ଷତାକୁ ଆକଳନ କରିବା ଏହି ବୃତ୍ତିର ମୂଳ ଲକ୍ଷ୍ୟ ।

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

ଇକୋନୋମିକ୍ସ କିମ୍ବା ଷ୍ଟାଟିସଟିକ୍ସ କିମ୍ବା ଫାଇନାନ୍ସ କିମ୍ବା ମେଥେମେଟିକ୍ସ କିମ୍ବା ଇଞ୍ଜିନିୟରିଂ ରେ ବ୍ୟାଚଲର ଡିଗ୍ରୀ କରିଥିବା ଆବଶ୍ୟକ ।

ଏହି ସବୁ ବିଷୟରେ ମାଷ୍ଟର ଡିଗ୍ରୀ କରିଥିଲେ ଉପରସ୍ଥ ପଦବୀରେ ଆବେଦନ କରିପାରିବେ । 

ଦରମା – 

ବର୍ଷକୁ ତିନି ଲକ୍ଷ ରୁ ଆରମ୍ଭ ହେଇ ବାର ଲକ୍ଷ ଯାଏ ଦରମା ଏହି ପଦବୀରେ ମିଳିବ ।

୫) ବଜେଟ୍ ଆନାଲିଷ୍ଟ –

ବଜେଟ୍ ଆନାଲିଷ୍ଟମାନେ ଆସୁଥିବା ନଗଦ ଟଙ୍କା ଉପରେ ନଜର ରଖିବା ଦାୟିତ୍ୱରେ ଥାନ୍ତି । ବଜେଟ୍ ଆବଣ୍ଟନଗୁଡିକ ପୂରଣ ହୋଇଛି କି ନାହିଁ ତାହା ନିଶ୍ଚିତ କରିବାପାଇଁ ବଜେଟ୍ ଆନାଲିଷ୍ଟ ମାନେ ସେମାନଙ୍କ କମ୍ପାନୀର ଖର୍ଚ୍ଚ ବିଶ୍ଳେଷଣ ବା ଆନାଲିସିସ୍ କରନ୍ତି । ଫ୍ୟୁଚର ଇନଭେଷ୍ଟମେଣ୍ଟ୍ ବା ଭବିଷ୍ୟତର ନିବେଶ ନିଷ୍ପତ୍ତିରେ ଉନ୍ନତି ଆଣିବା ପାଇଁ ବଜେଟ୍ ଆନାଲିଷ୍ଟମାନେ ସଂସ୍ଥାଗୁଡ଼ିକର ବ୍ୟକ୍ତିଗତ ଖର୍ଚ୍ଚ ଉପରେ ମଧ୍ୟ ନଜର ରଖନ୍ତି ।

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

ଇକୋନୋମିକ୍ସ କିମ୍ବା ବିଜେନେସ୍ ଇକୋନୋମିକ୍ସରେ ବ୍ୟାଚଲର ଡିଗ୍ରୀଥିଲେ ଏଥିରେ କ୍ୟାରିୟର ଆରମ୍ଭ କରିପାରିବେ ।  

ଦରମା – 

ବର୍ଷକୁ ୯ କିମ୍ବା ୧୦ ଲକ୍ଷ ରୁ ଆରମ୍ଭ ।

୬) ପର୍ସନାଲ୍ ଫାଇନାନ୍ସସିଆଲ୍ ପ୍ଲାନର ଏବଂ ଆଡଭାଇଜର –

ବ୍ୟକ୍ତିଗତ ଆର୍ଥିକ ପରାମର୍ଶଦାତା ବ୍ୟକ୍ତିମାନଙ୍କର ଆର୍ଥିକ ଆବଶ୍ୟକତାକୁ ଆକଳନ କରନ୍ତି । ଇନଭେଷ୍ଟମେଣ୍ଟ ବା ନିବେଶ (ଯେପରିକି ଷ୍ଟକ୍ ଏବଂ ବଣ୍ଡ), ଟିକସ ନିୟମ ଏବଂ ବୀମା ଉପରେ ନିଷ୍ପତ୍ତି ନେବାରେ ସେମାନଙ୍କୁ ସାହାଯ୍ୟ କରିଥାନ୍ତି । ଫାଇନାନ୍ସସିଆଲ୍ ଆଡଭାଇଜର ମାନେ ଗ୍ରାହକମାନଙ୍କୁ ସର୍ଟଟର୍ମ ଏବଂ ଲଙ୍ଗଟର୍ମ ବା ଦୀର୍ଘକାଳୀନ ଲକ୍ଷ୍ୟ ପାଇଁ ଯୋଜନା କରିବାରେ ସାହାଯ୍ୟ କରନ୍ତି । ଯେପରିକି ଶିକ୍ଷା ଖର୍ଚ୍ଚ ପାଇଁ ବଜେଟ୍ ଏବଂ ବିନିଯୋଗ ମାଧ୍ୟମରେ  ସଞ୍ଚୟ ପାଇଁ ପ୍ଲାନ୍ ବନାଇଥାନ୍ତି । 

 

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା – 

ଫାଇନାନ୍ସ  କିମ୍ବା ବ୍ୟାଙ୍କକିଂ କିମ୍ବା କ୍ୟାପିଟାଲ୍ ମାର୍କେଟ୍ ଉପରେ ଯେକୌଣସି ଡିଗ୍ରୀ ଥିବା ଆବଶ୍ୟକ ।

ଦରମା – 

ଏକ ଲକ୍ଷ ରୁ ଆରମ୍ଭ ହେଇ ସାତ ଲକ୍ଷ ପର୍ଯ୍ୟନ୍ତ ।

୭) ରିସ୍କସ୍ପେସିଆଲିଷ୍ଟ –

ଆଭ୍ୟନ୍ତରୀଣ ଏବଂ ବାହ୍ୟ ଉତ୍ସରୁ ଫାଇନାନ୍ସ ସହ ଜଡିତ ରିସ୍କ ଡାଟା ସଂଗ୍ରହ କରିବାକୁ ପଡିବ । ଡାଟା ଆନାଲିସିସ୍ ବା ତଥ୍ୟ ବିଶ୍ଳେଷଣ , ପ୍ରୋସେସ୍ ଅବଜରବିଂ ଏବଂ କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ସମ୍ଭାବ୍ୟ ବିପଦ ବା ରିସ୍କଗୁଡିକୁ ଚିହ୍ନଟ କରିବା । ଅନୁସନ୍ଧାନ ଦ୍ୱାରା ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବା ଏବଂ ବ୍ୟାଖ୍ୟା କରିବା । ଏହାର ସମାଧାନ ପାଇଁ ସୁପାରିଶ କରୁଥିବା ରିପୋର୍ଟ ଏବଂ ଉପସ୍ଥାପନାଗୁଡିକୁ କମ୍ପାନୀକୁ ଦେବା । କମ୍ପାନୀ ର ସଫଳତା ଏବଂ ବିଫଳତା ଏମାନଙ୍କ ହାତରେ ଥାଏ ।

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

ବ୍ୟାଚଲର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ ( ବିବିଏ )  କିମ୍ବା  ବ୍ୟାଚଲର ଅଫ୍ କମର୍ସ (ବିକମ୍ ) କରିଥିଲେ ଏଥିରେ କ୍ୟାରିୟର ଆରମ୍ଭ କରିପାରିବେ ।

ଦରମା – 

୨ ଲକ୍ଷ ରୁ ଆରମ୍ଭ ହୋଇ  ୧୬ ଲକ୍ଷ ପର୍ଯ୍ୟନ୍ତ ।

୮) ଇକୋନୋମିଷ୍ଟ୍ –

ଆର୍ଥିକ ଫଳାଫଳ ଏବଂ ଭବିଷ୍ୟତର ସାମାଜିକ ବିକାଶର ପୂର୍ବାନୁମାନ କରିବାକୁ ଅର୍ଥନୀତିଜ୍ଞମାନେ ଅର୍ଥିକ ସମସ୍ୟା ଏବଂ ଏୈତିହାସିକ ଧାରା ବିଶ୍ଳେଷଣ କରନ୍ତି । ଅନୁସନ୍ଧାନ, ତଥ୍ୟ ସଂଗ୍ରହ ଏବଂ ଧାରା ବିଶ୍ଳେଷଣ କରିବା କାର୍ଯ୍ୟ କରିଥାନ୍ତି । ଗାଣିତିକ ଦକ୍ଷତା , ସାମାଜିକ ବିଜ୍ଞାନ , କ୍ରିଟିକାଲ୍ ଥିଙ୍କିଙ୍ଗ୍ , ଆନାଲିଟିକାଲ୍ ସ୍କିଲ୍ ଏବଂ ଯୋଗାଯୋଗ ଦକ୍ଷତା ଥିଲେ ସହଜରେ ଏଥିରେ କ୍ୟାରିୟର ଆରମ୍ଭ କରିପାରିବେ । 

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

ଫାଇନାନ୍ସ  ସମ୍ବନ୍ଧୀୟ କ୍ଷେତ୍ରରେ ସ୍ନାତକ ଡିଗ୍ରୀ 

କିମ୍ବା

ଅର୍ଥନୀତିରେ ଏମବିଏ

 ଦରମା – 

୩ ଲକ୍ଷ ରୁ ଆରମ୍ଭ ହେଇ ୩୯ ଲକ୍ଷ ପର୍ଯ୍ୟନ୍ତ ।

୯) ପ୍ରାଇଭେଟ୍ ଇକ୍ୱିଟି ଆସୋସିଏଟ୍ –

ପ୍ରାଇଭେଟ୍ ଇକ୍ୱିଟି ଆସୋସିଏଟ୍ ମାନେ କ୍ଲାଏଣ୍ଟ୍ ଫିର୍ମସ୍ କିମ୍ବା ସମ୍ଭାବ୍ୟ ନିବେଶକ ବା ଇନଭେଷ୍ଟର ଖୋଜିବା , ଇନକମ୍ ହୋଇଥିବା ଅର୍ଥକୁ ବିନିଯୋଗରେ ସାହାଯ୍ୟ କରିବା ଏବଂ ଯତ୍ନଶୀଳ ହୋଇ କାର୍ଯ୍ୟ କରିବାକୁ ପଡିବ ।

 

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

ଯେକୌଣସି ଫାଇନାନ୍ସ  ରିଲେଟେଡ୍ ବିଷୟରେ ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ ।

ସିଏଫଏ , ସିଏଫପି ଏବଂ ସିଏଆଇଏ ସାର୍ଟିଫିକେସନ୍ ଥିଲେ ପଦୋନ୍ନତି ପାଇବେ ।

ଦରମା – 

ବର୍ଷକୁ ୨ ଲକ୍ଷ ରୁ ୪୧ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

୧୦) ଇନସ୍ୱରେନ୍ସ ଆଡଭାଇଜର –

ଇନସ୍ୱରେନ୍ସ  ଆଡଭାଇଜର ବା ପରାମର୍ଶଦାତା ମାନେ ଗ୍ରାହକଙ୍କୁ ଆର୍ଥିକ ପରାମର୍ଶ ଦେବା ଏବଂ ସେମାନଙ୍କର ଭବିଷ୍ୟତ ଆବଶ୍ୟକତା ପାଇଁ ସଠିକ୍ ବୀମା ପଲିସି ବାଛିବାରେ ସାହାଯ୍ୟ କରିବା ପାଇଁ କାର୍ଯ୍ୟକରିଥାନ୍ତି ।

 

ଏହି ପଦବୀ ପାଇଁ  ଆବଶ୍ୟକଥିବା ଶିକ୍ଷାଗତ ଯୋଗ୍ୟତା –  

ସାର୍ଟିଫାଏଡ୍ ଫାଇନାନ୍ସସିଆଲ୍ ପ୍ଲାନର (ସିଏଫପି ) ଡିଗ୍ରୀ କୋର୍ସ

କିମ୍ବା

ଯେକୌଣସି ଫାଇନାନ୍ସ  ରିଲେଟେଡ୍ ବିଷୟରେ ବ୍ୟାଚଲର ଡିଗ୍ରୀ ଥିବା ଆବଶ୍ୟକ ।

ଦରମା – 

ବର୍ଷକୁ ୭୦,୦୦୦ ରୁ ୪ ଲକ୍ଷ ପର୍ଯ୍ୟନ୍ତ ।

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )