Saturday 27th April 2024
କଣ କଲେ ଇଣ୍ଟରଭ୍ୟୁରେ ୟୁନିକ୍ ଲାଗିବେ ? ଜାଣିରଖନ୍ତୁ ଏହି ଟିପ୍ସ , ଯାହା ବଢାଇବ ଆପଣଙ୍କର ବ୍ୟକ୍ତିତ୍ୱ !

କଣ କଲେ ଇଣ୍ଟରଭ୍ୟୁରେ ୟୁନିକ୍ ଲାଗିବେ ? ଜାଣିରଖନ୍ତୁ ଏହି ଟିପ୍ସ , ଯାହା ବଢାଇବ ଆପଣଙ୍କର ବ୍ୟକ୍ତିତ୍ୱ !

ଇଣ୍ଟରଭ୍ୟୁ କଥା ଶୁଣିଲେ ଅନେକ ନର୍ଭସ ହୋଇଥାନ୍ତି କିମ୍ବା ଡରିଥାନ୍ତି । କିନ୍ତୁ ଅନେକ ବ୍ୟକ୍ତି ଅଛନ୍ତି , ଯେଉଁମାନେ ଇଣ୍ଟରଭ୍ୟୁରେ ଡରି ନଥାନ୍ତି । କାହିଁକିନା ତାଙ୍କ ପାଖରେ ଥାଏ ଆକର୍ଷଣୀୟ ପର୍ସନାଲିଟି । ଆକର୍ଷଣୀୟ ପର୍ସନାଲିଟି କେବଳ ଲୁକସ୍ କୁ ନେଇ ତିଆରି ହୋଇନଥାଏ । ଜ୍ଞାନ , ପ୍ରେଜେନଟେସନ୍ ଏବଂ ଲୁକସ୍ ର ମିଶ୍ରିତ ଫଳ ହେଉଛି ପର୍ସନାଲିଟି ବା ବ୍ୟକ୍ତିତ୍ୱ । ଇଣ୍ଟରଭ୍ୟୁରେ କେବଳ ପର୍ସନାଲିଟି କାମରେ ଆସିନଥାଏ । ପର୍ସନାଲିଟି ସହ ଆବଶ୍ୟକ ହୋଇଥାଏ କନଫିଡେନ୍ସ । ଆପଣଙ୍କ ସୃଜନଶୀଳତା ବା କ୍ରିଏଟିଭିଟି ଆପଣଙ୍କୁ ୟୁନିକ ପର୍ସନାଲିଟି ର ପରିଚୟ ପ୍ରଦାନ କରିଥାଏ । ୟୁନିକ ର ଅର୍ଥ ହେଉଛି ସ୍ୱତନ୍ତ୍ର । ଅନ୍ୟ କାହାପରି ନୁହଁ କିମ୍ବା ଅନନ୍ୟ ର ଅର୍ଥ ହେଉଛି ୟୁନିକ୍ଯାହାକୁ ଇଂରାଜୀରେ କୁହାଯାଏ – ” ସମଥିଂ ଡିଫରେଣ୍ଟ୍ “ । ଆପଣଙ୍କ ପାଖରେ ଏମିତି କିଛି ଥିବା ଦରକାର ଯାହା ଅନ୍ୟ କାହାପାଖରେ ନଥିବ । ଦକ୍ଷତା ହେଉବା ସୃଜନଶୀଳତା , କିଛି ୟୁନିକ୍ ପ୍ରତିଭା ଥିଲେ ଆପଣ ବି ହେଇପାରିବେ ୟୁନିକ୍ ପର୍ସନାଲିଟି ର ଅଧିକାରୀ । ପ୍ରତ୍ୟେକଟି ଗାୟକଙ୍କ ଗୀତରେ କିଛି ନା କିଛି ୟୁନିକ୍ ନେସ୍ ଥାଏ । ଯାହା ତାଙ୍କୁ ୟୁନିକ୍ ବନାଇଥାଏ । ସେହିପରି ବିଭିନ୍ନ କ୍ଷେତ୍ରରେ ଥାନ୍ତି ୟୁନିକ୍ ପର୍ସନାଲିଟି । ଗାୟକ , ଅଭିନେତା , ଆର୍ଟିଷ୍ଟ୍ , କଣ୍ଟେଣ୍ଟ୍ ରାଇଟର , ସ୍କ୍ରିପ୍ଟ୍ ରାଇଟର ଏବଂ ଏହି ପରି ଅନେକ ପ୍ରୋଫେସନ୍ ରେ କାମ କରିଥାନ୍ତି ୟୁନିକ୍ କ୍ୟାରେକ୍ଟର ବା ବ୍ୟକ୍ତିତ୍ୱ । ସରକାରୀ ହେଉ କିମ୍ବା ବେସରକାରୀ ଚାକିରୀ , ପ୍ରାୟତ ସବୁଥିରେ ଥାଏ ଇଣ୍ଟରଭ୍ୟୁ । କିଛି ଇଣ୍ଟରଭ୍ୟୁରେ ଥାଏ ପର୍ସନାଲିଟି ଟେଷ୍ଟ୍ ତ ପୁଣି କିଛି ଇଣ୍ଟରଭ୍ୟୁରେ ଥାଏ କିଛି କୁଶ୍ଚେନ୍ ସେସନ୍ ବା ପ୍ରଶ୍ନ ଅଧିବେଶନ । ଯେଉଁଠି ପ୍ରାର୍ଥିର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ । ଯିଏ ଯେଉଁ କ୍ଷେତ୍ରରେ ଚାକିରୀ ସନ୍ଧାନ କରୁଥାଉନା କାହିଁକି , ସମସ୍ତଙ୍କ ପାଇଁ କ୍ୟାରିୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତେଣୁ ସମସ୍ତେ ଚାହାନ୍ତି କ୍ୟାରିୟରରେ ଗ୍ରୋତ୍ । ଆପଣଙ୍କ ପାଖରେ କିଛି ୟୁନିକ୍ ଥିଲେ ହିଁ ଆପଣ ଶୀଘ୍ର ଚାକିରୀ ପାଇବାର ସଂମ୍ଭାବନା ଅଧିକ ଥାଏ । ପ୍ରତ୍ୟେକଟି କମ୍ପାନୀ ଚାହାନ୍ତି ତାଙ୍କ ଏମ୍ପଲୟ ଚତୁର ହେବା ସହ ସ୍ମାର୍ଟ ହୁଅନ୍ତୁ । ଏମିତି କୌଣସି କମ୍ପାନୀ ନାହାନ୍ତି , ଯେଉଁମାନେ ସ୍ମାର୍ଟ ଏମ୍ପଲୟ ଚାହାନ୍ତି ନାହିଁସ୍ମାର୍ଟ ଏମ୍ପଲୟ ଥିଲେ କମ୍ପାନୀର ଗ୍ରୋତ୍ ହୋଇଥାଏ । କମ୍ପାନୀ ର ପ୍ରୋଫିଟ୍ ହେବା ସହ କମ୍ପାନୀକୁ ମିଳିଥାଏ ଏକ ବ୍ରାଣ୍ଡ ର ପରିଚୟ ।  ତେଣୁ ସବୁ କମ୍ପାନୀ ଚାହାନ୍ତି ଯୋଗ୍ୟ ଏବଂ ଦକ୍ଷତା ସଂମ୍ପନ୍ନ ଏମ୍ପଲୟ । ଆପଣଙ୍କ ଦକ୍ଷତା ଏବଂ କମ୍ପାନୀର ନିବେଶ ବା ଇନଭେଷ୍ଟମେଣ୍ଟ୍ ମ୍ୟୁଚୁଆଲ୍ ଗ୍ରୋତ୍ କରାଇଥାଏ । ଉଭୟ କମ୍ପାନୀ ଏବଂ ଏମ୍ପଲୟ ର ଗ୍ରୋତ୍ ହୋଇଥାଏ । ଇଣ୍ଟରଭ୍ୟୁରେ ସଫଳ ହେବାର କଳା ସମସ୍ତଙ୍କୁ ଜଣା ନଥାଏ । ସମାନ ଯୋଗ୍ୟତା , ଦକ୍ଷତା ଏବଂ ଅଭିଜ୍ଞତା ଥାଇ ମଧ୍ୟ ଗୋଟିଏ ପ୍ରାର୍ଥି ସଫଳ ହୋଇଥାଏ ଏବଂ ଅନ୍ୟ ପ୍ରାର୍ଥିଟି ବିଫଳ ହୋଇଥାଏ । ସଫଳ ହେବା ପଛରେ ରହିଥାଏ ନିଜକୁ ୟୁନିକ୍ ଢଙ୍ଗରେ ଉପସ୍ଥାପନା କରିବାର କଳା । ଠିକ୍ ଢଙ୍ଗରେ ନିଜକୁ ଉପସ୍ଥାପନ ନକରିପାରିବା ଦ୍ୱାରା ଅନେକ ପ୍ରାର୍ଥି ବିଫଳ ହୋଇଥାନ୍ତି । ତେଣୁ କଣ କଲେ ଇଣ୍ଟରଭ୍ୟୁରେ ୟୁନିକ୍ ଲାଗିବେ ? କଣ କଲେ ଆପଣ ଇଣ୍ଟରଭ୍ୟୁରେ ଇମ୍ପ୍ରେସ୍ କରିବେ ହାଇରିଂ ମ୍ୟାନେଜରଙ୍କୁ ତାହା ଏହି ଆର୍ଟିକିଲ୍ ଟିକୁ ଶେଷ ଯାଏ ପଢିଲେ ଜାଣିପାରିବେ । 

କଳ୍ପନା କରନ୍ତୁ ଯେ  ନିଯୁକ୍ତି ପରିଚାଳକ ବା ହାଇରିଂ ମ୍ୟାନେଜର  ଆପଣଙ୍କୁ ଏକ ସାକ୍ଷାତକାରରେ ପଚାରିବେ – ” ମୋତେ କୁହନ୍ତୁ , ଆପଣଙ୍କ ପାଖରେ ଏମିତି କଣ ୟୁନିକ୍ ଅଛି ? ” ଯାହାଫଳରେ ଆମେ ଆପଣଙ୍କୁ ଏହି ପଦବୀରେ ନିୟୁକ୍ତି ଦେବୁ । କିଛି ପ୍ରାର୍ଥି ଏହି ପ୍ରଶ୍ନଟିକୁ ଶୁଣି ସାରିଲା ପରେ ନିଜର ଆତ୍ମବିଶ୍ୱାସ ହରାଇଥାନ୍ତି । ଅନ୍ୟପକ୍ଷରେ କିଛି ପ୍ରାର୍ଥି କମ୍ ଅଭିଜ୍ଞତା ଥାଇ ମଜାଳିଆ ଢଙ୍ଗରେ ଉତ୍ତର ଦେଇ ମଧ୍ୟ ଇଣ୍ଟରଭ୍ୟୁରେ ସଫଳ ହୋଇଥାନ୍ତି । 

 

୧) ହାଇରିଂ ମ୍ୟାନେଜର କାହିଁକି ପଚାରନ୍ତି  ଯେ  -“ ଆପଣଙ୍କ ୟୁନିକ୍ ନେସ୍ କଣ ?

କମ୍ପାନୀ ଆପଣଙ୍କ ରିଜ୍ୟୁମ୍ ବା ପ୍ରୋଫାଇଲ୍ ଦେଖି ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଇଥାଏ । ଆପଣ ଗୋଟେ କଥା ଭୁଲିଯାଉଛନ୍ତି ଯେ କମ୍ପାନୀ ର ଆପଣଙ୍କ ଯୋଗ୍ୟତା , ଦକ୍ଷତା ଏବଂ ଅଭିଜ୍ଞତା ପ୍ରତି ରୁଚି ନଥିଲେ କେବେବି ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ କମ୍ପାନୀ ଡକାଇବ ନାହିଁ । ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଛି , ତାର ଅର୍ଥ ହେଉଛି ଯେ ଆପଣଙ୍କୁ ପ୍ରାଥମିକ ସ୍ତରରେ ଚୟନ କରାସରିଛି ବା ସିଲେକସନ୍ ସରିଛି । ଖାଲି ଇଣ୍ଟରଭ୍ୟୁରେ ପର୍ସନାଲିଟି ଟେଷ୍ଟ୍ ପରେ ଆପଣଙ୍କ ହାତ ମୁଠାରେ ଥିବ ସଫଳତା । ଏଥିପାଇଁ ତ ଆପଣଙ୍କୁ ଇଣ୍ଟରଭ୍ୟୁକୁ ଡକାଇଥାନ୍ତି ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର । ଆପଣଙ୍କ ଭିତରେ କଣ ଏକ୍ସଟ୍ରା ବା ଅତିରିକ୍ତ ପ୍ରତିଭା ଅଛି ତାହା ଜାଣିବାପାଇଁ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଆପଣଙ୍କୁ ଡକାଇଥାନ୍ତି । ଆପଣ କେତେ ସ୍ମାର୍ଟ କିମ୍ବା ଆପଣଙ୍କ କହିବାର ଶୈଳୀ କିପରି ତାହା ଜାଣିବା ପାଇଁ ତ ଏହି ପ୍ରକାର ର  ପ୍ରଶ୍ନ ପଚାରିଥାନ୍ତି ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆପଣଙ୍କ ଆତ୍ମବିଶ୍ୱାସ ର ସ୍ତର ଜାଣିବା ପାଇଁ ଏହିପରି ପ୍ରଶ୍ନ ପଚାରିଥାନ୍ତି ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର । ଅଧିକାଂଶ ସମୟରେ ହାଇରିଂ ମ୍ୟାନେଜର ଙ୍କ ପାଇଁ ଗୋଟିଏ ଯୋଗ୍ୟ ପ୍ରାର୍ଥି ଖୋଜିବା ଖୁବ୍ କଷ୍ଟକର ହୋଇଯାଏ । ତେଣୁ ପ୍ରାର୍ଥିର ଚିନ୍ତାଧାରା କୁ ପରୀକ୍ଷା କରିବା ପାଇଁ ଏହି ପ୍ରକାର ର ପ୍ରଶ୍ନ ପଚାରିଥାନ୍ତି ହାଇରିଂ ମ୍ୟାନେଜର । ଏହି ପ୍ରଶ୍ନର ଉତ୍ତରରେ ଅନେକ ପ୍ରାର୍ଥି ଅନେକ ପ୍ରକାର ଉତ୍ତର ଦେଇଥାନ୍ତି । ସେହି ଗୋଟିଏ ପ୍ରଶ୍ନ କିନ୍ତୁ କିଛି ପ୍ରାର୍ଥିଙ୍କ ଉତ୍ତର ସମାନ ଥାଏ ଏବଂ କିଛି ପ୍ରାର୍ଥିଙ୍କ ଉତ୍ତର ଭିନ୍ନ ଭିନ୍ନ । ତେବେ ସେହି ଉତ୍ତର ମଧ୍ୟରୁ କିଛି ଉତ୍ତର ଥାଏ ୟୁନିକ୍ । ତେଣୁ ସେହି ପ୍ରାର୍ଥି ମାନେ ଅନ୍ୟ ପ୍ରାର୍ଥି ମାନଙ୍କ ଠାରୁ ୟୁନିକ୍ ଲାଗିଥାନ୍ତି । ଯାହାକି ହାଇରିଂ ମ୍ୟାନେଜରଙ୍କୁ ଆକର୍ଷିତ କରିଥାଏ । ହାଇରିଂ ମ୍ୟାନେଜର ଙ୍କ ନଜରରେ ଆପଣ ଯୋଗ୍ୟ ପ୍ରାର୍ଥି ଭାବରେ ବିବେଚିତ ହୋଇଥାନ୍ତି । ଇଣ୍ଟରଭ୍ୟୁରେ ହାଇରିଂ ମ୍ୟାନେଜରଙ୍କୁ  ଏହି  ପ୍ରଶ୍ନ  ଯୋଗ୍ୟ ପ୍ରାର୍ଥି ଖୋଜିବାରେ ସାହାର୍ଯ୍ୟ କରିଥାଏ ଏବଂ ସହଜରେ ଅନେକ ପ୍ରାର୍ଥି ମାନଙ୍କ ମଧ୍ୟରୁ ଖୋଜି ବାହାର କରିଥାଏ ୟୁନିକ୍ ପର୍ସନାଲିଟି । ତେଣୁ ଏହି ପ୍ରଶ୍ନଟି ପଚାରିଥାନ୍ତି ହାଇରିଂ ମ୍ୟାନେଜର ।

 

୨) “ ଆପଣଙ୍କ ୟୁନିକ୍ ନେସ୍ କଣ ? ”କଣ ରଖିବେ ଉତ୍ତର ?

ଆପଣଙ୍କ ଅନେକ ଗୁଡିଏ ଦକ୍ଷତା , ଯୋଗ୍ୟତା ର ଡିଗ୍ରୀ ଏବଂ ଅନେକ କମ୍ପାନୀରେ ଅଭିଜ୍ଞତା ଥାଇପାରେ । ଏସବୁ ବିଷୟରେ ଆଲୋଚନା କଲେ ଭଲ । କିନ୍ତୁ ହାଇରିଂ ମ୍ୟାନେଜରଙ୍କ ପାଖେରେ ସେତିକି ସମୟ ନଥାଏ । କାହିଁକିନା ହାଇରିଂ ମ୍ୟାନେଜରଙ୍କୁ ଆପଣଙ୍କ ଇଣ୍ଟରଭ୍ୟୁ ପରେ ଅନ୍ୟ ପ୍ରାର୍ଥି ମାନଙ୍କ ର ଇଣ୍ଟରଭ୍ୟୁ ମଧ୍ୟ ନେବାକୁ ପଡିଥାଏ  । ତେଣୁ ଆପଣ ଯେଉଁ ପଦବୀ ପାଇଁ ଆପ୍ଲାଇ ବା ଆବେଦନ କରିଛନ୍ତି , କେବଳ ସେହି ସଂମ୍ପର୍କିତ ତଥ୍ୟ କୁ ଆଲୋଚନା କଲେ ଭଲ । ସେହି ପଦବୀ ସଂମ୍ପର୍କିତ ଅଭିଜ୍ଞତା ବିଷୟରେ ପ୍ରଥମେ ଆଲୋଚନା କରନ୍ତୁ । ବଢେଇ ଚଢେଇ କହିବାର କୌଣସି ଆବଶ୍ୟକତା ନାହିଁ । ଅଭିଜ୍ଞତା ରୁ ଆରମ୍ଭ କଲେ ଆପଣଙ୍କ ଦକ୍ଷତା ମଧ୍ୟ ଆପେ ଆପେ ସେହି ଉତ୍ତରରେ ସାମିଲ୍ ହୋଇଯିବ । ଯାହା ହାଇରିଂ ମ୍ୟାନେଜରଙ୍କୁ ଲାଗିବ ୟୁନିକ୍ । ଏପରି ଉତ୍ତର ଦେଲେ ଆପଣ ହେବେ ସ୍ମାର୍ଟ । ଏହା ପରେ ଆପଣ ନିଜର ଯୋଗ୍ୟତା ବିଷୟରେ କହିଲେ ଚାଲିବ ।

ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆଗରୁ ଜାଣିଛନ୍ତି ହାଇରିଂ ମ୍ୟାନେଜର । ଆପଣଙ୍କ ରିଜ୍ୟୁମ୍ କୁ ପଢି ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡାକିଛନ୍ତି ହାଇରିଂ ମ୍ୟାନେଜର । ଆପଣଙ୍କ ମୁହଁରୁ ଅନ୍ୟ କିଛି ଶୁଣିବା ପାଇଁ ଚାହାନ୍ତି ଏବଂ ଆପଣଙ୍କ ପର୍ସନାଲିଟି ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି । ତାଙ୍କୁ ଦରକାର କମ୍ପାନୀ ପାଇଁ ଗୋଟିଏ ଯୋଗ୍ୟ ପ୍ରାର୍ଥି । ପଦବୀ ପାଇଁ  ଯେଉଁ ଦକ୍ଷତା ଦରକାର ସେହି ଦକ୍ଷତା ଥିବା ପ୍ରାର୍ଥି କୁ ହିଁ ଚୟନ କରିବେ ହାଇରିଂ ମ୍ୟନେଜର । ସେହି ଦକ୍ଷତାରେ ଅଭିଜ୍ଞତା ଥିଲେ ଆପଣ ପାଇବେ ଅଗ୍ରାଧିକାର ବା ପ୍ରାୟୋରିଟି । ସେଥିପାଇଁ ଯେତେ ଯାହା ଅଭିଜ୍ଞତା ଏବଂ ଦକ୍ଷତା ଥିଲେ ମଧ୍ୟ ଆପଣ ସବୁବେଳେ ପଦବୀ ଅନୁସାରେ ପ୍ରାଥମିକତା ଦେଇ କୁହନ୍ତୁ । ଧରାଯାଉ ଆପଣଙ୍କୁ ଭଲ ଗ୍ରାଫିକ୍ସ ଡିଜାଇନ୍ କରିଆସେ ଏବଂ ଭିଡିଓ ଏଡିଟିଂ ମଧ୍ୟ କରିଆସେ । ଭିଡିଓ ଏଡିଟିଂ ର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି । ତେବେ ଆପଣ ଇଣ୍ଟରଭ୍ୟୁରେ ଭିଡିଓ ଏଡିଟିଂକୁ ଗୁରୁତ୍ୱ ଦେଇ କୁହନ୍ତୁ । ଭିଡିଓ ଏଡିଟିଂକୁ ନେଇ ୟୁନିକ୍ ତଥ୍ୟ ସବୁ ଉପସ୍ଥାପନ କରନ୍ତୁ । ନିଜର ସୃଜନଶୀଳତା ବା କ୍ରିଏଟିଭିଟିକୁ ଭଲଭାବରେ ଉପସ୍ଥାପନ କରନ୍ତୁ । ଏହାପରେ ଆପଣ ଭିଡିଓ ଏଡିଟିଂକୁ ନେଇ କିଛି ଅଭିଜ୍ଞତା ଥିଲେ ତାକୁ ଉତ୍ତମ ରୂପରେ ପ୍ରକାଶ କରନ୍ତୁ । ଯଦି ଆପଣ ଫ୍ରେସର ଅଛନ୍ତି , ତେବେ ଭିଡିଓ ଏଡିଟିଂକୁ ନେଇ ଯେକୌଣସି ଇଣ୍ଟର୍ନସିପ୍ କରିଥିଲେ କହିପାରିବେ । ଯଦି କିଛି କରିନାହାନ୍ତି ତେବେ ନିଜେ ଏଡିଟିଂ କରିଥିବା କିଛି ଭିଡିଓ ସାମ୍ପଲ କୁ ମଧ୍ୟ ଦେଖାଇ ପାରିବେ । ଏହାପରେ ଯଦି ହାଇରିଂ ମ୍ୟାନେଜର ଆପଣଙ୍କ ଉପରେ ଆଗ୍ରହ ପ୍ରକାଶ କରନ୍ତି ତେବେ ଆପଣ ଗ୍ରାଫିକ୍ସ ଡିଜାଇନ୍ ବିଷୟରେ ଆଲୋଚନା କରିପାରିବେ । ସଂକ୍ଷେପରେ ପଏଣ୍ଟ ଟୁ ପଏଣ୍ଟ ଉତ୍ତର ଦିଅନ୍ତୁ । ଏହା ଆପଣଙ୍କୁ ହାଇରିଂ ମ୍ୟାନେଜରଙ୍କ ନଜରରେ ୟୁନିକ୍ ବନାଇବ ।

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )