Friday 29th March 2024
ଫିଫା ବିଶ୍ବକପ୍‌ ୨୦୨୨;ଗତ ୨୫ ବର୍ଷ ଭିତରେ ଗୁଗୁଲ୍‌ରେ ସବୁଠାରୁ ଅଧିକ ସର୍ଚ୍ଚ fifaworldcup

ଫିଫା ବିଶ୍ବକପ୍‌ ୨୦୨୨;ଗତ ୨୫ ବର୍ଷ ଭିତରେ ଗୁଗୁଲ୍‌ରେ ସବୁଠାରୁ ଅଧିକ ସର୍ଚ୍ଚ fifaworldcup

ଫୁଟବଲପ୍ରେମୀ ଯାହା ଆଶା କରିଥିଲେ; ତାହା ହିଁ ହୋଇଛି। ବିଶ୍ବ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଖେଳାଳି ମହାନାୟକ ଲିଓନେଲ ମେସିଙ୍କ ବହୁ ପ୍ରତୀକ୍ଷିତ ସ୍ବପ୍ନ ପୂରଣ ହୋଇଛି। ଆର୍ଜେଣ୍ଟିନା ୩୬ ବର୍ଷ ପରେ ଫିଫା ବିଶ୍ବକପ ଟ୍ରଫି ଫେରିପାଇଛି। ୧୯୭୮, ୧୯୮୬ ପରେ ଆର୍ଜେଣ୍ଟିନା ୩ୟ ଥର ପାଇଁ ବିଶ୍ବକପ ମୁକୁଟ ପିନ୍ଧିଛି। ମେସି ପ୍ରଥମ ଥର ପାଇଁ ବିଶ୍ବକପ ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି। ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଲୁସାଇଲର ଆଇକନିକ୍‌ ଷ୍ଟାଡ଼ିୟମ ଆର୍ଜେଣ୍ଟିନା ଓ ଫ୍ରାନ୍‌ସର ଜାତୀୟ ପତାକାରେ ଛାଇ ଯାଇଥିଲା। ସାରା ବିଶ୍ବର ଫୁଟବଲ ପ୍ରେମୀଙ୍କ ନଜର ଏହି ହାଇଭୋଲଟେଜ ଫାଇନାଲ ଉପରେ ରହିଥିଲା। ଫ୍ରାନ୍‌ସ ନା ଆର୍ଜେଣ୍ଟିନା; କିଏ ୩ଥର ପାଇଁ ବିଶ୍ବକପ ଜିତିବ ତାହାକୁ ନେଇ ମ୍ୟାଚ ପୂର୍ବରୁ ଉତ୍କଣ୍ଠା ବଢିବାରେ ଲାଗିଥିଲା। ଫିଫା ମାନ୍ୟତାର ୪ର୍ଥ ସ୍ଥାନରେ ଥିବା ଫ୍ରାନ୍‌ସ ଓ ୩ୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ଭିତରୁ କିଏ ଚମ୍ପିଆନ ହେବ; ତାହାକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇପଡିଥିଲା। କିନ୍ତୁ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନା ଫ୍ରାନ୍‌ସ ଉପରେ ଭାରି ପଡିଥିଲା। ଆର୍ଜେଣ୍ଟିନା ବିଶ୍ବକପର ପ୍ରଥମ ମ୍ୟାଚରେ ଏସୀୟ ରାଷ୍ଟ୍ର ସାଉଦିଆରବ ନିକଟରୁ ୨-୧ ଗୋଲରେ ପରାଜିତ ହୋଇଥିଲା। ପରାଜୟରୁ ବିଶ୍ବକପ ଆରମ୍ଭ କରିଥିବା ଆର୍ଜେଣ୍ଟିନା ଚମ୍ପିଆନ ସହ ଅଭିଯାନ ଶେଷକରିଛି।

କତାରରେ ହୋଇଥିବା ଫିଫା ବିଶ୍ବକପ୍‌ ୨୦୨୨ ନିକଟ ଅତୀତରେ ବେଶ୍‌ ଚର୍ଚ୍ଚା ପାଲଟିଥିବା ବେଳେ ଏହାକୁ ନେଇ ଏକ ତଥ୍ୟ ପ୍ରଦାନ କରିଛନ୍ତି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ। ପିଚାଇ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଚଳିତବର୍ଷ ଗୁଗୁଲ୍‌ରେ ସବୁଠାରୁ ଅଧିକ ଫିଫା ବିଶ୍ବକପ୍‌ ସଂପର୍କରେ ସର୍ଚ୍ଚ କରାଯାଇଛି। ଫ୍ରାନ୍ସଠାରୁ ଆର୍ଜେଣ୍ଟିାନା ବିଜୟ କରିବା ପରେ ସେ ଟ୍ବିଟ୍‌ କରି କହିଛନ୍ତି ଯେ ଏଥର ଫିଫା ବିଶ୍ବକପ୍‌ ସମୟରେ ଗତ ୨୫ ବର୍ଷ ଭିତରେ ଗୁଗୁଲ୍‌ ସବୁଠାରୁ ଅଧିକ ଟ୍ରାଫିକ୍‌ ରେକର୍ଡ କରିଛି। ରବିବାର ରାତିରେ ଫିଫା ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ କାଳରେ ଗୁଗୁଲ୍‌ରେ ସବୁଠାରୁ ଅଧିକ ଟ୍ରାଫିକ୍‌ ଜାମ୍‌ ହୋଇଥିବା ପିଚାଇ ସୂଚନା ଦେଇଛନ୍ତି। ସୋମବାର ସେ ଟ୍ବଟ୍‌ କରି ସୂଚନା ଦେଇଛନ୍ତି ଯେ ପୂରା ବିଶ୍ବ ଗୋଟାଏ ବିଷୟରେ ହିଁ ଏକା ବିଷୟ‌ରେ ସର୍ଚ୍ଚ କରିଥିବାରୁ ଏପରି ଘଟିଥିଲା। ଏହି ଟ୍ବିଟ୍‌ଟି ଫୁଟ୍‌ବଲ୍‌ ଖେଳାଳିମାନଙ୍କ ମଧ୍ୟରେ ପ୍ରଘଟ ହୋଇଯିବାକୁ ଆଦୌ ସମୟ ଲାଗିନଥିଲା। ପିଚାଇ ଟ୍ବିଟ୍‌ କରୁ କରୁ ହିଁ ଟ୍ବିଟ୍‌ଟି ଚ‌ାରିଆଡ଼େ ବ୍ୟାପି ଯାଇଥିଲା।

ଉଲ୍ଲେଖଯୋଗ୍ୟ, ରବିବାର ମେଗା ଫାଇନାଲ୍‌ରେ ଆର୍ଜେଣ୍ଟିନା ତୃତୀୟ ବିଶ୍ବକପ୍‌ ଟାଇଟଲ ଜିତିଛି। ଏଥି ସହିତ ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଲୁସାଇଲ୍‌ ଆଇକନିକ ଷ୍ଟାଡିୟମ୍‌ରେ ଖେଳାଯାଇଥିବା କଡ଼ା ପ୍ରତିଦ୍ବନ୍ଦ୍ବିତା ଭରା ତଥା ରୋମାଞ୍ଚକର ମ୍ୟାଚ୍‌ରେ ଗତବର୍ଷର କୋପା ଆମେରିକା ବିଜେତା ଆର୍ଜେଣ୍ଟିନା ୪-୨ (୩-୩) ସୁଟ୍‌ଆଉଟ୍‌ରେ ଗତଥର ବିଶ୍ବ ବିଜେତା ଫ୍ରାନ୍ସକୁ ପରାସ୍ତ କରି ଜୁଲସ ରିମେଟ ଟ୍ରଫି ଜିତିଛି।

CATEGORIES
TAGS
Share This

COMMENTS

Wordpress (0)
Disqus ( )