Monday 4th March 2024
ଡାଇବୋଟୋଲୋଜିଷ୍ଟ ଉତ୍କଳ କିଶୋର ଖାଡ଼ାଙ୍ଗାଙ୍କ ସହ ସ୍ୱତନ୍ତ୍ର ଆଲୋଚନା

ଡାଇବୋଟୋଲୋଜିଷ୍ଟ ଉତ୍କଳ କିଶୋର ଖାଡ଼ାଙ୍ଗାଙ୍କ ସହ ସ୍ୱତନ୍ତ୍ର ଆଲୋଚନା

ଡାଇବେଟିସ୍ ଏକ ବଡ଼ ରୋଗ ହୋଇଥାଏ, କେବଳ ଭାରତରେ ହିଁ ୭୨ମିଲିୟନ ଲୋକ ଏହି ରୋଗ ପଡ଼ିଛନ୍ତି । ଯଦି ରୋଗୀ ଜଣକ ପ୍ରଥମରୁ ଜାଣିପାରିଲେ କି ତାଙ୍କୁ ଡାଇବେଟିସ୍ ହୋଇଛି ତେବେ ସେହି ରୋଗର ନିରାକାରଣ ହୋଇପାରିବ ଏହା ବ୍ୟତୀତ ରୋଗୀଙ୍କ ପାଇଁ ତାହା ଭଲ ମଧ୍ୟ ହୋଇଥାଏ । ଡାଇବେଟିସ୍ ହେଲେ ଶରୀରରେ ସୁଗାରର ମାତ୍ରା ବଢ଼ିଯିବା କଥା ଆମେ ସମସ୍ତେ ଜାଣିଛନ୍ତି । ତେବେ ଏହି ଡାଇବେଟିସ୍ ନା ହିଁ ସମୟ ଦେଖେ ନା ବୟସ । ଛୋଟ ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଡାଇବେଟିସ୍‌ର ଶିକାର ହେଉଛନ୍ତି, ତାହାଲେ କଣ ଏହି ରୋଗର କିଛି ଘରୋଇ ଉପଚାର ନାହିଁ? ଏବଂ ଡାଇବେଟିସ୍ ହେବା ପୂର୍ବରୁ ଜଣେ ସାଧାରଣ ଲୋକ କେମିତି ଏସମ୍ବନ୍ଧିତ ଲକ୍ଷଣ ଗୁଡ଼ିକ ଜାଣିପାରିବ? ଆଜି ଆମେତ୍ତ୍‌ଳ ଡାଇବେଟିସ୍ କେୟାରର ଜଣେ ଡାଇବୋଟୋଲୋଜିଷ୍ଟ ଉତ୍କଳ କିଶୋର ଖାଡ଼ାଙ୍ଗାଙ୍କ ସହ ଆଲୋଚନା କରିବା ଏବଂ ଜାଣିବା ଡାଇବେଟିସ୍ ରୋଗ ବିଷୟରେ ସମସ୍ତ ଜରୁରୀ ତଥ୍ୟ ।

ଡାଇବେଟିସ୍ ହୁଏ କାହିଁକି?

ଡାଇବେଟିସ୍‌ର ୨ଟି କାରଣ ଥାଏ, ଗୋଟିଏ ହେଉଛି ଏଣ୍ଡୋଜେନସ ଓ ଦ୍ୱିତୀୟ ଟି ହେଉଛି ଆର୍‌ସେଜେନସ । ଏଣ୍ଡୋଜେନସ ହେଉଛି ଜେନେଟିକ୍ ଫ୍ୟାକ୍ଟର୍ସ, ଯେମିତି କି ଯଦି ଆପଣଙ୍କ ପରିବାରରେ କାହାକୁ ହେଇଛି ଯେମିତି ଆପଣଙ୍କ ବାପା, ମା’ କିମ୍ବା ଅନ୍ୟ କୌଣସି ପରିବାର ଲୋକଙ୍କୁ ତେବେ ତାହା ଆପଣଙ୍କୁ ବି ହୋଇପାରେ । ଡାଏଟ୍‌, ଲକ୍ସରସାଇଜ୍‌, ଫିଜିକାଲ ଫିଟ୍‌ନେସ୍‌, ଷ୍ଟ୍ରେସ ବେସୀ ହେଲେ ବି ଡାଇବେଟିସ୍ ହେବାର ଚାନ୍ସ ବଢ଼ିଯାଇଥାଏ ।

ଡାଇବେଟିସ୍ ହେବାର କୌଣସି ବୟସ ସୀମା ଅଛି କି?

ସେମିତି ଦେଖିବାକୁ ଗଲେ ଡାଇବେଟିସ୍ ର କୌଣସି ବୟସ ସୀମା ନାହିଁ । ବରଂ ଆପଣ ଦେଖୁଥିବେ ଆଜି କାଲି ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ଼ ଲୋକ ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଡାଇବେଟିସ୍ ଦେଖିବାକୁ ମିଳୁଛି । ତେଣୁ ଦେଖିବାକୁ ଗଲେ ଛୁଆକୁ ୨ରୁ ୩ମାସ ହେବା ଠାରୁ ଆରମ୍ଭ କରି ୮୦, ୯୦ ବର୍ଷ ବୟସ ପର୍ଯ୍ୟନ୍ତ କିମ୍ବା ତା ଠାରୁ ଅଧିକ ଲୋକଙ୍କୁ ବି ଡାଇବେଟିସ୍ ହୋଇଥାଏ

ଡାଇବେଟିସ୍ ର ଲକ୍ଷଣ କଣ?

ଅନେକ ଲକ୍ଷଣ ଅଛି କିନ୍ତୁ ୩ଟି ଏମିତି ଲକ୍ଷଣ ଅଛି ଯାହା ମୁଖ୍ୟ ବୋଲି ଆମେ କହିପାରିବା । ଅଚାନକ ଓଜନ କମିଯିବା, ଅଧିକ ଶୋଷ ଲାଗିବା, ଅଧିକ ପରିଶ୍ରା ହେବ ଇତ୍ୟାଦି ମୂଳ ଲକ୍ଷଣ ହୋଇଥାଏ । ଏହା ବ୍ୟତୀତ ଚିଡ଼ ଚିଡ଼ ଲାଗିବା, ଘା ହେଲେ ନଶୁଖିବା, ପ୍ରାଇଭେଟ ଜାଗାରେ ଇନ୍‌ଫେକ୍ସନ ରହିବା ଭଳି ଅନେକ ଲକ୍ଷଣ ମଧ୍ୟ ରହିଛି । ଏମିତିକି ୫୦% ଲୋକଙ୍କୁ ଡାଇବେଟିସ୍ ର କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳେ ନାହିଁ, ଯାହା କି ଆଉ ଏକ ଲକ୍ଷଣ ହୋଇଥାଏ । ତେଣୁ ୨୫ବର୍ଷ ପରେ ରେଗୁଲାର ଚେକ୍‌ଅପ୍ କରିବା ସତ୍ତ୍ୱେ ବର୍ଷକୁ ଥରେ ସୁଗାର ଚେକ କରିବାକୁ ହୋଇଥାଏ ।

ଖାଇବାରେ କଣ ବାରଣ କରିବାକୁ ପଡ଼େ?

ଡାଇବିଟିସ୍ ହେଲେ କାରବୋହାଇଡ୍ରେଡ କମେଇବାକୁ ପଡିଥାଏ, ଯେମିତି କି ଆଳୁ ଓ ଭାତ । ଯେହେତୁ ଏହି ଭଳି ଖାଦ୍ୟ କାରବୋହାଇଡ୍ରେଡ ବା ସୁଗାର ଶରୀରରେ ବଢ଼େଇଥାଏ ତେଣୁ ବ୍ୟକ୍ତିକୁ କାରବୋହାଇଡ୍ରେଡ ଥିବା ଖାଦ୍ୟ କମ୍ ଖାଇବା ଦରକାର ହୋଇଥାଏ । ତେଣୁ ମୁଁ କହିବି କି ଜଣେ ଭଲ ଡାଇବେଟିସିଆନ୍‌ଙ୍କୁ କିମ୍ବା ଭଲ ଡାକ୍ତରଙ୍କ ପରାମର୍ଶ ନେଇକି ଖାଇବା କନ୍‌ଜ୍ୟୁମ୍ କରିବା କଥା ।

ଡାଇବେଟିସ୍ ବିଳମ୍ବରେ ଚିହ୍ନଟ ହେଲେ ପ୍ରଥମେ କଣ କରିବା ଦରକାର?

ପ୍ରଥମ ଷ୍ଟେପ୍ ହେବା ଦରକାର କି ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ ନେବା । ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡାଏଟ, ଇନ୍ସୁଲିନ୍‌, ଖାଦ୍ୟ, ଯୋଗ, ବ୍ୟୟାମ୍ ଇତ୍ୟାଦି ଉପରେ ଧ୍ୟାନ ଦେଇ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେବା କଥା । ଏହା ବ୍ୟତୀତ ଯେଉଁ ମାନଙ୍କୁ ଡାଇବେଟିସ୍ ହୋଇନାହିଁ, ସେମାନେ ରେଗୁଲାର ଏକ୍ସରସାଇଜ୍‌, ୩୦ମିନିଟ୍ ଚଲାବୁଲା ଏବଂ ଗୋଟିଏ ଭଲ ଡାଏଟ୍ ନେଇପାରିବେ

ଡାଇବେଟିସ୍ ହେଲା ମାତ୍ରେ ଇନ୍ସୁଲିନ୍ ନେବା ଜରୁରୀ କାହିଁକି?

ଟାଇପ୍‌୧ ଓ ଟାଇପ୍‌୨ ଦୁଇ ପ୍ରକାରର ଡାଇବେଟିସ୍ ହୋଇଥାଏ । ଟାଇପ୍‌୧ ଡାଇବେଟିସ୍ ଲୋକଙ୍କୁ ଆମେ କେବଳ ଇନ୍ସୁଲିନ୍ ହିଁ ଦେଇଥାଉ । ଟାଇପ୍‌୨କୁ ରୋଗୀଙ୍କୁ ପ୍ରଥମରୁ ମେଡିସିନ୍ ଦେଇଥାଉ ପରେ ଆମେ ରୋଗୀର ଶରୀରର ରିକ୍ୱାରମେଣ୍ଟ ଅନୁସାରେ ଇନ୍ସୁଲିନ୍ ମଧ୍ୟ ଦେବା ଆରମ୍ଭ କରିଥାଉ । ସମସ୍ତଙ୍କ ଶରୀରର ରିକ୍ୱାରମେଣ୍ଟ ଅଲଗା ଅଲଗା ହୋଇଥାଏ । ତେଣୁ କାହାକୁ ଇନ୍ସୁଲିନ ଦରକାର କାହାକୁ ଦରକାର ନାହିଁ ସେମିତି କିଛି ମାପ ନାହିଁ । ଯାହା ଶରୀରକୁ ଦରକାର ହୋଇଥାଏ ଆମେ ତାକୁ କମ୍ ଡୋଜ ଦେଇକି ଆରମ୍ଭ କରିଥାଉ । ଗୋଟିଏ ସପ୍ତାହ ଲାଗିଯାଇଥାଏ ଜାଣିବା ପାଇଁ କି କେତେ ଡୋଜ୍ ଦେଲେ ଠିକ୍ ହେବ । ଯେଉଁ ପର୍ଯ୍ୟନ୍ତ ସୁଗାର କଣ୍ଟ୍ରୋଲ ନହୋଇଛି ।

ବିନା ମେଡିସିନ୍‌ରେ କିଏ କେମିତି ଡାଇବେଟିସ୍‌ରୁ ମୁକ୍ତ ହୋଇ ପାରିବ?

ଯଦି ସୁଗାର ଲେବଲ ଅଧିକ ନଥାଏ , ଯେମିତିକି ଡାଇଗ୍ନୋସିସର କ୍ରାଇଟେରିଆ ଫାଷ୍ଟିଂ ୧୦୦ରୁ ଅଧିକ, ବିପି ୨୦୦ ରୁ ଅଧିକ, ରେଡ୍‌ଜିଉ ୬.୫ରୁ ଅଧିକ ରହିଥାଏ । କିନ୍ତୁ ଯଦି ଏସବୁର ପରିମାଣ ଅଳ୍ପ କିଛି ଟା ବଢ଼ିଥାଏ ତେବେ ସେହି କେସ୍‌ରେ ଡାଏଟ୍ କଣ୍ଟ୍ରୋଲ କରି, ଯୋଗ କରି, ଡାଇବେଟିସ୍‌କୁ କଣ୍ଟ୍ରୋଲରେ ଆଣି ହେବ । ଇନିସିଆଲି ଷ୍ଟେଜ୍‌ରେ ଏହାକୁ କଣ୍ଟ୍ରୋଲ କରିହେବ ।

ଆପଣ ଡାଇବେଟୋଲୋଜିଷ୍ଟ ହିସାବରେ କେବେଠୁ କାମ କଲେଣି?

୧୫ବର୍ଷ ହେଲାଣି ମୁଁ ଡାଇବୋଟୋଲୋଜିଷ୍ଟ ହିସାବରେ କାମ କଲିଣି । ମୋ କ୍ୟାରିୟର ଭିତରେ ମୁଁ ବିଭିନ୍ନ ଧରଣର ଡାଇବେଟିସ୍ ପେସେଣ୍ଟଙ୍କୁ ଚିକିତ୍ସା କରୁଛି । ଯେଉଁଥିରେ ୯୫% ପେସେଣ୍ଟ ଟାଇପ୍‌୨ ଡାଇବେଟିକ୍ସ, ୩-୨% ଟ୍ରାଇପନ୍ ଡାଇବେଟିକ୍ସ, ୧-୨% ଜେଷ୍ଟେନ୍‌ସିଆଲ୍ ଡାଇବେଟିକ୍ସଙ୍କୁ ଦେଖିଥାଉ । ତେବେ ମୋ ମତରେ ଡାଇବେଟିସ୍ ଆଜିର ଦୈନନ୍ଦିନ ଜୀବନରେ ଏକ ମୁଖ୍ୟ ରୋଗ ଭାବେ ସବୁ ମଣିଷଙ୍କ ପାଖରେ ଦେଖାଦେଉଛି । ସେଥିପାଇଁ ମୋ ପରାମର୍ଶ ଯେ ଆପଣଙ୍କ ଶରୀରରେ କିଛି ବି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଓ ଡାଇବେଟିସ୍ ଭଳି ରୋଗକୁ ଅଣଦେଖା କରନ୍ତୁ ନାହିଁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )