ବାହାରିଲା ୧୦ ଟି ସରକାରୀ ଚାକିରୀ ପାଇଁ ପଦବୀ, ଆଜି ହିଁ କରନ୍ତୁ ଆବେଦନ
ସରକାରୀ ଚାକିରୀ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନଙ୍କ ପାଇଁ ଖୁସି ଖବର । ଖାଲିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଜବଲପୁର କ୍ୟାଣ୍ଟେନମେଣ୍ଟ ବୋର୍ଡ (Jabalpur Cantonment Board Recruitment) । ସବୁଠାରୁ ବଡ଼ କଥା ହେଲା କି ଏହି ସବୁ ଚାକିରୀ ପାଇଁ ୮ମ, ୧୦ମ, +୨ ପାସ୍ କରିଥିବା ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଡିପ୍ଲୋମା, ବିଏସ୍ସି କରୁଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଆଶୟୀ ପ୍ରାର୍ଥୀ ମାନେ ମଧ୍ୟପ୍ରଦେଶର ଅଫିସିଆଲ୍ ୱେବସାଇଟ୍ mponline.gov.in କୁ ଯାଇ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀମାନେ ଡିସେମ୍ବର ୧୯ରୁ ଆବେଦନ କରିପାରିବେ ଯାହାର ଶେଷ ତାରିଖ ଜାନୁଆରୀ ୮ ରହିଛି ।
ଖାଲିଥିବା ପଦବୀ:
• ସାନିଟାରୀ ଇନ୍ସପେକ୍ଟର
• ଆସିଷ୍ଟାଣ୍ଟ ଶିକ୍ଷକ
• ଜୁନିୟର କ୍ଲର୍କ
• ମୋଟର ପମ୍ପ ଆଟେଣ୍ଡାରଣ୍ଟ୍
• ପାଇପ୍ ଫିଚର
• ମାଳି
• ଆୟା
• ଚୌକିଦାର
• ପ୍ୟୁନ୍
• ସଫେଇ କର୍ମଚାରୀ
• ଇଲେକ୍ଟ୍ରିସିଆନ୍
ଏହି ସବୁ ପୋଷ୍ଟ ଜବଲପୁର କ୍ୟାଣ୍ଟନମେଣ୍ଟ ବୋର୍ଡରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ବାହାରିଛି।
ଯୋଗ୍ୟତା:
• ସାନିଟାରୀ ଇନ୍ସପେକ୍ଟର- Bsc ଓ ଡିପ୍ଲୋମା ପାସ୍ କରିଥିବା ଜରୁରୀ
• ଆସିଷ୍ଟାଣ୍ଟ ଶିକ୍ଷକ- ଗ୍ରାଜୁଏସନ୍ ସହ Bed କରିଥିବା ଜରୁରୀ
• ଜୁନିୟର କ୍ଲର୍କ- +୨ ପାସ୍ ହିନ୍ଦୀ ଓ ଇଂରାଜୀ ଟାଇପିଂ ପାସ୍ କରିଥିବା ଜରୁରୀ
• ଇଲେକ୍ଟ୍ରିସିଆନ୍- ITI ସହ +୨ ପାସ୍ କରିଥିବା ଜରୁରୀ
• ପାଇପ୍ ଫିଚର- +୨ ସହ ITIକରିଥିବା ଜରୁରୀ
• ମୋଟର ପମ୍ପ ଆଟେଣ୍ଡାରଣ୍ଟ୍- +୨ ସହ ITI କରିଥିବା ଜରୁରୀ
• ଚୌକିଦାର, ପ୍ୟୁନ୍, ମାଳି, ସଫେଇ କର୍ମଚାରୀ, ଆୟା – ୮ମ ପାସ୍ କରିଥିବା ଜରୁରୀ
ବୟସ ସୀମା:
ଆଶୟୀ ପ୍ରାର୍ଥୀଙ୍କ ବୟସ ସୀମା ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଦରକାର । OBC ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୩୩ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । SC, ST ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୩୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
ଦରମା:
• ସାନିଟାରୀ ଇନ୍ସପେକ୍ଟର- ୨୮,୭୦୦ ଟଙ୍କା ରୁ ୯୧,୩୦୦ ଟଙ୍କା
• ଜୁନିୟର କ୍ଲର୍କ- ୨୫,୩୦୦ ଟଙ୍କା ରୁ ୮୦,୫୦୦ ଟଙ୍କା
• ଆସିଷ୍ଟାଣ୍ଟ ଶିକ୍ଷକ- ୨୫,୩୦୦ ଟଙ୍କା ରୁ ୮୦,୫୦୦ ଟଙ୍କା
• ଇଲେକ୍ଟ୍ରିସିଆନ୍-୨୫,୩୦୦ ଟଙ୍କା ରୁ ୮୦,୫୦୦ ଟଙ୍କା
• ପାଇପ୍ ଫିଚର-୧୯,୫୦୦ ଟଙ୍କା ରୁ ୬୨,୦୦୦ ଟଙ୍କା
• ଚୌକିଦାର, ପ୍ୟୁନ୍, ମାଳି, ସଫେଇ କର୍ମଚାରୀ, ଆୟା – ୧୫,୫୦୦ ଟଙ୍କା ରୁ ୪୯,୦୦୦ ଟଙ୍କା