Wednesday 8th May 2024
ସ୍ନାତକ ପରେ ସରକାରୀ ଚାକିରୀ ଖୋଜୁଛନ୍ତି କି ? ଆସିଷ୍ଟାଣ୍ଡ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !

ସ୍ନାତକ ପରେ ସରକାରୀ ଚାକିରୀ ଖୋଜୁଛନ୍ତି କି ? ଆସିଷ୍ଟାଣ୍ଡ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ !

ଭାରତ ର ଅନେକ ପରୀକ୍ଷା ୟୁନିୟନ ପବ୍ଲିକ୍ ସର୍ଭିସ କମିସନ୍ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ହୋଇଥାଏ । ଭାରତର ସର୍ବୋଚ୍ଚ ପରୀକ୍ଷା ସିଭିଲ ସର୍ଭିସ ପରୀକ୍ଷା ମଧ୍ୟ ଏହା ଦ୍ୱାରା ପରିଚାଳିତ ହୋଇଥାଏ । କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଆସିଷ୍ଟାଣ୍ଡ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ପଦବୀ ପାଇଁ ବାହାର କରିଛି ବିଜ୍ଞପ୍ତି । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୭ – ୦୩ – ୨୦୨୩ । ୩୫ ବର୍ଷ ବୟସର  ରୁ ଉର୍ଦ୍ଧ ପ୍ରାର୍ଥିମାନେ ପରୀକ୍ଷା ପାଇଁ ଆବେଦନ କରିପାରିବେ ନାହିଁ । ବିଜ୍ଞପ୍ତି ଅନୁସାରେ ୧୫୯ଟି ପୋଷ୍ଟ ଫାଙ୍କା ଅଛି । ଯେଉଁ ପ୍ରାର୍ଥୀମାନେ ଆସିଷ୍ଟାଣ୍ଡ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ପଦବୀ ପାଇଁ ଆଗ୍ରହୀ ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି , ସେମାନେ ବିଜ୍ଞପ୍ତି ଅନୁସାରେ ଅନଲାଇନରେ ଆବେଦନ କରିପାରିବେ । 

ପଦବୀ – ଆସିଷ୍ଟାଣ୍ଡ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର

 

ପୋଷ୍ଟ ସଂଖ୍ୟା –୧୫୯ ଟି ପୋଷ୍ଟ

 

ଏହି ଲିଙ୍କ୍‌କୁ ଯାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ବିଷୟରେ ଅନେକ ତଥ୍ୟ ପାଇପାରିବେ  –

 https://upsc.gov.in/

ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲଅପ୍ କଲାବେଳେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ କିମ୍ବା ଆପ୍ଲିକେସନ ଫର୍ମ ଫିଲଅପ୍ ସଂମ୍ପର୍କିତ କୌଣସି ପ୍ରକାର ର ମାର୍ଗଦର୍ଶନ / ସୂଚନା / ସ୍ପଷ୍ଟୀକରଣ  ଦରକାର ପଡିଲେ ନିମ୍ନଲିଖିତ ନମ୍ୱରରେ ଯୋଗାଯୋଗ କରନ୍ତୁ ।

ଟେଲିଫୋନ୍ ନମ୍ବର – ୦୧୧-୨୩୩୮୫୨୭୧ / ୦୧୧-୨୩୩୮୧୧୨୫ / ୦୧୧-୨୩୦୯୮୫୪୩ କାର୍ଯ୍ୟଦିବସ ଦିନରେ ସକାଳ ୧୦.୦୦ ରୁ ସନ୍ଧ୍ୟା ୫.୦୦ ଟା ପର୍ଯ୍ୟନ୍ତ ଫୋନ୍ କରିପାରିବେ । 

କେଉଁ ସ୍ଥାନରେ ପରୀକ୍ଷା ହେବ  –

ଭାରତରେ ସର୍ବମୋଟ ୭୯ ଟି ସ୍ଥାନରେ ପରୀକ୍ଷାର କେନ୍ଦ୍ର ରହିବ । 

ଓଡିଶା ର କଟକ ରେ ହେବ ପରୀକ୍ଷା କେନ୍ଦ୍ର ।

ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ନୋଟିଫିକେସନ୍ ଟିକୁ ଦେଖନ୍ତୁ

ଶିକ୍ଷାଗତ ଯୋଗ୍ୟତା – 

ଏହି ପଦବୀରେ ଆବେଦନ କରିବା ପାଇଁ ଯେକୌଣସି ଷ୍ଟ୍ରିମରେ ସ୍ନାତକ ଡିଗ୍ରୀ କରିଥିବା ବାଧ୍ୟତାମୂଳକ ଅଟେ ।

 

ବୟସ ସୀମା –

ଆବେଦନ କରିବାର ସର୍ବାଧିକ ବୟସ ସୀମା ହେଉଛି ୩୫ ବର୍ଷ । 

୩୫ ବର୍ଷରୁ ଉର୍ଦ୍ଧ ହେଲେ ଆବେଦନ କରିପାରିବେ ନାହିଁ ।

 

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଓବିସି କିମ୍ବା ଇଡବ୍ଲୁଏସ୍ ପ୍ରାର୍ଥି ପାଇଁ – ୨୫ ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ

ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ ।

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ – 

https://upsconline.nic.in/upsc/OTRP/index.php

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ-

https://www.upsc.gov.in/sites/default/files/Spl-Advt-No-51-2023-engl-R-280223.pdf

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )