Thursday 18th April 2024
ଇଣ୍ଟରଭ୍ୟୁରେ ହାଇରିଂ ମ୍ୟାନେଜର ଙ୍କୁ ଇମ୍ପ୍ରେସ୍ କରନ୍ତୁ ! ଏପରି କଲେ ଚାକିରୀ ପାଇବା ସହ ବଢିବ ଆପଣଙ୍କ ଦରମା !

ଇଣ୍ଟରଭ୍ୟୁରେ ହାଇରିଂ ମ୍ୟାନେଜର ଙ୍କୁ ଇମ୍ପ୍ରେସ୍ କରନ୍ତୁ ! ଏପରି କଲେ ଚାକିରୀ ପାଇବା ସହ ବଢିବ ଆପଣଙ୍କ ଦରମା !

ଚାକିରୀ ପାଇବା ଏବଂ ଚାକିରୀ କରିବା ଏକ କଳା । ଚାକିରୀ ପାଇବା ପାଇଁ କେତେ କଣ କରିବାକୁ ପଡିଥାଏ ତାହା ଚାକିରୀ କରୁଥିବା ବ୍ୟକ୍ତି ଜଣକ ହିଁ କହିପାରିବ । ବେସରକାରୀ ଚାକିରୀ ରେ ଯୋଗ୍ୟତା ସହ ଦକ୍ଷତା ର ଆବଶ୍ୟକତା ପଡିଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେଶ ଏବଂ ଦେଶ ବାହାରେ ସରକାରୀ ଚାକିରୀ କରୁଥିବା ବ୍ୟକ୍ତିଙ୍କ ଅପେକ୍ଷା ବେସରକାରୀ ଚାକିରୀ କରୁଥିବା କର୍ମଚାରୀ ଙ୍କ ସଂଖ୍ୟା ଅଧିକ । ସରକାରୀ ଚାକିରୀରେ ଅଳ୍ପ ସଂଖ୍ୟକ ପୋଷ୍ଟ ବା ଲିମିଟେଡ୍ ପୋଷ୍ଟ ଥାଏ । ତେଣୁ ଅନେକ ଚାକିରୀ ଆଶାୟୀ ସରକାରୀ ଚାକିରୀ ପାଆନ୍ତି ନାହିଁ । ତେଣୁ ଅନେକ ଚାକିରୀ ଆଶାୟୀ ବେସରକାରୀ ଚାକିରୀ ପାଇଁ ଆବେଦନ କରନ୍ତି। ବେସରକାରୀ ଚାକିରୀରେ ଆବେଦନ କଲେ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ । ଇଣ୍ଟରଭ୍ୟୁ ବେସରକାରୀ ଚାକିରୀର ପ୍ରଥମ ପାହାଚ । ଇଣ୍ଟରଭ୍ୟୁରେ ପାସ୍ ନକଲେ ଚାକିରୀ ପାଇବା ଅସମ୍ଭବ । ଯେଉଁମାନେ ଇଣ୍ଟରଭ୍ୟୁ କୁ ପ୍ରାଥମିକତା ଦେଇଥାନ୍ତି , ସେମାନେ ଶୀଘ୍ର ଚାକିରୀ ପାଇଥାନ୍ତି । କିଛି ବ୍ୟକ୍ତି ଇଣ୍ଟରଭ୍ୟୁ କୁ ଗୁରୁତ୍ୱ ଦେଇ ମଧ୍ୟ ଚାକିରୀ ପାଇବାରୁ ବଞ୍ଚିତ ରହିଥାନ୍ତି । କାରଣ ଇଣ୍ଟରଭ୍ୟୁ ପାଇଁ କିପରି ପ୍ରସ୍ତୁତି କରିବାକୁ ପଡିବ ସେବିଷୟରେ ତାଙ୍କୁ ଜଣା ନଥାଏ । ଚାକିରୀ ପାଇବା ପାଇଁ ଏକ ସ୍ୱତନ୍ତ୍ର ଧରଣ ର ପୂର୍ବପ୍ରସ୍ତୁତିି କରିବାକୁ ପଡିଥାଏ । ଆପଣ ଇଣ୍ଟରଭ୍ୟୁ ରେ କେଉଁ ପ୍ରଶ୍ନର ଉତ୍ତର କେମିତି ଦେବେ , ସେ ବିଷୟରେ ଆପଣଙ୍କୁ ଜ୍ଞାନ ରହିବା ଦରକାର । ଇଣ୍ଟରଭ୍ୟୁ ରେ ପ୍ରତ୍ୟେକଟି ପ୍ରଶ୍ନ ପଦବୀ ଅନୁସାରେ ପଚରାଯାଇଥାଏ । ତେବେ ଇଣ୍ଟରଭ୍ୟୁ ରେ ନିଯୁକ୍ତିକାରୀ ଟିମ୍ ବା ହାଇରିଂ ମ୍ୟାନେଜର ଙ୍କୁ ଯଦି ଆପଣ ଠିକ ଉତ୍ତର ଦିଅନ୍ତି ତେବେ ଆପଣଙ୍କର ଚାକିରୀ ପାଇବା ର ସମ୍ଭାବନା ବଢିଯାଇଥାଏ । ଉତ୍ତର ଯଦି ଠିକ୍ ଥିବା ସହ ଆକର୍ଷଣୀୟ ଥିବ , ତେବେ ଆପଣଙ୍କ ଦରମା ମଧ୍ୟ ଅଧିକ ରହିବ । ଆପଣଙ୍କ ଉତ୍ତର ଉପସ୍ଥାପନା କରିବାର ଷ୍ଟାଇଲ୍ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ପରିଚୟ ଦେବ । 

ତେବେ ଇଣ୍ଟରଭ୍ୟୁରେ ହାଇରିଂ ମ୍ୟାନେଜର ଙ୍କୁ କିପରି ଇମ୍ପ୍ରେସ୍ କରିବେ ?

କଣ କଲେ ଚାକିରୀ ଶୀଘ୍ର ପାଇବେ ?

ଚାକିରୀ କରୁଥିଲେ ପଦୋନ୍ନତି ସହ କିପରି ଅଧିକ ଦରମା ପାଇବେ ?

ସେବିଷୟରେ ଜାଣିବା ପାଇଁ ଆପଣଙ୍କୁ ଏହି ଆର୍ଟିକିଲ୍ ଟିକୁ ଶେଷ ପର୍ଯ୍ୟନ୍ତ ପଢିବାକୁ ପଡିବ । 

ଇଣ୍ଟରଭ୍ୟୁରେ ହାଇରିଂ ମ୍ୟାନେଜର ଙ୍କୁ କିପରି ଇମ୍ପ୍ରେସ୍ କରିବେ ?

ଆପଣ ଯେତେ ସୁସ୍ଥ ମସ୍ତିଷ୍କରେ ଇଣ୍ଟରଭ୍ୟୁ ଦେବେ ସେତେ ଆପଣଙ୍କ ପାଇଁ ଭଲ । ଇଣ୍ଟରଭ୍ୟୁରେ ଡରିବା କିମ୍ବା ନର୍ଭସହେବା ଜମାରୁବି ଠିକ ନୁହଁ । ଡରି ଡରି କଥା ହେବା କିମ୍ବା ନର୍ଭସହେବା ଆପଣଙ୍କ ଦୁର୍ବଳତା କୁ ଦର୍ଶାଇଥାଏ । ମନୁଷ୍ୟର ଦୁର୍ବଳତା ହିଁ ତାର ପରମ ଶତ୍ରୁ । ମନର ଦୁର୍ବଳତା ଆତ୍ମବିଶ୍ୱାସ କୁ କମାଇଥାଏ । ତେଣୁ ଇଣ୍ଟରଭ୍ୟୁ ସମୟରେ ଦୁର୍ବଳ ମନଭାବ ଆଣିବା ଠିକ ନୁହଁ । ଏହା ଆପଣଙ୍କ ଇଣ୍ଟରଭ୍ୟୁ ଖରାପ କରିବା ସହ ହାଇରିଂ ମ୍ୟାନେଜର ଙ୍କ ସମ୍ମୁଖରେ ଆପଣଙ୍କୁ ଦୁର୍ବଳ ବନାଇଥାଏ । ଇମ୍ପ୍ରେସ କରିବା ପାଇଁ କେବଳ ଯେ ବ୍ୟକ୍ତିତ୍ୱ ର ଆବଶ୍ୟକତା ଥାଏ , ତାହା କହିବା ଭୁଲ । ଆପଣଙ୍କ ରେଜ୍ୟୁମ୍ କୁ ଦେଖି ହାଇରିଂ ମ୍ୟାନେଜ ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡାକିଥାନ୍ତି । 

ରେଜ୍ୟୁମ୍  ହେଉଛି ଏପରି ଏକ ସ୍ଥାନ ଯେଉଁଥିରେ ଆପଣଙ୍କ ପ୍ରତିଭା , ଦକ୍ଷତା ଏବଂ କ୍ୟାରିୟରକୁ ଏକା ଥରକେ ଦର୍ଶାଇ ପାରିବେ । ଇଣ୍ଟରଭ୍ୟୁ ଆଗରୁ ହାଇରିଂ ମ୍ୟାନେଜରଙ୍କ ମନରେ ଇମ୍ପ୍ରେସନ ଜମାଇ ପାରିବେ । ରେଜ୍ୟୁମ୍ ରେ ଆପଣଙ୍କ ଓ୍ୱିକ୍ ପଏଣ୍ଟ ଗୁଡିକୁ ହାଇଲାଇଟ୍ କରନ୍ତୁ ନାହିଁ । ଚାକିରୀ ର ପଦବୀ ଅନୁସାରେ ରେଜ୍ୟୁମ୍ କୁ ଡିଜାଇନ୍ କରନ୍ତୁ । ରେଜ୍ୟୁମ୍ ରେ ଏପରି ଶବ୍ଦ ଏବଂ ବାକ୍ୟର ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ଦକ୍ଷତା କୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନ କରିବ । ସେହି ରେଜ୍ୟୁମ୍ କୁ ପଢି ଯେପରି ହାଇରିଂ ମ୍ୟାନେଜର ଆକର୍ଷିତ ହେବେ । ଏପରି କଲେ ଇଣ୍ଟରଭ୍ୟୁ ପୂର୍ବରୁ ଆପଣଙ୍କ ପ୍ରତି ହାଇରିଂ ମ୍ୟାନେଜରଙ୍କ ଏକ ସ୍ୱତନ୍ତ୍ର ମନଭାବ ରହିବ । ରେଜ୍ୟୁମ୍ କୁ ଦେଖି ଆପଣଙ୍କୁ ଇଣ୍ଟରଭ୍ୟୁ କୁ ଡାକିବାପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି ହାଇରିଂ ମ୍ୟାନେଜର ।  ରେଜ୍ୟୁମ୍ ରେ ଆପଣଙ୍କର ସାରା ଜୀବନର ଅଭିଜ୍ଞତା ସହ କ୍ୟାରିୟର ର ତଥ୍ୟ ଥାଏ । ତେଣୁ ଅନାବଶ୍ୟକ ଢଙ୍ଗରେ ଉପସ୍ଥାପନ କଲେ ଚାକିରୀ ମିଳିବା କଷ୍ଟକର । ରେଜ୍ୟୁମ୍ ରେ ସବୁବେଳେ ଆକ୍ସନ ଭାର୍ବ ବା କ୍ରିୟା ର ପ୍ରୟୋଗ କରନ୍ତୁରେଜ୍ୟୁମ୍ ରେ ଆକର୍ଷଣୀୟ ଢଙ୍ଗରେ ନିଜ ବିଷୟରେ ଲେଖନ୍ତୁ । ଇଂରାଜୀ ର ଏପରି ଶବ୍ଦ କୁ ବ୍ୟବହାର କରନ୍ତୁ, ଯେଉଁଥିରେ ପ୍ରତ୍ୟେକଟି ଶବ୍ଦ ଆପଣଙ୍କ ଦକ୍ଷତା ସହ ପ୍ରତିଭା କୁ ପ୍ରତିଫଳିତ କରିବ ।  ଯାହାକି ଆପଣଙ୍କ ରେଜ୍ୟୁମ୍ କୁ ଆକର୍ଷଣୀୟ କରିବ । ରେଜ୍ୟୁମ୍ ରେ କେବଳ ଦକ୍ଷତା ଏବଂ ଅଭିଜ୍ଞତା ଉପରେ ଧ୍ୟାନ ଦିଅନ୍ତୁ । ଆପଣ କେଉଁ କାମ ପାଇଁ ଆପ୍ଲାଇ କରୁଛନ୍ତି ତା ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିରଖନ୍ତୁ । ସେହି ଅନୁସାରେ ନିଜ ରେଜ୍ୟୁମ୍ କୁ ଡିଜାଇନ୍ କରନ୍ତୁ ।  ଇଣ୍ଟରଭ୍ୟୁ ପାଇଁ ଆପଣଙ୍କୁ ଡାକିଲା ପରେ, ଇଣ୍ଟରଭ୍ୟୁ ରେ କଣ ପଚାରାଯିବ ତାହା ଅଜଣା ଥାଏ । କିଏ ଇଣ୍ଟରଭ୍ୟୁ ନେବେ ତାହା ମଧ୍ୟ ଜଣା ନଥାଏ । ତେଣୁ ଆପଣ ଯଥା ସଂମ୍ଭବ ଚାକିରୀ ର ପଦବୀ ବିଷୟରେ ଅନୁସନ୍ଧାନ କରି ଇଣ୍ଟରଭ୍ୟୁ କୁ ଯାଆନ୍ତୁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନ ଦେଇ ଆପଣଙ୍କ ଚାକିରୀ ର ପଦବୀ ବିଷୟରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ ।  ମଝିରେ ମଝିରେ ଇଣ୍ଟରଭ୍ୟୁରେ ଏଭଳି ପ୍ରଶ୍ନ ପଚରାଯାଏ , ଯାହାର ଉତ୍ତର ନଥାଏ । ହାଇରିଂ ମ୍ୟାନେଜର ଆପଣଙ୍କୁ କନଫ୍ୟୁଜ କରିବା ପାଇଁ ଏମିତି ପ୍ରଶ୍ନ ପଚାରିଥାନ୍ତି । ଯାହା ଫଳରେ ଆପଣ ନିଜର ଆତ୍ମବିଶ୍ୱାସ ହରାଇପାରନ୍ତି କିମ୍ବା ଦ୍ୱନ୍ଦରେ ପଡିପାରନ୍ତି । ତେଣୁ ଯେଉଁ ପ୍ରଶ୍ନର ଉତ୍ତର ଜଣାନାହିଁ , ସେହି ପ୍ରଶ୍ନକୁ ଭଲଭାବରେ ଆତ୍ମବିଶ୍ୱାସ ର ସହ ଅନ୍ୟ ପ୍ରଶ୍ନ ସହ ଜଡିତ କରି ଉତ୍ତର ଦିଅନ୍ତୁ । ଯେତେପାରିବେ ତର୍କବିତର୍କ ରୁ ଦୁରେଇ ରହନ୍ତୁ । ହସହସ ମୁହଁରେ ଉତ୍ତର ଦିଅନ୍ତୁ । ଏହା ଆପଣଙ୍କୁ ଇଣ୍ଟରଭ୍ୟୁ ସମୟରେ କନଫିଡେଣ୍ଟ ବନାଇବ । ଯାହାଫଳରେ ହାଇରିଂ ମ୍ୟାନେଜର ଙ୍କୁ ଆପଣ ଅଧିକ କନଫିଡେଣ୍ଟ ବା ଆତ୍ମବିଶ୍ୱାସି  ଲାଗିବେ । ହସ ହସ ମୁହଁରେ ଆଖିରେ ଆଖି ମିଶାଇ ନିଜକୁ ଉପସ୍ଥାପନା କରିବାର ଚେଷ୍ଟାକରନ୍ତୁ । ଏହା ଆପଣଙ୍କ ପ୍ରତି ହାଇରିଂ ମ୍ୟାନେଜରଙ୍କର ଇମ୍ପ୍ରେସନ ବଢେଇବ । ଅନେକ ସଫଳ ବ୍ୟକ୍ତି କୁହନ୍ତି ଯେ – “ ପରସ୍ନାଲିଟି ଡୁ ମେଟର ”  । ଆପଣଙ୍କ ବଡି ଲାଙ୍ଗୁଏଜ୍ ଆପଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । ବଡି ଲାଙ୍ଗୁଏଜ୍ ସ୍ମାର୍ଟ ଥିଲେ ଆପଣ ସ୍ମାର୍ଟ ଲାଗିବେ । ସ୍ମାର୍ଟ ବଡି ଲାଙ୍ଗୁଏଜ୍ ଇଣ୍ଟରଭ୍ୟୁରେ ହାଇରିଂମ୍ୟାନେଜର ଙ୍କୁ ଆକର୍ଷିତ କରିଥାଏ । ଯାହାଫଳରେ ଆପଣ ଇଣ୍ଟରଭ୍ୟୁରେ ସଫଳ ହେବାର ଚାନ୍ସ ବା ସଂମ୍ଭାବନା ଅଧିକ ଥାଏ ।  ଆପଣ ଯେଉଁ କମ୍ପାନୀ କୁ ଇଣ୍ଟରଭ୍ୟୁ ଦେବାକୁ ଯିବେ ବା ଯାଉଛନ୍ତି , ତା ବିଷୟରେ ନିହାତି ଅନୁସନ୍ଧାନ କରନ୍ତୁ । କମ୍ପାନୀ ର ପ୍ରୋଫାଇଲ୍ ଆପଣଙ୍କୁ ନିହାତି ଜଣାଥିବା ଦରକାର । ଯେମିତି ପ୍ରଶ୍ନ ଥିଲେ ବି ଆକର୍ଷଣୀୟ ଢଙ୍ଗରେ ଉତ୍ତର ଦେଇପାରିବେ ଆପଣ । ଇମ୍ପ୍ରେସନ ଜମାଇବା ପାଇଁ କେବଳ ଗୋଟିଏ ଉତ୍ତର କିମ୍ବା ଗୋଟିଏ ବାକ୍ୟ ଯଥେଷ୍ଟ । ଗୋଟିଏ କଥା ମନେ ରଖନ୍ତୁ । କମ୍ପାନୀ ବିଷୟରେ ଜ୍ଞାନ ଥିଲେ , ଏହା କମ୍ପାନୀ ପ୍ରତି ଆପଣଙ୍କ ଆଗ୍ରହକୁ ସୂଚିତ କରିବ । କମ୍ପାନୀ ର ନିଯୁକ୍ତିଦାତା ଏହାକୁ ନିହାତି ଧ୍ୟାନ ଦେବେ । ଉଭୟ କମ୍ପାନୀ ଏବଂ ପ୍ରାର୍ଥି ପାଇଁ ଇଣ୍ଟରଭ୍ୟୁ ଶବ୍ଦଟିର ଅର୍ଥ ଭିନ୍ନ ଭିନ୍ନ ହେଇଥାଇପାରେ । କିନ୍ତୁ ପ୍ରାର୍ଥି ପାଇଁ ଇଣ୍ଟରଭ୍ୟୁ ଶବ୍ଦଟି ଯେତିକି ଗୁରୁତ୍ୱପୂର୍ଣ୍ଣ , କମ୍ପାନୀ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଇଣ୍ଟରଭ୍ୟୁରେ ସଫଳ ହେଲେ ପ୍ରାର୍ଥିଟି ଚାକିରୀ ପାଏ ସତ , କିନ୍ତୁ ତାସହ କମ୍ପାନୀ ଗୋଟିଏ ଯୋଗ୍ୟ ବ୍ୟକ୍ତି ପାଏ । ଯେଉଁଥିରେ କମ୍ପାନୀ ତାର ଉନ୍ନତି ଦେଖେ । ତେଣୁ ପ୍ରାର୍ଥିର ପ୍ରତ୍ୟେକଟି ତଥ୍ୟକୁ ଧ୍ୟାନ ଦେଇଥାଏ ନିଯୁକ୍ତି ଦାତା । କମ୍ପାନୀର ପ୍ରୋଫାଇଲ୍ କୁ ଅନୁଧ୍ୟାନ କରିବା ସହ ଆପଣ ଏଚଆର ବା ନିଯୁକ୍ତିଦାତାଙ୍କର ଲିଙ୍କଡ୍ ଇନ୍ ପ୍ରୋଫାଇଲ୍ କୁ ଅନୁଧ୍ୟାନ କରନ୍ତୁ । ତାଙ୍କର କେଉଁ କମ୍ପାନୀରେ କେତେ ଅଭିଜ୍ଞତା ଅଛି ତାକୁ ଭଲ ଭାବରେ ଦେଖନ୍ତୁ । ଇଣ୍ଟରନେଟ୍ ରେ ତାଙ୍କ ନାଁ ସର୍ଚ୍ଚ କରି , ତାଙ୍କ ବିଷୟରେ ତଥ୍ୟ ଖୋଜନ୍ତୁ । ତାଙ୍କର ସୋସିଆଲ୍ ମିଡିଆର କଣ୍ଟାକ୍ଟ ଏବଂ ରିଚ୍ କୁ ଦେଖନ୍ତୁ । ହାଇରିଂ ମ୍ୟାନେଜର ଙ୍କ ରୁଚି କୁ ଦେଖି ଉତ୍ତର ଦେଲେ ଆପଣ ତାଙ୍କୁ ଇମ୍ପ୍ରେସ କରିପାରନ୍ତି । ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । 

 କଣ କଲେ ଚାକିରୀ ଶୀଘ୍ର ପାଇବେ ? 

ଚାକିରୀ ର ସ୍ୱାଦ ଚାଖିବା ପାଇଁ ଅନେକ ଚାକିରୀ ଆଶାୟୀ  ଅଛନ୍ତି । କିନ୍ତୁ ଅନେକ ଏଥିରୁ ବଞ୍ଚିତ ହୁଅନ୍ତି । ଇଣ୍ଟରଭ୍ୟୁରେ  ହାଇରିଂ ମ୍ୟାନେଜର ଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଉପରେ କୁହାଯାଇଥିବା କଥା ଗୁଡିକୁ ଧ୍ୟାନ ଦିଅନ୍ତୁ । 

ଅଧିକ ଜାଣିବା ପାଇଁ ନିମ୍ନ ଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ । 

https://odiadaily.in/how-to-get-a-job/

ଚାକିରୀ କରୁଥିଲେ ପଦୋନ୍ନତି ସହ କିପରି ଅଧିକ ଦରମା ପାଇବେ ?

ଚାକିରୀ ରେ ପଦୋନ୍ନତି ସମସ୍ତଙ୍କୁ ଦରକାର । କାହିଁକିନା ପଦୋନ୍ନତି ଦେଲେ ସମ୍ମାନ ସହ ଦରମା ମଧ୍ୟ ଅଧିକ ମିଳେ । ଅଧିକ ଦରମା ପାଇବା ପାଇଁ କଣ କରିବା କୁ ପଡିବ ଅନେକ କର୍ମଚାରୀ ଜାଣନ୍ତି ନାହିଁ । ନିଜ ଦକ୍ଷତା ଅନୁସାରେ ଦରମା ଡିମାଣ୍ଡ କରନ୍ତୁ । ଚାକିରୀ ରେ ଯେକୌଣସି କାମ ହେଇଥାଉନା କାହିଁକି , ସ୍ମାର୍ଟ ଓ୍ୱାର୍କ କରନ୍ତୁ । ସ୍ମାର୍ଟ ଓ୍ୱାର୍କ ଆପଣଙ୍କ ସମୟ ବଞ୍ଚେଇବା ସହ ଅନେକ କାମ କମ ସମୟରେ ହେଇଥାଏ । ଆପଣଙ୍କ ଠାରୁ ଅଧିକ ଅଭିଜ୍ଞତା ଥିବା କର୍ମଚାରୀ ଙ୍କ ଠାରୁ ଦକ୍ଷତା ଏବଂ କାର୍ଯ୍ୟକାରୀତା  ବୃଦ୍ଧି କରିବାର କୌଶଳ ଶିଖିନିୟନ୍ତୁ । ଏହା ଆପଣଙ୍କ ଦକ୍ଷତା ବୃଦ୍ଧି କରିବା ସହ ଆପଣଙ୍କ ର ଜ୍ଞାନ ମଧ୍ୟ ବଢେଇବ । ଆପଣ ଦରମା ଉପରେ ଗୁରୁତ୍ୱ ଦେବା ଅପେକ୍ଷା କାର୍ଯ୍ୟକାରୀତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆପଣଙ୍କ ସ୍କିଲ୍ ବା ଦକ୍ଷତା ଆପଣଙ୍କ ର ଶକ୍ତି ଏବଂ ସାମର୍ଥ୍ୟ । ହାଇରିଂ ମ୍ୟାନେଜର ଙ୍କ ସହ ପ୍ରତିଟି ମିଟିଂ ରେ ସତକଥା କୁହନ୍ତୁ । ନିଜ କାର୍ଯ୍ୟଦକ୍ଷତା ରେ ସୁଧାର ଆଣନ୍ତୁ । କମ୍ପାନୀ ତରଫରୁ ଦିଆଯାଇଥିବା ଟାର୍ଗେଟ୍ କୁ ଶତପ୍ରତିଶତ ଫିଲଅଫ୍ ନ କରିପାରିଲେବି ନବେ ପ୍ରତିଶତ ପର୍ଯ୍ୟନ୍ତ ଫିଲଅଫ୍ କରନ୍ତୁ । ଆପଣଙ୍କ ଚେଷ୍ଟା କମ୍ପାନୀର ହାଇରିଂ ମ୍ୟାନେଜର ଏବଂ ମ୍ୟାନେଜିଂ ଡିରେକ୍ଟର ଙ୍କ ଦୃଷ୍ଟିଗୋଚର ହେଉଥିବା ଦରକାର । କୌଣସି ଅସୁବିଧା ଥିଲେ ଲୁଚାନ୍ତୁ ନାହିଁ । କମ୍ପାନୀ ର  ହାଇରିଂ ମ୍ୟାନେଜର ଏବଂ ମ୍ୟାନେଜିଂ ଡିରେକ୍ଟର ଙ୍କ ସହ ପରସ୍ନାଲ୍ ମିଟିଂ ରେ ଜଣାନ୍ତୁ । ପ୍ରୋଫେସନାଲ ପରି ପ୍ରୋଫେସନାଲ କଥାବାର୍ତ୍ତା କରନ୍ତୁ । ବ୍ୟକ୍ତିଗତ ବ୍ୟାପାର କୁ ଆଲୋଚନା କରନ୍ତୁ ନାହିଁ । ଯଦି ସମ୍ଭବ କମ୍ପାନୀ ର ଅଜାଣତରେ ହେଉଥିବା କ୍ଷତିକୁ କମ୍ପାନୀ ର ହାଇରିଂ ମ୍ୟାନେଜର ଏବଂ ମ୍ୟାନେଜିଂ ଡିରେକ୍ଟର ଙ୍କ ସହ ଆଲୋଚନା କରନ୍ତୁ । ଏହା କମ୍ପାନୀ ପ୍ରତି ଆପଣଙ୍କ ର ସଚ୍ଚୋଟତା କୁ ଦର୍ଶାଇବ । ଯାହାକି ଆପଣଙ୍କୁ ଦେଇପାରେ ପଦୋନ୍ନତି । ଏମିତି କାମ କରନ୍ତୁ ଯେପରି ଆପଣଙ୍କ ରିପ୍ଲେସମେଣ୍ଟ କମ୍ପାନୀ ପାଇବ ନାହିଁ । କମ୍ପାନୀ ରେ ଛଟେଇଚାଲିଥିବା ସମୟରେ ଛଟେଇ ହୋଇଥିବା କର୍ମଚାରୀଙ୍କ ସହ ଅନାବଶ୍ୟକ ସଂମ୍ପର୍କ ସ୍ଥାପନ କରନ୍ତୁ ନାହିଁ । ଏପରି କଲେ ହାଇରିଂ ମ୍ୟାନେଜର ଙ୍କ ଆପଣଙ୍କ ପ୍ରତିଥିବା ବିଶ୍ୱାସ କମିଯାଇପାରେ । ସମୟାନୁବର୍ତ୍ତି ହୁଅନ୍ତୁ । ଯାହାକି ଆପଣଙ୍କୁ ଏକ ଭଲ କର୍ମଚାରୀ ର ପରିଚୟ ଦେବ । ଗୋଟିଏ କମ୍ପାନୀରେ ଅତି କମ୍ ରେ ଗୋଟିଏ ବର୍ଷ ରହିବାକୁ ଚେଷ୍ଟାକରନ୍ତୁ । ଏଥିରେ କମ୍ପାନୀ ଆପଣଙ୍କ ଉପରେ ଭରଷା କରି ଦରମା ବଢାଇପାରେ । ଅଳ୍ପ କିଛି ଟଙ୍କା ପାଇଁ ଚାକିରୀ ବଦଳାନ୍ତୁ ନାହିଁ । ଏପରି କଲେ ପରବର୍ତ୍ତି ସମୟ ଆପଣ କୌଣସି ବଡ କମ୍ପାନୀରେ ଚାକିରୀ ପାଇ ନପାରନ୍ତି । ଆପଣଙ୍କ ଦକ୍ଷତା ସହ ନେଟଓ୍ୱାର୍କ ବଢାନ୍ତୁ । ହାଇରିଂ ମ୍ୟାନେଜର ଆପଣଙ୍କ ରିପ୍ଲେସମେଣ୍ଟ ଯେପରି ଖୋଜି ପାଇବେ ନାହିଁ । କାଳେ ଆପଣଙ୍କୁ ଅନ୍ୟ କମ୍ପାନୀରୁ ଅଫର ମିଳିଯିବ , ସେ କଥା ଭାବି ଆପଣଙ୍କ ଦରମା ବଢିଯାଇପାରେ । ଯଥା ସମ୍ଭବ କମ୍ପାନୀ ର ପ୍ରତ୍ୟେକଟି କାର୍ଯ୍ୟକଳାପ କୁ ନେଇ ସବୁବେଳେ ଅପଡେଟ୍ ରହନ୍ତୁ । କେଉଁ କର୍ମଚାରୀ ର ପଦୋନ୍ନତି ହେଲା ଏବଂ କାହାର ଛଟେଇ ହେଲା ଅପଡେଟ୍ ରହିଲେ ଆପଣ ଜାଣିପାରିବେ । ଏଥିରୁ ଆପଣ ଜାଣିପାରିବେ କେଉଁ କାରଣରୁ କାହାର ଦରମା ବଢିଲା ଏବଂ କମ୍ପାନୀ ର ଆଶା କଣ । କେଉଁ କାରଣରୁ କାହାର ଛଟେଇ ହେଲା ତାହା ଜାଣିପାରିବେ । କମ୍ପାନୀର ଷ୍ଟାଟସ୍ ଅନୁସାରେ ଆପଣଙ୍କର ଦରମା ବଢିବ । 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )