Friday 29th March 2024
ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି ! +୩ ପାସ୍ କରିଥିଲେ ଶୀଘ୍ର ଆବେଦନ କରନ୍ତୁ !

ଚାକିରୀ ର ସ୍ୱାଦ ଚାଖିବାକୁ କାହାରବା ଇଚ୍ଛା ନଥାଏ । ରାଜ୍ୟ ଏବଂ ରାଜ୍ୟ ବାହାରେ ଚାକିରୀର ଘୋର ଅଭାବ । ବେସରକାରୀ ଚାକିରୀ ରେ ବହୁତ ପରିମାଣରେ ଛଟେଇ ହେଉଛି । ଛଟେଇ କରିବାରେ ବଡ ବଡ କମ୍ପାନୀ ମଧ୍ୟ ବାଦ୍ ପଡୁନାହାନ୍ତି । ତେଣୁ ଅନେକ ସରକାରୀ ଚାକିରୀ ପାଇଁ ମନ ବଳାନ୍ତି । ସରକାରୀ ଚାକିରୀ ଦୁଇପ୍ରକାର । ଗୋଟିଏ କେନ୍ଦ୍ର ସରକାର ଚାକିରୀ ଏବଂ ଅନ୍ୟଟି ରାଜ୍ୟ ସରକାର ଚାକିରୀ । ତେବେ ଅଧିକାଂଶ ସମୟରେ କେନ୍ଦ୍ର ସରକାର ଚାକିରୀ ବା ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ୍ ଚାକିରୀ ଅଧିକ ବାହାରେ । ତେଣୁ ରାଜ୍ୟ ମଧ୍ୟରେ ବା ଓଡିଶାରେ ରହି ଚାକିରୀ ଖୋଜୁଥିବା ଅଧିକାଂଶ ଲୋକ ଏହି ଚାକିରୀ ଗୁଡିକରେ ଆପ୍ଲାଇ କରନ୍ତି ନାହିଁ । ବର୍ତ୍ତମାନ ଓଡିଶାରେ ଚାକିରୀ କରିବାର ସୁଯୋଗ ନେଇ ଆସିଛି ଓଡିଶା ହାଇକୋର୍ଟ । ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ପଦବୀ ପାଇଁ ବାହାର କରିଛି ବଡ ଧରଣ ର ବିଜ୍ଞପ୍ତି । ଓଡିଶା ହାଇକୋର୍ଟ ତରଫରୁ ଏହି ନିଯୁକ୍ତି ବିଜ୍ଞପ୍ତି ଟି ପ୍ରକାଶ ପାଇଛି । ୧୯୯ ପଦବୀ ପାଇଁ ଓଡିଶା ହାଇକୋର୍ଟ ପ୍ରକାଶ କରିଛି ବିଜ୍ଞପ୍ତି । 

ଆବେଦନ କରିବାର ଶେଷ ତାରିଖ –  ୨୦ – ୦୩ – ୨୦୨୩

 

ମୋଟ ପଦବୀ ସଂଖ୍ୟା –  ୧୯୯ ପଦବୀ

(କେବଳ ମହିଳା ମାନଙ୍କ ପାଇଁ ୬୬ ଟି ପଦବୀ ସଂରକ୍ଷିତ ରହିଛି )

 

ପଦବୀ – ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ପଦବୀ

 

ଏହି ଲିଙ୍କ୍‌କୁ ଯାଇ ଓଡିଶା ହାଇକୋର୍ଟ ବିଷୟରେ ଅନେକ ତଥ୍ୟ ଜାଣିପାରିବେ  –

https://www.orissahighcourt.nic.in/

ଦରମା – ୩୫,୪୦୦ ରୁ ୧,୧୨,୪୦୦ ଟଙ୍କା

ବୟସ ସୀମା – 

ସର୍ବନିମ୍ନ ୨୧ ବର୍ଷ

ସର୍ବାଧିକ ୩୨ ବର୍ଷ

ଶିକ୍ଷାଗତ ଯୋଗ୍ୟତା –

୧) ଯେକୌଣସି ସରକାରୀ ବିଶ୍ୱବିଦ୍ୟାଳୟ ବା ସରକାରୀ ମାନ୍ୟତା ପ୍ରାପ୍ତ କଲେଜ୍ ରୁ ବ୍ୟାଚଲର ଡିଗ୍ରୀ ବା ସ୍ନାତକ କରିଥିବା ଦରକାର ।

୨) କମ୍ପୁଟରରେ ପ୍ରାଥମିକ ସ୍ତର ର ଜ୍ଞାନ ବା କମ୍ପୁଟର ନୋଲେଜ୍ ଥିବା ଆବଶ୍ୟକ ।

କେଉଁ ସ୍ଥାନରେ ପରୀକ୍ଷା ହେବ  –

ଓଡିଶାରେ ସର୍ବମୋଟ ୩୦ ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହେବ । 

ସେଥି ମଧ୍ୟରୁ ଆପଣଙ୍କୁ ସର୍ବାଧିକ ୩ ଜିଲ୍ଲା ଚୟନ କରିବାର ଅଧିକାର ଦିଆଯିବ ।

ପରୀକ୍ଷା ଦେୟ ବା ଆବେଦନ କଲାବେଳେ କେତେ ଟଙ୍କା ଦେବାକୁ ପଡିବ ?

ଜେନେରାଲ୍ କିମ୍ବା ଓବିସି  ପ୍ରାର୍ଥି ପାଇଁ – ୫୦୦ ଟଙ୍କା

ଏସସି କିମ୍ୱା ଏସଟି କିମ୍ବା ପିଡବ୍ଲୁଡି ପ୍ରାର୍ଥି ପାଇଁ – ମାଗଣାରେ ଆବେଦନ କରିପାରିବେ

 

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://ohcrecruitment.in/index_new.php 

 

ଅଫିସିଆଲ୍ ନୋଟିଫିକେସନ୍  ଟିକୁ  ଡାଉନଲୋଡ କରିବାପାଇଁ  ନିମ୍ନଲିଖିତ ଲିଙ୍କ ରେ କ୍ଲିକ୍ କରନ୍ତୁ-

https://ohcrecruitment.in/advertisements/7/advertisement.pdf

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (2)
  • comment-avatar
    • comment-avatar

      JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

  • Disqus (0 )