Friday 26th April 2024
ଓସ୍କାର ପାଇବା ପୂର୍ବରୁ ଆଖି ବୁଜି ଦେଲେ ଏହି କଳାକାର

ଓସ୍କାର ପାଇବା ପୂର୍ବରୁ ଆଖି ବୁଜି ଦେଲେ ଏହି କଳାକାର

ରୋଗ ମାନଙ୍କ ମଧ୍ୟରୁ କ୍ୟାନ୍ସର ଗୋଟିଏ ଏମିତି ରୋଗ ଯାହାକି ବୟସ ଦେଖେ ନାହିଁ । ଆମେ ସମସ୍ତେ ଜାଣିଛେ ଯେ କ୍ୟାନ୍ସର ହେଲା ମାନେ ରୋଗୀର ବଞ୍ଚିବା ମୁସ୍କିଲ ହୋଇଯାଏ । ଯେତେ ବି ଚିକିତ୍ସା କଲେ ମଧ୍ୟ ରୋଗୀଟି ଠିକ୍ ହେଲେ ବି ତାର ବଞ୍ଚିବାର ସମ୍ଭାବନା ବହୁତ କମ୍ ଥାଏ । ଏହି କ୍ୟାନ୍ସ ରୋଗର ନିରାକରଣ ପାଇଁ ଦେଶ ବିଦେଶରେ ଅନେକ ବୈଜ୍ଞାନିକ ପରୀକ୍ଷା ନିରିକ୍ଷା କରିଚାଲନ୍ତି । କିନ୍ତୁ ଏଯାବତ୍ ଏହାର ଗୋଟିଏ ହେଲେ ବି ସଠିକ୍ ଔଷଧ ବାହାରି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଗୋଟିଏ ଏମିତି ଜଣେ କୁନି କଳାକାର ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରୁ କରୁ ଆଖି ବୁଜିଦେଲା । ତାଙ୍କୁ ସବୁଠାରୁ ସାଂଘାତିକ କ୍ୟାନ୍ସର ରୋଗ ଆକ୍ରାନ୍ତ କରିଥିଲା । ହେଲେ ତାଙ୍କର ଅଭିନୟ ସ୍ୱପ୍ନ ପୁରା ହେବା ପୂର୍ବରୁ ଭାଙ୍ଗି ଚୁରମାର ହୋଇଗଲା ।India's Oscar Entry 'The Last Show' Child Actor Rahul Koli Dies Of Cancer() “ଛେଲୋ ଶୋ” ଫିଲ୍ମର ଶିଶୁ ଅଭିନେତା ରାହୁଲ କୋଲିଙ୍କ ଦେହାନ୍ତ ହୋଇଛି । ଚଳିତ ବର୍ଷ ଭାରତରୁ ଓସ୍କାର ଦୌଡ଼ରେ ସାମିଲ ହୋଇଥିଲା ତାଙ୍କ ଫିଲ୍ମ । କିନ୍ତୁ ଏହି ଫିଲ୍ମ ଟି ରିଲିଜ ହେବା ପୂର୍ବରୁ କର୍ଳଟ ରୋଗ ରାହୁଲଙ୍କ ଜୀବନ ନେଇଗଲା । ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଶିଶୁ କଳାକାର ରାହୁଲ । ସୂଚନା ଅନୁସାରେ ରାହୁଲ ଦୀର୍ଘଦିନ ଧରି କର୍ଳଟ ରୋଗରେ ପୀଡ଼ିତ ଥିଲେ । ଏନେଇ ତାଙ୍କ ବାପା କହିଛନ୍ତି ଯେ ରାହୁଲଙ୍କୁ ମଝିରେ ମଝିରେ ଜ୍ୱର ହେଉଥିଲା । ମାତ୍ର ପରେ କ୍ରମାଗତ ଭାବେ ତାଙ୍କୁ ଜ୍ୱର ହେବାକୁ ଲାଗିଲା । ଏବଂ ୯ଅକ୍ଟୋବରରେ ସେ ଜଳଖିଆ ଖାଇବା ପରେ ୩ଥର ରକ୍ତ ବାନ୍ତି କରିଥିଲା, ଏହା ପରେ ସେ ଆମ ସମସ୍ତଙ୍କୁ ଛାଡ଼ି ଏ ଦୁନିଆରୁ ଚାଲିଯାଇଥିଲା । କିନ୍ତୁ ଆମେ ୧୪ ଅକ୍ଟୋବରରେ ରିଲିଜ୍ ହେବାର ଥିବା ତାର ଅଭିନୀତ ଶେଷ ଫିଲ୍ମ “ଛେଲୋ ଶୋ” ଦେଖିବାକୁ ଯିବୁ ।10-Year-Old Actor From Chhello Show, Indias Official Entry to Oscars, Dies of Cancer | The Times of Bengal

CATEGORIES
TAGS
Share This

COMMENTS

Wordpress (0)
Disqus (1 )