Thursday 18th April 2024
ଆସୁଛି କାନ୍ତାରା-୨ , ଏବେଠୁ ଫିଲ୍ମକୁ ନେଇ ଜୋର ଧରିଲାଣି ଚର୍ଚ୍ଚା ! ଏହି ଫିଲ୍ମ ପାଇଁ ଋଷଭ ନେଇଛନ୍ତି ୧୦୦ କୋଟି !

ଆସୁଛି କାନ୍ତାରା-୨ , ଏବେଠୁ ଫିଲ୍ମକୁ ନେଇ ଜୋର ଧରିଲାଣି ଚର୍ଚ୍ଚା ! ଏହି ଫିଲ୍ମ ପାଇଁ ଋଷଭ ନେଇଛନ୍ତି ୧୦୦ କୋଟି !

ଫିଲ୍ମ ହେଉଛି ମନୋରଞ୍ଜନ ର ଏକ ମାଧ୍ୟମ । ଅନେକ ଫିଲ୍ମ ଆସେ ଏବଂ ଅନେକ ଫିଲ୍ମ ଯାଏ । କିଛି ଫିଲ୍ମ ରିଲିଜ୍ ହେବା ପରଠାରୁ କିଛି ମାସ ଚାଲିଲା ପରେ ଲୋକେ ଭୁଲିଯାଆନ୍ତି । କିନ୍ତୁ କିଛି ଫିଲ୍ମ ଏଭଲି ଅଛି ଯାହାକୁ ଦର୍ଶକ ଫିଲ୍ମ ଆକାରରେ ଗ୍ରହଣ କରିନଥାନ୍ତି ବରଂ ସେହି ଫିଲ୍ମ ଗୁଡିକୁ ଦର୍ଶକ ବ୍ୟକ୍ତିଗତ ସ୍ତରରେ ମନରେ ରଖନ୍ତି । ଗୋଟିଏ ପ୍ରକାରର ଇମୋସନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଫିଲ୍ମ ସିନା ଫିଲ୍ମ ହଲରେ ରିଲିଜ୍ ହୋଇଥାଏ , କିନ୍ତୁ ଏହା ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିରହିଥାଏ । ଯେତେବେଳେ ଯେଉଁଠି ଦେଖିବେ ସେହି ଫିଲ୍ମ ର ଟ୍ୟୁନ୍ ହେଉ କିମ୍ବା ବିଜିଏମ୍ ( ବେକ୍ ଗ୍ରାଉଣ୍ଡ ମ୍ୟୁଜିକ୍ ) ଦର୍ଶକ ମାନଙ୍କ ମୁହଁରେ ଗୁଣୁ ଗୁଣୁ ହୋଇଥାଏ । ସେହି ଷ୍ଟାଇଲ୍ ରେ କିଏ ନିଜ ହେୟାର କଟ୍ କଲାଣି ତ ପୁଣି କିଏ ସେହି ଷ୍ଟାଇଲ୍ ରେ ଡ୍ରେସ୍ ପିନ୍ଧିଲାଣି । ତେବେ ନିକଟରେ ରିଲିଜି  ହୋଇଥିବା ଫିଲ୍ କେଜିଏଫ୍ ରେ ବିଜିଏମ୍ ( ବେକ୍ ଗ୍ରାଉଣ୍ଡ ମ୍ୟୁଜିକ୍ ) ଏବେ ବି ଦର୍ଶକ ମାନଙ୍କ ମୁହଁରେ । କେଜିଏଫ୍ ର ଧୁଆଁଧାର  ଟ୍ୟୁନ୍ ପରି ବିଜିଏମ୍ ଏବଂ ” ଗଲି ଗଲି ମେନ୍ ଫିରତା ହେ , ତୁ କ୍ୟୁ ବନକେ ବନଜାରା ” ପରି ଗରମ ଗୀତ ଫିଲ୍ମ ର ସିନ୍ କୁ ମ୍ୟାଚ୍ କରିବା ସହ ଦର୍ଶକଙ୍କୁ ପାଗଳ ପ୍ରାୟ କରିଦେଇଥାଏ । କେଜିଏଫ୍ ଫିଲ୍ମରେ ଦର୍ଶକ ରକି ଭାଇ ର ପ୍ରତ୍ୟେକଟି ଷ୍ଟାଇଲ୍ ଏବଂ ଫିଲ୍ମର ପ୍ରତ୍ୟେକଟି ସିନ୍ ରେ ଝୁମି ଉଠିଥାନ୍ତି । ଏପରି ଫିଲ୍ମ ଗୁଡିକ ଫିଲ୍ମର ଡେଫିନେସନ କୁ ବଦଳାଇ ଦେଇଥାଏ । କାହିଁକିନା ଏହି ଫିଲ୍ମ ଗୁଡିକ ର କାହାଣୀ ଏଭଳି ଢଙ୍ଗରେ ସିନେମା ପରଦାରେ ଚିତ୍ରଣ କରାଯାଇଥାଏ ଯେ ଦର୍ଶକ ମାନେ ରିଲ୍ ଲାଇଫ୍ କୁ ରିଏଲ୍ ଦୁନିଆ ବୋଲି ଭାବି ନେଇଥାନ୍ତି । ଦିନ ଥିଲା ଲୋକେ ସାଉଥ୍ ଇଣ୍ଡଷ୍ଟ୍ରି ର ମଜାକ୍ ଉଡାଉଥିଲେ ଏବଂ ବଲିଉଡ୍ ତଥା ହଲିଉଡ୍ ଫିଲ୍ମର ଦିଓ୍ୱାନା ଥିଲେ । କିନ୍ତୁ ଏଇ କିଛି ବର୍ଷ ହେବ ସାଉଥ୍ ର କିଛି ରିଜୋନାଲ୍ ଫିଲ୍ମ ଏମିତି ଲୋକପ୍ରିୟତା ହାସଲ କରିଛି ଯାହା ସହଜରେ ବିଶ୍ୱାସ ହେଉନି । ଏହି ଫିଲ୍ମ ଗୁଡିକ ଦେଶ ତଥା ଦେଶ ବାହାରେ ଢେର ଚର୍ଚ୍ଚା ସାଉଁଟୁଛି । ବାହୁବଲୀ ହେଉ କିମ୍ବା କେଜିଏଫ୍ , ସତେଯେମିତି ସବୁକିଛି ବାୟା କରିପକାଉଛି ଦର୍ଶକ ମାନଙ୍କୁ ।

ନିକଟରେ ରିଲିଜ୍ ହୋଇଥିବା କନ୍ନଡ ଫିଲ୍ମ ” କାନ୍ତାରା ” ସବୁକିଛି ରେକର୍ଡ ଭାଙ୍ଗିଦେଲା । ୨୦୨୨ ରେ ରିଲିଜ୍ ହୋଇଥିବା ” କାନ୍ତାରା ” ଫିଲ୍ମ ୨୦ କୋଟିରେ ନିର୍ମିତ ହୋଇଥିଲା । ରିଲିଜ୍ ପରେ ରେକର୍ଡ ଭାଙ୍ଗି ଆଶା ଠାରୁ ଅଧିକ ଆୟ କରିଥିଲା କାନ୍ତାରା । ଏକ ରିଜୋନାଲ୍ ଫିଲ୍ମ ହୋଇ ମଧ୍ୟ ଦେଶ ବିଦେଶରେ ଅନେକ ଚର୍ଚ୍ଚା ସାଉଁଟି ଥିଲା ।କିଛି ବର୍ଷ ମଧ୍ୟରେ ଆର୍‌ଆର୍‌ଆର୍‌, ପୁଷ୍ପା, କେଜିଏଫ୍-୨ ଏବଂ କାନ୍ତାରା ସବୁ ଚର୍ଚ୍ଚିତ ଓ ଲୋକପ୍ରିୟ ଫିଲ୍ମ ପ୍ରମାଣିତ ହେଲା । ତେବେ ଏହି ଫିଲ୍ମ ଗୁଡିକ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ରହିଥିଲା ଋଷଭ ସେଟ୍ଟୀ ଙ୍କ ଫିଲ୍ମ କାନ୍ତାରା । ଆଦିବାସୀ ସଂସ୍କୃତିକୁ ନେଇ ତିଆରି ହୋଇଥିବା ଏହି କନ୍ନଡ ଫିଲ୍ମ ବହୁତ କମ ବଜେଟ୍‌ ରେ ନିର୍ମିତ ହୋଇଥିଲେ ବି ବିଶ୍ୱବ୍ୟାପୀ ୪୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି । ଫିଲ୍ମର ନିର୍ଦ୍ଦେଶନା, ଅଭିନୟ ଏବଂ କାହାଣୀ ସବୁ ଖୁବ୍‌ ପ୍ରଶଂସନୀୟ ହୋଇଛି। ଋଷଭ ଶେଟ୍ଟୀଙ୍କ ଅଭିନୀତ ଏବଂ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ ” କାନ୍ତାରା ”  ପ୍ରଥମେ କନ୍ନଡ଼ ଭାଷାରେ ମୁକ୍ତିଲାଭ କରିଥିଲା । ପରେ ଫିଲ୍ମଟି ସୁପର ହିଟ୍ ହେଲା ପରେ ଏହାକୁ ଇଂରାଜୀ, ତାମିଲ, ମାଲାୟଲମ୍ ଏବଂ ତେଲଗୁ ଭାଷାରେ ଡବିଂ କରାଯାଇଥିଲା । ଆକ୍ସନ-ଥ୍ରୀଲର ଥିବା ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିର୍ଦ୍ଦେଶକ ଋଷଭ ଶେଟ୍ଟୀ । ତାଙ୍କ ସହିତ କିଶୋର , ଅଚ୍ୟୁତ କୁମାର , ସପ୍ତମୀ ଗୌଦା ଏବଂ ପ୍ରମୋଦ ଶେଟ୍ଟୀ  ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଅଭିନେତା ଆକାରରେ ହେଉ କିମ୍ବା ଡିରେକ୍ଟର ଆକାରରେ , ସବୁଥିରେ ଚର୍ଚ୍ଚା ସାଉଁଟିଛନ୍ତି ଋଷଭ ଶେଟ୍ଟୀ । ଫିଲ୍ମ ରିଲିଜ୍‌ ହେବାର ଅନେକ ଦିନ ବିତିଯାଇଥିଲେ ବି ଏହାର ଚର୍ଚ୍ଚା ଆଜିଯାଏ ଯାଇନି।   

ହୋମବଲେ ଫିଲ୍ମସ୍ ବ୍ୟାନର ଏନେଇ ମାର୍ଚ୍ଚ ୨୨ ରେ ଟ୍ୟୁଇଟ୍ କରିଥିଲା –

 କନ୍ନଡ ସୁପରଷ୍ଟାର ଋଷଭ ଶେଟ୍ଟୀ ଙ୍କ ବ୍ଲକ୍ ବଷ୍ଟର୍ ଫିଲ୍ମ କାନ୍ତାରା ର ଦ୍ୱିତୀୟ ପାର୍ଟ ଉପରେ ଏବେ ସମସ୍ତଙ୍କର ନଜର ରହିଛି । ହୋମବଲେ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏବଂ ଋଷଭ ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ଏବେ ଦର୍ଶକ ବେଶ୍ ଉତ୍ସାହିତ । ଉଗାଦି ଏବଂ ନୁଆଁ ବର୍ଷ ଉପଲକ୍ଷେ ଏହାର ନିର୍ମାତା ” କାନ୍ତାରା-୨ ” କୁ ନେଇ କିଛି ସୂଚନା ଦେଇଛନ୍ତି । ସୂଚନା ମୁତାବକ ” କାନ୍ତାରା-୨ ” ପାଇଁ କାହାଣୀ ଲେଖା ଆରମ୍ଭ ହୋଇଛି । ” କାନ୍ତାରା ” ଫିଲ୍ମଟି ଅଳ୍ପ ବଜେଟ୍ ରେ ନିର୍ମିତ ହୋଇଥିଲା , ତଥାପି ଏହା ସୁପର ଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ଏହି କଥାକୁ ଆଖି ଆଗରେ ରଖି ନିର୍ମାତା ” କାନ୍ତାରା-୨ ” କୁ ବଡ ଆକାରରେ ନିର୍ମାଣ କରିବା ପାଇଁ ଆଖି ଆଗରେ ରଖିଛନ୍ତି । ” କାନ୍ତାରା-୨ ” ଫିଲ୍ମ ସମ୍ପର୍କିତ ରୋଚକ କଥାଟି ହେଉଛି ଯେ, ଏହି ଫିଲ୍ମଟି ସ୍ୱିକ୍ୱେଲ୍ ନୁହଁ ପ୍ରିକ୍ୱେଲ୍ ହେବ । ” କାନ୍ତାରା-୨ ” ରେ କାନ୍ତାରା ଫିଲ୍ମ ର ପୂର୍ବ କାହାଣୀ ଏଠାରେ ଦେଖାଯିବ । କାନ୍ତାରା ଫିଲ୍ମ ଯେଉଁ ବଜେଟ୍ ରେ ପ୍ରସ୍ତୁତ ହୋଇଥିଲା , ସେହି ବଜେଟ୍ ରେ ଏତେ ଆୟ କରିବା କେବଳ ଏହାର ନିର୍ଦ୍ଦେଶନା , କାହାଣୀ ଏବଂ ଋଷଭ ଶେଟ୍ଟୀଙ୍କ ଅଭିନୟ ଦ୍ୱାରା ସମ୍ଭବ ହୋଇଥିଲା ।

” କାନ୍ତାରା-୨ ” କୁ ନେଇ ଯେତିକି ଚର୍ଚ୍ଚା ଜୋର ଧରିଛି , ତା ଠାରୁ ଅଧିକ ଚର୍ଚ୍ଚା ହେଉଛି ଋଷଭ୍ ଶେଟ୍ଟୀ ଙ୍କ ମୋଟା ଅଙ୍କର ଫିସ୍ । ଋଷଭ ଶେଟ୍ଟୀ କୁଆଡେ ” କାନ୍ତାରା-୨ ” ପାଇଁ ନେଇଛନ୍ତି ୧୦୦ କୋଟି ର ପାରିଶ୍ରମିକ । ପ୍ରଥମେ କନ୍ନଡ ଦର୍ଶକ ମାନଙ୍କୁ ଆଖିରେ ରଖି କାନ୍ତାରା ଫିଲ୍ମଟି ନିର୍ମାଣ କରାଯାଇଥିଲା । କିନ୍ତୁ ଏବେ ଏହାର ସଫଳତାକୁ ଦେଖି ଏହାର ବଜେଟ୍ କୁ ବଢାଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କାନ୍ତାରା ଫିଲ୍ମ ପାଇଁ ଋଷଭ ମାତ୍ର ୫ କୋଟି ନେଇଥିଲେ । ଯାହାକି ତାଙ୍କ ନିର୍ଦ୍ଦେଶନା ଏବଂ ଅଭିନୟର ପାରିଶ୍ରମିକ ଥିଲା । ସେତେବେଳେ ଫିଲ୍ମ ର ବଜେଟ୍ ମଧ୍ୟ କମ୍ ଥିଲା । ଏବେ ଦର୍ଶକ ” କାନ୍ତାରା-୨ ” ର ଟ୍ରେଲ ଅପେକ୍ଷାରେ ।

 

 

Entertainment ଦୁନିଆର ପ୍ରତ୍ୟେକଟି ଝଲକ ପାଇବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ

CATEGORIES
TAGS
Share This

COMMENTS

Wordpress (0)
Disqus (0 )