Thursday 25th April 2024
“କାନ୍ତାରା” ଉପରେ କାହିଁକି ଲାଗିଲା ଚୋରୀ ଅଭିଯୋଗ

“କାନ୍ତାରା” ଉପରେ କାହିଁକି ଲାଗିଲା ଚୋରୀ ଅଭିଯୋଗ

ଫିଲ୍ମ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ, ସେ ଓଲିଉଡ ହେଉ କି ବଲିଉଡ୍ କିମ୍ବା ହଲିଉଡ୍ । ନିର୍ଦ୍ଧେଶକ ଓ ପ୍ରଯୋଜକ ମାନେ ସବୁବେଳେ ଚେଷ୍ଟା କରନ୍ତି ଏଭଳି ଫିଲ୍ମ ତିଆରି କରିବାକୁ ଯେଉଁ ସିନେମାଟିକୁ ଲୋକମାନେ ବହୁ ମାତ୍ରାରେ ପସନ୍ଦ କରିବେ ଓ ଭଲ ପାଇବା ଦେବେ । ନିକଟରେ ସେଇଭଳି ଏକ କନ୍ନଡ଼ ଫିଲ୍ମ ରିଲିଜ୍ ହୋଇଥିଲା, ଯାହାର ନା’ ଥିଲା “କାନ୍ତାରା” । ଫିଲ୍ମ ଟି ଲୋକ ମାନଙ୍କୁ ଏତେ ପସନ୍ଦ ଆସିଥିଲା ଯେ ଲୋକମାନେ ମାତ୍ରାଧିକ ପ୍ରଶଂସା କରୁଥିଲେ । କେବଳ ପ୍ରରଶଂସା ନୁହେଁ ବକ୍ସ ଅଫିସରେ ଭଲ କଲେକସନ୍ ମଧ୍ୟ କଲା । ତେବେ ଆପଣ  ବି ନିଜେ ଅନୁଭବ କରୁଥିବେ ଗୋଟିଏ ଆଂଚଳିକ ଫିଲ୍ମ ଭିନ୍ନ ଧରଣର କାହାଣୀ ଆଣି କିଭଳି ସାରା ଭାରତବର୍ଷରେ ରାଜ୍ କରିପାରିଲା । “କାନ୍ତାରା” ଫିଲ୍ମର ଫ୍ୟାନ୍ସଙ୍କ ସଂଖ୍ୟା ସମୟ ଅନୁସାରେ  ବଢିବାରେ ଲାଗିଛି । ହେଲେ ଏତେ ଭଲ ଫିଲ୍ମକୁ ମିଳିଛି ଚୋରି ଅଭିଯୋଗ । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ତେବେ ଚାଲନ୍ତୁ କେଉଁ କଥାକୁ ନେଇ ଚାଲିଛି ଏହିଭଳି ଆରୋପ ଓ ପ୍ରତ୍ୟାରୋପ ସେ ବିଷୟରେ ଜାଣିବା।Kantara to make its OTT debut on this date? | 123telugu.com() ଚର୍ଚ୍ଚିତ କନ୍ନଡ ଚଳଚିତ୍ର “କାନ୍ତାରା” ଲଗାତାର ବକ୍ସଅଫିସ୍‌ରେ ନିଜ ଧମାଲ ଦେଖାଉଛି ।  ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଚାଲିଛି । ଏହି ସମୟରେ ଆସିଛି ଏକ ସଙ୍ଗୀନ ଅଭିଯୋଗ, କୁହାଯାଉଛି ଏହି ଫିଲ୍ମରେ ଥିବା ଏକ ଗୀତ କପି କରାଯାଇଛି । କେରଳର ଏକ ବ୍ୟାଣ୍ଡ ‘ଥେକୁଡମ୍ ବ୍ରିଜ୍‌’ କନ୍ନଡ ସିନେମା ନିର୍ମାତାମାନଙ୍କୁ ସେମାନଙ୍କ ଗୀତ “ନବରସମ”କୁ ବିକୃତ କରାଯାଇଥିବା ଅଭିଯୋଗ କରିଛି । ଏହି ବ୍ୟାଣ୍ଡ ଦାବି କରିଛି ସେମାନଙ୍କ ଗୀତ “ନବରସମ”କୁ କପି କରି ତିଆରି ହୋଇଛି ଗୀତ “ବରାହ ରୂପମ” । ବ୍ୟାଣ୍ଡର କହିବା ଅନୁଯାୟୀ ଆମେ ଆମର ଶ୍ରୋତାମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ ‘ଥେକୁଡମ୍ ବ୍ରିଜ୍’ କୌଣସି ପ୍ରକାରେ କାନ୍ତାରା ସହିତ ଜଡିତ ନୁହେଁ। ଅଡିଓ ଦୃଷ୍ଟିରୁ ଆମର ଆଇପି “ନବାରସମ୍‌” ଓ “ବରାହ ରୂପମ୍‌” ମଧ୍ୟରେ କପିରାଇଟର ଏକ ସ୍ୱଷ୍ଟ ଉଲ୍ଲଂଘନ କରାଯାଇଛି । ଏକ ବିବୃତ୍ତି ଜାରି କରି ବ୍ୟାଣ୍ଡର କର୍ମକର୍ତ୍ତା ମାନେ କହିଛନ୍ତି ଯେ କାନ୍ତାରା ଫିଲ୍ମ ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ବିଚାର କରୁଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )